ଅମୃତଭଣ୍ଡା

ଅମୃତଭଣ୍ଡାର କଳା ଦାଗ ରୋଗ

Asperisporium caricae

ଫିମ୍ପି

5 mins to read

ସଂକ୍ଷେପରେ

  • ତଳ ପତ୍ରରେ ମାଟିଆ ଦାଗ ଥାଏ। ଦାଗ ବଢିଥାଏ, କଳା, ବହଳିଆ ଓ ଗୁଣ୍ଡ ଭଳି ବ୍ରଣ ଆକାରର ହୋଇଥାଏ। ଫଳରେ କଳା କେନ୍ଦ୍ର ସହିତ ଛୋଟ, ଫିକା ମାଟିଆ ଦାଗ ଥାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଅମୃତଭଣ୍ଡା

ଲକ୍ଷଣ

ପ୍ରାରମ୍ଭରେ, ବିଛୁରିତ ତମ୍ବା ବର୍ଣ୍ଣର ଦାଗ , ବେଳେବେଳେ ଏକ ହଳଦିଆ ବଳୟ ସହିତ ତଳ ପତ୍ରରେ ଦେଖାଯାଏ। ପତ୍ରର ତଳ ପଟେ, ଦାଗ ବଢିଥାଏ, କଳା, ବହଳିଆ ଓ ଗୁଣ୍ଡ ଭଳି 4 ମିମି ପର୍ଯ୍ୟନ୍ତ ବ୍ୟାସର ବ୍ରଣ ଆକାରର ହୋଇଥାଏ। ରୋଗର ବିଳମ୍ବ ଅବସ୍ଥାରେ, ଏହି ଦାଗ ବିଗଳିତ ହୋଇଥାଏ ଏବଂ ସଂପୂର୍ଣ୍ଣ ପତ୍ରକୁ ଆବରଣ କରିଥାଏ। ଅତ୍ୟଧିକ ସଂକ୍ରମଣ କିମ୍ବା ଅନ୍ୟ କବକ ସହିତ ସହ-ସଂକ୍ରମଣରେ ରୋଗାକ୍ରାନ୍ତ ଝଡି ଯାଇପାରେ ଯାହା ଫଳରେ ପ୍ରଭାବିତ ଗଛର ହୃଷ୍ଟପୁଷ୍ଟତା କମି ଯାଇଥାଏ। ଯଦିଓ ପତ୍ର ଅପେକ୍ଷା କମ ପରିମାଣରେ, କେନ୍ଦ୍ରରେ କଳା କବକ ଦାଗ ସହିତ ଛୋଟ, ଫିକା ମାଟିଆ, ଅନିୟମିତ ଦାଗ ରୋଗାକ୍ରାନ୍ତ ଫଳରେ ଦେଖାଯାଏ। ସହଳ ବୃଦ୍ଧି ଅବସ୍ଥାରେ ଫଳ ସଂକ୍ରମିତ ହେଲେ ଅକାଳ ଫଳ ଝଡା ଦେଖା ଦେଇପାରେ। ଦାଗ ସତ୍ତ୍ୱେ, ଫଳ ମାଂସରେ ପଚା ଚିହ୍ନ ଦେଖାଯାଏ ନାହିଁ।

Recommendations

ଜୈବିକ ନିୟନ୍ତ୍ରଣ

ଆସ୍ପେରିସ୍ପୋରିଆମ କାରିକେ ପାଇଁ କୌଣସି ବିକଳ୍ପ ଉପଚାର ବିଷୟରେ ଆମେ ଜାଣି ନାହୁଁ। ଯଦି ଆପଣ ଏହି ରୋଗ ଦମନ ବିଷୟରେ କିଛି ଜାଣିଥାନ୍ତି, ତାହାହେଲେ ଦୟାକରି ଆମ ସହିତ ସମ୍ପର୍କ କରନ୍ତୁ। ଆପଣଙ୍କ ଠାରୁ ଶୁଣିବା ଆଶାରେ ଅଛୁ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଡିଥିୟକାର୍ବାମେଟ ଭଳି କବକନାଶୀକୁ ପତ୍ରରେ ସିଞ୍ଚନ କରିଲେ, ଅତ୍ୟଧିକ ସଂକ୍ରମଣ କ୍ଷେତ୍ରରେ ଫଳପ୍ରସୂ ହୋଇଥାଏ।

ଏହାର କାରଣ କଣ

ଆସ୍ପେରିସ୍ପୋରିଆମ କାରିକେ ନାମକ କବକ ଦ୍ଵାରା ଏହି ଲକ୍ଷଣ ହୋଇଥାଏ। ଏହା ମୁଖ୍ୟତଃ କେନ୍ଦ୍ରୀୟ ଆମେରିକା, ଦକ୍ଷିଣ ଆମେରିକାର ପଶ୍ଚିମ ଅଞ୍ଚଳରେ ଏବଂ ପୂର୍ବ ଆଫ୍ରିକାରେ ଏହା ଦେଖାଯାଏ। ଉଭୟ ପତ୍ର ଓ ଫୁଲ ପ୍ରଭାବିତ ହୋଇପାରେ ଏବଂ ଫସଲ କିସମ ଓ ପରିବେଶ ପରିସ୍ଥିତି ଅନୁସାରେ ଲକ୍ଷଣ ବଦଳି ଥାଏ। ଆର୍ଦ୍ର ପାଣିପାଗ ସମୟରେ ତଳ ପତ୍ରରେ ରୋଗ ଅଧିକ ତୀବ୍ର ହୋଇଥାଏ। ଏହି ଜୀବାଣୁ ପାଇଁ ଅମୃତଭଣ୍ଡା କେବଳ ପୋଷକ ଭାବେ ଜଣାଯାଏ ଏବଂ ସାଧାରଣତଃ ପ୍ରଭାବ କମ ଥାଏ କାରଣ ଫଳରେ ଲକ୍ଷଣ ହାଲୁକା ଭାବରେ ଥାଏ। ଯାହା ହେଲେବି, ଏହି ରୋଗ ଫଳର ଗୁଣବତ୍ତାରେ ହ୍ରାସ କରାଇ ଥାଏ।


ସୁରକ୍ଷାତ୍ମକ ଉପାୟ

  • ରୋଗାକ୍ରାନ୍ତ ଗଛ ଅଂଶ କିମ୍ବା ପଡିଥିବା ଫଳ କାଢନ୍ତୁ ଓ ନଷ୍ଟ କରନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ