ମଟର

ମଟର ଚଣାର କଳା ଦାଗ

Mycosphaerella pinodes and Phoma medicaginis var. pinodella

ଫିମ୍ପି

5 mins to read

ସଂକ୍ଷେପରେ

  • ପତ୍ର ଓ ଛୁଇଁରେ ଦାଗ ଥାଏ। ଅନିୟମିତ ଆକୃତିର ଗାଢ ବାଦାମିରୁ କଳା କ୍ଷତ ଦାଗ କିମ୍ବା ଚିହ୍ନ ସଂକ୍ରମିତ ପତ୍ର ଓ ଛୁଇଁ ଉପରେ ଦେଖାଯାଏ। ଖାଲୁଆ ବାଦାମି କିମ୍ବା ବାଇଗଣୀ-କଳା ବର୍ଣ୍ଣହୀନତା ଦେଖାଯାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ
ମଟର

ମଟର

ଲକ୍ଷଣ

କଳା ଦାଗ ଯୋଗୁଁ କାଣ୍ଡ, ପତ୍ର, ଛୁଇଁ ଏବଂ ମଞ୍ଜିରେ କ୍ଷତ ଚିହ୍ନ ସୃଷ୍ଟି ହୋଇଥାଏ। ଆର୍ଦ୍ର ପରିସ୍ଥିତିରେ, କାଣ୍ଡ, ତଳ ପତ୍ର ଏବଂ ପତ୍ର ସମୂହ ତଳେ ସହଳ ଲକ୍ଷଣ ସାଧାରଣତଃ ପରିଲକ୍ଷିତ ହୁଏ। ଅନିୟମିତ ଆକୃତିର ଛୋଟ, ଗାଢ ବାଦାମି ଦାଗ ପତ୍ରରେ ବିଛୁରିତ ହୋଇ ରହିଥାଏ। ଲଗାତର ଆର୍ଦ୍ର ପରିସ୍ଥିତିରେ, ଦାଗ ବୃଦ୍ଧି ପାଏ ଓ ପରସ୍ପର ସହିତ ମିଶି ତଳ ପତ୍ରକୁ ପୋଡିଲା ଭଳି କରିଥାଏ। କାଣ୍ଡର ନିମ୍ନ ଅଂଶରେ ବାଇଗଣୀ- କଳା ଦାଗର କ୍ଷତ ଚିହ୍ନ ଦେଖାଯାଏ, ଯାହାକି ଗଛର ମୂଳରେ ସଢା ସୃଷ୍ଟି କରିଥାଏ, ଯାହା ଫଳରେ ଗଛ ପଡି ଯାଇପାରେ। ଛୁଇଁରେ ବାଇଗଣୀ-କଳା ଦାଗ ଥାଏ ଏବଂ ପରସ୍ପର ସହିତ ମିଶି ଖାଲୁଆ ଦାଗ ସୃଷ୍ଟି କରିଥାଏ। ସଂକ୍ରମିତ ମଞ୍ଜି ବର୍ଣ୍ଣହୀନ ହୋଇପାରେ ଏବଂ ବାଇଗଣୀ ମାଟିଆ ହୋଇଥାଏ।

Recommendations

ଜୈବିକ ନିୟନ୍ତ୍ରଣ

ପ୍ରତିରୋଧୀ କିସମ ଲଗାନ୍ତୁ।

ରାସାୟନିକ ନିୟନ୍ତ୍ରଣ

ଉପଲବ୍ଧ ଜୈବିକ ଉପଚାର ସହିତ ସର୍ବଦା ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ମାଙ୍କୋଜେବ ଭଳି କବକନାଶୀ ସହିତ ସବୁ ମଟର ବିହନ ଉପଚାର କରିବା ପାଇଁ ଅନୁମୋଦନ କରାଯାଏ।

ଏହାର କାରଣ କଣ

ମାଇକୋସ୍ଫେରିଲା ପିନୋଡସ, ଫୋମା ମେଡିକାଜିନିସ କିସମ- ପିନୋଡେଲା ନାମକ କବକ ଦ୍ଵାରା ଏହି କ୍ଷତି ହୋଇଥାଏ, ଯାହାକି ବିହନ-ବାହିତ, ମୃତ୍ତିକା ବାହିତ ହୋଇପାରେ କିମ୍ବା ମଟର କୁଟାରେ ବଞ୍ଚି ରହିପାରେ। ପୁରୁଣା ମଟର ଗଛ ଖୁଣ୍ଟାରେ ଥିବା କବକ ରେଣୁ ପବନ ଦ୍ଵାରା ନୂଆ ଗଛକୁ ଗଲେ ସାଧାରଣତଃ ଏହି ରୋଗ ହୋଇଥାଏ। ଗଛର ଯେ କୌଣସି ବୃଦ୍ଧି ଅବସ୍ଥାରେ ସଂକ୍ରମଣ ହୋଇପାରେ। ସଂକ୍ରମିତ ଗଛରେ ସୃଷ୍ଟି ହୋଇଥିବା ରେଣୁ ପବନ କିମ୍ବା ବର୍ଷା ଛିଟ ଦ୍ଵାରା ପାଖ ସୁସ୍ଥ ଗଛକୁ ପରିବାହିତ ହୋଇଥାଏ। ସଂକ୍ରମିତ ବିହନ ଲଗାଇଲେ ମଧ୍ୟ ଏହି ରୋଗ ହୋଇପାରେ। ଆର୍ଦ୍ର ପାଣିପାଗରେ, ଏହି ରୋଗ ଦ୍ରୁତ ଗତିରେ ବିସ୍ତାର କରିଥାଏ। ଶୁଖିଲା ବର୍ଷରେ, ସଂକ୍ରମିତ ବିହନ ଲଗାଇଲେ ରୋଗ ସୃଷ୍ଟି କରି ନପାରେ, କିନ୍ତୁ ଆର୍ଦ୍ର ପରିସ୍ଥିତିରେ ସାଂଘାତିକ ରୋଗ ହୋଇପାରେ। ମାଟିରେ କବକ ବହୁ ବର୍ଷ ବଞ୍ଚି ରହିପାରେ।


ସୁରକ୍ଷାତ୍ମକ ଉପାୟ

  • ନିର୍ମଳ ଚାଷ ପଦ୍ଧତି କାର୍ଯ୍ୟକାରୀ କରନ୍ତୁ। ଲଗାଇବା ସମୟରେ, ଗତବର୍ଷର ମଟର ଚଣା ଜମିରୁ ଅତି କମରେ 500 ମିଟର ଦୂରତା ବଜାୟ ରଖନ୍ତୁ। ପୁରୁଣା କିମ୍ବା କ୍ଷତପ୍ରାପ୍ତ ବିହନ ବାରଣ କରନ୍ତୁ ଯାହାକି ଚାରାର ହୃଷ୍ଟପୁଷ୍ଟତା କମାଇ ପାରେ ଏବଂ ସଂକ୍ରମଣ ପ୍ରବଣତା ବଢାଇ ପାରେ। ଉଚ୍ଚ ବିହନ ହାରରେ ସହଳ ବୁଣିବା ବାରଣ କରନ୍ତୁ, ଯେହେତୁ ଏହା ମଟର ଚାରାର ଜୀବାଣୁ ପ୍ରତି ସଂସ୍ପର୍ଶତା ବଢାଇ ଥାଏ; ଏହା ମଧ୍ୟ ଅଧିକ ପତ୍ର ସମୂହ ସୃଷ୍ଟି କରିବା ସହିତ ପଡିବା ସମ୍ଭାବନା ଓ ଆର୍ଦ୍ରତା ବୃଦ୍ଧି କରିଥାଏ; ଏହା ସବୁ ରୋଗର ବିକାଶର ସମ୍ଭାବନାକୁ ବୃଦ୍ଧି କରାଇ ଥାଏ। ଯେଉଁଠି ସମ୍ଭବ ଫସଲ ପର୍ଯ୍ୟାୟ ପାଳନ କରନ୍ତୁ। ତିନି ବର୍ଷ ଭିତରେ ଗୋଟିଏ ଜମିରେ ଗୋଟିଏରୁ ଅଧିକ ଥର ମଟର ଚଣା ଲଗାଇବା ଉଚିତ ନୁହେଁ। ଯଦି ରୋଗ ହୁଏ, ଏହି ପର୍ଯ୍ୟାୟ 4 କିମ୍ବା 5 ବର୍ଷରେ ଥର ପର୍ଯ୍ୟନ୍ତ ବଢାଇ ଦିଆଯାଇ ପାରେ। ସଂକ୍ରମିତ ମଟର କୁଟା ଏବଂ ଆପେ ଆପେ ଉଠିଥିବା ଗଛକୁ ଗୋରୁ ଚରାଇ କିମ୍ବା ଜାଳି ନଷ୍ଟ କରି ଦିଅନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ