ବାର୍ଲି

ବାର୍ଲିର ଆବୃତ୍ତ ସ୍ମଟ ରୋଗ

Ustilago segetum var. hordei

ଫିମ୍ପି

5 mins to read

ସଂକ୍ଷେପରେ

  • କଳା ଦାନା, ଶୁକୁଟା ଓ ବିକୃତ ଶୁଙ୍କ, ରୁଗୁଡିଆ ଗଛ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ
ବାର୍ଲି

ବାର୍ଲି

ଲକ୍ଷଣ

ପ୍ରଭାବିତ ଗଛଗୁଡିକ ସାଧାରଣତଃ କେଣ୍ଡା ଆବିର୍ଭାବ ପର୍ଯ୍ୟନ୍ତ କୌଣସି ଲକ୍ଷଣ ପ୍ରଦର୍ଶନ କରନ୍ତି ନାହିଁ। ସଂକ୍ରମିତ କେଣ୍ଡା ସାଧାରଣତଃ ସୁସ୍ଥ କେଣ୍ଡା ଦେଖାଯିବା ସମୟରେ କିମ୍ବା ଟିକିଏ ପରେ ଦେଖାଯାଏ। ସେଗୁଡିକ ପ୍ରାୟତଃ ଥୋଡ/ ପତାକା ପତ୍ର ତଳେ ଥିବା ଆଚ୍ଛାଦ ଦେଇ ବାହାରିଥାନ୍ତି। ଏହାର ସବୁଠାରୁ ସ୍ପଷ୍ଟ ଲକ୍ଷଣ ହେଉଛି ଦାନାଗୁଡ଼ିକର ବିବର୍ଣ୍ଣ ରଙ୍ଗ, ଯାହା ସେଗୁଡିକୁ କଳା ରଙ୍ଗ କରିଥାଏ। ସଂକ୍ରମିତ କେଣ୍ଡାରେ ଥିବା ଦାନା ଗୁଡିକ ଏକ କଠିନ, ଧୂସର-ଧଳା ଝିଲ୍ଲୀ ଦ୍ୱାରା ରହିଥାନ୍ତି। ଅମଳ ନିକଟ ହେଲେ, ଦାନା ଗୁଡିକ ସମ୍ପୁର୍ଣ୍ଣ ଭାବରେ ସ୍ପୋରସ୍/ରେଣୁ ଦ୍ୱାରା ବିସ୍ଥାପିତ ହୋଇଥାଏ। ଶୁଙ୍କ ବିକଳାଙ୍ଗ ଦେଖାଯାଏ। ବାର୍ଲି ଗଛ ଗୁଡିକ ସେମାନଙ୍କର ବୃଦ୍ଧିରେ ରୁଗୁଡିଆ ହୋଇପାରେ।

Recommendations

ଜୈବିକ ନିୟନ୍ତ୍ରଣ

ଭିଟେକ୍ସ ନେଗୁଣ୍ଡୁ ପତ୍ର ପାଉଡର ସହିତ ବିହନ ଉପଚାର ଫଳପ୍ରଦ ଅଟେ। ଟ୍ରାଇକୋଡର୍ମା ହରଜିଆନମ୍, ଟି ଭାଇରାଇଡ୍ ଏବଂ ସିଉଡୋମାନାସ୍ ଫ୍ଲୋରୋସେନ୍ସ ଭଳି ବାୟୋ-କଣ୍ଟ୍ରୋଲ୍ ଏଜେଣ୍ଟ ସହିତ ଆପଣଙ୍କର ମଞ୍ଜି ଉପଚାର ରୋଗକୁ ନିୟନ୍ତ୍ରଣ କରିବାରେ କବକନାଶୀ ଅପେକ୍ଷା କମ୍ ଫଳପ୍ରଦ ଅଟେ।

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ଥାଏ, ସର୍ବଦା, ଜୈବିକ ଉପଚାର ସହିତ ଏକ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। 1 କିଲୋଗ୍ରାମ ମଞ୍ଜି ପିଛା କାର୍ବେଣ୍ଡାଜିମ୍ 50 ଡବ୍ଲୁପି (2.5 ଗ୍ରାମ), ମାନକୋଜେବ୍ 50 ଡବ୍ଲୁପି + କାର୍ବେଣ୍ଡାଜିମ୍ 50 ଡବ୍ଲୁପି (1 ଗ୍ରାମ), କାର୍ବକ୍ସିନ୍ 37.5 ଡବ୍ଲୁପି + ଥିରାମ 37.5 ଡବ୍ଲୁପି (1.5 ଗ୍ରାମ) ଏବଂ ଟେବୁକୋନାଜୋଲ 2 ଡିଏସ୍ (1.5 ଗ୍ରାମ) ସହିତ ବିହନ ଉପଚାର ଦ୍ୱାରା ସମ୍ପୂର୍ଣ୍ଣ ରୋଗ ନିୟନ୍ତ୍ରଣ ହାସଲ କରାଯାଇଥିଲା।

ଏହାର କାରଣ କଣ

ଲକ୍ଷଣଗୁଡିକ ପାଥୋଜେନ ଉଷ୍ଟିଲାଗୋ ସେଗେଟମ୍ କିସମ-ହୋର୍ଡେ ଦ୍ଵାରା ହୋଇଥାଏ। ଏହା ବାହ୍ୟ ଭାବରେ ବିହନ-ବାହିତ ହୋଇଥାଏ, ଅର୍ଥାତ୍ ରୋଗଗ୍ରସ୍ତ ଗଛର କେଣ୍ଡା ସୁସ୍ଥ ମଞ୍ଜି ପୃଷ୍ଠରେ ସ୍ପୋରସ୍ ବିସ୍ତାର କରନ୍ତି। ଯେତେବେଳେ ଅମଳ ପରେ ବାର୍ଲି ମଳିବା ସମୟରେ ସ୍ପୋର/ରେଣୁ ଭାଙ୍ଗି ଖୋଲିଯାଇଥାଏ ସେତେବେଳେ ଅନେକ ସ୍ପୋର/ରେଣୁ ବାହାରିଥାଏ। ଅନେକ ସ୍ପୋରସ୍ ସୁସ୍ଥ ଦାନା ଉପରେ ରହିଥାଏ ଏବଂ ମଞ୍ଜି ବୁଣାଯିବା ପର୍ଯ୍ୟନ୍ତ ଶୁଖିଲା ରହିଥାଏ। ଯେତେବେଳେ ବାର୍ଲି ମଞ୍ଜି ଅଙ୍କୁରିତ ହୋଇଥାଏ ସ୍ପୋରସ୍ ମଧ୍ୟ ଅଙ୍କୁରିତ ହେବାକୁ ଲାଗେ ଏବଂ ଚାରାକୁ ସଂକ୍ରମିତ କରିଥାଏ। ଏକ ଉଷ୍ମ, ଆର୍ଦ୍ର, ଅମ୍ଳୀୟ ମାଟି ବିହନ ସଂକ୍ରମଣକୁ ସାହାଯ୍ୟ କରିଥାଏ। ଏହି ରୋଗ ଅଙ୍କୁରିତ ଅବସ୍ଥାରେ ମୃତ୍ତିକାର ତାପମାତ୍ରା 10 ° C ରୁ 21 ° C ଦ୍ଵାରା ତ୍ୱରାନ୍ୱିତ ହୋଇଥାଏ। ଆଚ୍ଛାଦିତ ସ୍ମଟ୍ ବେଳେବେଳେ ଖାଲି ସ୍ମଟ୍ ଠାରୁ ଚିହ୍ନିବା କଷ୍ଟକର ଅଟେ।


ସୁରକ୍ଷାତ୍ମକ ଉପାୟ

  • ଉପଲବ୍ଧ ଥିଲେ ପ୍ରତିରୋଧକ କିସମ ବ୍ୟବହାର କରନ୍ତୁ। ଲଗାଇବା ପାଇଁ ରୋଗମୁକ୍ତ ବିହନ ସାମଗ୍ରୀ ବ୍ୟବହାର କରନ୍ତୁ। ମଧ୍ୟମ ଶୁଖିଲା ମାଟିରେ ଆପଣଙ୍କ ବିହନ ବୁଣନ୍ତୁ। 2.5 ସେମି ଗଭୀରତାରେ ମଞ୍ଜି ବୁଣିବା ଦ୍ୱାରା ରୋଗ ହେବା କମିଯାଇପାରେ। ସମ୍ଭବ ହେଲେ ଅମ୍ଳୀୟ ମାଟି ଅପେକ୍ଷା ନିରପେକ୍ଷ କିମ୍ବା କ୍ଷାରୀୟ ମାଟିରେ ବାର୍ଲି ଲଗାନ୍ତୁ। ପ୍ରଭାବିତ ଗଛକୁ କାଢି ଦିଅନ୍ତୁ ଏବଂ ପୋଡ଼ି ଦିଅନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ