ବାର୍ଲି

ରାମୁଲାରିଆ ପତ୍ର ଦାଗ

Ramularia collo-cygni

ଫିମ୍ପି

5 mins to read

ସଂକ୍ଷେପରେ

  • ଋତୁର ବିଳମ୍ବ ସମୟରେ ପତ୍ର ଫଳକ ଓ ପତ୍ରାଛଦ ଉପରେ ବାଦାମି ଚାରିକୋଣିଆ ଦାଗ ଦେଖାଯାଏ। ରୋଗର ବିଳମ୍ବ ଅବସ୍ଥାରେ, ଏହି ଦାଗ ପରସ୍ପର ମିଶିଥାଏ ଏବଂ ଅଧିକ ସ୍ଥାନ କିମ୍ବା ଟିସୂ ବିଗଳିତ ହୋଇଥାଏ। ସବୁଜ ପତ୍ରର କ୍ଷତି ଅକାଳ କ୍ଷୟ ଓ ଅମଳ ହ୍ରାସ କରାଇ ଥାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ
ବାର୍ଲି

ବାର୍ଲି

ଲକ୍ଷଣ

ଗଛର ସହଳ ଅଭିବୃଦ୍ଧି ସମୟରେ କବକର ସଂକ୍ରମଣ ହୋଇପାରେ, କିନ୍ତୁ ପ୍ରାଥମିକ ଲକ୍ଷଣ କେବଳ ବିଳମ୍ବ ଋତୁରେ ଦେଖାଯାଏ। ରୋଗର ସହଳ ଅବସ୍ଥାରେ, ଛୋଟ, ବାଦାମି ଅନିୟମିତ "ପେପ୍ପର ଦାଗ" (ଗୋଲ ମରିଚ ପରି ଦାଗ) ପତ୍ର ଫଳକ ଓ ପତ୍ରାଛଦରେ ଦେଖାଯାଏ। ପରେ, ଏହି ଦାଗ ବଢିଥାଏ ଏବଂ 1 ରୁ 3 ମିମି ଆକାରର ଚାରିକୋଣିଆ, ଲାଲ-ବାଦାମି ବିଗଳିତ ଦାଗ ହୋଇଥାଏ। ଏହି ଦାଗ ପତ୍ର ଶିରା ମଧ୍ୟରେ ସୀମିତ ଥାଏ, ଫିକା ବାଦାମି କିମ୍ବା ହଳଦିଆ ବଳୟ ଦ୍ଵାରା ଘେରି ରହି ପତ୍ର ଫଳକର ଉଭୟ ପଟେ ଦେଖାଯାଇ ଥାଏ। ରୋଗର ବିଳମ୍ବ ଅବସ୍ଥାରେ, ଏହି ଦାଗ ପରସ୍ପର ମିଶି ଅଧିକ ଗାଢ ହୋଇଥାଏ ଏବଂ ପତ୍ରର ଅଧିକ ସ୍ଥାନ କିମ୍ବା ଟିସୂ ବିଗଳିତ ହୋଇଥାଏ। ପତ୍ରାଛଦ ଏବଂ କେଣ୍ଡା ଶୁଙ୍କ ରେ ମଧ୍ୟ ଲକ୍ଷଣ ଦେଖାଯାଇଥାଏ। ଏକ ଜବ କାଚ ବ୍ୟବହାର କରିଲେ ପତ୍ରର ତଳପଟେ ଧଳା କବକ ବୃଦ୍ଧି ଦେଖାଯାଏ। ପତ୍ରର କ୍ଷତି ଅକାଳ ପତ୍ର କ୍ଷୟ ଓ ଅମଳ ହ୍ରାସ କରାଇ ଥାଏ।

Recommendations

ଜୈବିକ ନିୟନ୍ତ୍ରଣ

ଆମେ ଦୁଃଖିତ ଯେ ରାମୁଲାରିଆ କୋଲୋ-ସିଗ୍ନି ପାଇଁ କୌଣସି ବିକଳ୍ପ ଉପଚାର ବିଷୟରେ ଆମେ ଜାଣି ନାହୁଁ। ଯଦି ଆପଣ ଏହି ରୋଗ ଦମନ ବିଷୟରେ କିଛି ଜାଣିଛନ୍ତି, ଦୟାକରି ଆମ ସହିତ ସମ୍ପର୍କ କରନ୍ତୁ। ଆପଣଙ୍କ ଠାରୁ ଶୁଣିବା ପାଇଁ ଆଶା ରଖିଛୁ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଲକ୍ଷଣ ଜଣା ପଡିଲେ ନିରାକରଣ ପଦକ୍ଷେପ ଓ ସୁରକ୍ଷାତ୍ମକ ବିକଳ୍ପ ଭାବରେ ଟ୍ରାଇଆଜୋଲ ଭିତ୍ତିକ କବକନାଶୀ ପତ୍ର ସିଞ୍ଚନ କରାଯାଇ ପାରେ। ବର୍ତ୍ତମାନ ମିଳୁଥିବା ବିହନ ଉପଚାର କବକ ଉପରେ ନଗଣ୍ୟ ପ୍ରଭାବ ପକାଇ ଥାଏ।

ଏହାର କାରଣ କଣ

ରାମୁଲାରିଆ କୋଲୋ-ସିଗ୍ନି ନାମକ କବକ ଦ୍ଵାରା ଏହି ଲକ୍ଷନହୋଇଥାଏ, ଯାହାକି ବିହନ, ସହାୟକ ଗଛ, ଅନ୍ୟ ଶସ୍ୟ ପୋଷକ କିମ୍ବା ମାଟିରେ ଗଛ ଅବଶେଷରେ ବଞ୍ଚିରହି ପାରେ। ପବନ ଓ ବର୍ଷା ଦ୍ଵାରା ରେଣୁ ବିସ୍ତାର ଲାଭ କରିଥାଏ। ଯଦିଓ ଗଛର ଯେ କୌଣସି ଅବସ୍ଥାରେ ସଂକ୍ରମଣ ହୋଇପାରେ, ଲକ୍ଷଣ କେବଳ ବିଳମ୍ବ ଋତୁରେ ଗଛର ଜନନ ଅବସ୍ଥାରେ ଦେଖାଯାଏ। ପତ୍ରରେ ଥିବା ପ୍ରାକୃତିକ ଛିଦ୍ର ଦେଇ କବକ ଗଛ ମଧ୍ୟରେ ପ୍ରବେଶ କରି ଅନ୍ତଃ ଟିସୁରେ ବସତି ସ୍ଥାପନ କରିଥାଏ ଏବଂ ଗଛ ପାଇଁ ଏକ ବିଷାକ୍ତ ପଦାର୍ଥ ସୃଷ୍ଟି କରିଥାଏ। ଅଙ୍କୁରଣ ଓ ବିକାଶ ପାଇଁ କବକ ପତ୍ର ପୃଷ୍ଠରେ ଆର୍ଦ୍ରତା (ବର୍ଷା କିମ୍ବା କାକର ପରେ ପତ୍ର ଆର୍ଦ୍ରତା) ଆବଶ୍ୟକ କରିଥାଏ। କାକର ସହିତ ଆର୍ଦ୍ର ପାଣିପାଗ କିମ୍ବା ଉଷ୍ଣ ଦିନ କବକ ବୃଦ୍ଧି ଓ ସଂକ୍ରମଣ ହାର ବଢାଇ ଥାଏ।


ସୁରକ୍ଷାତ୍ମକ ଉପାୟ

  • ସୁସ୍ଥ ଗଛରୁ କିମ୍ବା ପ୍ରାମାଣିକ ସୂତ୍ରରୁ ବିହନ ବ୍ୟବହାର କରନ୍ତୁ। ସ୍ଥାୟୀ ଏବଂ ପ୍ରତିରୋଧୀ କିସମ ଲଗାନ୍ତୁ। ଫସଲ ଘଞ୍ଚତା କମ କରିବା ସୁନିଶ୍ଚିତ କରନ୍ତୁ। ରୋଗର ଯେ କୌଣସି ଲକ୍ଷଣ ପାଇଁ ଜମି ନିରୀକ୍ଷଣ କରନ୍ତୁ। ପୋଷକ ନଥିବା ଗଛ ସହିତ ଫସଲ ପର୍ଯ୍ୟାୟ କରନ୍ତୁ ଏବଂ ବାର୍ଲି, ଓଟ କିମ୍ବା ରାଇ ଚାଷ ଏଡାନ୍ତୁ। ଅମଳ ପରେ ଖୁଣ୍ଟା କାଢି ନଷ୍ଟ କରି ଦିଅନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ