ବାର୍ଲି

ବାର୍ଲିର ବାଦାମି କଳଙ୍କି

Puccinia hordei

ଫିମ୍ପି

5 mins to read

ସଂକ୍ଷେପରେ

  • ଛୋଟ, କମଳା- ବାଦାମି ବ୍ରଣ ପତ୍ରର ଉପର ପଟେ ଦେଖାଯାଏ, ବ୍ରଣ ହାଲୁକା ବଳୟ ଦ୍ଵାରା ଘେରି ରହିଥାଏ। ପତ୍ରର ତଳ ପଟେ କଳା ବ୍ରଣ ଥାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ
ବାର୍ଲି

ବାର୍ଲି

ଲକ୍ଷଣ

ପତ୍ରର ଉପର ପାର୍ଶ୍ଵରେ ବିଳମ୍ବ ଶୀତ ଋତୁ ରୁ ବସନ୍ତ ଋତୁ ରେ ଛୋଟ, ଗୋଲାକାର, କମଳା-ବାଦାମି ବ୍ରଣ ପ୍ରାଥମିକ ଲକ୍ଷଣ ଭାବେ ବିଛୁରିତ ହୋଇ ରହିଥାଏ। ଏହା ରେଣୁ ଧାରଣ କରିଥାଏ ଯାହାକି ବାର୍ଲି ଫସଲରେ ସଂକ୍ରମଣ ପ୍ରକ୍ରିୟା ସମ୍ପାଦନ କରିଥାଏ। ବେଳେବେଳେ ଏହି ବ୍ରଣ କାଣ୍ଡ, ପତ୍ରାଛଦ, ଏବଂ କେଣ୍ଡାରେ ବିକଶିତ ହୋଇଥାଏ। ଅନେକ ସମୟରେ ଏକ ହଳଦିଆ କିମ୍ବା ସବୁଜ ବଳୟ ଏହାକୁ ଘେରି ରହିଥାଏ। ଋତୁର ବିଳମ୍ବରେ (ବିଳମ୍ବ ବସନ୍ତ କିମ୍ବା ସହଳ ଗ୍ରୀଷ୍ମ) ଛୋଟ, କଳା ବ୍ରଣ କ୍ରମଶଃ ପତ୍ରର ତଳପଟେ ବିକଶିତ ହୋଇଥାଏ। ଏହି ବ୍ରଣ ରେଣୁ ଧାରଣ କରିଥାଏ ଯାହାକି ପରେ ଫସଲ ଖୁଣ୍ଟ କିମ୍ବା ବିକଳ୍ପ ପୋଷକରେ ଚକ୍ର ପୁନଃ ଆରମ୍ଭ କରିବାକୁ ବଞ୍ଚି ରହିଥାଏ। କଳା ବ୍ରଣ ହାଲୁକା ବାଦାମି ବ୍ରଣ ପରି ନୁହେଁ, କଳା ବ୍ରଣ ଆଙ୍ଗୁଠିରେ ଘଷିଲେ ଗୁଣ୍ଡ ହୁଏନାହିଁ।

Recommendations

ଜୈବିକ ନିୟନ୍ତ୍ରଣ

ଆଜି ପର୍ଯ୍ୟନ୍ତ, ବାର୍ଲିରେ ବାଦାମି କଳଙ୍କି ପାଇଁ କୌଣସି ଜୈବିକ ନିୟନ୍ତ୍ରଣ ଉପଲବ୍ଧ ନାହିଁ। ଯଦି ଆପଣ କିଛି ଜାଣିଛନ୍ତି, ଦୟାକରି ସମ୍ପର୍କ କରନ୍ତୁ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ପ୍ରୋଥିଓକୋନାଜଳ ଭିତ୍ତିକ ସୁରକ୍ଷାକାରୀ କବକନାଶୀ ଦ୍ଵାରା ସମୟ ଅନୁସାରେ ସିଞ୍ଚନ ବାଦାମି କଳଙ୍କି ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ବାର୍ଲିରେ ପତ୍ର କଳଙ୍କି ଉପଚାର ପାଇଁ ଅନେକ ଗୁଡିଏ ପତ୍ର ସିଞ୍ଚନ କବକନାଶୀ ମିଳିଥାଏ। ଉତ୍ତମ ଦମନ ପାଇଁ, ପତ୍ର କଳଙ୍କି ପ୍ରଥମେ ଜଣା ପଡିଲେ ପ୍ରୟୋଗ କରନ୍ତୁ। ଋତୁ କଳଙ୍କି ରୋଗ ପାଇଁ ଅନୁକୂଳ ହେଲେ ଅତିରିକ୍ତ ପ୍ରୟୋଗ ଆବଶ୍ୟକ ହୋଇଥାଏ।

ଏହାର କାରଣ କଣ

ବାର୍ଲିରେ କଳଙ୍କି କରୁଥିବା ଚାରୋଟି ପ୍ରକାର ମଧ୍ୟରୁ ଗୋଟିଏ କବକ ପକ୍ସିନିଆ ହୋରଦେଇ ଦ୍ଵାରା ଏହି ଲକ୍ଷଣ ସୃଷ୍ଟି ହୋଇଥାଏ। ଏହି ଜୀବାଣୁ କେବଳ ସବୁଜ ଗଛରେ ବଢିପାରେ। ପକ୍ସିନିଆ ହୋରଦେଇ ବିଳମ୍ବ ପିଲ ଏବଂ ବିକଳ୍ପ ପୋଷକ ଯଥା- ଷ୍ଟାର ଅଫ ବେଥେଲେମ (ଅରନିଥୋଗାଲମ ଅମ୍ବେଲାଟମ) ରେ ବଞ୍ଚି ରହିଥାଏ। ଉଚ୍ଚ ଆର୍ଦ୍ରତା ଏବଂ ବାରମ୍ବାର ବୃଷ୍ଟିପାତ ସହିତ ଉଷ୍ଣ ତାପମାତ୍ରା (15° ରୁ 22°C) ରୋଗର ବିକାଶକୁ ଅନୁକୂଳ କରିଥାଏ, ଯେତେବେଳେ ପବନ ସ୍ରୋତ ରେଣୁ ବିସ୍ତାରକୁ ସାହାଯ୍ୟ କରିଥାଏ। ବାର୍ଲିରେ ବାଦାମି କଳଙ୍କିର ସାଂଘାତିକ ଆକ୍ରମଣ ମୁଖ୍ୟତଃ ବିଳମ୍ବ ଋତୁରେ ହୋଇଥାଏ, ବିଶେଷ କରି ଯଦି ଯବକ୍ଷାରଜାନ ଅଧିକ ହାରରେ ପ୍ରୟୋଗ କରାଯାଇଛି। ସହଳ ବୁଣା ଅପେକ୍ଷା ବିଳମ୍ବରେ ବୁଣାଯାଇ ଥିବା ଫସଲ ରେ ସଂକ୍ରମଣ ସାଂଘାତିକ ହୋଇଥାଏ ବିଶେଷ କରି ଯେତେବେଳେ ରାତ୍ରି ତଥାପି ଉଷ୍ଣ ଥାଏ। ଯାହାହେଲେ ମଧ୍ୟ, ଯଦି ଫସଲ କବକନାଶୀ ଦ୍ଵାରା ଉପଚାରିତ ହୋଇଥାଏ, ବାଦାମି କଳଙ୍କି ବାର୍ଲିରେ କ୍ଵଚିତ ଲାଗିଥାଏ।


ସୁରକ୍ଷାତ୍ମକ ଉପାୟ

  • ପ୍ରତିରୋଧୀ କିସମ ଲଗାନ୍ତୁ, ଯେହେତୁ ଜୀବାଣୁର ଜୀବନ ଚକ୍ର ଭାଙ୍ଗିବା ପାଇଁ ଏହା ସବୁଠୁ ଅଧିକ ପ୍ରଭାବଶାଳୀ ଉପାୟ। ସହଳ ରୋପଣ ଏଡାନ୍ତୁ। ସହଳ ବସନ୍ତରେ ଲକ୍ଷଣ ପାଇଁ ଜମି ନିରୀକ୍ଷଣ କରିବା ଆରମ୍ଭ କରନ୍ତୁ। ଆଗାମୀ ବର୍ଷରେ ସଂକ୍ରମଣକୁ ଏଡାଇବା ପାଇଁ ଅମଳ ପରେ ସହାୟକ ଓ ବିକଳ୍ପ ପୋଷକ କାଢି ଦିଅନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ