ଅନ୍ୟ

ରାଇଙ୍କୋସ୍ପୋରିଅମ

Rhynchosporium secalis

ଫିମ୍ପି

5 mins to read

ସଂକ୍ଷେପରେ

  • ପାଣ୍ଡୁର, ଅନିୟମିତ କିମ୍ବା ଠିକିରି-ଆକାରର କ୍ଷତ ଦାଗ ପୁରୁଣା ପତ୍ରରେ ବିସ୍ତାରିତ ହୋଇଥାଏ। ଦାଗର କେନ୍ଦ୍ର ଶୁଖିଯାଏ ଏବଂ ଧଳା ହୋଇଯାଏ, ଧାର ମାଟିଆ ହୋଇଯାଏ। ଦାଗ ବଢିଥାଏ ଓ ପରସ୍ପର ସହିତ ମିଶି ପତ୍ରର ଅଧିକାଂଶ ସ୍ଥାନ ଆବରଣ କରିଥାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ
ବାର୍ଲି

ଅନ୍ୟ

ଲକ୍ଷଣ

ରାଇଙ୍କୋସ୍ପୋରିଆମ ସଂକ୍ରମଣ ଦ୍ଵାରା ଅଙ୍କୁର/ଗଜା ଆବରଣ, ପତ୍ର, ପତ୍ରାଛଦ, ତଷୁ, ଫୁଲର ଉପ-ପତ୍ର, ଏବଂ ଶୁଙ୍କ (ଫୁଲରୁ ବାହାରିଥିବା କେଶ ଭଳି ଅଂଶ)ରେ ଦାଗ ଦେଖାଯାଏ। ପତ୍ର ଫଳକ ଓ ପୁରୁଣା ପତ୍ର ଡେମ୍ଫ ଉପରେ ପ୍ରାଥମିକ ଲକ୍ଷଣ ଭାବେ ପାଣ୍ଡୁର, ଅନିୟମିତ କିମ୍ବା ଠିକିରି-ଆକାରର ଦାଗ (1 -2ସେମି) ଦେଖାଯାଏ। ତାହାପରେ, ଏହା ପାଣିଚିଆ ଧୂସର ଦାଗରେ ପରିଣତ ହୋଇଥାଏ। ପରେ, ଦାଗର କେନ୍ଦ୍ର ଶୁଖିଯାଏ ଓ ବର୍ଣ୍ଣହୀନ ହୋଇଯାଏ ଏବଂ ଫିକା ଧୂସର, ତାମ୍ର କିମ୍ବା ଧଳା ବର୍ଣ୍ଣରେ ପରିଣତ ହୋଇଥାଏ। ତାହାର ଧାର ଗାଢ ବାଦାମିରେ ପରିଣତ ହୋଇଥାଏ ଏବଂ ଏକ ହଳଦିଆ ପାଣ୍ଡୁର ବଳୟ ଦ୍ଵାରା ଘେରି ରହିଥାଏ। ଏହା ବଢିବା ସମୟରେ, ଦାଗ ପରସ୍ପର ମିଶି ଅଣ୍ଡାକାର ଠାରୁ ଚାରିକୋଣିଆ ପର୍ଯ୍ୟନ୍ତ ଏବଂ ପତ୍ର ଶିରା ମଧ୍ୟରେ ସୀମିତ ରହେ ନାହିଁ। ସାଂଘାତିକ ସଂକ୍ରମଣ କିମ୍ବା ବିଳମ୍ବ ଅବସ୍ଥାରେ, ନୂଆ ପତ୍ର ଓ ଫୁଲ କେଣ୍ଡା ମଧ୍ୟ ସଂକ୍ରମିତ ହୋଇପାରେ। ଫୁଲ ସଂକ୍ରମଣ କ୍ଷେତ୍ରରେ, ଶୁଙ୍କର ମୂଳରେ ଫିକା ତାମ୍ର କେନ୍ଦ୍ର ଓ ଗାଢ ବାଦାମି ଧାର ସହିତ ଦାଗ ସୃଷ୍ଟି ହୋଇଥାଏ।

Recommendations

ଜୈବିକ ନିୟନ୍ତ୍ରଣ

ଆମେ ଦୁଃଖିତ ଯେ ରାମୁଲାରିଆ କୋଲୋ-ସିଗ୍ନି ପାଇଁ କୌଣସି ବିକଳ୍ପ ଉପଚାର ବିଷୟରେ ଆମେ ଜାଣି ନାହୁଁ। ଯଦି ଆପଣ ଏହି ରୋଗ ଦମନ ବିଷୟରେ କିଛି ଜାଣିଛନ୍ତି, ଦୟାକରି ଆମ ସହିତ ସମ୍ପର୍କ କରନ୍ତୁ। ଆପଣଙ୍କ ଠାରୁ ଶୁଣିବା ପାଇଁ ଆଶା ରଖିଛୁ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। କବକନାଶୀ ଦ୍ଵାରା ବିହନ ଉପଚାର ସହଳ ଋତୁରେ ସଂକ୍ରମଣର ସମ୍ଭାବନାକୁ କମାଇ ଥାଏ। ବିଭିନ୍ନ କାର୍ଯ୍ୟ ପ୍ରଣାଳୀ ଥିବା କବକନାଶୀ ଗ୍ରୁପ ଷ୍ଟ୍ରୋବିଲୁରିନ ଏବଂ ଆନିଲିନୋପାଇରିମିଡିନ ଗ୍ରୁପର ମିଶ୍ରଣ ବ୍ୟବହାର କରନ୍ତୁ।

ଏହାର କାରଣ କଣ

ରାଇଙ୍କୋସ୍ପୋରିଆମ ଏକ ବିହନ-ବାହିତ କବକ ଅଟେ, ଯାହା ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ଗଛ ଅବଶେଷ କିମ୍ବା ସହାୟକ ଗଛ ଭଳି ସଂକ୍ରମିତ ପୋଷକ ଅବଶେଷରେ ବଞ୍ଚି ରହିପାରେ। ରେଣୁ ବର୍ଷା ଦ୍ଵାରା କିଛି ଦୂର ପର୍ଯ୍ୟନ୍ତ ଓ ପବନ ଦ୍ଵାରା କମ ଦୂରତା ପର୍ଯ୍ୟନ୍ତ ବିସ୍ତାର ଲାଭ କରିଥାଏ। ରେଣୁ ସୃଷ୍ଟି ଓ ସଂକ୍ରମଣ 5°C ଓ 30°C ତାପମାତ୍ରା ମଧ୍ୟରେ ହୋଇଥାଏ। ପରିବେଶର ଅନୁକୂଳ ପରିସ୍ଥିତି ହେଉଛି 15°C ଏବଂ 20°C ମଧ୍ୟରେ ତାପମାତ୍ରା ଓ 7 ରୁ 10 ଘଣ୍ଟା ପତ୍ର ଆର୍ଦ୍ରତା। ପ୍ରଥମେ ଲକ୍ଷଣ ଦେଖାଯାଏ ଏବଂ ଅଧିକ ତାପମାତ୍ରାରେ ସାଂଘାତିକ ହୋଇଥାଏ। ଥୋଡ ପତ୍ର ଓ ଠିକ ତାହାର ତଳେ ଥିବା ଦୁଇଟି ପତ୍ର ସିଧାସଳଖ ପ୍ରଭାବିତ ହୋଇଥାଏ, ଅମଳ ହ୍ରାସ ହୋଇଥାଏ। ଯଦି ଗୁପ୍ତ ସଂକ୍ରମଣ (ଲକ୍ଷଣହୀନ) ହୋଇଥାଏ, ଜୀବାଣୁ ଋତୁ ପରେ ଋତୁ ଗଛ ଅବଶେଷରେ ବଞ୍ଚି ରହିପାରେ।


ସୁରକ୍ଷାତ୍ମକ ଉପାୟ

  • ଯଦି ଆପଣଙ୍କ ଅଞ୍ଚଳରେ ଉପଲବ୍ଧ ଅଛି ସହନଶୀଳ କିସମ ବ୍ୟବହାର କରନ୍ତୁ। ଶୀତ ଦିନିଆ ବାର୍ଲି ଓ ରାଇକୁ ବିଳମ୍ବରେ ଲଗାନ୍ତୁ। ଜମିରେ ଓ ଚାରିପଟେ ବାଳୁଙ୍ଗା ନିୟନ୍ତ୍ରଣ କରନ୍ତୁ। ଯେତେବେଳେ କବକର ଅନୁକୂଳ ପରିସ୍ଥିତି ଆସିଥାଏ, ରୋଗର ଲକ୍ଷଣ ପାଇଁ ଗଛ କିମ୍ବା ଜମି ଯାଞ୍ଚ କରନ୍ତୁ। ପୋଷକ ନଥିବା ଗଛ ସହିତ ଫସଲ ପର୍ଯ୍ୟାୟ କରନ୍ତୁ। ଗଛ ଅବଶେଷକୁ ମାଟିରେ ପୋତିଦେବା ପାଇଁ ଗଭୀର ହଳ କରନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ