ପିଆଜ

ପିଆଜର ବାଇଗଣୀ ଦାଗ

Alternaria porri

ଫିମ୍ପି

5 mins to read

ସଂକ୍ଷେପରେ

  • ଛୋଟ, ଅନିୟମିତ, ଖାଲୁଆ ଏବଂ ଧଳା ଦାଗ ପୁରୁଣା ପତ୍ର ଓ ଡେମ୍ଫରେ ଦେଖାଯାଏ। ଉଚ୍ଚ ଆର୍ଦ୍ରତାରେ ଦାଗ କେନ୍ଦ୍ରରେ ଫିକା ଓ ଗାଢ ଏକ କୈନ୍ଦ୍ରିକ ଅଞ୍ଚଳ ସହିତ ଦୀର୍ଘବୃତ୍ତାକାର ମାଟିଆ କିମ୍ବା ବାଇଗଣୀ ଦାଗରେ ପରିଣତ ହୋଇଥାଏ। ପତ୍ର କିମ୍ବା ଫୁଲ ଡେମ୍ଫ ଝାଉଁଳି ଥାଏ ଏବଂ ମରିଯାଏ।.

ମଧ୍ୟ ଦେଖା ଯାଇପାରେ

2 ଫସଲ ଗୁଡିକ
ରସୁଣ
ପିଆଜ

ପିଆଜ

ଲକ୍ଷଣ

ଅନୁକୂଳିତ ଆପେକ୍ଷିକ ଆର୍ଦ୍ରତା ଉପରେ ମୁଖ୍ୟତଃ ଲକ୍ଷଣ ନିର୍ଭର କରିଥାଏ। ଛୋଟ, ଅନିୟମିତ, ଖାଲୁଆ ଧଳା ଦାଗ ପ୍ରଥମେ ପୁରୁଣା ପତ୍ର ଏବଂ ଫୁଲ ଡେମ୍ଫରେ ଦେଖାଯାଏ। ଯଦି ଆପେକ୍ଷିକ ଆର୍ଦ୍ରତା କମ ଥାଏ, ଆଉ କିଛି ପରିବର୍ତ୍ତନ ଦେଖାଯାଏ ନାହିଁ। କିନ୍ତୁ ଉଚ୍ଚ ଆପେକ୍ଷିକ ଆର୍ଦ୍ରତାରେ କେନ୍ଦ୍ରରେ ଫିକା ଓ ଗାଢ ଏକ କୈନ୍ଦ୍ରିକ ଅଞ୍ଚଳ ସହିତ ଦୀର୍ଘବୃତ୍ତାକାର ମାଟିଆ କିମ୍ବା ବାଇଗଣୀ ଦାଗରେ ପରିଣତ ହୋଇଥାଏ। ସମୟ କ୍ରମେ, ଏହି ଦାଗ କିଛି ସେମି ପର୍ଯ୍ୟନ୍ତ ପ୍ରସାରିତ ହୋଇପାରେ ଓ ହଳଦିଆ ଧାର ରହିପାରେ। ଦାଗ ପରସ୍ପର ମିଶି ପତ୍ର କିମ୍ବା ଫୁଲ ଡେମ୍ଫକୁ ଘେରି ରହିପାରେ ଏବଂ ଝାଉଁଳା ଓ ମୃତ୍ୟୁ ମଧ୍ୟ କରିପାରେ। ଯଦି ଅମଳ ସମୟରେ ବେକ ପାଖରେ ଆଘାତ ହୋଇଥାଏ, ବଲ୍ବ ମଧ୍ୟ ସଂକ୍ରମିତ ହୋଇପାରେ। ଭଣ୍ଡାରରେ ସଂରକ୍ଷଣ ସମୟରେ ବଲ୍ବର ବାହ୍ୟ ଓ ଅନ୍ତଃ ଅଂଶରେ ଗାଢ ହଳଦିଆ ରୁ ଲାଲ, ସ୍ପଞ୍ଜ ଭଳି ପଚା ଦେଖାଯାଏ। ପିଆଜ, ରସୁଣ ଓ ଲିକ ଏହି ରୋଗ ଦ୍ଵାରା ପ୍ରଭାବିତ ହୋଇପାରେ।

Recommendations

ଜୈବିକ ନିୟନ୍ତ୍ରଣ

ଆଜି ପର୍ଯ୍ୟନ୍ତ, ଏହି ରୋଗ ପାଇଁ କୌଣସି ପ୍ରଭାବଶାଳୀ ଜୈବିକ ନିୟନ୍ତ୍ରଣ ଉପଲବ୍ଧ ନାହିଁ। ଆଣ୍ଟାଗୋନିଷ୍ଟିକ୍(ବିରୋଧୀ) କବକ କ୍ଲାଡୋସ୍ପୋରିୟମ୍ ହର୍ବାରମ୍ କବକ ଅଲ୍ଟାର୍ନାରିଆ ପୋରିକୁ ପ୍ରତିରୋଧ କରିବାରେ ବ୍ୟବହୃତ ହୋଇଛି, ସଂକ୍ରମଣକୁ 66.6% ହ୍ରାସ କରିଛି। ଅନ୍ୟ କବକଗୁଡିକ କମ୍ ପ୍ରଭାବଶାଳୀ ଥିଲା, ଉଦାହରଣ ସ୍ୱରୂପ ପେନିସିଲିୟମ୍ ଜାତି । (54%) ଅନେକ ବିରୋଧୀଙ୍କ ମିଶ୍ରଣ 79.1% ପର୍ଯ୍ୟନ୍ତ ହ୍ରାସ କରିପାରେ। ତଥାପି, ଏହି ଅନୁସନ୍ଧାନଗୁଡିକ ଉପରେ ଏପର୍ଯ୍ୟନ୍ତ କୌଣସି ବ୍ୟବସାୟିକ ଉତ୍ପାଦ ବିକଶିତ ହୋଇନାହିଁ | ବାଇଗଣୀ ଦାଗର ଜୈବ ନିୟନ୍ତ୍ରଣ ପାଇଁ ଆଜାଦିରାଚାଟା ଇଣ୍ଡିକା (ନିମ୍) ଏବଂ ଡାଟୁରା ଷ୍ଟ୍ରାମୋନିୟମ୍ (ଜିମସନ୍ୱିଡ୍) ର ରସ ବ୍ୟବହାର କରାଯାଇପାରିବ |

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଅଧିକାଂଶ ବ୍ୟବସାୟିକ ପିଆଜ ଫସଲକୁ ସୁରକ୍ଷାତ୍ମକ କବକନାଶୀର ବାରମ୍ବାର ପ୍ରୟୋଗ କରି ବାଇଗଣୀ ଦାଗରୁ ରକ୍ଷା କରାଯିବା ଆବଶ୍ୟକ। ବସ୍କାଲିଡ୍, କ୍ଲୋରୋଥାଲୋନିଲ୍, ଫେନାମିଡୋନ୍ ଏବଂ ମାନକୋଜେବ୍ ଆଧାରିତ କାବକାନଶୀ ଦ୍ରବଣ (ସମସ୍ତ @ 0.20 - 0.25%) ପ୍ରତିରୋପଣର ଏକ ମାସ ପରେ ଦୁଇମାସ ବ୍ୟବଧାନରେ ପ୍ରତିଷେଧକ ଭାବରେ ସ୍ପ୍ରେ କରାଯାଇପାରେ। ବାଇଗଣୀ ଦାଗର ନିୟନ୍ତ୍ରଣ ପାଇଁ କପର ଆଧାରିତ କବକନାଶୀ ପଞ୍ଜିକୃତ ହୋଇଛି, କିନ୍ତୁ ଏହା ଅତି ଫଳପ୍ରସୂ ନୁହେଁ। ପ୍ରତିରୋଧତାର ବିକାଶକୁ ଏଡାଇବା ପାଇଁ ବିଭିନ୍ନ ପରିବାରରୁ କବକନାଶୀ ବଦଳାନ୍ତୁ।

ଏହାର କାରଣ କଣ

ଅଲ୍ଟର୍ନାରିଆ ପୋରି ନାମକ କବକ ଦ୍ଵାରା ଏହି ବାଇଗଣୀ ଦାଗ ସୃଷ୍ଟି ହୋଇଥାଏ। ଶୀତଋତୁରେ ଏହା ସଂକ୍ରମିତ ଫସଲ ଅବଶେଷ କିମ୍ବା ଭୂମି ପୃଷ୍ଠ ପାଖରେ ବଞ୍ଚି ରହିଥାଏ। ବସନ୍ତ ଋତୁରେ ହେଉଥିବା ଉଷ୍ମ, ଆର୍ଦ୍ର ପରିସ୍ଥିତି ସୃଷ୍ଟି ହେବା ବେଳେ ଏହା ରେଣୁ ସୃଷ୍ଟି କରିବା ସହିତ ଜୀବନ ଚକ୍ର ସମ୍ପାଦନ କରିଥାଏ। ପବନ, ଜଳସେଚନ କିମ୍ବା ବର୍ଷା ଛିଟରେ ରେଣୁ ସୁସ୍ଥ ଗଛ ଏବଂ ଜମିକୁ ଯାଇଥାଏ। ଆପେକ୍ଷିକ ଆର୍ଦ୍ରତା 80 -90 % ଏବଂ ତାପମାତ୍ରା 21-30ºCର ଅନୁକୂଳ ପରିସ୍ଥିତିରେ ଏହି ରୋଗ ହୋଇଥାଏ। ସ୍ଥାନର ପରିସ୍ଥିତି ଏବଂ ଋତୁ ଉପରେ ଏହି ରୋଗର ମାତ୍ରା ନିର୍ଭର କରିଥାଏ। ଷ୍ଟେମ୍ଫିଲିଆମ ପୋଡା ରୋଗ ସହିତ ଯେତେବେଳେ ଏହି ରୋଗ ହୋଇଥାଏ, ଏଥିରେ କ୍ଷତି ଗୁରୁତର ହୋଇଥାଏ। ତ୍ବଚାବରଣ ବା କ୍ୟୁଟିକ୍ଳର ମୋଟେଇ ଯୋଗୁଁ ବାଇଗଣୀ ଦାଗ ପ୍ରତି ପ୍ରତିରୋଧକତା ସୃଷ୍ଟି ହୋଇଥାଏ। ଜମିରେ କାମ କିମ୍ବା ବାଲି ଝଡ ବେଳେ ଗଛରେ ଆଘାତ ଆସିଲେ ପ୍ରତିରୋଧକତା କମିଯାଇ ପାରେ।


ସୁରକ୍ଷାତ୍ମକ ଉପାୟ

  • ପ୍ରାମାଣିକ ସୂତ୍ରରୁ ମଞ୍ଜି ବ୍ୟବହାର କରିବା ନିଶ୍ଚିତ କରନ୍ତୁ। ଯଦି ସମ୍ଭବ, ସହଳ ବୁଣନ୍ତୁ ଏବଂ ପ୍ରତିରୋପଣ କରନ୍ତୁ। ଉପଲବ୍ଧ ଥିଲେ ପ୍ରତିରୋଧକ କିସମ ବାଛନ୍ତୁ। କବକକୁ ଖରା ସଂସ୍ପର୍ଶରେ ଆଣିବା ପାଇଁ ଋତୁ ମଧ୍ୟରେ 2-3 ଥର ହଳ କରନ୍ତୁ। ପ୍ରତିରୋପଣ ସମୟରେ ଗଛ ରୁ ଗଛ ମଧ୍ୟରେ ବ୍ୟବଧାନ ବଢାନ୍ତୁ। ଶକ୍ତିଶାଳୀ ଏବଂ ସୁସ୍ଥ ଗଛ ପାଇବା ପାଇଁ ସଠିକ ନାଇଟ୍ରୋଜେନ୍ ଏବଂ ଫସଫରସ୍ ସାର ପ୍ରୟୋଗ କରନ୍ତୁ। ଜମିରେ ଓ ଚାରିପାଖରେ ବାଳୁଙ୍ଗା ନିୟନ୍ତ୍ରଣ କରନ୍ତୁ। ଅମଳ ପରେ ଅବଶେଷ ଏବଂ ସହାୟକ ଗଛଗୁଡିକ ବାହାର କରନ୍ତୁ। କ୍ଷେତରେ କାମ ସମୟରେ ଗଛକୁ ଆଘାତ ନକରିବାକୁ ଧ୍ୟାନ ଦିଅନ୍ତୁ। 2-3 ବର୍ଷର ଫସଲ ପର୍ଯ୍ୟାୟ ଜୀବାଣୁ ସଂଖ୍ୟାକୁ ଉଚ୍ଚ ସ୍ତରକୁ ଯିବାରେ ରୋକିଥାଏ। ବଲ୍ବକୁ 1-3 ° C ଏବଂ ଆର୍ଦ୍ରତା 65-70% ରେ ଏକ ଭଲ ବାୟୁ ଚଳାଚଳ କୁଲରରେ ରଖନ୍ତୁ। ପିଆଜ ଥ୍ରୀପ କୁ ନିୟନ୍ତ୍ରଣ କରନ୍ତୁ, ଯେହେତୁ ସେମାନଙ୍କ ଦ୍ଵାରା ଦୁର୍ବଳ ହୋଇଥିବା ଗଛଗୁଡିକ ଅଧିକ ରୋଗ ପ୍ରବଣ ହୋଇଥାନ୍ତି।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ