ପିଆଜ

ପିଆଜର ଷ୍ଟେମ୍ଫିଲିୟମ୍ ପତ୍ର ପୋଡା ରୋଗ

Pleospora allii

ଫିମ୍ପି

5 mins to read

ସଂକ୍ଷେପରେ

  • ପତ୍ରରେ ଛୋଟ, ପାଣି-ଭିଜା, ଧଳା ରୁ ହାଲୁକା ହଳଦିଆ ଦାଗ ଦେଖାଯାଏ। ସମୟ କ୍ରମେ, ଖାଲୁଆ, ଲମ୍ବାଳିଆ, ବାଦାମୀ ବ୍ଲଚ୍/ଦାଗ ତମ୍ବାରୁ ବାଦାମୀ କେନ୍ଦ୍ର ସହିତ ସୃଷ୍ଟି ହୋଇଥାଏ। ବଡ଼ ବିଗଳିତ ଜାଗା ଟିସୁଗୁଡିକର ବ୍ୟାପକ ପୋଡା ସୃଷ୍ଟି କରେ।.

ମଧ୍ୟ ଦେଖା ଯାଇପାରେ

2 ଫସଲ ଗୁଡିକ
ରସୁଣ
ପିଆଜ

ପିଆଜ

ଲକ୍ଷଣ

ପ୍ରାରମ୍ଭିକ ଲକ୍ଷଣଗୁଡ଼ିକରେ ପତ୍ରରେ ଛୋଟ, ପାଣି-ଭିଜା, ଧଳା ରୁ ହାଲୁକା ହଳଦିଆ ଦାଗ ଥାଏ। ସାଧାରଣତଃ, ଏହି କ୍ଷତଦାଗ ସାମ୍ପ୍ରତିକ ପବନର ଦିଗ ଆଡକୁ ଥିବା ପତ୍ରର ପାର୍ଶ୍ୱରେ ଅଧିକ ସଂଖ୍ୟାରେ ମିଳିଥାଏ। ସମୟ କ୍ରମେ, ଏହି ଛୋଟ କ୍ଷତଗୁଡ଼ିକ ପତ୍ର ଫଳକ ସହିତ ବଢିଥାଏ ଏବଂ ଏକତ୍ର ହୋଇ ଖାଲୁଆ, ଲମ୍ବାଳିଆ କିମ୍ବା ଅଣ୍ଡାକାର ଆକୃତିର, ତମ୍ବାରୁ ବାଦାମୀ ରଙ୍ଗର କେନ୍ଦ୍ର ସହିତ ବାଦାମୀ ରଙ୍ଗର ଦାଗ ହୋଇଥାଏ। ତାହାର କେନ୍ଦ୍ରରେ ଏକକୈନ୍ଦ୍ରିକ ଦାଗ ମଧ୍ୟ ବିକଶିତ ହୋଇପାରେ। ଉନ୍ନତ ଅବସ୍ଥାରେ, ବଡ଼ ବିଗଳିତ କ୍ଷେତ୍ର ଗଠିତ ହୁଏ, ଯାହା ପତ୍ର କିମ୍ବା ମଞ୍ଜି କାଣ୍ଡକୁ ଘେରି ରହିପାରେ, ଯାହା ଦ୍ଵାରା ଟିସୁଗୁଡ଼ିକର ବ୍ୟାପକ ପୋଡା କ୍ଷତ ହୋଇଥାଏ।

Recommendations

ଜୈବିକ ନିୟନ୍ତ୍ରଣ

ଆଜାଡିରାଚାଟା ଇଣ୍ଡିକା (ନିମ) ଏବଂ ଡାଟୁରା ଷ୍ଟ୍ରାମୋନିୟମ୍ (ଜିମସନ୍ ୱିଡ) ର ଜଳୀୟ ନିର୍ଯ୍ୟାସ ଷ୍ଟେମ୍ଫିଲିୟମ୍ ପତ୍ର ପୋଡା ରୋଗର ଜୈବ-ନିୟନ୍ତ୍ରଣ ପାଇଁ ବ୍ୟବହାର କରାଯାଇପାରିବ ଯାହାର ପ୍ରଭାବ ପାରମ୍ପାରିକ କବକନାଶୀ ର ପ୍ରଭାବ ସହ ପ୍ରାୟ ସମାନ ଅଟେ। ଗ୍ରୀନହାଉସ ପରିବେଶରେ, ଟ୍ରାଇକୋଡର୍ମା ହରଜିଆନମ୍ ଏବଂ ଷ୍ଟାଚିବୋଟ୍ରିସ୍ ଚାର୍ଟାରମ୍ ଆଧାରିତ ଉତ୍ପାଦଗୁଡିକର ନିରାକରଣାତ୍ମକ କିମ୍ବା ଉପଶମକାରୀ ପ୍ରୟୋଗ ରୋଗର ମାତ୍ରା ଏବଂ ଗମ୍ଭୀରତା ହ୍ରାସ କରିଥାଏ (ଉଭୟ କ୍ଷେତ୍ରରେ ପ୍ରାୟ 70%)।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଆଜୋକ୍ସିଷ୍ଟ୍ରୋବିନ୍ + ଡିଫେନୋକୋନାଜୋଲ, ବସ୍କାଲିଡ୍ + ପିରାକ୍ଲୋଷ୍ଟ୍ରୋବିନ୍, କ୍ଲୋରୋଥାଲୋନିଲ୍, ଆଇପ୍ରୋଡିଅନ୍, ମାନକୋଜେବ୍ ଏବଂ ପ୍ରୋକ୍ଲୋରାଜ୍ ଏସ୍ ଭେସିକାରିୟମର ସକ୍ରିୟ ଉପାଦାନ ଥିବା ଦ୍ରବଣ ଅଭିବୃଦ୍ଧି ହ୍ରାସ କରିବାରେ ଅତ୍ୟନ୍ତ ଫଳପ୍ରଦ ଅଟେ। କବକ ପାଇଁ ଅବସ୍ଥା (ଥଣ୍ଡା ଏବଂ ଶୁଖିଲା ପାଗ) ଅନୁକୂଳ ହେଲେ ଉପଚାର କରାଯିବା ଉଚିତ୍। ସାଧାରଣତଃ, ଉତ୍ପାଦଗୁଡିକର ବିକଳ୍ପ ସହିତ କବକନାଶୀର ପ୍ରଭାବକୁ ବୃଦ୍ଧି କରାଯାଇଥାଏ।

ଏହାର କାରଣ କଣ

ଷ୍ଟେମ୍ଫିଲିୟମ୍ ପତ୍ର ପୋଡା ପ୍ଲୋସପୋରା ଆଲି ନାମକ କବକ ଦ୍ଵାରା ହୋଇଥାଏ, (ଯାହା ପୂର୍ବରୁ ଷ୍ଟେମ୍ଫିଲିୟମ୍ ଭେସିକାରିୟମ୍ ଭାବରେ ଜଣାଶୁଣା ଥିଲା) ଯାହା ଦ୍ଵାରା ଏହି ରୋଗ ନାମିତ ହୋଇଛି। ଏହା ସଂକ୍ରମିତ ଫସଲ ଅବଶେଷ ଉପରେ ବଞ୍ଚିଥାଏ ଏବଂ ବସନ୍ତରେ ଅନୁକୂଳ ପାଣିପାଗ ଅବସ୍ଥାରେ ଅଭିବୃଦ୍ଧି ଆରମ୍ଭ କରେ | ଏହା ପରେ ଏହା ସ୍ପୋରସ୍/ରେଣୁ ଉତ୍ପାଦନ କରେ ଯାହା ପବନ ଦ୍ୱାରା ନିକଟସ୍ଥ ଉଦ୍ଭିଦଗୁଡିକରେ ବ୍ୟାପିଥାଏ। ଏହା ସାଧାରଣତଃ ମୃତ ତଥା ମରିଯାଉଥିବା ପିଆଜ ଟିସୁ ଉପରେ ଆକ୍ରମଣ କରିଥାଏ, ଯେପରିକି ପତ୍ର ଅଗ, ପୂର୍ବ ରୋଗ ଦ୍ଵାରା ସୃଷ୍ଟି ହୋଇଥିବା କ୍ଷତ, କିମ୍ବା କେବଳ ଆଘାତପ୍ରାପ୍ତ ଟିସୁ (ଯଥା କୀଟପତଙ୍ଗ କିମ୍ବା କୁଆପଥରରୁ) ଉପରେ ହୋଇଥାଏ। ଦୀର୍ଘ ସମୟ ଗରମ ଓଦା ଅବସ୍ଥା ରୋଗର ବିକାଶକୁ ଅନୁକୂଳ କରିଥାଏ। ପାଗ ଉଷ୍ମ (18 - 25 ° C) ଏବଂ ପତ୍ରର ପୃଷ୍ଠ 24 ଘଣ୍ଟାରୁ ଅଧିକ ଓଦା ହେଲେ ସୁସ୍ଥ ପତ୍ର ମଧ୍ୟ ଆକ୍ରମଣର ଶିକାର ହୋଇ ଯାଇପାରେ। ସଂକ୍ରମଣ ସାଧାରଣତଃ ପତ୍ରରେ ସୀମିତ ରହିଥାଏ ଏବଂ ବଲ୍ବ/କନ୍ଦକୁ ପ୍ରଭାବିତ କରେ ନାହିଁ। ନୂଆ ପତ୍ର ଅପେକ୍ଷା ପୁରୁଣା ପତ୍ର ଅଧିକ ସଂକ୍ରମିତ ହୋଇଥାଏ।


ସୁରକ୍ଷାତ୍ମକ ଉପାୟ

  • ପ୍ରତିରୋଧକ କିସମ ଚୟନ କରନ୍ତୁ (ଅନେକ ଉପଲବ୍ଧ)। ଦୀର୍ଘ ସମୟ ଧରି ପତ୍ରର ଆର୍ଦ୍ରତାକୁ ଏଡାଇବା ପାଇଁ ବହୁଥିବା ପବନ ଦିଗରେ ଗଛର ଧାଡି ଲଗାନ୍ତୁ। ଭଲ ବାୟୁ ପ୍ରବାହ ପାଇଁ ଉଦ୍ଭିଦ ଘନତା ହ୍ରାସ କରନ୍ତୁ। ରୋପଣ ପୂର୍ବରୁ ପର୍ଯ୍ୟାପ୍ତ ପରିମାଣର ଜଳ ନିଷ୍କାସନ ନିଶ୍ଚିତ କରନ୍ତୁ। ଅତ୍ୟଧିକ ନାଇଟ୍ରୋଜେନ/ଯବକ୍ଷାରଜାନ ପ୍ରୟୋଗରୁ ଦୂରେଇ ରୁହନ୍ତୁ ଯାହା ରୋଗର ଗମ୍ଭୀରତା ବଢାଇପାରେ। ଅମଳ ପରେ ଚାଷ ମାଧ୍ୟମରେ ଖରାପ ପିଆଜ ଓ ଫସଲ ଅବଶେଷକୁ କାଢି ପୋତିଦିଅନ୍ତୁ। 3-4 ବର୍ଷ ପାଇଁ ଫସଲ ପର୍ଯ୍ୟାୟ ପାଳନ କରନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ