ଗହମ

ଟେକ ଅଲ

Gaeumannomyces graminis

ଫିମ୍ପି

5 mins to read

ସଂକ୍ଷେପରେ

  • ଗାଢ ଚେର , କାଣ୍ଡ ଏବଂ ପାଣ୍ଡୁର ତଳ ପତ୍ର ।ଜମିରେ କୁପୋଷଣ ହୋଇଥିବା ଗଛର ଧଳା ତାଳି ବା ପେଚ୍ । ଲୋଚା ଦାନା । ଗଛ ସହଜରେ ଟାଣି ମାଟିରୁ କଢାଯାଇପାରେ ।.

ମଧ୍ୟ ଦେଖା ଯାଇପାରେ

2 ଫସଲ ଗୁଡିକ
ବାର୍ଲି
ଗହମ

ଗହମ

ଲକ୍ଷଣ

ଟେକ ଅଲ ରୋଗ ଜି ॰ ଗ୍ରାମିନିସ କବକ ଦ୍ଵାରା ହୁଏ । ପ୍ରାରମ୍ଭରେ , ଏହି ରୋଗ କଳା ଚେର ଓ କାଣ୍ଡ ଟିସୂ ଏବଂ ପାଣ୍ଡୁର ତଳ ପତ୍ର ଦ୍ଵାରା ଚିହ୍ନିତ ହୁଏ ।ଯଦି ଗଛ ଏହି ଅବସ୍ଥାରେ ବଞ୍ଚେ , ତାହା ଦୁର୍ବଳ ଭାବରେ ବଞ୍ଚେ କିମ୍ବା ଆଦୌ ନୁହେଁ , ଏବଂ ଚେରରେ କଳା ଚିହ୍ନ ଦେଖାଏ , ଯାହାକି ପରେ ଭୁଇଁ ଉପର ଅଂଶକୁ ପ୍ରସାରିତ ହୁଏ । ଚେରରେ ଗାଢ କବକ ବୃଦ୍ଧି ଦେଖାଯାଇପାରେ । ଅଧିକ ବର୍ଷାପାତ ଅଞ୍ଚଳରେ ଏବଂ ଜଳସେଚିତ ଜମିରେ ଏହି ରୋଗ କେତେକ ଧଳା କେଣ୍ଡା ଥିବା ଗହମ ଗଛର ତାଳି ବା ପେଚ୍ ସୃଷ୍ଟି କରେ ।ଚେରର ମାତ୍ରାଧିକ ପଚିବା(ଏହି ଅବସ୍ଥାରେ ଯାହାକି ପ୍ରାୟ କଳା ଥାଏ ) କାରଣରୁ ମାଟିରୁ ଗଛକୁ ସହଜରେ ଉପାଡି ଦିଆଯାଇପାରେ । ସଂକ୍ରମିତ ଗଛ ଚେପା ଦାନା ସୃଷ୍ଟି କରେ ଯାହାକି ଅଧିକାଂଶ ସମୟରେ ଅମଳ ଯୋଗ୍ୟ ହୋଇନଥାଏ ।

Recommendations

ଜୈବିକ ନିୟନ୍ତ୍ରଣ

ସୁଡୋମୋନାଶ ପରିବାରର କେତେକ ବାକ୍ଟେରିଆ ଏହି ଜୀବାଣୁକୁ ଦମନ ଫଳପ୍ରଦ ଭାବରେ କରିବାକୁ ସମର୍ଥ ଅଟନ୍ତି । ସେମାନେ ଆଣ୍ଟିବାୟୋଟିକ ସୃଷ୍ଟି କରନ୍ତି ଏବଂ ଲୌହ ଭଳି ଦରକାରୀ ପୋଷକ ପାଇଁ ପ୍ରତିଦ୍ୱନ୍ଦିତା କରନ୍ତି । ଟେକ ଅଲ ରୋଗ ପାଇଁ ଫେନାଜିନ କିମ୍ବା 2,4 - ଡାଇଏସିଟାଇଲ ଫ୍ଲୋରୋଗ୍ଳୁସିନଲ ସୃଷ୍ଟି କରୁଥ୍ଯିବା ବାକ୍ଟେରିଆ ମଧ୍ୟ ଫଳପ୍ରଦ ଅଟେ । ପ୍ରତିଦ୍ଵନ୍ଦୀ କବକ ମଧ୍ୟ ବ୍ୟବହାର କରାଯାଇପାରେ , ଉଦାହରଣ ସ୍ୱରୂପ - ଅଣଜୀବାଣୁ ଗେଉମାନୋମାଇସେସ ଗ୍ରାମିନିସ , କିସମ -ଗ୍ରାମିନିସ । ଏହା ଗହମ ବିହନକୁ ଆବୃତ କରେ ଏବଂ ଜୀବାଣୁ ପ୍ରତି ପ୍ରତିରୋଧକତା ସୃଷ୍ଟି କରିବାରେ ସାହାଯ୍ୟ କରେ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ଜୈବିକ ଉପଚାର ସହିତ , ସର୍ବଦା , ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ସିଲଥିୟଫାମ ଏବଂ ଫ୍ଲୁକ୍ଵିନାଜୋଲ ଥିବା କବକନାଶୀ ଜି ॰ ଗ୍ରାମିନେ ଦମନ କରିବାକୁ ବ୍ୟବହାର କରାଯାଇପାରେ । ଷ୍ଟେରଲ ବାରଣ କରିବା କବକନାଶୀ ଏବଂ ଷ୍ଟ୍ରୋବିଲୁରିନ ମଧ୍ୟ ଟେକ ଅଲ ଲକ୍ଷଣ ଦମନ କରିବା ପାଇଁ ଫଳପ୍ରଦ ହୋଇପାରେ ।

ଏହାର କାରଣ କଣ

ଗେଉମାନୋମାଇସେସ ଗ୍ରାମିନିସ କବକ ଦ୍ଵାରା ଏହି ଲକ୍ଷଣ ହୁଏ । ଦୁଇଟି ଋତୁ ମଧ୍ୟରେ ଏହା ଫସଲ ଅବଶେଷ କିମ୍ବା ମାଟିରେ ବଞ୍ଚେ । ଏହା ଜୀବନ୍ତ ପୋଷକର ଛେରକୁ ସଙ୍କ୍ରମଣ କରେ , ଏବଂ ଚେର ମରିଯାଏ , ଏହା ମୃତ ଟିସୁରେ ବସା ବାନ୍ଧି ରହେ ଓ ଏହା ଖାଏ । ଯେତେବେଳେ ଅମଳ ଓ ବୁଣିବା ମଧ୍ୟରେ ଆପେକ୍ଷିକ ଛୋଟ କାଳ ଥାଏ ( ସପ୍ତାହ କିମ୍ବା କିଛି ମାସ ) , ଏହା ଭଲ ବଢେ । ରେଣୁ ପବନ , ଜଳ , ପଶୁ ଏବଂ ଉପକରଣ କିମ୍ବା ଯନ୍ତ୍ରପାତି ଦ୍ଵାରା ପରିବାହିତ ହୁଏ । ଏହି ଜୀବାଣୁ ପ୍ରତିଦ୍ଵନ୍ଦୀ ପ୍ରତି ଆପେକ୍ଷିକ ଭାବରେ ସଂବେଦନଶୀଳ ଅଟେ ଏବଂ ସେଠାରେ ଥିବା ମାଟି ଅଣୁଜୀବ ସହିତ ସହାବସ୍ଥାନ କରିପାରେ ନାହିଁ । ଏହା ଟାପ ଦ୍ଵାରା ନିଷ୍କ୍ରିୟକରଣ ପ୍ରତି ମଢ ସଂବେଦନଶୀଳ ଅଟେ ।


ସୁରକ୍ଷାତ୍ମକ ଉପାୟ

  • ଯଦି ମିଳେ , ପ୍ରତିରୋଧି କିସମ ଲଗାନ୍ତୁ । ଗରମ , ଓଦା ଜଳବାୟୁରେ କେବଳ ପ୍ରତି ଅନ୍ୟ ବର୍ଷରେ , ଥଣ୍ଡା ଜଳବାୟୁରେ ପ୍ରତି ତୃତୀୟ ବର୍ଷରେ ଗହମ ଲଗାନ୍ତୁ । ପ୍ରତି ଦ୍ଵିତୀୟ ବର୍ଷରେ ଧାନ ସହିତ ଏକାନ୍ତରିକରଣ ଜୀବାଣୁକୁ ପ୍ଲାବନ ଦ୍ଵାରା ମାରିଦେଇପାରେ । ପୂର୍ବ ଫସଲ ଅମଳ କରିବା ପରେ ନୂଆଁ ଗହମ ଚାରା କିଛି ସପ୍ତାହ ବିଳମ୍ବ କରନ୍ତୁ । ଅନ୍ୟ ଜୀବାଣୁ ଠାରୁ ଅଣୁଜୀବୀ ଜନିତ ଚାପ ବଢାଇବା ପାଇଁ ଯତ୍ନର ସହିତ ମାଟି ହଳ କରନ୍ତୁ । ଯଥେଷ୍ଟ ସାର ଦିଅନ୍ତୁ , ମୁଖ୍ୟତଃ ଫସଫରସ , ମାଙ୍ଗାନିଜ , ଜିଙ୍କ ଓ ଯବକ୍ଷାରଜାନ । ଜମିର ଉତ୍ତମ ନିଷ୍କାସନ ସୁନିଶ୍ଚିତ କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ