ଅନ୍ୟ

ଗହମର ପତ୍ର ଓ ତଷୁ ଧବଳୀ ଦାଗ

Parastagonospora nodorum

ଫିମ୍ପି

5 mins to read

ସଂକ୍ଷେପରେ

  • ପତ୍ରରେ ପାଣିଭିଜା ,ଛୋଟ ହଳଦିଆ ଦାଗ ।ପରେ, ହଳଦିଆ ଧାର ସହିତ ତମ୍ବା-ବାଦାମି ଅଣ୍ଡାକାର ପତ୍ର ଧବଳୀ ଦାଗ । ତଷୁରେ ଗାଢ ଦାଗ । ବାଦାମି ଡାଳ ଅଗ ସହିତ ଚାରା ବଢେ ।.

ମଧ୍ୟ ଦେଖା ଯାଇପାରେ

2 ଫସଲ ଗୁଡିକ
ବାର୍ଲି
ଗହମ

ଅନ୍ୟ

ଲକ୍ଷଣ

ଗଛର ତଳ ପତ୍ରରେ ପାଣିଭିଜା ଓ ଛୋଟ ପାଣ୍ଡୁର ଦାଗ ଦେଖାଯାଏ । ଏହି ରୋଗ ତଳ ପତ୍ରରୁ ଶୀର୍ଷ ପତ୍ର ପର୍ଯ୍ୟନ୍ତ ଦେଖାଦିଏ । ପରେ ,ହଳଦିଆ ଧାର ସହିତ ଦାଗ ତମ୍ବା-ବାଦାମି , ଅଣ୍ଡାକାର କିମ୍ବା ଅନିୟମିତ ଆକାରର ପତ୍ର ଧବଳୀରେ ପରିଣତ ହୁଏ । ରୋଗ ବଢିବା ସମୟରେ , ଅଣୁବୀକ୍ଷଣ ଜନ୍ତ୍ର କିମ୍ବା ଜବ କାଚ ବ୍ୟବହାର କରି ବର୍ଦ୍ଧିତ ଧୂସର ଚିହ୍ନରେ ଥିବା ଛୋଟ ଫଳନ ଅଙ୍ଗ ଦେଖାଯାଇପାରେ । ଅତି ପ୍ରଭାବିତ ପତ୍ରରେ ଧବଳୀ ଦାଗ ଏକାଭିମୁଖୀ ହେବା ସମୟରେ (converge) ପତ୍ରର ଅଗ୍ରରୁ ଅଗମାରୀ ହୁଏ । ଫୁଲ ହେବା ପରେ , ଓଦା ପାଣିପାଗ ତଷୁରେ ଦାଗର ବିକାଶ କରିପାରେ । ଅଧିକାଂଶ ସମୟରେ ଲକ୍ଷଣ ଅଗରୁ ଆରମ୍ଭ ହୁଏ , କିନ୍ତୁ ପୁରା କ୍ଷେତ୍ର ପାଉଁଶ ଧୂସର ସହିତ ଗାଢ ବାଦାମି ଠାରୁ ଗାଢ ବାଇଗଣି ଚିହ୍ନ ଦ୍ଵାରା ଅବାରିତ ହୋଇପାରେ ( ତଷୁ ଧବଳୀ ) । ଅତ୍ୟଧିକ ସଂକ୍ରମଣ ହାଲୁକା ଓଜନ ଓ ସୁକୁଟା ଦାନା ଉତ୍ପାଦନ କରେ । ସଂକ୍ରମିତ ବିହନ ଅନିୟମିତ ଅଙ୍କୁରଣ ଏବଂ ବାଦାମି ଡାଳ ଅଗ୍ର ଥିବା ଚାରା ସୃଷ୍ଟି କରେ ।

Recommendations

ଜୈବିକ ନିୟନ୍ତ୍ରଣ

ଫେୟସ୍ଫେରିଆ ନୋଡରମ ପାଇଁ କୌଣସି ଜୈବିକ ନିୟନ୍ତ୍ରଣ ପଦ୍ଧତି ନାହିଁ । ଏହି ରୋଗକୁ ଦମନ କରିବାକୁ ଯଦି ଆପଣ କିଛି ଜାଣିଛନ୍ତି , ଦୟାକରି ଆମ ସହିତ ସମ୍ପର୍କ ରଖନ୍ତୁ । ଆପଣଙ୍କ ଠାରୁ ଶୁଣିବା ପାଇଁ ଆମେ ଆଗ୍ରହୀ ଅଛୁ ।

ରାସାୟନିକ ନିୟନ୍ତ୍ରଣ

ରୋଗ ପ୍ରାଦୁର୍ଭାବର ଶଙ୍କା କମାଇବା ପାଇଁ ରୋଗର ରାସାୟନିକ ଉପଚାର ଫଳପ୍ରସୂ ଅଟେ , କିନ୍ତୁ ଛୋଟ ଫାର୍ମରେ ଏହା ସମ୍ଭବପର ହୋଇନପାରେ । ଯଦି କବକନାଶୀ ଆବଶ୍ୟକ ହୁଏ , ଡାଇଫେନୋକୋନାଜୋଲ , ଟ୍ରାୟାଡାଇମେନଲ କିମ୍ବା ଫ୍ଲୁକ୍ଵିନକୋନାଜୋଲ ଥିବା କବକନାଶୀ ପ୍ରୟୋଗ କରାଯାଇପାରେ । ରୋଗ ହେବାର ସମୟ ଓ ଚାଷ ପ୍ରକାର ଅନୁଶକରେ ପ୍ରୟୋଗ ପଦ୍ଧତି ବଦଳେ ।

ଏହାର କାରଣ କଣ

ଫେୟସ୍ଫେରିଆ ନୋଡରମ କବକ ଦ୍ଵାରା ଏହି ପତ୍ର ରୋଗ ହୁଏ , ଯାହାକି ଗହମ ନଡା ସଂକ୍ରମିତ ବିହନ କିମ୍ବା ବିକଳ୍ପ ପୋଷାକ ଫସଲରେ ବଞ୍ଚେ । ଏହି କବକ ପାଣି ଦ୍ଵାରା ବିକ୍ଷିପ୍ତ ହୁଏ ଏବଂ ସଂକ୍ରମଣ ପାଇଁ 12-18 ଘଣ୍ଟା ଓଦା ପତ୍ର ଆବଶ୍ୟକ କରେ । ମାଟି ପାଖରେ ଥିବା ପୁରୁଣା ପତ୍ର ପ୍ରଥମେ ପ୍ରଭାବିତ ହୁଏ । ତାପରେ , କବକ ଗଛର ଉପର ଅଂଶକୁ ଓ ପଡୋଶୀ ଫସଲକୁ ପବନ କିମ୍ବା ବର୍ଷା ଛିଟ ଦ୍ଵାରା ବିକ୍ଷିପ୍ତ ହୁଏ ।ଯଦି ରୋଗ ପତ୍ର ସମୂହ ଉପରକୁ ଯାଉଛି , ବିଳମ୍ବ ଋତୁ ସଂକ୍ରମଣ ତଷୁ ଧବଳୀ ସୃଷ୍ଟି କରିପାରେ । ଏହା ସୁକୁଟା ଦାନା ଓ କମ୍ ଅମଳ ଦିଏ । ରେଣୁ ପବନ ଦ୍ଵାରା ବିସ୍ତାର ହୁଏ ଏବଂ ଋତୁର ବିଳମ୍ବ ସମୟରେ ଅନ୍ୟ ଜମିର ଚାରାକୁ ସଂକ୍ରମଣ କରିବାକୁ ଦୀର୍ଘ ଦୂରତା ଯାଇପାରେ । ଏହା ପରବର୍ତ୍ତୀ ଫସଲର ସହଳ ସଂକ୍ରମଣ ଓ ଅନିୟମିତ ଅଙ୍କୁରଣ କରେ । 7 ଡିଗ୍ରୀ C ତାପମାତ୍ରାରୁ ନିମ୍ନ ରହିଲେ କବକର ଜୀବନ ଚକ୍ର ବନ୍ଦ ହୁଏ । ଅନୁକୂଳ ବୃଦ୍ଧି ସୀମା ହେଉଛି 20-27 ଡିଗ୍ରୀ C ।


ସୁରକ୍ଷାତ୍ମକ ଉପାୟ

  • ପ୍ରାମାଣିକ ଜୀବାଣୁ ମୁକ୍ତ ଉତ୍ସରୁ ସୁସ୍ଥ ଗଛ ସାମଗ୍ରୀରୁ ବିହନ ବ୍ୟବହାର କରନ୍ତୁ ।ଆପଣଙ୍କ ଅଞ୍ଚଳରେ ଥିବା ସହନୀୟ କିମ୍ବା ଲମ୍ବା ନଡା କିସମ ବ୍ୟବହାର କରନ୍ତୁ । ବିଳମ୍ବ ଅମଳକ୍ଷମ ଗହମ କିସମ ବ୍ୟବହାର କରନ୍ତୁ କିମ୍ବା ବିଳମ୍ବରେ ଲଗାନ୍ତୁ । ଲଗାଇବା ସମୟରେ ଅନୁକୂଳ ବୁଣା ଘଞ୍ଚତା ପାଳନ କରନ୍ତୁ । ସମତୁଲ ଉର୍ବରିକରଣ ଓ ମଧ୍ୟମ ସ୍ତରର ବୃଦ୍ଧି ନିୟାମକ ପାଳନ କରନ୍ତୁ । ସୁନିଶ୍ଚିତ କରନ୍ତୁ ଯେ ମାଟିର ପୋଟାସିୟମ ସ୍ତର ସୁସ୍ଥ ଗଛ ପାଇଁ ଯଥେଷ୍ଟ ଅଛି ।ବାହାରିବା ପରେ ରୋଗର ଲକ୍ଷଣ ପାଇଁ ଗଛ କିମ୍ବା ଜମି ଯାଞ୍ଚ କରନ୍ତୁ । ତୃଣନାଶକର ମଧ୍ୟମ ସ୍ତରର ପ୍ରୟୋଗ ସୁନିଶ୍ଚିତ କରନ୍ତୁ । ପୋଷକ ନଥିବା ଫସଲ ସହ ପର୍ଯ୍ୟାୟ କରନ୍ତୁ । ଗଛ ଅବଶେଷକୁ ମାଟିରେ ପୋତିବା ପାଇଁ ଗଭୀର ହଳ କରନ୍ତୁ । ଜମିରୁ ନଡା ଓ ଗଛ ଅବଶେଷ କାଢନ୍ତୁ । ସାହାଯ୍ୟକାରୀ ଗଛ କାଢନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ