କ୍ଷୁଦ୍ର ଶସ୍ୟ

କ୍ଷୁଦ୍ରଶସ୍ୟର ସର୍କୋସ୍ପୋରା ପତ୍ର ଦାଗ

Cercospora penniseti

ଫିମ୍ପି

5 mins to read

ସଂକ୍ଷେପରେ

  • ପତ୍ର ଓ କାଣ୍ଡ ଉପରେ ଛୋଟ, ଗାଢ ଓ ଅଣ୍ଡାକାର ଦାଗ ଥାଏ। ଏହି କ୍ଷତ ଚିହ୍ନରେ ବହଳିଆ କଳା ବିନ୍ଦୁ ବିକଶିତ ହୋଇଥାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

କ୍ଷୁଦ୍ର ଶସ୍ୟ

ଲକ୍ଷଣ

ଧୂସର କେନ୍ଦ୍ର ଓ ଗାଢ ଧାର ସହିତ ଛୋଟ, ଅଣ୍ଡାକାର କ୍ଷତ ଦାଗ ପତ୍ର ଓ କାଣ୍ଡରେ ଦେଖାଯାଏ। ଏହି ଦାଗ ଉପରେ କଳା ଓ ବହଳିଆ ବିନ୍ଦୁ ବିକଶିତ ହୋଇଥାଏ।

Recommendations

ଜୈବିକ ନିୟନ୍ତ୍ରଣ

ଏହି ରୋଗ ପାଇଁ କୌଣସି ବିକଳ୍ପ ଉପଚାର ନାହିଁ। ପରବର୍ତ୍ତୀ ଋତୁରେ ସଂକ୍ରମଣର ଆଶଙ୍କା ହ୍ରାସ କରିବା ପାଇଁ ନିରାକରଣ ପଦ୍ଧତି କାର୍ଯ୍ୟକାରୀ କରନ୍ତୁ।

ରାସାୟନିକ ନିୟନ୍ତ୍ରଣ

ଏହି ରୋଗ ପାଇଁ କୌଣସି ରାସାୟନିକ ଉପଚାର ଆବଶ୍ୟକ ନୁହେଁ। ପରବର୍ତ୍ତୀ ଋତୁରେ ସଂକ୍ରମଣର ଆଶଙ୍କା ହ୍ରାସ କରିବା ପାଇଁ ନିରାକରଣ ପଦ୍ଧତି କାର୍ଯ୍ୟକାରୀ କରନ୍ତୁ।

ଏହାର କାରଣ କଣ

ଉଚ୍ଚ ତାପମାତ୍ରା ଓ ଉଚ୍ଚ ଆର୍ଦ୍ରତା ଏହି ରୋଗ ପାଇଁ ଅନୁକୂଳ। କବକ ପବନ ଓ ବର୍ଷା ଦ୍ଵାରା ବ୍ୟାପି ଥାଏ। ଏହା ଫସଲ ଅବଶେଷ ଏବଂ ବାଳୁଙ୍ଗା ଭଳି ବିକଳ୍ପ ପୋଷକ ଉପରେ ବଞ୍ଚି ରହିଥାଏ। ଅମଳ କ୍ଷତି ସାଧାରଣତଃ କମ ହୋଇଥାଏ।


ସୁରକ୍ଷାତ୍ମକ ଉପାୟ

  • ଅଧିକ ସହନଶୀଳ କିସମ ଲଗାନ୍ତୁ। ବାଳୁଙ୍ଗା ନିୟନ୍ତ୍ରଣ କରନ୍ତୁ। ଫସଲ ପର୍ଯ୍ୟାୟ ପାଳନ କାର୍ଯ୍ୟକାରୀ କରନ୍ତୁ। ଜମିର ପରିଚ୍ଛନ୍ନତା ବଜାୟ ରଖନ୍ତୁ - ଯେ କୌଣସି ଫସଲ ଅବଶେଷକୁ କାଢନ୍ତୁ କିମ୍ବା ଜାଳି ଦିଅନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ