କ୍ଷୁଦ୍ର ଶସ୍ୟ

କ୍ଷୁଦ୍ରଶସ୍ୟର ପତ୍ରତଳି ପାଉଁଶିଆ ରୋଗ

Sclerospora graminicola

ଫିମ୍ପି

5 mins to read

ସଂକ୍ଷେପରେ

  • ଫୁଲ ଅଂଶରେ ପତ୍ର ପରି ଗଠନ ଦେଖାଯାଏ। ପତ୍ରର ତଳ ପଟେ କବକ ବୃଦ୍ଧି ଦେଖାଯାଏ, ପତ୍ରରେ ହଳଦିଆ ପ୍ୟାଚ ଥାଏ ଓ କେଣ୍ଡା ବାହାରେ ନାହିଁ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

କ୍ଷୁଦ୍ର ଶସ୍ୟ

ଲକ୍ଷଣ

ପତ୍ର ଫଳକର ଆଧାର ହଳଦିଆ ହୋଇଥାଏ। ଫୁଲରେ ପତ୍ରର ଗଠନ ଆସିଥାଏ ଏବଂ ଫିକା ପଡି ପାରେ। ମାତ୍ରା ଅଧିକ ହେଲେ ଗଛ ରୁଗୁଡିଆ ହୋଇଯାଏ ଏବଂ କେଣ୍ଡା ସୃଷ୍ଟି କରିପାରେ ନାହିଁ।

Recommendations

ଜୈବିକ ନିୟନ୍ତ୍ରଣ

ସୁଡ଼ୋମୋନାଶ ଫ୍ଲୋରୋସେନ୍ସ ଦ୍ଵାରା ଆପଣଙ୍କ ବିହନ ଉପଚାର କରନ୍ତୁ ଏବଂ ପରେ ଚାରାରେ ଏହା ସିଞ୍ଚନ କରନ୍ତୁ। ଟ୍ରାଇକୋଡର୍ମା ହର୍ଜାନିଅମ (1 କେଜି ବିହନ ପିଛା 20 ଗ୍ରାମ), ସୁଡ଼ୋମୋନାଶ ଫ୍ଲୋରୋସେନ୍ସ ଏବଂ ବେଶିଲସ ଜାତି (1 କେଜି ବିହନ ପିଛା 10 ଗ୍ରାମ) ଭଳି ଜୈବ-କାରକ ମଧ୍ୟ ବିହନ ଉପଚାର ଭାବରେ ଏହି ରୋଗ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ।

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ହୁଏ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ବିହନ ବାହିତ ସଂକ୍ରମଣ ଏଡାଇବା ପାଇଁ ବିହନକୁ କ୍ୟାପଟାନ, ଫ୍ଲୁଡିୟକ୍ସୋନିଲ, ମେଟାଲାକ୍ସିଲ କିମ୍ବା ଥିରାମ ଭଳି କବକନାଶକ ଦ୍ଵାରା ଉପଚାର କରନ୍ତୁ। ମେଟାଲାକ୍ସିଲ ମଧ୍ୟ ସିଧାସଳଖ ଭାବରେ ପତ୍ରତଳି ପାଉଁଶିଆ ରୋଗ ନିୟନ୍ତ୍ରଣ ପାଇଁ ବ୍ୟବହାର କରାଯାଇ ପାରେ।

ଏହାର କାରଣ କଣ

ସ୍କ୍ଲେରୋସ୍ପୋରା ଗ୍ରାମିନିକୋଲା ଦ୍ଵାରା ଏହି ଲକ୍ଷଣ ହୋଇଥାଏ ଏବଂ ପୋଷକ, ପରିବେଶ ଅବସ୍ଥା ଓ ରୋଗର ଦୀର୍ଘତା ଅନୁସାରେ ବ୍ୟାପକ ପରିବର୍ତ୍ତନ ହୋଇଥାଏ। ଏହା ସବୁଜ କେଣ୍ଡା ରୋଗ ଭାବରେ ମଧ୍ୟ ଜଣାଯାଏ, ଯେହେତୁ ଗଛର ଫୁଲ ଅଂଶ ପତ୍ର ଭଳି ଗଠନରେ ପରିଣତ ହୋଇଥାଏ। ଏହି ରୋଗର ରେଣୁ ମାଟିରେ କିମ୍ବା ସଂକ୍ରମିତ ଫସଲ ଓ ବିହନରେ ବଞ୍ଚିଥାଏ। ମାଟିରେ କବକ ରେଣୁ ଜଳ ଦ୍ଵାରା ଓ ଭୂମି ଉପରେ ପବନ ଦ୍ଵାରା ପରିବାହିତ ହୋଇଥାଏ।


ସୁରକ୍ଷାତ୍ମକ ଉପାୟ

  • ରୋଗ-ମୁକ୍ତ ବିହନ ସାମଗ୍ରୀ ବ୍ୟବହାର କରନ୍ତୁ। ପ୍ରତିରୋଧୀ କିସମ ଲଗାନ୍ତୁ। କବକନାଶକ ଦ୍ଵାରା ବିହନ ଉପଚାର କରନ୍ତୁ। ହେକ୍ଟର ପିଛା 5 ଟନ ଖତ ସିଆରରେ ମାଟିରେ ମିଶାଇ ପ୍ରୟୋଗ କରନ୍ତୁ। ତୁରନ୍ତ ସଂକ୍ରମିତ ଗଛ କାଢନ୍ତୁ। ଅମଳ ପରେ ହଳ କରି କିମ୍ବା ଜାଳି ଗଛ ଅବଶେଷ ନଷ୍ଟ କରନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ