କ୍ଷୁଦ୍ର ଶସ୍ୟ

କ୍ଷୁଦ୍ରଶସ୍ୟ କାଣ୍ଡବିନ୍ଧା ପୋକ

Acigona ignefusalis

ପୋକ

5 mins to read

ସଂକ୍ଷେପରେ

  • ବଢୁଥିବା ଅଗ ଓ ପତ୍ରକୁ ଆକ୍ରମଣ କରିଥାଏ ଏବଂ କାଣ୍ଡ କଣା କରି ପଶିଥାଏ। ଲାଲ-ମାଟିଆ ମୁଣ୍ଡ ଏବଂ ଧବଳ ଶରୀର ସହିତ 20 ମିମି ଲମ୍ବର ଲାର୍ଭା ବା ଶୂକ। ଗୁଚ୍ଛ ଭାବରେ ଅଣ୍ଡା ଦିଆଯାଏ ଏବଂ ଏହାର ବର୍ଣ୍ଣ ହଳଦିଆ ଅଟେ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

କ୍ଷୁଦ୍ର ଶସ୍ୟ

ଲକ୍ଷଣ

କାଣ୍ଡ ବିନ୍ଧା ପୋକର ଲାର୍ଭା କ୍ଷୁଦ୍ରଶସ୍ୟର ପତ୍ର ଓ ପତ୍ର ଅଗକୁ ଆକ୍ରମଣ କରିଥାଏ। କାଣ୍ଡରେ କଣା କରି ଲାର୍ଭା କାଣ୍ଡରେ ପଶିଥାଏ, ଯାହାକି ମୃତ୍ୟୁ ଆଡକୁ ନେଇଥାଏ। ସଂପୂର୍ଣ୍ଣ ବୃଦ୍ଧି ପାଇଥିବା ଲାର୍ଭା ଲାଲ-ମାଟିଆ ମୁଣ୍ଡ ଏବଂ ଧବଳ ଶରୀର ସହିତ 20 ମିମି ଲମ୍ବ ହୋଇଥାଏ ଯାହାକି କଳା ଦାଗ ମଧ୍ୟ ଧାରଣ କରିପାରେ। ବୟସ୍କ ପ୍ରଜାପତି 8 ରୁ 15 ମିମି ର ଧବଳ ଡେଣା ଧାରଣ କରିଥାଏ। ଗୁଛ ଭାବରେ କାଣ୍ଡ ବିନ୍ଧା ପୋକର ଅଣ୍ଡା ପତ୍ର ଉପରେ ଦିଆଯାଏ ଏବଂ ଏହାର ବର୍ଣ୍ଣ ହଳଦିଆ ଅଟେ।

Recommendations

ଜୈବିକ ନିୟନ୍ତ୍ରଣ

ଫେରୋମୋନ ଥୋପ ଜନ୍ତା ସାହାଯ୍ୟରେ କାଣ୍ଡ ବିନ୍ଧା ପୋକ ସଂଖ୍ୟା ହ୍ରାସ କରାଯାଇ ପାରେ। ଭଣ୍ଡାର ଘର ଓ ଚାରିପଟ ବାଡ଼ କଡେ କଡେ ଜନ୍ତା ରଖାଯିବା ଉଚିତ (ମୁଖ୍ୟତଃ ଯଦି ତାହା କ୍ଷୁଦ୍ରଶସ୍ୟ କାଣ୍ଡ କିମ୍ବା ଅନ୍ୟ ଘାସ ଦ୍ଵାରା ନିର୍ମାଣ କରାଯାଇ ଥାଏ)। ସଂକ୍ରମିତ ଗଛରେ ସହଳ ଋତୁରେ ପ୍ରୟୋଗ କରିଲେ, ନିମ୍ବ ତେଲ ମଧ୍ୟ କାଣ୍ଡ ବିନ୍ଧା ପୋକ ପାଇଁ ଫଳପ୍ରସୂ ହୋଇପାରେ। 'ଠେଲିବା-ଟାଣିବା' ପଦ୍ଧତି ମଧ୍ୟ ଅଧିକ ଫଳପ୍ରସୂ ହୋଇପାରେ: ଡେସ୍ମୋଡିଅମ ଭଳି ଫସଲ ମଧ୍ୟ ଅନ୍ତଃ ଫସଲ କରାଯାଇ ପାରେ। ଡେସ୍ମୋଡିଅମ ଏକ ବିକର୍ଷକ ରୂପେ ମଧ୍ୟ କାର୍ଯ୍ୟ କରିଥାଏ, ତେଣୁ ପ୍ରଜାପତି ଫସଲ ଠାରୁ ଦୂରକୁ ଚାଲି ଯାଆନ୍ତି। ଆପଣଙ୍କ ଜମି ଚାରି;ପଟେ ଆପଣ ଧାର ଫସଲ ଯଥା:- ନେପିଏର ଓ ସୁଦାନ ଘାସ ମଧ୍ୟ ଜନ୍ତା ଫସଲ ହିସାବରେ ଲଗାଇ ପାରିବେ। ଏହି ଫସଲ ପ୍ରଜାପତିକୁ ଆକର୍ଷଣ କରିଥାଏ, ତେଣୁ ସେମାନେ କ୍ଷୁଦ୍ରଶସ୍ୟ ଫସଲ ଠାରୁ ଦୂରକୁ ଚାଲି ଯାଆନ୍ତି।

ରାସାୟନିକ ନିୟନ୍ତ୍ରଣ

କୀଟନାଶକ ବ୍ୟବହାର କଷ୍ଟକର ଓ ଖର୍ଚ୍ଚ ବହୁଳ ମଧ୍ୟ। ଡାଇମେଥୋଏଟ ବ୍ୟବହାର କରାଯାଇ ପାରେ କିନ୍ତୁ ଖର୍ଚ୍ଚ ବହୁଳ ହୋଇଥାଏ।

ଏହାର କାରଣ କଣ

ଆର୍ଦ୍ର ଅଞ୍ଚଳରେ ବର୍ଷ ପିଛା ଲାର୍ଭାର ତିନୋଟି ପିଢୀ ଥାଏ, ଯେଉଁ ସ୍ଥଳେ ଶୁଷ୍କ ଅଞ୍ଚଳରେ ଦୁଇଟି ପିଢୀ ଥାଏ। କାଣ୍ଡ ବିନ୍ଧା ପୋକ କାଣ୍ଡ କଣା କରିଥାଏ, ତେଣୁ ଚେରରୁ ଗଛର ଅନ୍ୟ ଅଂଶକୁ ଜଳ ଓ ପୋଷଣ ପରିବହନରେ ବାଧା ସୃଷ୍ଟି ହୋଇଥାଏ। କାଣ୍ଡ ବିନ୍ଧା ପୋକର ଲାର୍ଭା ଫସଲ ଅବଶେଷରେ ବଞ୍ଚି ରହିଥାଏ।


ସୁରକ୍ଷାତ୍ମକ ଉପାୟ

  • ଯଦି ଉପଲବ୍ଧ ହୁଏ ପ୍ରତିରୋଧୀ କିସମ ଲଗାନ୍ତୁ। ଆକ୍ରମଣ ଏଡାଇବା ପାଇଁ ସହଳ ଫସଲ ଲଗାନ୍ତୁ। ପୋଷକ ନଥିବା ଫସଲ ଯଥା:- ଝୁଡୁଙ୍ଗ ଆଦି ପୋଷକ ଗଛ ସହିତ ଲଗାନ୍ତୁ। ଜମି ଚାରିପଟେ ଫୁଲ ଗଛ ଧାଡି ଲଗାଇ ପ୍ରାକୃତିକ ଶତ୍ରୁ (ପରଜୀବୀ ବିରୁଡି) ଆଦିର ସଂଖ୍ୟା ବଢାନ୍ତୁ। ଯଦି କାଣ୍ଡ ନିର୍ମାଣ ଉଦ୍ଦେଶ୍ୟରେ ବ୍ୟବହାର କରାଯାଏ, ତାହାହେଲେ ଏହାକୁ ଆଂଶିକ ପୋଡି ଦିଅନ୍ତୁ। ସମସ୍ତ ଅମଳ ଅବଶେଷ ସଫା କରି ନଷ୍ଟ କରନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ