ସିମଳା ଏବଂ ଲଙ୍କା

ଲଙ୍କାର ସେର୍କୋସ୍ପୋରା ପତ୍ର ଦାଗ

Cercospora capsici

ଫିମ୍ପି

5 mins to read

ସଂକ୍ଷେପରେ

  • ପତ୍ର ଉପରେ ବଡ କୈନ୍ଦ୍ରିକ ବାଦାମୀ ଦାଗ ଦେଖାଯାଏ ଯାହାର ଧଳାଳିଆ ମଝି ଅଂଶ, ଗାଢ଼ ବଳୟ ଏବଂ ହଳଦିଆ ପ୍ରଭାମଣ୍ଡଳ (frog eye - ବେଙ୍ଗ ର ଆଖି) ତାହେ.
  • ଏହି ଦାଗ ଗୁଡିକ ବଡ଼ ହୋଇ ବଡ ବଡ଼ ଘା ରେ ପରିଣତ ହୁଏ.
  • ପତ୍ର ହଳଦିଆ ହୋଇଯାଏ ଏବଂ ଝଡ଼ିଯାଏ.
  • ଫଳଗୁଡିକ ଖରା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥାଏ.

ମଧ୍ୟ ଦେଖା ଯାଇପାରେ


ସିମଳା ଏବଂ ଲଙ୍କା

ଲକ୍ଷଣ

ସଂକ୍ରମଣର ପ୍ରାଥମିକ ଅବସ୍ଥାରେ ବାଦାମୀ ରଙ୍ଗର ବୃତ୍ତାକାର ଦାଗ ଦେଖାଯାଏ ଯାହାର ମଝି ଭାଗ ହାଲୁକା ଧୂସର ରଙ୍ଗ ଏବଂ ଧାର ଗୁଡିକ ଲାଲ-ବାଦାମୀ ହୋଇଥାଏ. ପରେ, ଏଗୁଡିକ ବଡ ବଡ ତମ୍ବା ଳିଆ ଦଙ୍ଗାରେ ପରିଣତ ହୋଇଯାଏ ଯାହାର ଆକାର 1.5 ସେମି ପର୍ଯ୍ୟନ୍ତ ହୋଇପାରେ ଏବଂ ଏହାର ମଝି ଅଂଶ ଧଳାଳିଆ ହୋଇଥାଏ ଯାହାର ଚାରିପାଖରେ କୈନ୍ଦ୍ରିକ ବେଳେ ଗୁଡିକ ବଢିଥାଏ. ଏକ ରୁକ୍ଷ ଗାଢ଼ ବେଳେ ଏବଂ ହଳଦିଆ ପ୍ରଭାମଣ୍ଡଳ ଥାଏ ଯଦ୍ୱାରା ଏହା ଏକ ବିଶିଷ୍ଟ 'ବେଙ୍ଗ ଅଖିଆ' (frog-eye) ପରି ଦେଖାଯାଇଥାଏ. ଯେତେବେଳେ ଏହି ଅସଂଖ୍ୟ ଦାଗ ହୋଇଯାନ୍ତି ସେଗୁଡିକ ଧୀରେ ଧୀରେ ମିଶି ଏକ ବଡ଼ ଘା ସୃଷ୍ଟି କରିଥାନ୍ତି. ଧଳା ମଝି ଭାଗ ବହୁତ ସମୟରେ ଶୁଖି ଝଡିଯାଏ ଯାହାଫଳରେ ଏକ ଗୁଳି ବିନ୍ଧା କଣା ପରି ଦେଖାଯାଏ. ସଂକ୍ରମଣର ପରବର୍ତ୍ତୀ ସମୟରେ ପତ୍ର ହଳଦିଆ ହୋଇଯାଏ ଏବଂ ଝାଉଁଳିଯାଏ କିମ୍ବା ଝଡି ଯାଏ ଯାହା ଫଳରେ ଫଳଗୁଡିକ ଖରା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥାଏ. ସାଙ୍ଘାତିକ କ୍ଷେତ୍ରରେ ଦାଗ ଗୁଡିକ ଫଳର ଡେମ୍ଫ ଏବଂ କାଲିକ୍ସ ରେ ଦଦେଖାଯାଏ ଯାହା ବହୁତ ସମୟରେ ଡେମ୍ଫ ପଚା ରୋଗ ସୃଷ୍ଟି କରିଥାଏ.

Recommendations

ଜୈବିକ ନିୟନ୍ତ୍ରଣ

ବିହନରେ ଫିମ୍ପି ପରିମାଣ କୁ କମ କରିବା ପାଇଁ 52°C ର ଗରମ ପାଣିରେ 30 ମିନିଟ ବିହନ ଉପଚାର କରିବା ଏକ ଉପାୟ ଅଟେ. ମାନେ ରଖନ୍ତୁ ଯେ ଏହି ଉପଚାର ବିହନ ର ଅଙ୍କୁରଣ ଉପରେ ପ୍ରଭାବ ପକାଇପାରେ ଯଦି ଠିକ ପଦ୍ଧତିରେ କରା ନଯାଏ(ଅତ୍ୟଧିକ ସମୟ କିମ୍ବା ତାପମାନ). କପର ହାଇଡ୍ରୋକ୍ସାଇଡ ଥିବା ଫର୍ମୁଲା ଦ୍ୱାରା ସ୍ପ୍ରେ କରାଯାଇପାରେ ଯେତେବେଳେ ଦାଗ ଗୁଡିକ ପ୍ରଥମେ ଦେଖାଯିବା ଆରମ୍ଭ ହୋଇଥାଏ ଏବଂ ଶେଷ ଅମଳ ର 3-4 ସପ୍ତାହ ପୂର୍ଵ ପର୍ଯ୍ୟନ୍ତ ପ୍ରତି 10-14 ଦିନରେ ପୁଣି ସ୍ପ୍ରେ କରିବା ଆବଶ୍ୟକ. ପତ୍ରର ଉଭୟ ପାର୍ଶ୍ବରେ ସ୍ପ୍ରେ କରିବା ମହତ୍ବପୂର୍ଣ୍ଣ ଅଟେ.

ରାସାୟନିକ ନିୟନ୍ତ୍ରଣ

ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. କାପ୍ଟାନ (3ଗ୍ରା/କିଗ୍ରା) ଦ୍ୱାରା ବିହନ ଉପଚାର ଏହି ରୋଗ ନିବାରଣ ପାଇଁ ଠିକ କାମ ଦେଇଥାଏ. ଏହି ରୋଗ ନିୟନ୍ତ୍ରଣ ର ଅନ୍ୟ ଉପଚାର ମଧ୍ୟରେ କପର ହାଇଡ୍ରୋକ୍ସାଇଡ (copper hydroxide), କ୍ଲୋରୋଥାଲୋନିଲ (chlorothalonil) କିମ୍ବା ମାଙ୍କୋଜେବ ର ପତ୍ର ସିଞ୍ଚନ ଅନ୍ୟତମ. ଯେତେବେଳେ ପ୍ରଥେମେ ଦାଗ ଦେଖାଯିବା ଆରମ୍ଭ ହୁଏ, ସେଏବେଳେ ଏହାର ଉପଚାର ଆରମ୍ଭ କରିବା ଆବଶ୍ୟକ ଏବଂ ଶେଷ ଅମଳ ର 4 ସପ୍ତାହ ପୂର୍ଵ ପର୍ଯ୍ୟନ୍ତ ପ୍ରତି 10-14 ଦିନରେ ପୁଣି ସ୍ପ୍ରେ କରିବା ଆବଶ୍ୟକ. ପତ୍ରର ଉଭୟ ପାର୍ଶ୍ବରେ ସ୍ପ୍ରେ କରିବା ମହତ୍ବପୂର୍ଣ୍ଣ ଅଟେ.

ଏହାର କାରଣ କଣ

ସେର୍କୋସ୍ପୋରା କାପ୍ସିସି (Cercospora capsici) ନାମକ ଏକ ଫିମ୍ପି ଯାହା ବିଷୁବମଣ୍ଡଳୀଏ ଅଞ୍ଚଳରେ ବହୁତ ମାତ୍ରାରେ ଦେଖାଯାଏ ଏବଂ ଏହା ଉଭୟ ନର୍ସରୀ ଏବଂ ମୁଖ୍ୟ ଫସଲରେ ଫସଲକୁ ପରଭିତ କରିଥାଏ. ଏହା ଗୋଟିଏ ସିଜନ ରୁ ପରବର୍ତ୍ତୀ ସିଜନ ପାଇଁ ବିହନ, ମାଟିରେ ଏବଂ ସଂକ୍ରମିତ ଫସଲ ଅବଶେଷରେ ମଧ୍ୟ ବଞ୍ଚି ରହିଥାଏ. ଏହା ପାଣି, ବର୍ଷା, ପବନ, ପତ୍ରରୁ ପତ୍ର ମଧ୍ୟରେ ସଂସ୍ପର୍ଶ ଏବଂ ଉପକରଣ ଦ୍ୱାରା ବ୍ୟାପି ଥାଏ. ସିଧାସଳଖ ପତ୍ର ଭିତରେ ପ୍ରବେଶ ଦ୍ୱାରା ପତ୍ରରେ ସଂକ୍ରମଣ ହୋଇଥାଏ ଯାହାକି ବହୁତ ସମୟ ପର୍ଯ୍ୟନ୍ତ ରହୁଥିବା ପତ୍ରର ଆର୍ଦ୍ରତା ଦ୍ୱାରା ସାହାଯ୍ୟ ମିଳିଥାଏ. ଏହି ସଂକ୍ରମଣ ପାଇଁ ଅନୁକୂଳତମ ତାପମାତ୍ରା ପ୍ରାୟ 23 °C ଏବଂ ଆପେକ୍ଷିକ ଆର୍ଦ୍ରତା 77-85%. ଯଦି ଏହି ପରିସ୍ଥିତି ରହେ ତାହେଲେ ଯଥେଷ୍ଟ ପରିମାଣରେ ଉତ୍ପାଦନ ପ୍ରଭାବିତ ହେବାର ବହୁତ ସମ୍ଭାବନା ଥାଏ, ବିଶେଷ କରି ଯଦି ସଂକ୍ରମଣ ସିଜନ ର ଆରମ୍ଭରେ ହୋଇଥାଏ.


ସୁରକ୍ଷାତ୍ମକ ଉପାୟ

  • ସୁସ୍ଥ ଏବଂ ପ୍ରାମାଣିକ ବିହନ ସଂଗ୍ରହ କରନ୍ତୁ.
  • ଭଲ ବାୟୁ ପ୍ରବାହ ଏବଂ ପତ୍ର ଆର୍ଦ୍ରତା ର ବର୍ଦ୍ଧିତ ସମୟସୀମାରୁ ବଞ୍ଚିବା ପାଇଁ, ଗଛ ରୁ ଗଛ ମଧ୍ୟରେ ଅନୁମୋଦିତ ବ୍ୟବଧାନ ରଖନ୍ତୁ.
  • ଗଛ ଓ ଫିମ୍ପି ମଧ୍ୟରେ ଭୌତିକ ପ୍ରତିବନ୍ଧ ସୃଷ୍ଟି କରିବା ପାଇଁ ମଲଚ ବ୍ୟବହାର କରନ୍ତୁ.
  • ଗଛଗୁଡ଼ିକୁ ସିଧାସଳଖ ରଖିବା ପାଇଁ ରଞ୍ଜା ବ୍ୟବହାର କରନ୍ତୁ.
  • ପତ୍ର ର ଆର୍ଦ୍ରତା କୁ କମ ରଖିବା ପାଇଁ ଡ୍ରିପ ଜଳସେଚନ ପ୍ରଣାଳୀ ପ୍ରୟୋଗ କରନ୍ତୁ.
  • ରୋଗର ଲକ୍ଷଣ ଦେଖିବା ପାଇଁ ତଳିଘରା, ନୁଆଁ ଗଛ କିମ୍ବା ଚାରା ନିରୀକ୍ଷଣ କରନ୍ତୁ.
  • ସଂକ୍ରମିତ ଗଛକୁ ବାହାର କରି ଜମିରୁ ଦୂରରେ ନଷ୍ଟ କରି ଦିଅନ୍ତୁ.
  • ସମ୍ବେଦନଶୀଳ ଜମି ଭିତରେ ଓ ଚାରିପାଖରେ ଥିବା ବାଳୁଙ୍ଗା ନିୟନ୍ତ୍ରଣ କରନ୍ତୁ.
  • ଗଛଗୁଡ଼ିକ ଓଦା ଥିବା ସମୟରେ ଜମିରେ କାମ କରନ୍ତୁ ନାହିଁ.
  • ଅଟି କମ ରେ 3 ବର୍ଷୀୟା ବ୍ୟାପକ ଫସଲ ପର୍ଯ୍ୟାୟ ପାଳନ କରନ୍ତୁ.
  • ଅମଳ ପରେ ଫସଲ ଅବଶେଷକୁ ବାହାର କରି ନଷ୍ଟ କରି ଦିଅନ୍ତୁ.
  • ବିହନ ପାଇଁ ଚୟନ କରିଥିବା ଫଳ ଗୁଡିକ ରେ ଡେମ୍ଫ ପଚି ନ ଥାଏ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ