ସିମଳା ଏବଂ ଲଙ୍କା

ସିମଳା ଲଙ୍କା ରେ ପାଉଁଶିଆ ରୋଗ

Leveillula taurica

ଫିମ୍ପି

5 mins to read

ସଂକ୍ଷେପରେ

  • ପତ୍ରର ତଳ ପଟେ ଧଳା ପାଉଁଶିଆ ଦାଗ ଦେଖାଯାଏ.
  • ଉପର ପଟେ ହଳଦିଆ ଦାଗ ଦେଖାଯାଏ.
  • ପତ୍ରରେ ଘୋଡାଇ ହୋଇଥିବା ଅଟା ପରସ୍ତ ଯାହା ପୋଛି ହୋଇପାରେ.ସଂକ୍ରମିତ ଅଂଶ ଶୁକୁଡ଼ି ଯାଏ, ପତ୍ର ଝଡି ଯାଏ.
  • ଗଛ ମରିଯାଇପାରେ.

ମଧ୍ୟ ଦେଖା ଯାଇପାରେ


ସିମଳା ଏବଂ ଲଙ୍କା

ଲକ୍ଷଣ

ଲେଭେଇଲୁଲା ଅଧିକତର ପତ୍ରରେ ସଂକ୍ରମଣ ହୋଇଥାଏ କିନ୍ତୁ ବେଳେବେଳେ କାଣ୍ଡ ଓ ଫଳ ମଧ୍ୟ ସଂକ୍ରମିତ ହୋଇଥାଏ. ପ୍ରଥମ ଲକ୍ଷଣ ଗୁଡିକ ହେଲା ପାଉଁଶିଆ, ଧଳା ଦାଗ ପତ୍ରର ତଳେ ପଟେ ଏବଂ ବିଭିନ୍ନ ମାତ୍ରାରେ ହଳଦିଆ ଦାଗ ଉପର ପଟେ ଦେଖାଦେଇଥାଏ. ପରେ ଧଳା ପାଉଁଶିଆ ଦାଗ ଉପର ପଟେ ମଧ୍ୟ ଦେଖା ଦେଇ ପାରେ. ରୋଗ ବଢି ଚାଲିଲେ ସଂକ୍ରମିତ ଅଂଶ ଶୁଖୁଡ଼ି ଯାଏ, ପତ୍ର ଝଡ଼ିଯାଏ ଏବଂ ଗଛ ମରି ଯାଇପାରେ.

Recommendations

ଜୈବିକ ନିୟନ୍ତ୍ରଣ

ବଗିଚାରେ କ୍ଷୀର ପାଣି ମିଶ୍ରଣ ପ୍ରାକୃତିକ ଫିମ୍ପିନାଶକ ଭାବେ କାମ କରିଥାଏ. ପାତ୍ରରେ ପ୍ରତି ଦ୍ବୀତୁୟ ଦିନରେ ଏହି ମିଶ୍ରଣ ପ୍ରୟୋଗ କରନ୍ତୁ. ପୋଷକ ଫସଲକୁ ନେଇ ପାଉଁଶିଆ ରୋଗର ଲକ୍ଷଣ ଭିନ୍ନ ଭିନ୍ନ ହୋଇଥାଏ ତେଣୁ ଏହି ଉପଚାର ସବୁ ପ୍ରକାର ଫସଲ ପାଇଁ ଉପଯୋଗୀ ହୋଇ ନପାରେ. ଯଦି କିଛି ଉନ୍ନତି ଦେଖା ନ ଯାଏ ତାହେଲେ ରସୁଣ କିମ୍ବା ସୋଡ଼ିଅମ ବାଇକାର୍ବୋନେଟ ମିଶ୍ରଣ ପ୍ରୟୋଗ କରି ଚେଷ୍ଟା କରନ୍ତୁ. ବ୍ୟବସାୟିକ ରୂପେ ଜୈବିକ ଉପଚାର ମଧ୍ୟ ମିଳୁଛି.

ରାସାୟନିକ ନିୟନ୍ତ୍ରଣ

ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. ପାଉଁଶିଆ ରୋଗ ପ୍ରତି ସମ୍ବେଦନଶୀଳ ଫସଲ ସଂଖ୍ୟା ଏତେ ଅଧିକ ଯେ କୌଣସି ନିର୍ଦ୍ଧିଷ୍ଟ ରାସାୟନିକ ଉପଚାର ଅନୁମୋଦନ କଠିନ ହୋଇଥାଏ. ଜଳ ମିଶ୍ରଣୀୟ ସଲଫର, ଟ୍ରାଇଫ୍ଲୁମିଜୋଲ (triflumizole), ମାଇକ୍ଲୋବ୍ୟୁଟାନିଲ (myclobutanil) ଥିବା ଫିମ୍ପିନାଶକ ଏହି ଫିମ୍ପିର ବିକାଶକୁ କିଛି ଫସଲରେ ନିୟନ୍ତ୍ରଣ କରିବା ଜଣା ଯାଇଛି.

ଏହାର କାରଣ କଣ

ଫିମ୍ପିର ରେଣୁ ପତ୍ର, କଢ ଏବଂ ଗଛର ଅନ୍ୟ ଅଂଶରେ ଶୀତ ଦିନରେ ସୁପ୍ତ ଅବସ୍ଥାରେ ଥାଏ. ପାପଂ, ପାଣି ଏବଂ ପୋକ ଏହି ରେଣୁ ଗୁଡିକୁ ନିକଟସ୍ଥ ଗଛ ଗୁଡିକୁ ପରିବାହିତ କରିଥାନ୍ତି. ଯଦିଓ ଏହା ଏକ ଫିମ୍ପି, ପାଉଁଶିଆ ଦାଗ ସାଧାରଣ ଗରମ ପାଗରେ ବିକଶିତ ହୋଇଥାଏ. ଏହା 10-12°C ତାପମାନ ରେ ବଞ୍ଚିପାରେ କିନ୍ତୁ ଅନୁକୂଳ ତାପମାନ ହେଉଛି 30°C. ନିମ୍ନମୁଖି ପାଉଁଶିଆ ରୋଗ ସହିତ ତୁଳନା କଲେ, ଅଳ୍ପ ପରିମାଣର ବୃଷ୍ଟିପାତ ଓ ନିୟମିତ ସକାଳୁଆ କାକର ମଧ୍ୟ ପାଉଁଶିଆ ରୋଗର ବିକାଶ କୁ ତ୍ୱରାନ୍ୱିତ କରିଥାଏ.


ସୁରକ୍ଷାତ୍ମକ ଉପାୟ

  • ପ୍ରତିରୋଧି କିମ୍ବା ସହନଶୀଳ କିସମ ର ଫସଲ ଲଗାନ୍ତୁ.
  • ଯଥେଷ୍ଟ ବ୍ୟବଧାନ ରଖି ଗଛ ଲଗାନ୍ତୁ ଯାହା ଫଳରେ ଉତ୍ତମ ବାୟୁ ପ୍ରବାହ ହୋଇପାରିବ.
  • ଯେତେବେଳେ ପ୍ରଥମ ଦାଗ ଦେଖାଯାଏ ସଂକ୍ରମିତ ପତ୍ର ଗୁଡିକୁ ବାହାର କରିଦିଅନ୍ତୁ.
  • ସଂକ୍ରମିତ ଗଛକୁ ଛୁଇଁଲା ପରେ, ସୁସ୍ଥ ଗଛକୁ ଛୁଅନ୍ତୁ ନାହିଁ.
  • ଏକ ମୋଟା ପରସ୍ତ ର ମଲଚ ମାଟିରୁ ଫିମ୍ପିର ରେଣୁ ପ୍ରବାହରୁ ସୁରକ୍ଷା ଦେଇପାରେ.
  • କେତେକ କ୍ଷେତ୍ରରେ ଫସଲ ପର୍ଯ୍ୟାୟ କାମ କରିପାରେ.
  • ସନ୍ତୁଳିତ ଆହାର ର ଯୋଗାଣ ପାଇଁ ସାର ପ୍ରୟୋଗ କରନ୍ତୁ.
  • ଅସାମାନ୍ୟ ତାପମାନ ର ପରିବର୍ତ୍ତନ ରୁ ଦୁରେଇ ରୁହନ୍ତୁ.
  • ଅମଳ ପରେ ଫସଲ ଅବଶେଷ କୁ ଚାଷ କରି ପୋତି ଦିଅନ୍ତୁ କିମ୍ବା ବାହାର କରି ଦିଅନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ