ସିମଳା ଏବଂ ଲଙ୍କା

ଲଙ୍କାରେ ଜୀବଣୁଜନିତ ମୃଦୁ ଗଳନ ବା ପଚାରୋଗ

Pectobacterium carotovorum subsp. carotovorum

ବ୍ୟାକ୍ଟେରିଆ

5 mins to read

ସଂକ୍ଷେପରେ

  • ପତ୍ରର ଶିରା ପ୍ରଶିରା ଟିସୁ ଗାଢ଼ ରଙ୍ଗର ହୋଇଯାଏ.
  • ପତ୍ର ହଳଦିଆ ହୋଇ ପରେ ମରିଯାଏ.
  • ଫଳ, କାଣ୍ଡ ଏବଂ ଫଳ ଡ଼େମ୍ଫରେ ପାଣିଭିଜା ଦାଗ ଦେଖାଯାଏ.
  • ଫଟା ଗନ୍ଧ ବାହାରେ.

ମଧ୍ୟ ଦେଖା ଯାଇପାରେ


ସିମଳା ଏବଂ ଲଙ୍କା

ଲକ୍ଷଣ

ପ୍ରାଥମିକ ଲକ୍ଷଣ ଭାବେ ଗାଢ଼ ଶିରାପ୍ରଶିରା ଟିସୁ ଏବଂ ମଲା ଜାଗା ପତ୍ର ରେ ଦେଖାଦେଇଥାଏ. ଓଦା ଓ ପାଣିଭିଜା ଦାଗ ଦେଖାଦିଏ ଯାହା କାଣ୍ଡ, ଫଳ ଏବଂ ଫଳର ଡେମ୍ଫ ରେ ଅତି ଶୀଘ୍ର ବ୍ୟାପି ଥାଏ. ରୋଗ ବଢି ଚାଲିଲେ ଶୁଖିଲା, ଗାଢ଼ ବାଦାମୀ କିମ୍ବା କଳା କାଣ୍ଡ ଗର୍ତ୍ତ ସୃଷ୍ଟି ହୋଇପାରେ ଯାହାଦ୍ୱାରା ଅଧିକାଂଶ ସମୟରେ ଡାଳଗୁଡ଼ାଏ ଭାଙ୍ଗିଯାଏ. ଶେଷରେ ପୁରା ଫଳ ପାଣି ପାଣି, କୋମଳ ଓ ଲାଳୁଆ ପଦାର୍ଥ ରେ ପରିଣତ ହୋଇଯାଏ. ଏହା ଗଛରୁ ପାଣି ଭରା ବ୍ୟାଗ ପରି ଝୁଲୁଥାଏ. ସାଧାରଣତଃ ଜୀବାଣୁ ର ପୂଜ ରୋଗୀଣା ଟିସୁ ରୁ ବାହାରୁଥିବା ଦେଖାଯାଏ ଏବଂ ଦୁର୍ଗନ୍ଧ ବାହାରେ. ସଂକ୍ରମିତ ଗଛ ଝାଉଁଳି ପରେ ମରିଯାଏ.

Recommendations

ଜୈବିକ ନିୟନ୍ତ୍ରଣ

ଦୁଃଖିତ, ଆମେ ପେକ୍ଟୋବ୍ୟାକ୍ଟେରିଅମ କାରୋଟୋଭୋରମ (Pectobacterium carotovorum) ସବସ୍ପେ. କାରୋଟୋଭୋରମ (carotovorum) ପାଇଁ କୌଣସି ବିକଳ୍ପ ଉପଚାର ବିଷୟରେ ଅବଗତ ନାହୁଁ. ଯଦି ଆପଣ ଏହି ରୋଗ ନିୟନ୍ତ୍ରଣ କରିବା ପାଇଁ କିଛି ଜାଣିଛନ୍ତି ତାହେଲେ ଆମ ସହ ସମ୍ପର୍କ କରନ୍ତୁ. ଆପଣଙ୍କ ଠାରୁ ଶୁଣିବା ପାଇଁ ଆମେ ଅପେକ୍ଷାରତ.

ରାସାୟନିକ ନିୟନ୍ତ୍ରଣ

ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. ବିହନ ଓ ଅମଳ ହୋଇଥିବା ଫଳର ସୋଡ଼ିଅମ ହାଇପୋକ୍ଲୋରାଇଟ୍ ଦ୍ରବଣ ଦ୍ୱାରା ରାସାୟନିକ ଉପଚାର ଦକଲେ ଆଗକୁ ହେଉଥିବା ସଂକ୍ରମଣରୁ ସୁରକ୍ଷା ମିଳିପାରିବ. ଉଦାହରଣ ସ୍ୱରୂପ 1% ସୋଡ଼ିଅମ ହାଇପୋକ୍ଲୋରାଇଟ୍ ଦ୍ରବଣ 30 ସେକଣ୍ଡ ବୁଡାଇ ପରେ ସଫା ପାଣିରେ ଧୁଆ ଯାଇପାରେ.

ଏହାର କାରଣ କଣ

ମୃତ୍ତିକା ଜନିତ ଜୀବାଣୁ ଦ୍ୱାରା ମୃଦୁ ଗଳନ ବା ପଚା ରୋଗ ହୋଇଥାଏ ଯାହା ସର୍ବତ୍ର ପରିବେଶରେ ଦେଖାଯାଏ. ଏଗୁଡିକ ଜମି ଉପରେ ଥିବା ଜଳ ଓ ମାଟି ସହିତ ଜଡିତ. ଗରମ ଓ ଆର୍ଦ୍ର ପାଗ ଏହି ସଂକ୍ରମଣ ପାଇଁ ବହୁତ ଭଲ ଭାବେ ସୁହାଇଥାଏ. ଏହି ଜୀବାଣୁ ଗଛରେ ଚାରା ପରିଚାଳନା କରିବା ସମୟରେ, ପୋକ କାମୁଡ଼ା ଦ୍ୱାରା ଏବଂ ଖରା ରେ ପୋଡିଯିବା ଯୋଗୁଁ ହୋଇଥିବା କ୍ଷତସ୍ଥାନ ଦେଇ ପ୍ରବେଶ କରିଥାଏ. ପେକ୍ଟୋବ୍ୟାକ୍ଟେରିଅମ କାରୋଟୋଭୋରମ (Pectobacterium carotovorum) ସବସ୍ପେ. କାରୋଟୋଭୋରମ (carotovorum) ର ବହୁତ ପୋଷକ ଫସଲ ଅଛି ଉଦାହରଣ ସ୍ୱରୂପ ଆଳୁ, କନ୍ଦମୂଳ, କସଭା, ପିଆଜ, ବନ୍ଧାକୋବି, ଗାଜର, ଟମାଟ, ବିନ୍ସ, ମକା, କପା, କଫି ଏବଂ କଦଳୀ.


ସୁରକ୍ଷାତ୍ମକ ଉପାୟ

  • ଜମି ପ୍ରସ୍ତୁତି ସମୟରେ ଉତ୍ତମ ଜଳ ନିଷ୍କାସନର ବ୍ୟବସ୍ଥା କରନ୍ତୁ.
  • ଆଳୁ କିମ୍ବା ବନ୍ଧାକୋବି ଫସଲ ପରେ ଲଙ୍କା ଫସଲ କରନ୍ତୁ ନାହିଁ.
  • ଚାଷ ସମୟରେ ଗଛଗୁଡ଼ିକର ପରିଚାଳନା ଯତ୍ନ ସହକାରେ କରନ୍ତୁ.
  • ଜମି ଓ ଜମି ଚାରିପାଖରୁ ବାଳୁଙ୍ଗା ବାହାର କରିଦିଅନ୍ତୁ.
  • ଓଦା ଥିବା ସମୟରେ ଜମିଭିତରେ କାମ କରନ୍ତୁ ନାହିଁ.
  • ଅତ୍ୟଧିକ ଯବକ୍ଷାରଜାନ ସାର ପ୍ରୟୋଗ ଓ ଅଧିକ ଜଳସେଚନ ରୁ ବିରତ ରୁହନ୍ତୁ.
  • ଉତ୍ତମ କୃଷିକାର୍ଯ୍ୟ ପରିଚ୍ଛନ୍ନତା ରକ୍ଷା କରନ୍ତୁ (ପାଣି, ପୋଷାକ, ଉପକରଣ).
  • ବିଶୋଧନ ପଦାର୍ଥ ବ୍ୟବହାର କରି ହାତ ଓ ଉପକରଣ ସଫା କରନ୍ତୁ.
  • ସଂକ୍ରମିତ ଗଛଗୁଡିକ ଅମଳ ପରେ ବାହାର କରି ନଷ୍ଟ କରି ଦିଅନ୍ତୁ.
  • ମକା, ବିନ୍ସ କିମ୍ବା ସୋୟାବିନ କୁ ନେଇ ଫସଲ ପର୍ଯ୍ୟାୟ ପାଳନ କରନ୍ତୁ.
  • ମାଟିରେ ଜୀବାଣୁ ସଂଖ୍ୟା ହ୍ରାସ କରିବା ପାଇଁ ଗଭୀର ଚାଷ କରନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ