ପିଆଜ

ପାଉଁଶିଆ ରୋଗ ( ପତ୍ର ତଳ ପଟେ )

Peronosporales

ଫିମ୍ପି

5 mins to read

ସଂକ୍ଷେପରେ

  • ପତ୍ର ଉପରେ ହଳଦିଆ ଚିହ୍ନ, ପରେ ବାଦାମୀ ମରୁତ ଅଂଶ ଦେଖାଯାଏ । ପତ୍ର ତଳ ପଟେ ଚିହ୍ନ ତଳେ ଧଳା ଠାରୁ ଧୂସର ରଙ୍ଗର ତୁଳା ଭଳି ଆବରଣ ଥାଏ । ପତ୍ରହୀନତା , ବୃଦ୍ଧିହୀନତା କିମ୍ବା ନୂଆ ଡାଳ , ଫୁଲ ,ଫଳ ମରିଯିବା ଓ ରୁଗୁଡିଆ ବୃଦ୍ଧି ହୁଏ ।.

ମଧ୍ୟ ଦେଖା ଯାଇପାରେ

10 ଫସଲ ଗୁଡିକ

ପିଆଜ

ଲକ୍ଷଣ

ନୂଆରେ ବଢୁଥିବା ପତ୍ରରେ , ବିଭିନ୍ନ ଆକାରାର ହଳଦିଆ ଚିହ୍ନ ମିଶି ଉପର ପଟେ ଦେଖାଯାଏ ।ରୋଗ ବଢିବ ସମୟରେ ,ଏହି ଚିହ୍ନ ବଢେ ଓ କୋଣ ଭଳି ଦେଖାଯାନ୍ତି , ଶିରାକୁ ମଧ୍ୟ ଅତିକ୍ରମ କରନ୍ତି । ସେମଙ୍କର କେନ୍ଦ୍ର ବାଦାମୀର ବିଭିନ୍ନ ଛାଇ ସହିତ ବିଗଳିତ ହୋଇଯାଏ ଓ ଏକ ଉଜ୍ଜଳ ହଳଦିଆ ବଳୟ ଦ୍ଵାରା ଘେରି ରହିପାରନ୍ତି । କେତୋଟି ଉଷ୍ନ୍ଟ ଆର୍ଦ୍ର ରାତି ପରେ ଏହି ଚିହ୍ନ ତଳେ ଗୋଟିଏ ଧଳା ଠାରୁ ଧୂସର ରଙ୍ଗର ତୁଳା ସ୍ତର ଦେଖାଯାଏ । ଏହି କବକ ଗଛରୁ ପୋଷଣ ନେଇଯାଏ ଓ ଗଛର ବୃଦ୍ଧି ରୁଗୁଡିଆ ହୋଇଯାଏ । ଫଳ ଓ ଅନ୍ୟ ଅଂଶ ମଧ୍ୟ ପ୍ରଭାବିତ ହୋଇପାରେ । ପତ୍ରହୀନତା , ବୃଦ୍ଧିହୀନତା କିମ୍ବା ନୂଆ ଡାଳ , ଫୁଲ ,ଫଳ ମରିଯିବା ଓ ରୁଗୁଡିଆ ବୃଦ୍ଧି ହୁଏ ଏବଂ ଅମଳ କମେ । ପାଉଁଶିଆ ରୋଗ ( ଉପର ପଟେ ) ଭଳିଆ ନହୋଇ ଏହି ରୋଗରେ ତୁଳା ଆବରଣ ପତ୍ରର ତଳପଟେ ଥାଏ ଓ ଏହାର ବୃଦ୍ଧି ପ୍ରଧାନ ଶିରା ଦ୍ଵାରା ସୀମିତ ହୋଇଯାଏ । ଅଧିକନ୍ତୁ , ଏହା ସହଜରେ କଢାଯାଇପାରିବନାହି ।

Recommendations

ଜୈବିକ ନିୟନ୍ତ୍ରଣ

ପାଉଂସିଆ ରୋଗ ( ତଳ ପଟ ) ଦମନ କରିବା ପାଇଁ ବ୍ୟଯବସାୟିକ ଜୈବିକ ଉପଚାର ଅଛି ।ସାମାନ୍ଯ କ୍ଷେତ୍ରରେ, କିଛି ନ କରିବା ଭଲ ଅଟେ ଏବଂ ପାଗ ଉନ୍ନତି କରିବା ପର୍ଯ୍ୟନ୍ତ ଅପେକ୍ଷା କରିବା ଉଚିତ । କେତେକ କ୍ଷେତ୍ରରେ , ସଂକ୍ରମଣ ପୂର୍ବ ଜୈବିକ କବକ ନାଶୀ ଗଛକୁ ସଂକ୍ରମଣରୁ ରକ୍ଷା କରିପାରେ । ଏହା କପର ବା ତମ୍ବା ଥିବା କବକ ନାଶୀ ଯଥା ବୋର୍ଡକ୍ସ ମିଶ୍ରଣ ହୋଇପାରେ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ ।ସୁରକ୍ଷାତ୍ମକ କବକନାଶୀ ଗଛର ସଂକ୍ରମଣ ବନ୍ଦ କରିବାରେ ସାହାଯ୍ୟ କରି ପାରେ ,କିନ୍ତୁ ଏହା ପତ୍ରର ତଳପଟେ ସିଞ୍ଚନ କରିବା ଉଚିତ । ଡିଥିୟକାର୍ବାମେଟ ପରିବାରର କବକନାଶୀ ବ୍ୟବହାର କରାଯାଇପାରେ । ପ୍ରାଥମିକ ଲକ୍ଷଣ ମିଳିବା ପରେ ଶୀଘ୍ର ସଂକ୍ରମଣ ପରବର୍ତ୍ତୀ କବକନାଶୀ ପ୍ରୟୋଗ କରିବା ଉଚିତ । ସାଧାରଣ ଭାବରେ ବ୍ୟବହାର କରାଯାଉଥିବା ସଂକ୍ରମଣ ପରବର୍ତ୍ତୀ କବକନାଶୀ ମଧ୍ୟରେ ଫୋସେଟାଇଲ - ଆଲୁମିନିୟମ , ଅଜୋକ୍ସିସ୍ତ୍ରୋବିନ ଓ ଫିନାଇଲ ଅମାଇଡେଶ ପ୍ରଧାନ ଅଟେ ।

ଏହାର କାରଣ କଣ

ପେରୋନୋସ୍ପୋରାଲେସ ଗୋଷ୍ଠୀର କବକ ଦ୍ଵାରା ଏହି ଲକ୍ଷଣ ହୁଏ ଏବଂ ବାରମ୍ବାର ବର୍ଷା ଓ ଉଷୁମ ତାପମାତ୍ରା (15 - 23 ଡିଗ୍ରୀ C ) ସହିତ ଛାଇ ଜାଗାରେ ଏହା ଅଧିକ କ୍ଷତି କରିଥାଏ । ଏହି କବକ ଏହାର ପୋଷକ ସହିତ ଖୁବ ଭଲ ଭାବରେ ଅନୁକୂଳିତ ଥାଏ , ଅର୍ଥାତ , ପ୍ରତ୍ୟେକ ମୁଖ୍ୟ ଫସଲ ତାହାର ନିଜର କବକ ଜାତି ଥାଏ । ଫସଲ ପରବର୍ତ୍ତୀ ସମୟରେ ଏହା ସଂକ୍ରମିତ ଗଛ ଅବଶେଷ , ମାଟିରେ କିମ୍ବା ବିକଳ୍ପ ପୋଷକ ( ଫସଲ ଓ ଘାସ )ରେ ରହେ । ଅନୁକୂଳ ପରିସ୍ଥିତିରେ ଏହି ରେଣୁ ବର୍ଷା ଓ ପବନ ଦ୍ଵାରା ବିସ୍ତାର ହୁଏ । ରେଣୁ ଅଙ୍କୁରିତ ହୁଏ ଏବଂ ଏକ ଅଂଶ ସୃଷ୍ଟି କରେ ଯାହା ପତ୍ରର ପ୍ରାକୃତିକ କଣା ଦେଇ ପତ୍ରର ତଳ ପଟେ ଭିତରେ ପଶେ । ସେଠାରେ , ଏହା ଟିସୂ ( ଯାହା ଅନ୍ତଃ ଟିସୁରୁ ବଢିଥାଏ ) ଜରିଆରେ ବିସ୍ତାର ଲାଭ କରେ ଏବଂ ନିର୍ଦ୍ଧିଷ୍ଟ ଲକ୍ଷଣର ଧଳା ଆବରଣ ସୃଷ୍ଟି କରେ ।


ସୁରକ୍ଷାତ୍ମକ ଉପାୟ

  • ପ୍ରତିରୋଧି କିସମ ଲଗାନ୍ତୁ , ଯଦି ମିଳେ । ଗଛକୁ ଶୁଖିଲା ରଖନ୍ତୁ ,ଉଦାହରଣ ସ୍ୱରୂପ ଉଚିତ ବାୟୁ ଚଳାଚଳ ଦ୍ଵାରା । ମାଟିର ଉତ୍ତମ ନିଷ୍କାସନ ସୁନିଶ୍ଚିତ କରନ୍ତୁ । ଗଛର ବଳିଷ୍ଠ ଚେହେରା ପାଇଁ ସମତୁଲ ସାର ପ୍ରୟୋଗ କରନ୍ତୁ । ଗଛ ଗଛ ମଧ୍ୟରେ ଉଚିତ ବ୍ୟବଧାନ ଦିଅନ୍ତୁ । ଖରା ପଡୁଥିବା ଜାଗାରେ ଲଗାନ୍ତୁ ଓ ଠିକ ଦିଗ ବାଛନ୍ତୁ । ଜମିରେ ଓ ଚାରିପଟେ ଘାସ ନିୟନ୍ତ୍ରଣ କରନ୍ତି । ଜମିରୁ ଗଛ ଅବଶେଷ କାଢନ୍ତୁ । ଯନ୍ତ୍ରପାତି ସଫାରଖନ୍ତୁ । ସଂକ୍ରମିତ ମାଟି କିମ୍ବା ଗଛ ଅଂଶ ବଣ୍ଟନ କରନ୍ତୁ ନାହି । ସୁରକ୍ଷାତ୍ମକ ପଦାର୍ଥ ପ୍ରୟୋଗ କରି ଗଛର ଶକ୍ତି ବଢାନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ