ଲେମ୍ବୁଜାତୀୟ

ଲେମ୍ବୁ ହିନ୍ଦୁ ମାଇଟ/ପୋକ

Schizotetranychus hindustanicus

ମାଇଟ

5 mins to read

ସଂକ୍ଷେପରେ

  • ପତ୍ର ଉପରେ ବହୁ ସଂଖ୍ୟକ ସୂକ୍ଷ୍ମ ଧୂସର କିମ୍ବା ରୂପେଲି ଦାଗ ଦେଖା ଦେଇଥାଏ.
  • ସଂକ୍ରମିତ ଟିସୁ ସାଧାରଣତଃ କିଛି ଦୂରରୁ ରୂପେଲି ରଙ୍ଗ ଦେଖାଯାଏ.
  • ଏହି ପୋକର ଅତ୍ୟଧିକ ସଂକ୍ରମଣ ହେଲେ ଅସମୟରେ ପତ୍ର ଝଡ଼ା, ଡାଳ ମରିଯିବା, ଫଳର ଗୁଣବତ୍ତା କମ ହେବା ଏବଂ ଗଛ ଗୁଡିକର ଶାରୀରିକ ଶକ୍ତି କମ ହେବା ପରିଲକ୍ଷିତ ହୋଇଥାଏ.
  • ଏକ ଭଲ ଜଳ ଯୋଗାଣ ଏହାର ସଂକ୍ରମଣ ଓ ଏହି ପୋକ ଦ୍ୱାରା ହେଉଥିବା କ୍ଷୟକ୍ଷତି କୁ କମ କରିପାରେ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଲେମ୍ବୁଜାତୀୟ

ଲକ୍ଷଣ

ପତ୍ରର ଉପର ପାର୍ଶ୍ୱ ପୃଷ୍ଠ ଉପରେ ସୂକ୍ଷ୍ମ ଧୂସର କିମ୍ବା ରୂପେଲି ରଙ୍ଗର ଦାଗ ଦ୍ୱାରା କ୍ଷତିକୁ ବର୍ଣନା କରାଯାଇଥାଏ. ଏହି ଦାଗ ଦେଖାଯିବା ପ୍ରକ୍ରିୟାକୁ ସ୍ଟିପଲିଙ୍ଗ (stippling) କୁହାଯାଏ. ଏସବୁ ର ସଂଖ୍ୟା ମଝି ଶିରା କଡେ କଡେ ବହୁତ ଅଧିକ ଥାଏ ଯାହା ପରେ ପତ୍ରର ଧାର ଆଡକୁ ମାଡ଼ିଥାଏ. ସାଧାରଣତଃ ଗଛର ବାହାର ଆଡକୁ ଥିବା ପତ୍ର, ଫଳ ଏବଂ ଡାଳ ରେ ଏହି ପୋକ ଆକ୍ରମଣର ଆଶଙ୍କା ଅଧିକ ଥାଏ. ଅତ୍ୟଧିକ ମାତ୍ରାରେ ସଂକ୍ରମଣ ହେଲେ ଏହି ଦାଗ ଗୁଡିକ ମିଶି ବଡ଼ ଦାଗ ହୋଇଯାଏ ଯଦ୍ୱାରା ପୁରା ପତ୍ର କିମ୍ବା ସବୁଜ ଫୁଲ ସମାନ ଭାବେ ରୂପେଲି କିମ୍ବା ତମ୍ବାଳିଆ ରଙ୍ଗର ହୋଇଯାଏ. ସଂକ୍ରମିତ ଟିସୁ ଧୀରେ ଧୀରେ ଟାଣ ହୋଇଯାଇ ନଷ୍ଟ ହୁଏ ଏବଂ ଫଳସ୍ୱରୂପ ଅସମୟରେ ଝଡି ଯାଏ, ଡାଳ ମରିଯାଏ, ଫଳର ଗୁଣବତ୍ତା ଖରାପ ହୋଇଯାଏ ଏବଂ ଗଛର ଶକ୍ତି କମ ହୋଇଯାଏ. ଏହା ବିଶେଷ କରି ପ୍ରତିକୂଳ ବାତାବରଣରେ ହୋଇଥାଏ. ଉଦାହରଣ ସ୍ୱରୂପ ଶୁଖିଲା ଓ ପବନ ହେଉଥିବା ପାଣିପାଗ. ଅପର ପକ୍ଷରେ, କିନ୍ତୁ ଭଲ ଜଳ ଯୋଗାଣ ଥିଲେ ଏହି ପୋକ ଦ୍ୱାରା ହେଉଥିବା ସଂକ୍ରମଣ ଓ କ୍ଷତି କମିଯାଏ.

Recommendations

ଜୈବିକ ନିୟନ୍ତ୍ରଣ

ସିଜୋଟେଟ୍ରାନିକସ ହିନ୍ଦୁସ୍ତାନିକସ (Schizotetranychus hindustanicus) ର ବହୁତ ପ୍ରକାରର ଶିକାରୀ ଓ ପ୍ରାକୃତିକ ଶତ୍ରୁ ଅଛନ୍ତି ଏବଂ ଯଦି ପାଗ ସୁହାଇନଥାଏ ତେବେ ଏସବୁ ଏହି ମାଇଟ ର ଲଗାତାର ନିୟନ୍ତ୍ରଣ ପାଇଁ ଯଥେଷ୍ଟ. ଜାଲ ବସା ଯୋଗୁଁ ଫାଇଟୋସେଇଡ଼ ମାଇଟ ଯେମିତିକି ଇଉସିଅସ ସ୍ଟିପୁଲାଟସ(Euseius stipulatus) ଏହି ମାଇଟ ବିରୁଦ୍ଧରେ ଠିକ କାମ କରେ ନାହିଁ. ପାଟପୋକ ର ସ୍ଟେଥୋରସ (Stethorus) ଜିନସର କିଛି ପ୍ରଜାତି ଏହି ପୋକକୁ ପ୍ରବଳ ଭାବେ ଖାଇଥାନ୍ତି. କବକ ଏବଂ ବିଶେଷକରି ଭୁତାଣୁ ଗୁଡିକର ମଧ୍ୟ ଏହି ମାଇଟ ଜନସଂଖ୍ୟା କମ କରିବା ପାଇଁ ମହତ୍ୱପୂର୍ଣ୍ଣ ଭୂମିକା ଅଛି କିନ୍ତୁ ଏହା ତାପମାତ୍ରା ଦ୍ୱାରା ପ୍ରଭାବିତ ହୋଇପାରେ.

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପାୟ କୁ ମଧ୍ୟ ଧ୍ୟାନ ଦେବା ଦରକାର. ବ୍ୟାପକ ପ୍ରଭାବୀ କୀଟନାଶକ ପରିବର୍ତ୍ତେ ମାଇଟ ପାଇଁ ନିର୍ଦ୍ଧିଷ୍ଟ କୀଟନାଶକ ବ୍ୟବହାର କରିବା ପାଇଁ ଅଧିକତର ଉପଦେଶ ଦିଆଯାଇଥାଏ କାରଣ ବ୍ୟାପକ ପ୍ରଭାବୀ କୀଟନାଶକ ଶିକାରୀ ଓ ଅନ୍ୟ ଉପକାରୀ ପୋକଙ୍କୁ ମାରି ପରିସ୍ଥିତିକୁ ଆହୁରି ଖରାପ କରିପାରେ. ବିଭିନ୍ନ ଆକାରିସାଇଡ କୁ ପରିବର୍ତ୍ତନ କରି ବ୍ୟବହାର କଲେ ମାଇଟର ପ୍ରତିରୋଧି ଶକ୍ତି ବିକାଶ ହେବ ନାହିଁ.

ଏହାର କାରଣ କଣ

ଲେମ୍ବୁ ହିନ୍ଦୁ ମାଇଟ ସିଜୋଟେଟ୍ରାନିକସ ହିନ୍ଦୁସ୍ତାନିକସ ର ବୟସ୍କ ଓ ଶୁକର ପୋଷଣ କାର୍ଯ୍ୟକଳାପ ଯୋଗୁଁ ଏହି ଲକ୍ଷଣ ସୃଷ୍ଟି ହୋଇଥାଏ. ମାଈ ପୋକ ଏକ ବିଶେଷ ପ୍ରକାରର ଜାଲରେ ତିଆରି ବସା (1-3 ମିମି ବ୍ୟାସ) ପତ୍ରର ତଳ ପଟେ ପ୍ରସ୍ତୁତ କରିଥାଏ ଯେଉଁଥିରେ ପୋକ ବିକାଶ ହୋଇଥାଏ. ଅନ୍ୟ ମାଇଟ ମାନଙ୍କ ଠାରୁ ଏହି ବର୍ଣନା ଅଲଗା ଏବଂ ଏହାର ସାଧାରଣ ନାମ ସେଥିପାଇଁ ଏହାକୁ 'ନେଷ୍ଟ ୱେବିଙ୍ଗ ମାଇଟ' (nest-webbing mite) କୁହାଯାଏ. ବୟସ୍କ ପୋକ ସବୁ ବସାରୁ ବାହାରି ଅନ୍ୟ ପତ୍ର ଓ ଫଳ କୋଷକୁ ଆକ୍ରମଣ କରିଥାଏ କିନ୍ତୁ ବଢିନଥିବା ମାଇଟ ସେହି ବସାରେ ରହିବାକୁ ପସନ୍ଦ କରିଥାଏ. ପୋକ ଓ ପକ୍ଷୀ ଏହି ମାଇଟ କୁ ଅନ୍ୟ ଗଛକୁ ବିସ୍ତାର କରିବା ରେ ସାହାଯ୍ୟ କରିଥାନ୍ତି. ସଂକ୍ରମିତ ଉପକରଣ ଏବଂ ଖରାପ କୃଷି କାର୍ଯ୍ୟ ଅଭ୍ୟାସ ମଧ୍ୟ ଏହି ମାଇଟକୁ ଅନ୍ୟ ଜମିକୁ ନେବାରେ ସାହାଯ୍ୟ କରିଥାଏ. ଆବଶ୍ୟକ ଜଳ ଯୋଗାଣ ପାଇଁ ଏକ ଭଲ ଜଳସେଚନ ବ୍ୟବସ୍ଥା କଲେ ମାଇଟର ସଂକ୍ରମଣ ଓ କ୍ଷତି ବହୁତ ପରିମାଣରେ କମିଯାଇଥାଏ. ଅପରପକ୍ଷରେ ଯଦି କମ କିମ୍ବା ଅଧିକ ଆର୍ଦ୍ରତା, ଅଧିକ ପବନ, ଜଳାଭାବ, କିମ୍ବା ଦୁର୍ବଳ ଭାବେ ବିକଶିତ ହୋଇଥିବା ମୂଳ ପରିସ୍ଥିତିକୁ ଖରାପ କରିପାରେ.


ସୁରକ୍ଷାତ୍ମକ ଉପାୟ

  • ତୋଟା ରେ ନିୟମିତ ଭାବେ ଜବକାଚ ବ୍ୟବହାରରେ ନିରୀକ୍ଷଣ କରି ମାଇଟ ମାନଙ୍କ ସଂଖ୍ୟା ଆକଳନ କରନ୍ତୁ.
  • ଅତ୍ୟଧିକ କୀଟନାଶକ ବ୍ୟବହାର କରନ୍ତୁ ନାହିଁ କାରଣ ତାହା ଉପକାରୀ ପୋକ ମାନଙ୍କ ଜନସଂଖ୍ୟା ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ.
  • ଗଛକୁ ଭଲଭାବେ ପାଣି ଦିଅନ୍ତୁ ଏବଂ ମରୁଡି ଜନିତ ଚାପରୁ ବଞ୍ଚିତ କରନ୍ତୁ.
  • ଗଛର ଡାଳ ଯେମିତି ଜମିରେ ଥିବା ଅନାବନା ଘାସ ଓ ଗଛ ସଂସ୍ପର୍ଶରେ ନ ଆସେ ତାହାର ଧ୍ୟାନ ରଖନ୍ତୁ.
  • ଅନାବନା ଘାସ ସବୁ ଜମିରୁ ସଫା କରନ୍ତୁ.
  • ଅମଳ ପରେ ଅଳିଆ ଆବର୍ଜନା ତଥା ଗଛର ଅବଶେଷ ସବୁ ବାହାର କରିଦିଅନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ