ସବୁଜ କାତି ପୋକ

କଫି

ସବୁଜ କାତି ପୋକ

Coccus viridis

ପୋକ

ସଂକ୍ଷେପରେ

  • ନରମ ଡାଳରେ ଉପର ଆଡକୁ ବଙ୍କା ହୋଇ ଯାଇଥାଏ। ମଧୁମିଷ୍ଟ ବାହାରି ଥାଏ ଯାହାକି କଳା କବକ ଗୁଣ୍ଡର ବିକାଶ କରିଥାଏ।.

ମଧ୍ୟ ଦେଖା ଯାଇପାରେ

2 ଫସଲ ଗୁଡିକ

ସବୁଜ କାତି ପୋକ

କଫି

ଲକ୍ଷଣ

ନିମ୍ଫସ୍ ଏବଂ ବୟସ୍କମାନେ ସବୁଜ ଡାଳ ଓ ପତ୍ରର ତଳ ପୃଷ୍ଠରୁ ରସ ଶୋଷିଥାନ୍ତି। ରସ ଶୋଷିବା ଏବଂ ମଧୁମିଷ୍ଟ ବାହାରିବା ଦ୍ଵାରା କଳା କବକ ଗୁଣ୍ଡ ସୃଷ୍ଟି ହୋଇଥାଏ। ମଧୁମିଷ୍ଟ କଳା କବକ ଗୁଣ୍ଡ ବୃଦ୍ଧି ହେବାରେ ସାହାଯ୍ୟ କରିଥାଏ। କଳା କବକ ଗୁଣ୍ଡ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାକୁ ପ୍ରତିରୋଧ କରିଥାଏ, ଯାହା ଉତ୍ପାଦନକୁ ହ୍ରାସ କରିପାରେ ଏବଂ ପିମ୍ପୁଡ଼ି ପ୍ରତି ବିପଦ ସୃଷ୍ଟି କରିପାରେ। ସବୁଜ କାତିର ଅଧିକ ସଂଖ୍ୟା ଗଛକୁ ଦୁର୍ବଳ ଏବଂ ହଳଦିଆ କରିପାରେ ଏବଂ ପତ୍ରଝଡା କରାଇ ଥାଏ। ଅତ୍ୟଧିକ ଖାଇବାକୁ ଦେବା ଦ୍ଵାରା ସଂକ୍ରମିତ ଶାଖାଗୁଡ଼ିକ କ୍ଷୀଣ/ଦୁର୍ବଳ ହୋଇଯାଏ।

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

କୋକସ୍ ଭାଇରିଡିସ ପାଇଁ ପ୍ରାକୃତିକ ଶତ୍ରୁ, ପରଭକ୍ଷୀ ଏବଂ ପରଜୀବୀ ଅଛନ୍ତି। ପ୍ରାକୃତିକ ଶତ୍ରୁମାନଙ୍କ ମଧ୍ୟରେ ଲେଡିବର୍ଡସ୍ (ଚିଲୋକୋରସ୍), କୀଟଶିଶୁ/କାଟେରପିଲାର (ନକଚୁଡେ ଇଉବ୍ଲେମା ), ଏବଂ ପରଜୀବୀ (ଆପେଲିନାଇଡେ: କୋକୋଫାଗସ୍, କିଛି ଏନସାଇରଟିଡା ଏବଂ ଇଉଲୋଫିଡା) ଅନ୍ତର୍ଭୁକ୍ତ ଅଟେ। ପରଜୀବୀ କବକ ସେଫାଲୋସ୍ପୋରିୟମ୍ ଲେକାନି ବର୍ଷା ଋତୁରେ ବିଶେଷ ପ୍ରଭାବଶାଳୀ ହୋଇଥାଏ ଯେତେବେଳେ ଏହା ସବୁଜ କଫି କାତିପୋକର ବଡ଼ ବସତିକୁ ଶୀଘ୍ର ମାରିଦେଇ ପାରେ। ମୁଖ୍ୟତଃ କଫି ପାଇଁ ଜୈବିକ ଉପଚାର ଅଭ୍ୟାସ କରାଯାଇଛି, ଯେଉଁଠାରେ କୀଟନାଶକ ଏକ ବଡ଼ ବିପଦ ଅଟେ। ନିମ୍ବ ଉପଚାର କାତିପୋକ ଉପରେ କିଛି ପ୍ରଭାବ ପକାଇଥାଏ।

ରାସାୟନିକ ନିୟନ୍ତ୍ରଣ

ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କର। ଇଥିଅନ୍ ପରି ଅର୍ଗାନୋଫୋସଫେଟ୍ କାତିପୋକ ସହିତ ବିଭିନ୍ନ ପୋକର ଉପଚାର କରିପାରିବ। ରାସାୟନିକ ଉପଚାର ବିଷୟରେ ସ୍ଥାନୀୟ ନିୟମାବଳୀ ଅନୁସରଣ କରନ୍ତୁ। କୀଟନାଶକ ବ୍ୟବହାର କରିବାବେଳେ, ସର୍ବଦା ପ୍ରତିରକ୍ଷା ପୋଷାକ ପିନ୍ଧନ୍ତୁ ଏବଂ ଉତ୍ପାଦ ଲେବଲରେ ଥିବା ନିର୍ଦ୍ଦେଶଗୁଡିକ ଯେପରିକି ଡୋଜ୍, ପ୍ରୟୋଗର ସମୟ, ଏବଂ ଅମଳ ପୂର୍ବରୁ ବ୍ୟବଧାନ ଅନୁସରଣ କରନ୍ତୁ।

ଏହାର କାରଣ କଣ

କୋକସ୍ ଭାଇରାଇଡିସ୍ ଦ୍ୱାରା କ୍ଷତି ହୋଇଥାଏ। ଅମଳ ପରବର୍ତ୍ତୀ ଅବସ୍ଥା ସହିତ ଅଧିକାଂଶ ଅବସ୍ଥା ସଂକ୍ରମଣ ପ୍ରବଣ ଅଟେ। ପ୍ରଜନନ କେବଳ ସମାୟନ ବିନା ଘଟିଥାଏ। କୀଟ ସଂଖ୍ୟାରେ କେବଳ ମାଈମାନେ ହିଁ ଥାଆନ୍ତି। ସବୁଜ କାତି ପଲିଫାଗସ୍/ବହୁଖାଦ୍ୟ ଖାଇବା କୀଟ ଅଟେ ଏବଂ ପନିପରିବା, ଫଳ ଏବଂ ଆଳଙ୍କାରିକ ଫସଲ ସହିତ ଏକ ବ୍ୟାପକ ପୋଷକ ପରିସର ଅଛି। ପସନ୍ଦ ଅନୁଯାୟୀ, ଏହା ପତ୍ରର ତଳ ପୃଷ୍ଠରେ ଏବଂ ସବୁଜ ଡାଳରେ ଖାଇଥାଏ, କିନ୍ତୁ କାତିପୋକ ଅଧିକ ହେଲେ ଏହା ମୁଖ୍ୟ ଡାଳକୁ ଯିବ। ବୟସ୍କ ଏବଂ ନିମ୍ଫଗୁଡିକ ସାଧାରଣତଃ ପତ୍ରର ମଧ୍ୟଶିରା ଏବଂ ଶିରାରେ ଦେଖାଯାଏ।


ସୁରକ୍ଷାତ୍ମକ ଉପାୟ

  • ପତ୍ର ସମୂହ ଖୋଲିବା ପାଇଁ ଅତ୍ୟଧିକ ସଂକ୍ରମିତ ଗଛରେ କାଟଛାଣ୍ଟ କରନ୍ତୁ ଏବଂ ମୁଖ୍ୟତଃ ଖରା ଦିନେ ଏହା ତୁରନ୍ତ ନଷ୍ଟ କରି ଦିଅନ୍ତୁ। ଏଗୁଡିକୁ ବଗିଚାର ଗୋଟିଏ କୋଣରେ ନିର୍ମିତ ଗାତରେ ରଖିବା ଉଚିତ୍। ଶାଖା ଏବଂ ଡାଳକୁ କିଛି ଦିନ ଶୁଖିବାକୁ ଦିଅନ୍ତୁ ଏବଂ ଅବଶିଷ୍ଟ ଆବର୍ଜନାକୁ ପୋଡି ଦିଅନ୍ତୁ। ସେବକ ପିମ୍ପୁଡ଼ି ବାହାର କରିବା ଦ୍ଵାରା ପ୍ରାକୃତିକ ଶତ୍ରୁମାନଙ୍କୁ କୀଟ ନିୟନ୍ତ୍ରଣ କରିବାକୁ ସୁଯୋଗ ମିଳିପାରେ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ