ହରଡ଼ & ମସୁର

ଛୁଇଁ ମାଛି

Melanagromyza obtusa

ପୋକ

5 mins to read

ସଂକ୍ଷେପରେ

  • ଛୁଇଁର ଚୋପା କାନ୍ଥରେ କଣା ଦେଖାଯାଏ.
  • କ୍ଷତିଗ୍ରସ୍ତ ମଞ୍ଜି ପରିପକ୍ଵ ହୁଏ ନାହିଁ.
  • କଳା ମାଛି.
  • ମାଗଟ ଗୁଡିକ ଦୁଧିଆ ଧଳା ରଙ୍ଗର ହୋଇଥାଏ.

ମଧ୍ୟ ଦେଖା ଯାଇପାରେ


ହରଡ଼ & ମସୁର

ଲକ୍ଷଣ

ପୁରାପୁରି ବଢିଥିବା ଲାର୍ଭା ଛୁଇଁର ଚୋପାର କାନ୍ଥକୁ ଚୋବାଇ କଣା କଲା ପର୍ଯ୍ୟନ୍ତ ଏହି ପୋକ ସଂକ୍ରମଣର ଲକ୍ଷଣ ଗୁଡିକ ସ୍ପଷ୍ଟ ହୋଇ ନଥାଏ. ଏଥିପାଇଁ ସମୟସୀମା ରହିଯାଏ ଯେଉଁଥିରେ ମାଛି ପ୍ୟୁପା ଅବସ୍ଥା ସମାପ୍ତ କରି ବାହାରି ଥାଏ. ପ୍ୟୁପା ମଞ୍ଜି ଭିତରେ କଣା କରି ସୁଡ଼ଙ୍ଗ ପ୍ରସ୍ତୁତ କରେ ଏବଂ ସେଥିରୁ ବୟସ୍କ ଭାବେ ବାହାରି ଥାଏ. ସଂକ୍ରମିତ ମଞ୍ଜି ଗୁଡିକ ସଂକୁଚିତ ହୋଇ ଏହାର କାର୍ଯ୍ୟକ୍ଷମତା ହରାଇଥାଏ. ଲାର୍ଭା ମଳ ଯୋଗୁଁ ଗଛର ସଂକ୍ରମିତ ଅଂଶରେ ଫିମ୍ପି ର ବିକାଶ ହୋଇପାରେ. କ୍ଷତିଗ୍ରସ୍ତ ମଞ୍ଜି ଗୁଡିକ ମନୁଷ୍ୟ ପାଇଁ ଖାଇବା ଯୋଗ୍ୟ ହୋଇ ନଥାଏ ଏବଂ ଏହାର ଅଙ୍କୁରଣ କ୍ଷମତା ନ ଥାଏ. ପିନ୍ କଣ୍ଟା ର ମୁନ ପରି କଣା ଶୁଖିଲା ଛୁଇଁ ଉପରେ ଦେଖା ଦେଇଥାଏ. ମଞ୍ଜି ଗୁଡିକ ଶୁକୁଡିଗଲା ପରି, ଗାରଗାରିଆ ଦେଖାଯାଏ ଏବଂ ଏଗୁଡିକ ଆଂଶିକ ଭାବେ ଖାଇଲା ପରି ଦେଖାଯାଏ.

Recommendations

ଜୈବିକ ନିୟନ୍ତ୍ରଣ

ମେ. ଓବୁଷ୍ଟା (M. obtusa) ର ପ୍ରାକୃତିକ ଶତ୍ରୁ ଗୁଡିକୁ ସଂରକ୍ଷଣ କରନ୍ତୁ. ନିମ ମଞ୍ଜି ଅର୍କ ର ଦ୍ରବଣ ଚାରି ସପ୍ତାହ ପାଇଁ (50ଗ୍ରା/ଲି ପାଣି) କିମ୍ବା ତରଳ ନିମ ମଞ୍ଜି ଅର୍କ ପ୍ରତି 15 ଦିନ ରେ ଥରେ ସ୍ପ୍ରେ କରନ୍ତୁ.

ରାସାୟନିକ ନିୟନ୍ତ୍ରଣ

ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. ମୋନୋକ୍ରୋଟୋଫସ (Monocrotophos), ଏସିଫେଟ (Acephate) କିମ୍ବା ଲାମ୍ବଡା ସିହାଲୋଥ୍ରୀନ (lambda-cyhalothrin) ଫୁଲ ଧରିବା ଅବସ୍ଥାରେ ସ୍ପ୍ରେ କରନ୍ତୁ ଏବଂ 10-15 ଦିନ ପରେ ପୁଣି ସ୍ପ୍ରେ କରନ୍ତୁ. ନିର୍ଦ୍ଧିଷ୍ଟ କୀଟନାଶକ ପାଇଁ ପୋକର ପ୍ରତିରୋଧକ ଶକ୍ତି ଯେମିତି ବିକଶିତ ନ ହୁଏ ସେଥପାଇଁ ଗୋଟିଏ ସିଜନ ରେ ସ୍ପ୍ରେ ଫର୍ମୁଲା ବଦଳାଇ ବ୍ୟବହାର କରିବାକୁ ପରାମର୍ଶ ଦିଆ ଯାଇଥାଏ.

ଏହାର କାରଣ କଣ

ମେଲାନାଗ୍ରୋମାଇଜା ଓବୁଷ୍ଟା (Melanagromyza obtusa) ର ମାଗଟ ଦ୍ୱାରା ଖୟକ୍ଷତି ହୋଇତାହେ ଯାହା ବଢୁଥିବା ମଞ୍ଜିର ଚୋପା ର କାନ୍ଥ ରେ ଖାଇଥାଏ. ବୟସ୍କ ମାଛି (2.5 ମିମି ଲମ୍ବା) ହରଡ଼ ଓ ଅନ୍ୟ ପୋଷକ ଫସଲର କଞ୍ଚା ଛୁଇଁର ଚୋପାର କାନ୍ଥରେ ଅଣ୍ଡା ଦେଇଥାଏ. ଅଣ୍ଡାରୁ ଫୁଟିଥିବା ଲାର୍ଭା ଗୁଡିକ ଦୁଧିଆ ଧଳା ରଙ୍ଗର ହୋଇଥାନ୍ତି ଏବଂ ପ୍ୟୁପା ଗୁଡିକ ନାରଙ୍ଗୀ ବାଦାମୀ ରଙ୍ଗ ର ହୋଇଥାନ୍ତି. ଏହାର ମାଗଟ ମଞ୍ଜିର ଏପିଡର୍ମିସର ଠିକ ତଳେ ମଞ୍ଜିର ଚୋପାକୁ ନଷ୍ଟ ନ କରି ସୁଡ଼ଙ୍ଗ ତିଆରି କରିଦିଏ ଏବଂ ଏହାର ବୀଜପତ୍ର ଭିତରେ କଣା କରି ପଶିଯାଏ. ଶେଷ ଇନଷ୍ଟାର ର ମାଗଟ ମଞ୍ଜିରୁ ବାହାରି ଯାଏ ଏବଂ ଛୁଇଁକୁ ଖରାପ ପ୍ୟୁପା ଅବସ୍ଥା ପୂର୍ବରୁ ଖରାପ କରି ଚାଲିଯାଏ.


ସୁରକ୍ଷାତ୍ମକ ଉପାୟ

  • ମିଳୁଥିବା ପ୍ରତିରୋଧି କିସମର ଫସଲ ଲଗାନ୍ତୁ.
  • ସଅଳ ସିଜନରେ ଫସଲ ଲଗାଇଲେ ମେଲାନାଗ୍ରୋମାଇଜା ଓବୁଷ୍ଟା (Melanagromyza obtusa) ର ପ୍ରକୋପ ରୁ ଦୁରେଇ ହେବ.
  • ଜମିରେ ଉତ୍ତମ ପରିଚ୍ଛନ୍ନତା ରକ୍ଷା କରନ୍ତୁ ଏବଂ ନିୟମିତ ଭାବେ ବାଳୁଙ୍ଗା ବାହାର କରନ୍ତୁ.
  • ପୋକର ସଙ୍କେତ ପାଇଁ ଫସଲ ନିରୀକ୍ଷଣ କରନ୍ତୁ ଏବଂ ଅଠାଳିଆ ଟ୍ରାପ୍ ବ୍ୟବହାର କରି ବୟସ୍କ ମାଛି ଧରନ୍ତୁ.
  • ଜୋଆର, ମକା ଏବଂ ଚିନାବାଦାମ ସହ ଅନ୍ତଃ ଫସଲ ନେଲେ ପୋକ ସଂଖ୍ୟା ହ୍ରାସ ପାଇଥାଏ.
  • ବିନା ପୋଷକ ସହିତ ଫସଲ ପର୍ଯ୍ୟାୟ ପାଳନ କରନ୍ତୁ.
  • ବିଭିନ୍ନ ଅବଧିର କିସମ କୁ ମିଶାଇ ଗୋଟିଏ ଜାଗାରେ ଲଗାନ୍ତୁ ନାହିଁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ