ଅନ୍ୟ

ଉଈ ଖାଇବା

Termitidae

ପୋକ

5 mins to read

ସଂକ୍ଷେପରେ

  • ନୂଆ କିମ୍ବା ପୁରୁଣା ଗଛ ଝାଉଁଳିଯାଏ ଓ ପଡିଯାଏ.
  • ଚେର ଚାରିପାଖରେ ଓ ଭିତରେ ଉଇ ଓ ଉଇହୁଂକାର ଉପସ୍ଥିତି ଦେଖାଯାଏ.
  • ଚେର ଓ କାଣ୍ଡର ମୂଳ ଗୁଡିକ ଫମ୍ପା ହୋଇଯାଏ.
  • କ.

ମଧ୍ୟ ଦେଖା ଯାଇପାରେ

11 ଫସଲ ଗୁଡିକ

ଅନ୍ୟ

ଲକ୍ଷଣ

ବିହନ ବୁଣିବା ଠାରୁ ପରିପକ୍ୱ ହେବା ସ୍ତର ମଧ୍ୟରେ, ଉଇ ମାନେ ଫସଲ ଉପରେ ଯେକୌଣସି ବିକାଶ ସ୍ତରରେ ଆକ୍ରମଣ କରିପାରନ୍ତି. ସେମାନେ ଗଛର ଚେରକୁ ହାନି କରି ଦିଅନ୍ତି, ଯାହା ଫଳରେ ଗଛର ଉପର ଅଂଶ ଗୁଡିକ ଝାଉଁଳିଯିବା ଦେଖାଯାଏ. ଉଇ ମାନଂକ ଉପସ୍ଥିତି ଜାଣିବା ପାଇଁ, ପ୍ରଭାବିତ ଗଛଗୁଡିକୁ ବାହାରକରି ସେଗୁଡିକର ଚେର ଓ କାଣ୍ଡର ତଳଅଂଶ ଗୁଡିକୁ ଜୀବିତ କୀଟ କିମ୍ବା ହୁଂକାର ଉପସ୍ଥିତି ପାଇଁ ପରୀକ୍ଷଣ କରନ୍ତୁ. ଗଛଗୁଡିର ଚେର ଓ କାଣ୍ଡ ଗୁଡିକ ସମ୍ପୁର୍ଣ ଭାବେ ଫମ୍ପା ହୋଇ ଯାଇ ଥାଇପାରେ ଓ ସେଠାରେ ମାଟି ଅବଶେଷ ଭର୍ତ୍ତି ହୋଇ ଯାଇ ଥାଇପାରେ. କିଛି ଫସଲ ଗୁଡିକ ଜୋର୍ ପବନରେ ମଧ୍ୟ ବଜାୟ ରହିଥାନ୍ତି ଓ ମାଟି ଦ୍ୱାରା ଢାଂକି ହୋଇ ଯାଆନ୍ତି, ଯାହା ତଳେ କି ଉଇ ଗୁଡିକ ଦେଖା ଯାଇ ଥାଆନ୍ତି. ଯେହେତୁ ଦିନ ବେଳେ ଯେତେ ବେଳେକି ତାପମାତ୍ରା ଅଧିକ ଥାଏ ଉଇ ଗୁଡିକ ମାଟି ଭିତରକୁ ପସି ଯାଇ ପାରି ଥାଆନ୍ତି, ତେଣୁ ଫସଲକୁ ଭୋର୍ ସଖାଳୁ ଥରେ ଓ ଅପରାହ୍ର୍ନରେ ଥରେ ନିରୀକ୍ଷଣ କରିବା ଜରୁରୀ ଅଟେ.

Recommendations

ଜୈବିକ ନିୟନ୍ତ୍ରଣ

ନେମାଟୋଡ୍ସ ଆଧାରିତ ପ୍ରସ୍ତୁତି ଯାହାକି କୀଟ ମାନଂକୁ ଆକ୍ରମଣ କରେ, ଏହି କୀଟ ଉପରେ କାମ କରେ. ଫଂଗୀ ବିଉଭେରିଆ ବାସିୟାନା କିମ୍ବା ଅନ୍ୟ ଜାତିର ମେଟାର୍ହିଯ଼ିୟମ୍ ଥିବା ଦ୍ରବଣ ଉଇହୁଂକା ଉପରେ ଉପଯୋଗ କରିବା କାମ କରିଥାଏ. କବକ ରେଣୁ ମଧ୍ୟ ଏହି ଅସୁବିଧା ଦୂରେଇବାରେ ସହାୟକ ହୋଇଥାନ୍ତି. ନିମ୍ବ ମଂଜ୍ଜିର ଆଧାରରୁ କଢା ଯାଇଥିବା ରସ(ଏନ୍.ଏସ୍.କେ.ଇ) କୁ ଗଛ ଓ ଫସଲ ଉପରେ ପ୍ରୟୋଗ କରି ଭଲ ସଫଳତା ମିଳିଅଛି. ଅନ୍ୟ ଏକ ଉପାୟ ହେଲା କାଠ ପାଉଁଶ କିମ୍ବା ଛେଚା ନିମ୍ବ ପତ୍ର ବା ବୀଜକୁ ଉଇହୁଂକା ଭିତରକୁ ପକେଇବା ଦ୍ୱାରା ଦୂରେଇବାରେ ସହାୟକ ହୋଇଥାଏ.

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ଥାଏ ତାହାଲେ ସର୍ବଦା ସମନ୍ଵିତ ନିବାରଣ ଉପାୟ ସହ ଜୈବୀକ ଉପାୟର ମଧ୍ୟ ଉପଯୋଗ କରିବା ପାଇଁ ଚେଷ୍ଟା କରନ୍ତୁ. କ୍ଲୋରୀରିଫୋସ୍, ଡେଲ୍ଟାମେଥ୍ରିନ୍ କିମ୍ବା ଇମିଦାକ୍ଲୋପ୍ରିଡ୍ ଆଧାରିତ ଉତ୍ପାଦ ଗୁଡିକୁ ଉଇହୁଂକା ଭିତରକୁ ସମାଧାନ ଆକାରରେ ଉପଯୋଗ କରନ୍ତୁ.

ଏହାର କାରଣ କଣ

ଉଇ ଗୁଡିକ ମିଳିତ ଭାବେ କର୍ମୀ, ସିପାହୀ ଓ ପ୍ରଜନନକ୍ଷମ ବର୍ଗରେ ବଡ ବଡ ଗୋଷ୍ଠୀରେ ରହନ୍ତି କରନ୍ତି. ବେଳେବେଳେ ସେମାନଂକ ହୁଂକାଗୁଡିକ ବହୁତ ଓସାରିଆ ଥାଏ. କିଛି ଉଇମାନେ ନିଜ ହୁଂକାକୁ ଆର୍ଦ୍ର,ମୃତ ଗଛ ଥୁଣ୍ଟାରେ ହୁଂକା ତିଆରି କରନ୍ତି, ସେହି ସମୟରେ ଅନ୍ୟ ମାନେ ଭୂତଳସ୍ଥ ହୁଂକା ତିଆରି କରନ୍ତି. ସେମାନେ ନିଜ ପୋଷଣ ଭୂତଳସ୍ଥ ହୁଂକା ଦ୍ୱାରା ଆଶ୍ରୟରେ ରହି,ଫସଲ ଚେରଠାରୁ ଓ ଜମିର ଅନ୍ୟାନ୍ୟ ଉପାଦାନରୁ, ହୁଂକାଠାରୁ ଦୂରରେ ରହି କରନ୍ତି. ଅନ୍ୟ କିଛି ଖାଦ୍ୟ ନ ମିଳିଲେ ଉଇ ଗୁଡିକ ଫସଲ ଉପରେ ଆକ୍ରମଣ କରିପାରନ୍ତି,ତେଣୁ ମାଟିରେ ଯଥା ପରିମାଣରେ ଜୈବୀକ ଉପାଦାନ ରହିବା ସୁନିଶ୍ଚିତ କରନ୍ତୁ. ପ୍ରଜନନକ୍ଷମ ଉଇ ଗୁଡିକର ପର ରହିଥାଏ. ଅନେକଗୁଡିକ ପରଥିବା ପୁରୁଷ ଓ ମହିଳା ଉଇ, ସାଧାରଣତଃ କଳା ରଂଗର ଓ ସମ୍ପୁର୍ଣ ବିକଶିତ ଆଖି ସହ ଦଳ ବନେଇବା ପାଇଁ ତିଆରି ହୋଇଥାଆନ୍ତି. ସାଧାରଣତଃ ଉଇ ଗୁଡିକ ଜୋରରେ ବର୍ଷା ହେବା ପରେ ଏପରି ଦଳ ବନେଇବା ଆରମ୍ଭ କରନ୍ତି. ଉଡିବା ପରେ, ସେମାନେ ପର ଛିଡେଇ ଦିଅନ୍ତି, ପ୍ରଜଜନ କରନ୍ତି ଓ ମାଟି ଭିତରେ ଓ କାଠ ଫାଂକରେ ପସି ହୁଂକା ବନାନ୍ତି ଓ ନୂଆ ଗୋଷ୍ଠୀ ବନେଇ ନିଅନ୍ତି.


ସୁରକ୍ଷାତ୍ମକ ଉପାୟ

  • ଚାରା ଲଗେଇବା ସମୟରେ, ଖୋଲା ଓ ସୁଖିଲା ଜମିର ବ୍ୟବହାର କରନ୍ତୁ ନାହିଁ ଯେଉଁଥିରେ କି ଅବଶେଷ ଓ ଜୈବୀକ ଉପାଦାନ ରହିଥାଏ.
  • ଭୋର୍ ସଖାଳୁ ଥରେ ଓ ଅପରାହ୍ର୍ନରେ ଥରେ, ଫସଲର ନିୟମିତ ଭାବେ ନିରୀକ୍ଷଣ କରନ୍ତୁ.
  • ରୋଗ ଦ୍ୱାରା ପ୍ରଭାବିତ ହୋଇଥିବା ଗଛ ଓ ଗଛର ଅଂଶ ଗୁଡିକୁ ବାହାର କରି ଧ୍ୱଂସ କରି ଦିଅନ୍ତୁ.
  • ଗଛର ସୁସ୍ଥ ବିକାଶ ପାଇଁ ପରିବେଶକୁ ପ୍ରୋତ୍ସାହିତ କରନ୍ତୁ.
  • ଗଛଗୁଡିକୁ ଜଳର ଅଭାବ ଜନିତ ଚାପ ଓ ଅନାବଶ୍ୟକ ଆଘାତରୁ ବଂଚେଇ ରଖନ୍ତୁ.
  • ଯଥା ଶୀଘ୍ର ସମ୍ଭବ ଅମଳ କରି ନିଅନ୍ତୁ, କାରଣ ଉଇମାନେ ପ୍ରାୟ ଜମିରେ ଥିବା ଅବଶିଷ୍ଟ ଶସ୍ୟ ଗୁଡିକ ପରିପକ୍ୱ ହେବା ପରେ ଆକ୍ରମଣ କରନ୍ତିିଗଛଗୁଡିକର ଅବଶେଷ ଓ ଅନ୍ୟାନ୍ୟ ଅବଶେଷକୁ ଅମଳ ପରେ କାଢି ନିଅନ୍ତୁ.
  • ଉଇହୁଂକା ଓ ଗୁମ୍ଫା ଗୁଡିକୁ ଧ୍ୱଂସ କରିଦେବା ପାଇଁ ଜମିକୁ ଭଲ ଭାବରେ ହଳ କରିନିଅନ୍ତୁ ଓ ଉଇଗୁଡିକର ଭକ୍ଷକ ତଥା ପିମ୍ପୁଡି, ପକ୍ଷୀ ଓ କୁକୁଡା ମାନଙ୍କୁ ସୁବିଧା ଦିଅନ୍ତୁ.
  • ଫସଲ ଗୁଡିକର ପର୍ଯ୍ୟାୟ ଅଭ୍ୟାସ କରନ୍ତୁ କିମ୍ବା ଅନ୍ତଃ-ଫସଲ ସହ ଚାଷ କରନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ