ଧାନ

ଏସିଆ ଧାନ କାହାଳିଆ ପୋକ

Orseolia oryzae

ପୋକ

5 mins to read

ସଂକ୍ଷେପରେ

  • ପିଲର ମୂଳ ପାଖରେ ନଳୀ (tube ) ସଦୃଶ ଆକୃତି ସୃଷ୍ଟି ହୋଇଥାଏ । ରୂପେଲି ରଙ୍ଗର ପତ୍ର ଛଦ । ଧାନ କେଣ୍ଡା ହୁଏ ନାହିଁ ବିକୃତ, ମଉଳା ଓ ମୋଡି ହୋଇ ଯାଇ ଥିବା ପତ୍ର ସବୁ ଦେଖା ଯାଏ । ରୁଗୁଡିଆ ବୃଦ୍ଧି ହୋଇଯାଏ । ଛୋଟିଆ ନାଲିଆ-ମାଟିଆ ରଙ୍ଗର ଡାଆଁଶ ପୋକ ଦେଖା ଯାଇଥାଏ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଧାନ

ଲକ୍ଷଣ

ପିଲ ଗୁଡିକର ମୂଳପାଖରେ କୀଟ ନଳି ଆକୃତିର ଫୁଲା ବା କାହାଳି ତିଆରି କରିଥାଏ, ଯାହା କି ଲମ୍ବାଳିଆ ରୂପେଲି ପତ୍ର ଛଦ ପ୍ରସ୍ତୁତ କରିଥାଏ ଯାହାକୁ ପିଆଜ ପତ୍ର କିମ୍ବା ରୂପେଲି ଡାଳ କୁହାଯାଏ(ପ୍ରାୟ 1 ସେମି ଚଉଡା ଓ 10-30 ସେମି ଲମ୍ବା) । ପ୍ରଭାବିତ ପିଲଗୁଡିକର ପତ୍ର ଗୁଡିକର ବୃଦ୍ଧି ବାଧା ପାଇଥାଏ ଓ ଧାନ କେଣ୍ଡା ସୃଷ୍ଟି କରିବା ପାଇଁ ଅକ୍ଷମ ହୋଇ ଯାଇଥାଏ । ଫସଲର ବୃଦ୍ଧି ରୁଗୁଡିଆ ହେବା ଓ ପତ୍ର ବିକୃତ, ମଉଳା ଓ ମୋଡି ହୋଇ ଯିବା ଆଦି ମରୁଡି, ପୋଟାସିୟମ ଅଭାବ, ଲବଣତା ଓ ଧାନ ଉଇର ମଧ ଲକ୍ଷଣ ହୋଇଥାଏ । ଅସୁବିଧାର କାରଣର ସ୍ପଷ୍ଟୀକରଣ ପାଇଁ, କୀଟ ମାନଙ୍କ ଉପସ୍ଥିତି ନିରୀକ୍ଷଣ କରନ୍ତୁ । ମୁଖ୍ୟତଃ, ବଢୁଥିବା କଢ ଭିତରେ ଲମ୍ବାଳିଆ ନଳି ଆକୃତିର ଅଣ୍ଡା ଓ ଲାଙ୍ଗୁଡା ପୋକ ସଦୃଶ ଲାର୍ଭା ବା ଶୂକ ପୋଷଣ କରୁଥିବା ନିରୀକ୍ଷଣ କରନ୍ତୁ.

Recommendations

ଜୈବିକ ନିୟନ୍ତ୍ରଣ

ପ୍ଲାଟିଗ୍ୟାଷ୍ଟେରିଡ଼, ଇଉପେଲମିଡ଼ ଓ ଟେରୋମାଲିଡ଼ ବିରୁଡି(ଲାର୍ଭା କୁ ନିଷ୍କ୍ରିୟ କରିଥାଆନ୍ତି), ବୁଢିଆଣୀ (ବୟସ୍କ ମାନଙ୍କୁ ଖାଇଥାଆନ୍ତି) ମାନଙ୍କ ସାହାଯ୍ୟରେ ପରଜୀବିକରଣକୁ ସଫଳତାର ସହିତ ବ୍ୟବହାର କରାଯାଇଅଛି । ଧାନ ଫସଲ ଚାରିପାଖେ କୀଟ ମାନଙ୍କୁ ଆକର୍ଷିତ କରୁଥିବା ଫୁଲ ଗଛ ଗୁଡିକୁ ଲଗେଇବା ମଧ୍ୟ ସାହାଯ୍ୟ କରିପାରେ ।

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ଥାଏ ତାହାଲେ ସର୍ବଦା ଜୈବୀକ ଉପଚାର ସହ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଧାନରେ ହେଉଥିବା କାହାଳୀ ଫୁକା ଉପରେ ସମୟୋଚିତ କୀଟନାଶକ ଭଲଭାବରେ ଭାବେ ସିଞ୍ଚନ ବ୍ୟବହାର କରିବା ଦ୍ୱାରା ପ୍ରାଦୁର୍ଭାବକୁ ନିୟନ୍ତ୍ରଣ କରାଯାଇପାରେ । କ୍ଲୋରୋପାଇରିଫୋସ ଆଧାରିତ ସାମଗ୍ରୀକୁ ଧାନରେ କାହାଳୀ ବା ଫୁକା କରୁଥିବା ଏସୀୟ ଡାଆଁଶ ପାଇଁ , ଏହାର ସଂଖ୍ୟା ନିୟନ୍ତ୍ରଣ କରିବା ପାଇଁ ବ୍ୟବହାର କରା ଯାଇ ପାରେ ।

ଏହାର କାରଣ କଣ

ଧାନର କାହାଳିଆ ପୋକ ଧାନ ଫସଲର ପିଲ ଅବସ୍ଥାରେ ଜଳସେଚିତ କିମ୍ବା ବର୍ଷାଧାର ସନ୍ତସନ୍ତିଆ ଧାନ ପରିବେଶରେ ଦେଖିବାକୁ ମିଳିଥାଏ । ଏହା ଢିପ ଜମି ଅଂଚଳ ଓ ଗଭୀର ଜଳ ଧାନରେ ସାଧାରଣ ଅଟେ । ଏହି କୀଟଟି କୋଷାବସ୍ଥାରେ ନିଷ୍କ୍ରିୟ ଭାବେ ପଡି ରହିଥାଏ କିନ୍ତୁ ବର୍ଷା ପରେ କଢ ବଢିବା ଆରମ୍ଭ ହେବା ସମୟରେ ପୁଣି ସକ୍ରିୟ ହୋଇ ଯାଆନ୍ତି । ସଂଖ୍ୟାର ଘନତ୍ଵ ମେଘୁଆ କିମ୍ବା ବର୍ଷା ପାଣିପାଗ, ଅଧିକ ପିଲ ଦେଉଥିବା କିସମର ଚାଷ ଓ ପ୍ରଗାଢ ପରିଚାଳନା ପ୍ରଣାଳୀ ଦ୍ୱାରା ଅନୁକୂଳ ହୋଇଥାଏ ।


ସୁରକ୍ଷାତ୍ମକ ଉପାୟ

  • ଉପଲବ୍ଧ ହେଉଥିବା ପ୍ରତିରୋଧି କିସମ ବ୍ୟବହାର କରନ୍ତୁ । ବର୍ଷା ଋତୁର ଆରମ୍ଭରେ ଫସଲ ସହଳ ଲଗାନ୍ତୁ । ଗଛ ଗଛ ମଧ୍ୟରେ ଚଉଡା ବ୍ୟବଧାନ ରଖନ୍ତୁ କିମ୍ବା ବିହନ ହାର ଶିଥିଳ କରନ୍ତୁ । ଧାନ ଜମି ଚାରିପାଖରେ ସାହାଯ୍ୟକାରୀ କୀଟ ମାନଙ୍କୁ ଆକର୍ଷିତ କରିବା ପାଇଁ ଜନ୍ତା ଫସଲ ଲଗାନ୍ତୁ । ଧାନ ଫସଲ ଚାରି ପାଖରୁ ସମସ୍ତ ଅଣରୂତୁ ପୋଷକ ଗଛକୁ ବାହାର କରିଦିଅନ୍ତୁ । ଯବକ୍ଷାରଜାନ ଓ ପୋଟାସିଅମର ଅନୁକୂଳତମ ଅନୁମୋଦିତ ମାତ୍ରାକୁ ଅନୁଧ୍ୟାନ କରନ୍ତୁ । ପ୍ରଜାପତି ମାନଙ୍କୁ ସଂଗ୍ରହ କରିବା ପାଇଁ ତେଲ କିମ୍ବା ଅଠା ଲାଗିଥିବା ପଟା ସହିତ ଆଲୋକ ଜନ୍ତା ବ୍ୟବହାର କରନ୍ତୁ । ଅମଳ ପରେ ସଙ୍ଗେ ସଙ୍ଗେ ପୂର୍ବ ଶସ୍ୟ ଫସଲ ର ଅବଶେଷ ଗୁଡିକୁ ହଳ କରି ପୋତି ଦିଅନ୍ତୁ.
  • ଚାଷ ଋତୁ ନଥିବା ବେଳେ କିଛି ସପ୍ତାହ କିମ୍ବା ମାସ ଯାଏଁ ଜମି କୁ ଚାଷ ନା କରି ସେମିତି ଛାଡି ଦିଅନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ