ଏସିଆ ଧାନ କାହାଳିଆ ପୋକ

ଧାନ

ଏସିଆ ଧାନ କାହାଳିଆ ପୋକ

Orseolia oryzae

ପୋକ

ସଂକ୍ଷେପରେ

  • ପିଲର ମୂଳ ପାଖରେ ନଳୀ (tube ) ସଦୃଶ ଆକୃତି ସୃଷ୍ଟି ହୋଇଥାଏ । ରୂପେଲି ରଙ୍ଗର ପତ୍ର ଛଦ । ଧାନ କେଣ୍ଡା ହୁଏ ନାହିଁ ବିକୃତ, ମଉଳା ଓ ମୋଡି ହୋଇ ଯାଇ ଥିବା ପତ୍ର ସବୁ ଦେଖା ଯାଏ । ରୁଗୁଡିଆ ବୃଦ୍ଧି ହୋଇଯାଏ । ଛୋଟିଆ ନାଲିଆ-ମାଟିଆ ରଙ୍ଗର ଡାଆଁଶ ପୋକ ଦେଖା ଯାଇଥାଏ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଏସିଆ ଧାନ କାହାଳିଆ ପୋକ

ଧାନ

ଲକ୍ଷଣ

ପିଲ ଗୁଡିକର ମୂଳପାଖରେ କୀଟ ନଳି ଆକୃତିର ଫୁଲା ବା କାହାଳି ତିଆରି କରିଥାଏ, ଯାହା କି ଲମ୍ବାଳିଆ ରୂପେଲି ପତ୍ର ଛଦ ପ୍ରସ୍ତୁତ କରିଥାଏ ଯାହାକୁ ପିଆଜ ପତ୍ର କିମ୍ବା ରୂପେଲି ଡାଳ କୁହାଯାଏ(ପ୍ରାୟ 1 ସେମି ଚଉଡା ଓ 10-30 ସେମି ଲମ୍ବା) । ପ୍ରଭାବିତ ପିଲଗୁଡିକର ପତ୍ର ଗୁଡିକର ବୃଦ୍ଧି ବାଧା ପାଇଥାଏ ଓ ଧାନ କେଣ୍ଡା ସୃଷ୍ଟି କରିବା ପାଇଁ ଅକ୍ଷମ ହୋଇ ଯାଇଥାଏ । ଫସଲର ବୃଦ୍ଧି ରୁଗୁଡିଆ ହେବା ଓ ପତ୍ର ବିକୃତ, ମଉଳା ଓ ମୋଡି ହୋଇ ଯିବା ଆଦି ମରୁଡି, ପୋଟାସିୟମ ଅଭାବ, ଲବଣତା ଓ ଧାନ ଉଇର ମଧ ଲକ୍ଷଣ ହୋଇଥାଏ । ଅସୁବିଧାର କାରଣର ସ୍ପଷ୍ଟୀକରଣ ପାଇଁ, କୀଟ ମାନଙ୍କ ଉପସ୍ଥିତି ନିରୀକ୍ଷଣ କରନ୍ତୁ । ମୁଖ୍ୟତଃ, ବଢୁଥିବା କଢ ଭିତରେ ଲମ୍ବାଳିଆ ନଳି ଆକୃତିର ଅଣ୍ଡା ଓ ଲାଙ୍ଗୁଡା ପୋକ ସଦୃଶ ଲାର୍ଭା ବା ଶୂକ ପୋଷଣ କରୁଥିବା ନିରୀକ୍ଷଣ କରନ୍ତୁ.

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ପ୍ଲାଟିଗ୍ୟାଷ୍ଟେରିଡ଼, ଇଉପେଲମିଡ଼ ଓ ଟେରୋମାଲିଡ଼ ବିରୁଡି(ଲାର୍ଭା କୁ ନିଷ୍କ୍ରିୟ କରିଥାଆନ୍ତି), ବୁଢିଆଣୀ (ବୟସ୍କ ମାନଙ୍କୁ ଖାଇଥାଆନ୍ତି) ମାନଙ୍କ ସାହାଯ୍ୟରେ ପରଜୀବିକରଣକୁ ସଫଳତାର ସହିତ ବ୍ୟବହାର କରାଯାଇଅଛି । ଧାନ ଫସଲ ଚାରିପାଖେ କୀଟ ମାନଙ୍କୁ ଆକର୍ଷିତ କରୁଥିବା ଫୁଲ ଗଛ ଗୁଡିକୁ ଲଗେଇବା ମଧ୍ୟ ସାହାଯ୍ୟ କରିପାରେ ।

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ଥାଏ ତାହାଲେ ସର୍ବଦା ଜୈବୀକ ଉପଚାର ସହ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଧାନରେ ହେଉଥିବା କାହାଳୀ ଫୁକା ଉପରେ ସମୟୋଚିତ କୀଟନାଶକ ଭଲଭାବରେ ଭାବେ ସିଞ୍ଚନ ବ୍ୟବହାର କରିବା ଦ୍ୱାରା ପ୍ରାଦୁର୍ଭାବକୁ ନିୟନ୍ତ୍ରଣ କରାଯାଇପାରେ । କ୍ଲୋରୋପାଇରିଫୋସ ଆଧାରିତ ସାମଗ୍ରୀକୁ ଧାନରେ କାହାଳୀ ବା ଫୁକା କରୁଥିବା ଏସୀୟ ଡାଆଁଶ ପାଇଁ , ଏହାର ସଂଖ୍ୟା ନିୟନ୍ତ୍ରଣ କରିବା ପାଇଁ ବ୍ୟବହାର କରା ଯାଇ ପାରେ ।

ଏହାର କାରଣ କଣ

ଧାନର କାହାଳିଆ ପୋକ ଧାନ ଫସଲର ପିଲ ଅବସ୍ଥାରେ ଜଳସେଚିତ କିମ୍ବା ବର୍ଷାଧାର ସନ୍ତସନ୍ତିଆ ଧାନ ପରିବେଶରେ ଦେଖିବାକୁ ମିଳିଥାଏ । ଏହା ଢିପ ଜମି ଅଂଚଳ ଓ ଗଭୀର ଜଳ ଧାନରେ ସାଧାରଣ ଅଟେ । ଏହି କୀଟଟି କୋଷାବସ୍ଥାରେ ନିଷ୍କ୍ରିୟ ଭାବେ ପଡି ରହିଥାଏ କିନ୍ତୁ ବର୍ଷା ପରେ କଢ ବଢିବା ଆରମ୍ଭ ହେବା ସମୟରେ ପୁଣି ସକ୍ରିୟ ହୋଇ ଯାଆନ୍ତି । ସଂଖ୍ୟାର ଘନତ୍ଵ ମେଘୁଆ କିମ୍ବା ବର୍ଷା ପାଣିପାଗ, ଅଧିକ ପିଲ ଦେଉଥିବା କିସମର ଚାଷ ଓ ପ୍ରଗାଢ ପରିଚାଳନା ପ୍ରଣାଳୀ ଦ୍ୱାରା ଅନୁକୂଳ ହୋଇଥାଏ ।


ସୁରକ୍ଷାତ୍ମକ ଉପାୟ

  • ଉପଲବ୍ଧ ହେଉଥିବା ପ୍ରତିରୋଧି କିସମ ବ୍ୟବହାର କରନ୍ତୁ । ବର୍ଷା ଋତୁର ଆରମ୍ଭରେ ଫସଲ ସହଳ ଲଗାନ୍ତୁ । ଗଛ ଗଛ ମଧ୍ୟରେ ଚଉଡା ବ୍ୟବଧାନ ରଖନ୍ତୁ କିମ୍ବା ବିହନ ହାର ଶିଥିଳ କରନ୍ତୁ । ଧାନ ଜମି ଚାରିପାଖରେ ସାହାଯ୍ୟକାରୀ କୀଟ ମାନଙ୍କୁ ଆକର୍ଷିତ କରିବା ପାଇଁ ଜନ୍ତା ଫସଲ ଲଗାନ୍ତୁ । ଧାନ ଫସଲ ଚାରି ପାଖରୁ ସମସ୍ତ ଅଣରୂତୁ ପୋଷକ ଗଛକୁ ବାହାର କରିଦିଅନ୍ତୁ । ଯବକ୍ଷାରଜାନ ଓ ପୋଟାସିଅମର ଅନୁକୂଳତମ ଅନୁମୋଦିତ ମାତ୍ରାକୁ ଅନୁଧ୍ୟାନ କରନ୍ତୁ । ପ୍ରଜାପତି ମାନଙ୍କୁ ସଂଗ୍ରହ କରିବା ପାଇଁ ତେଲ କିମ୍ବା ଅଠା ଲାଗିଥିବା ପଟା ସହିତ ଆଲୋକ ଜନ୍ତା ବ୍ୟବହାର କରନ୍ତୁ । ଅମଳ ପରେ ସଙ୍ଗେ ସଙ୍ଗେ ପୂର୍ବ ଶସ୍ୟ ଫସଲ ର ଅବଶେଷ ଗୁଡିକୁ ହଳ କରି ପୋତି ଦିଅନ୍ତୁ.
  • ଚାଷ ଋତୁ ନଥିବା ବେଳେ କିଛି ସପ୍ତାହ କିମ୍ବା ମାସ ଯାଏଁ ଜମି କୁ ଚାଷ ନା କରି ସେମିତି ଛାଡି ଦିଅନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ