କପା

କପା ପତ୍ର ଗୁଡା ପୋକ

Syllepte derogata

ପୋକ

5 mins to read

ସଂକ୍ଷେପରେ

  • ଏହାର ଲାର୍ଭା ପତ୍ରକୁ ମୋଡି ଦିଏ ଏବଂ ପତ୍ରର ଧାରରୁ ଖାଏ.
  • ଆକ୍ରାନ୍ତ ପତ୍ର ସବୁ ମୋଡି ହୋଇଯାଇ ଝାଉଁଳି ଯାଏ.
  • ବକରା ଠିକରେ ବିକଶିତ ନ ହୋଇ ଅସମୟରେ ପାଚିଯାଏ.
  • ଅସନା ଫୀକା ସବୁଜ, ଅର୍ଦ୍ଧ ସ୍ୱଚ୍ଛ ଲାର୍ଭା ଗୁଡିକ ଦେଖା ଦେଇ ଥାଆନ୍ତି.

ମଧ୍ୟ ଦେଖା ଯାଇପାରେ

5 ଫସଲ ଗୁଡିକ

କପା

ଲକ୍ଷଣ

ଏହାର ପ୍ରାଥମିକ ଲକ୍ଷଣ ସବୁ ମୁଖ୍ୟତଃ ଗଛର ଉପର ଭାଗରେ ଯେତେବେଳେ ପତ୍ର ସବୁ ତୁରୀ ପରି ମୋଡି ହୋଇଯାଇଥାଏ ସେତେବେଳେ ଦେଖାଯାଏ. ଏହି ପତ୍ର ଭିତରେ ଲାର୍ଭା ରହିଥାଏ ଏବଂ ପତ୍ର ଧାରରୁ ଖାଇଥାଏ. ଧୀରେ ଧୀରେ ମୋଡ଼ି ହୋଇଯାଇଥିବା ପତ୍ର ସବୁ ମୋଚାମୋଚି ହୋଇ ଝଡ଼ିଯାଏ. ଏହା ଦ୍ୱାରା ଗଛରେ ପତ୍ର କମ ହୋଇଯାଏ ଏବଂ ଫଳ ସବୁ ଅସମୟରେ ପରିପାକ ହୋଇଥାଏ. କଢ଼ ହେବା ସମୟରେ ଏହି ପୋକ ଆକ୍ରମଣ କଲେ, ବକରା ଠିକରେ ତିଆରି ହୋଇପାରେ ନାହିଁ. ସାଧାରଣତଃ ଅତ୍ୟଧିକ ସଂକ୍ରମଣ କେଵେ କେବେ ହୋଇଥାଏ. ଏହାଦ୍ୱାରା ଅମଳ କ୍ଷମତା କମ ହୋଇପାରେ. ଯଦି ପୋକସଂଖ୍ୟା ନିୟନ୍ତ୍ରଣ କରା ନ ଯାଏ ତାହେଲେ ଉତ୍ପାଦନ ଗୁରୁତର ଭାବେ କମ ହୋଇପାରେ. ଏସ୍.ଡେରୋଗାଟା (S. Derogata) ମଧ୍ୟ ଭେଣ୍ଡି ପାଇଁ ଏକ ସାଧାରଣ ପୋକ ଅଟେ.

Recommendations

ଜୈବିକ ନିୟନ୍ତ୍ରଣ

ସଂକ୍ରମଣ କମ କରିବା ପାଇଁ ଜୈବିକ ପରଜୀବୀ କିମ୍ବା ଶିକାରୀ ପୋକ ପ୍ରୟୋଗ ଦ୍ୱାରା ଜୈବୀକ ନିୟନ୍ତ୍ରଣ କରାଯାଇପାରେ. ଦୁଇ ପ୍ରଜାତିର ପରଜୀବୀ ଆପାଣ୍ଟେଲେସ୍ ଏସ୍ପି. ଏବଂ ମେଯ଼ୋକୋରସ୍ ଏସ୍ପି. ଲାର୍ଭାକୁ ନିୟନ୍ତ୍ରଣ କରିଯାଏ ଏବଂ ଦୁଇ ପ୍ରକାରର ପ୍ରଜାତି ବ୍ରାକିମେରିଆ ଏସ୍ପି. ଏବଂ ଯ଼ାନ୍ଥୋପିମ୍ପଲା ଏସ୍ପି. ଯାହାକି ପ୍ୟୁପାକୁ ନିୟନ୍ତ୍ରଣ କରିଥାଏ. ବ୍ୟାସିଲସ୍ ଥୁରିଂଜିଏନସିସ୍ (Bt) ଉପରେ ଆଧାରିତ ଥିବା ଜୈବିକ କୀଟନାଶକ ମଧ୍ୟ ବ୍ୟବହାର କର ଯାଇପାରେ.

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପଚାରକୁ ମଧ୍ୟ ଧ୍ୟାନ ଦେବା ଦରକାର. ପାଇରେଥ୍ରୋଏଡ୍ (Pyrethroids), ସାଇପର୍ମେଥେରିନ୍ (cypermethrin) ଏବଂ ଇଣ୍ଡୋକ୍ସାକାର୍ବ (indoxacarb) କିମ୍ବା ଏମାନଙ୍କର ମିଶ୍ରଣ ର କୀଟନାଶକ ବ୍ୟବହାର କଲେ ପତ୍ର ମୋଡା ପୋକର ସଂକ୍ରମଣ କୁ କମ କରିବାରେ ସଫଳତା ମିଳିଥାଏ.

ଏହାର କାରଣ କଣ

ପତ୍ର ମୋଡା ପୋକ ସାଇଲିପ୍ଟେ ଡେରୋଗାଟା ର ଲାର୍ଭା ଦ୍ୱାରା ପତ୍ର ଖାଇବା ଯୋଗୁଁ ଗଛରେ କ୍ଷତି ହୋଇଥାଏ. ବୟସ୍କ ପ୍ରଜାପତି ମଧ୍ୟମ ଆକୃତିର ଏବଂ ଏହାର ଖୋଲା ହୋଇଥିବା ଡେଣା 25-30 ମିଲିମିଟର ଲମ୍ବା. ହଳଦିଆ-ଧଳା ରଙ୍ଗ ର ପ୍ରଜାପତି ଉପରେ ମୁଣ୍ଡ ଏବଂ ଛାତିରେ ସ୍ପଷ୍ଟ କଳା ଓ ଧୂସର ରଙ୍ଗର ଚିହ୍ନ ଦେଖାଯାଏ. ଗାଢ଼ ଧୂସର ରଙ୍ଗର ଅଙ୍କା ବଙ୍କା ଗାର ଉଭୟ ଡେଣାରେ ଦେଖାଯାଏ ଯାହାଦ୍ୱାରା ଏକ ବିଶିଷ୍ଟ ଆକୃତି ତିଆରି ହୋଇଥାଏ. ସାଧାରଣତଃ ଉପରେ ଥିବା କଅଁଳ ପତ୍ରରେ, ମାଇ ପୋକ ପତ୍ରର ତଳ ପଟେ ଅଣ୍ଡା ଦେଇଥାଏ. ନୂଆ ଲାର୍ଭା ପ୍ରଥମେ ପତ୍ରର ତଳପଟେ ଖାଇବା ଆରମ୍ଭ କରେ କିନ୍ତୁ ପରେ ଉପର ପଟକୁ ଆସି ପତ୍ରକୁ ମୋଡି କୁକୁନ ପରିକା କରି ଖାଇଥାଏ. ଏହି କୁକୁନ ଭିତରେ ଲାର୍ଭା ପ୍ୟୁପା ରେ ପରିଣତ ହୋଇଥାଏ. ଏହି ଲାର୍ଭା 15 ମିଲିମିଟର ଲମ୍ବା ହୋଇପାରେ. ଏହା ସାମାନ୍ୟ ସବୁଜ ରଙ୍ଗର ହୋଇଥାଏ ଯାହାକି ଅଳ୍ପ ପାରଦର୍ଶୀ ଥାଏ.


ସୁରକ୍ଷାତ୍ମକ ଉପାୟ

  • ଏସ୍.ଡେରୋଗାଟା ପୋକ ଯଦି ବାରମ୍ବାର ଦେଖାଦିଏ ତାହେଲେ ପ୍ରତିରୋଧି କିସମ ର ବିହନ ଲଗାନ୍ତୁ.
  • ଡେରିରେ ଗଛ ଲଗାଇଲେ ଏହି ପୋକର ସର୍ବାଧିକ ଜନସଂଖ୍ୟାରୁ ବଂଚି ହେବ.
  • ସୁସ୍ଥ ଗଛ ଲଗାନ୍ତୁ ଏବଂ ଉତ୍ତମ ଖାଦ୍ୟସାର ର ବ୍ୟବସ୍ଥା କରନ୍ତୁ.
  • ନିୟମିତ ଭାବେ ଫସଲ ରେ ରୋଗ ପୋକର ଆକ୍ରମଣର ସଂକେତ ପାଇଁ ନିରୀକ୍ଷଣ କରନ୍ତୁ.
  • ସଂକ୍ରମିତ ପତ୍ର ଯେଉଁଥରେ ଅଣ୍ଡା ଥାଏ, ମୋଡି ହୋଇଯାଇଥିବା ପତ୍ର ଏବଂ ସମ୍ବାଳୁଆ ସବୁ ହାତରେ ବାହାର କରି ଦିଅନ୍ତୁ.
  • ପ୍ରଜାପତିକୁ ଧରିବା ପାଇଁ ଜାଲ ବ୍ୟବହାର କରନ୍ତୁ.
  • ଅତ୍ୟଧିକ ରାସାୟନିକ କୀଟନାଶକ ବ୍ୟବହାର କରନ୍ତୁ ନାହିଁ ଯଦ୍ୱାରା ଏହି ପୋକର ପ୍ରାକୃତିକ ଶତ୍ରୁ ନଷ୍ଟ ହୋଇଯିବେ.
  • ସଂକ୍ରମିତ ଗଛ ଏବଂ ଡାଳପତ୍ର ସବୁ ବାହାର କରି ପୋଡି ଦିଅନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ