କପା

ଓଦା ପାଗରେ କପାର ପତ୍ରପୋଡା

Ascochyta gossypii

ଫିମ୍ପି

5 mins to read

ସଂକ୍ଷେପରେ

  • ବୀଜପତ୍ର ଓ ଗଛର ତଳେ ଥିବା ପତ୍ରରେ ରେ ହାଲୁକା ଦାଗ ଦେଖାଯାଏ.
  • ପତ୍ରରେ ବାଦାମୀ ଦାଗ ଦେଖାଦିଏ ଯାହାର ଧାର ଗାଢ଼ ରଙ୍ଗ ର ହୋଇଥାଏ.
  • କାଣ୍ଡ ରେ ଲମ୍ବାଳିଆ ପଚା ଗାତ ଦେଖାଯାଏ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

କପା

ଲକ୍ଷଣ

ଆସକୋଚାଇଟା ପତ୍ରପୋଡା ସାଧାରଣତଃ ସିଜନ ର ଆରମ୍ଭରେ ଦେଖାଦେଇଥାଏ. ବିଭିନ୍ନ ମାପର ଗୋଲାକାର ହାଲୁକା ବାଦାମୀ କିମ୍ବା ଧଳା ଦାଗ ବୀଜପତ୍ର ଏବଂ ଗଛର ତଳପଟେ ଥିବା ପତ୍ର ରେ ଦେଖାଦିଏ. ଏହି ଦାଗ ସବୁ ଅଭୁତ ବଡ ହେଇପାରେ ଏବଂ ବାଇଗଣୀ - ବାଦାମୀ ରଙ୍ଗର ଧାର ଥାଏ. ପରବର୍ତ୍ତୀ ସମୟରେ ଏଇ ରୋଗ ଦ୍ୱାରା ବୟସ୍କ ପାତ୍ରରେ ମଧ୍ୟ ବାଦାମୀ ଚିହ୍ନ ଦେଖାଯାଏ ଯାହାର ଗାଢ଼ ବାଦାମୀ ରଙ୍ଗର ଧାର ଥାଏ. ଏହି ଦାଗ ମିଶି ଏକ ବଡ଼ ଚକଡା ସୃଷ୍ଟି ହୋଇଥାଏ. ପରେ ଏହି ଚକଡା ହାଲୁକା ବଡ଼ି କିମ୍ବା ଧୂସର ଏବଂ କାଗଜ ପରି ହୋଇ ଯାଏ ଓ ଶେଷରେ ଝାଡ଼ିପଡ଼େ. ମୁଖ୍ୟତଃ ବହୁତ ଦିନ ମେଘୁଆ ତଥା ଓଦା ପାଗ ରହିଲା ପରେ ଲମ୍ବାଳିଆ କଳା କିମ୍ବା ପାଉଁଶିଆ ଗାତ କାଣ୍ଡ ରେ ଦେଖାଦେଇଥାଏ. ଏଥିରେ ମଧ୍ୟ ଛୋଟ କଲା ଦାଗ ଦେଖାଦେଇପାରେ. ସମୟକ୍ରମେ ଏହି ଗାତ ଶୁଖି, ଫାଟି କାଣ୍ଡକୁ ମୋଡି ଦେଇଥାଏ ଯାହା ଫଳରେ ଗଛର ବାହାର ଅଂଶ ନଷ୍ଟ ହୋଇଯାଏ. ଏହି ରୋଗ ଫୁଲକୁ ଆକ୍ରମଣ କରେ ନାହିଁ କିନ୍ତୁ ବକରା ଅଧା ଖୋଲା ହୋଇ ତୁଳା ଧୂସର ରଙ୍ଗର ହୋଇଯାଇପାରେ.

Recommendations

ଜୈବିକ ନିୟନ୍ତ୍ରଣ

ଆଜି ପର୍ଯ୍ୟନ୍ତ କୌଣସି ଜୈବିକ ପଦ୍ଧତି ଏହି ରୋଗର ନିୟନ୍ତ୍ରଣ କରିବା ପାଇଁ ଉପଲବ୍ଧ ନାହିଁ. କପର ଆଧାରିତ କବକନାଶକ ଯଥା ବୋରଡ଼କ୍ସ ମିଶ୍ରଣ ବ୍ୟବହାର କରି ରୋଗର ବିସ୍ତାର କମ କରା ଯାଇପାରେ. କିନ୍ତୁ ମନେ ରଖନ୍ତୁ ଯେ ଏହା ଗଛରେ ବିଷାକ୍ତ ପ୍ରତିକ୍ରିୟା ସୃଷ୍ଟି କରିପାରେ.

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପାୟକୁ ମଧ୍ୟ ଧ୍ୟାନ ଦେବା ଦରକାର. ଥିରାମ କିମ୍ବା ଥିରାମ + ଥାଇଆବେଣ୍ଡାଜୋଲ (Thiram + Thiabendazole) ଦ୍ୱାରା ବୀଜ ଉପଚାର କର ଯାଇପାରେ. କ୍ଲୋରୋଥାଲୋନିଲ୍ (Chlorothalonil) ପତ୍ରରେ ସ୍ପ୍ରେ କରାଯାଇପାରେ ଯଦି ଫସଲର କିସମ ଅସହନଶୀଳ ଥାଏ. ଥରେ ରୋଗ ଦେଖାଗଲେ ଏହା ସହ ଏକ ପ୍ରଣାଳୀଗତ କବକନାଶକ (ବୋସ୍କାଲିଡ୍ (Boscalid), ମ୍ୟାଂକୋଯ଼େବ୍ (Mancozeb), ପାଇରାକ୍ଲୋଷ୍ଟ୍ରୋବିନ୍ (Pyraclostrobin) + ଫ୍ଲକ୍ସାପାଇରୋକ୍ସାଡ୍ (Fluxapyroxad)ମଧ୍ୟ ଅଦଳ ବଦଳ କରି ସ୍ପ୍ରେ କରାଯିବା ଉଚିତ. ଅଧିକ ଉତ୍ପାଦନ କ୍ଷତି ରୁ ବଞ୍ଚିବା ପାଇଁ ଗଛର ବଢୁଥିବା ସମୟରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରୟୋଗ କରିବା ଦରକାର.

ଏହାର କାରଣ କଣ

ପ୍ରାୟତଃ ମୁଖ୍ୟ କପା ଫସଲ ଅଞ୍ଚଳ ରେ ଆସକୋଚାଇଟା ପତ୍ରପୋଡା ଦେଖାଦେଇଥାଏ ଏବଂ ଏହା ର କାରଣ ହେଲା ଏକ କବକ ଆସ୍କୋକାଏଟା ଗୋସ୍ସିପି (Ascochyta Gossypii) ଅଟେ. ଏହା ଗଛ ଅବଶେଷରେ ଶୀତ ଋତୁରେ ବହୁତ ବର୍ଷ ଧରି ବଂଚି ରହିପାରେ. ଅନୁକୂଳ ପରିବେଶରେ ଏହା ଅଣୁ ସୃଷ୍ଟି କରେ ଯାହା ପବନ କିମ୍ବା ବର୍ଷ ଛାଟରେ ବିସ୍ତାରିତ ହୋଇଥାଏ. ବେଳେବେଳ ଏହା ବହୁତ କିଲୋମିଟର ପର୍ଯ୍ୟନ୍ତ ଉଡିଯାଇ ପାରେ. ମୁଖ୍ୟତଃ ସିଜନ ଆରମ୍ଭ ସମୟରେ ଥଣ୍ଡା, ମେଘୁଆ ଏବଂ ବର୍ଷା ପାଗ, ଅଧିକ ଆର୍ଦ୍ରତା, ସକାଳର କାକର ଏବଂ ଅଧିକ ସମୟ ପର୍ଯ୍ୟନ୍ତ ପତ୍ର ଓଦା ରହିବା ଏହି ରୋଗର ବିସ୍ତାର ପାଇଁ ଅନୁକୂଳ. ଏହି କବକ ବ୍ୟାପକ ରେଞ୍ଜ ର ତାପମାନରେ (5-30°C) ବିକଶିତ ହୋଇପାରେ କିନ୍ତୁ 15-25°Cରେ ପ୍ରକୃଷ୍ଟ ବୃଦ୍ଧି ହୋଇଥାଏ. ଏହି କବକର ଜୀବନ ଚକ୍ର ଗୋଟିଏ ସିଜନ ରେ ବହୁତ ଥର ହୋଇପାରେ ଯଦି ପରିବେଶ ଅନୁକୂଳ ଥାଏ. କାଁ ଭାଁ କ୍ଷେତ୍ରରେ ଏହି ରୋଗ ଦ୍ୱାରା ଉତ୍ପାଦନ କମ ହେବାର ଜଣା ପଡିଛି.


ସୁରକ୍ଷାତ୍ମକ ଉପାୟ

  • ଅଧିକ ସହନଶୀଳ କିସମର ବିହନ ଉପଲବ୍ଧ ଥିଲେ ଲଗାନ୍ତୁ.
  • ରୋଗ ମୁକ୍ତ ପ୍ରାମାଣିକ ବିହନ ହିଁ ଲଗାନ୍ତୁ.
  • ନହେଲେ, ସୁସ୍ଥ ଫସଲରୁ ଆସିଥିବା ବିହନ ବ୍ୟବହାର କରନ୍ତୁ.
  • ଅତ୍ୟଧିକ ଗଛସଂଖ୍ୟା ନ ରଖିବା ପାଇଁ ଅନୁମୋଦିତ ବୀଜ ଦର ବ୍ୟବହାର କରନ୍ତୁ.
  • ରୋଗର ସବୁଠୁ ଖରାପ ପ୍ରଭାବରୁ ମୁକ୍ତି ପାଇବା ପାଇଁ ଡେରିରେ ଗଛ ଲଗାଇଲେ ଭଲ.
  • ରୋଗର ଲକ୍ଷଣ ଦେଖିବା ପାଇଁ ନିୟମିତ ଭାବେ ଫସଲ ନିରୀକ୍ଷଣ କରନ୍ତୁ.
  • ରୋଗାକ୍ରାନ୍ତ ଗଛ ଗୁଡ଼ିକୁ ବାହାର କରି ଦିଅନ୍ତୁ.
  • ଫସଲରେ ସ୍ୱଚ୍ଛତାର ଉତ୍ତମ ପରିଚାଳନା କରନ୍ତୁଯେପରିକି କୃଷି କାର୍ଯ୍ୟ ପରେ ବୁଟ, କପଡା ତଥା ଉପକରଣ ସବୁ ଭଲ ଭାବେ ସଫା କରି ରଖିବା.
  • ଅତ୍ୟଧିକ ଏବଂ ଓଭରହେଡ଼ ଜଳସେଚନ କରନ୍ତୁ ନାହିଁ.
  • ଯେତେବେଳ ପତ୍ର ଓଦା ଥାଏ ସେତେବେଳେ ଜମିରେ କାମ କରିବାରୁ ବିରତ ରୁହନ୍ତୁ.
  • ଅଧିକ ଉତ୍ପାଦନ କ୍ଷତିରୁ ବଞ୍ଚିବା ପାଇଁ ଯଥାଶୀଘ୍ର ଅମଳ କରିନିଅନ୍ତୁ.
  • ଗଛ ଅବଶେଷକୁ ଗଭୀର ଜମିରେ ପୋତି ଦିଅନ୍ତୁ ଯାହା ଫଳରେ ବଂଚି ଯାଇଥିବା ଫିମ୍ପି ଆଗାମୀ ଫସଲରେ କମ ଆକ୍ରମଣ କରିବେ.
  • ନହେଲେ ବାହାର କରି ଜାଳି ନଷ୍ଟ କରି ଦିଅନ୍ତୁ.
  • 2-3 ବର୍ଷର ଫସଲ ଚକ୍ର ପାଳନ କରନ୍ତୁ ଏବଂ ସେଥିରେ ଏହି ରୋଗ ଲାଗୁ ନଥିବା ଫସଲ ସାମିଲ କରନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ