ଧାନ

ଧବଳ ପୃଷ୍ଠ ପତ୍ରଡିଆଁ ପୋକ

Sogatella furcifera

ପୋକ

5 mins to read

ସଂକ୍ଷେପରେ

  • ପତ୍ର ଗୁଡିକ ଝାଉଁଳି ଯିବା । ରୁଗୁଡିଆ ବୃଦ୍ଧି ହେବା । ବାଦାମୀ କେଣ୍ଡା , କଳଙ୍କି କିମ୍ବା କଳା-ଫଟା ଦାନା । କମ ଦାନା ଉତ୍ପାଦନ ହେବା । ଗାଢ଼ ରଙ୍ଗର ପତ୍ରଡିଆଁ ପୋକ ଯାହାର ଆଗ ପର ଆଂଶିକ ଅସ୍ୱଚ୍ଛ ହେବା ସହ ଅଗ ଉପରେ କଳା ଦାଗ ଦେଖାଯାଇଥାଏ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଧାନ

ଲକ୍ଷଣ

ଏହି କୀଟ ଗୁଡିକ ଧାନରେ କେଣ୍ଡା ବାହାରିବା ଅବସ୍ଥା ସହ ସଂଯୋଗ ହୋଇଥାଏ । ଉଭୟ ନବଜାତ ଓ ବୟସ୍କ ଗୁଡିକ ହୁଏତ ଫସଲ ର ଉପର ଅଂଶର ମୂଳରେ ମିଳିପାରେ କିମ୍ବା ସାଧାରଣତଃ ପତ୍ର ଓ କାଣ୍ଡର ସନ୍ଧି ସ୍ଥଳରେ ଦେଖା ଯାଇଥାଏ । ଏମାନେ ପରିବାହୀ କୋଷର ରସ ଓ କ୍ଷତ କୋଷ ଗୁଡ଼ିକରୁ ନିଜ ପୋଷଣ କରି ଥାଆନ୍ତି, ଫଳସ୍ୱରୂପ ପାଣି ଓ ଖାଦ୍ୟସାର ନଷ୍ଟି ହୋଇଥାଏ, ପତ୍ର ଗୁଡିକ ଝାଉଁଳି ଯାଏ ଓ ଗଛର ରୁଗୁଡିଆ ବୃଦ୍ଧି ହୋଇଯାଏ । ଘଞ୍ଚ ଫସଲ "ହୋପ୍ପରଜଳା" ରେ ପରିଣତ ହୋଇଯାଏ, ଯଥା: ପତ୍ର ଗୁଡିକ ଅଗରୁ ଆରମ୍ଭ କରି ମଧ୍ୟଶିରା ଯାଏଁ ଗୋଟିଏ ଗୋଟିଏ କରି ନାରଙ୍ଗୀ-ହଳଦିଆ ରେ ପରିଣତ ହୋଇଯାଏ ଓ ପରେ ଶୁଖି ଯାଇ ମରିଯାଏ । ଗଛଗୁଡିକର ରୁଗୁଡିଆ ବୃଦ୍ଧି ହୋଇଯାଏ, କମ ସଂଖ୍ୟାରେ ପିଲ ସୃଷ୍ଟି କରିଥାଏ ଓ ପଡିଯାଇପାରେ । ଏମାନେ କେଣ୍ଡା ଗୁଡିକୁ ଆକ୍ରମଣ କରିପାରନ୍ତି, ଯାହା ଫଳରେ ବାଦାମୀ କେଣ୍ଡା , କଳଙ୍କି କିମ୍ବା କଳା-ଫଟା ଦାନା ଦେଖାଯାଏ ଓ ଦାନା ଉତ୍ପାଦନ ମଧ୍ୟ କମିଯାଏ ।

Recommendations

ଜୈବିକ ନିୟନ୍ତ୍ରଣ

ପ୍ରାକୃତିକ ଭାବେ ସୃଷ୍ଟି ହେଉଥିବା ଜୈବିକ ନିୟନ୍ତ୍ରଣ କାରକ ଗୁଡିକ ସାଧାରଣତଃ ଏସ ଫୁର୍କୀଫେରାର ସଂଖ୍ୟା କମ କରି ପାରନ୍ତି । ଶତ୍ରୁ ଗୁଡିକ ମଧ୍ୟରେ ସାଇଟୋରହିନସ ଲିଭିଡିପେନ୍ନିସ ମିରିଡି ପୋକ ଓ (ଏ.ଫ୍ଲାଭେଓଲୁସ, ଏ.ପରଫୋରେଟର, ଏ.ଓପଟାବିଳିସ ଓ ଏ.ଫ୍ରେକ୍ଯୁଏନ୍ସ) ଆଙ୍ଗୁରସ ପ୍ରଜାତିର କିଛି କଙ୍କି ଅନ୍ୟତମ ଅଟନ୍ତି ଯାହାକି କୀଟ ମାନଙ୍କର ଅଣ୍ଡା ଉପରେ ଆକ୍ରମଣ କରିଦିଅନ୍ତି । ଏଥି ସହ କୀଟ ମାନଙ୍କୁ ଆକ୍ରମଣ କରୁଥିବା କିଛି ପରଭକ୍ଷୀ ବୁଢିଆଣୀ ମଧ୍ୟ ଉପଲବ୍ଧ ଅଛନ୍ତି, ଉଦାହରଣ ସ୍ୱରୂପ ଲାଇକୋଷା ସିଉଡୋଆନୁଆଲାଟା । ଶେଷରେ, କବକ ଜନିତ ପରଜୀବି ଏର୍ଣ୍ୟଇଆ ଡେଲଫାକିସ ମଧ୍ୟ କୀଟ ମାନଙ୍କର ସଂଖ୍ୟାକୁ କମେଇବାରେ ସାହାଯ୍ୟ କରିପାରେ ।

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ଥାଏ ତାହାଲେ ସର୍ବଦା ଜୈବୀକ ଉପଚାର ସହ ଏକ ସମନ୍ଵିତ ନିରାକରଣ ପଦ୍ଧତି କରନ୍ତୁ । କୀଟନାଶକ ଗୁଡିକୁ ପରିଚାଳନା ପାଇଁ ପ୍ରବଳ ଭାବେ ବ୍ୟବହାର କରନ୍ତୁ ନାହିଁ, ଯାହା ଫଳରେ କି ପ୍ରତିରୋଧି କ୍ଷମତା ବୃଦ୍ଧି ହୋଇଥାଏ ।ଫଳପ୍ରସୂ ଉପଚାର ପାଇଁ ଓକସାମାଇଲ, କିଛି ପ୍ରକାରର ପାଇରେଥ୍ରୋଏଡ଼, ବ୍ୟୁପ୍ରୋଫେଯ଼ିନ ଓ ପାଈମେଟ୍ରୋଯ଼ିନକୁ ଏକାନ୍ତର ଭାବେ ବ୍ୟବହାର କରନ୍ତୁ ।

ଏହାର କାରଣ କଣ

କ୍ଷତି ଗୁଡିକ ସୋଗାଟେଲ୍ଲା ଫୁରକିଫେରା ନାମକ ଧଳା ପିଠି ଥିବା ପତ୍ରଡିଆଁ ପୋକ ଦ୍ୱାରା ସୃଷ୍ଟି ହୋଇଥାଏ । ବୟସ୍କ କୀଟ ଗୁଡିକ 3 ମିମି ଲମ୍ବା ହୋଇଥାଏ, ହାଲୁକା ମାଟିଆ ରୁ କଳା ରଙ୍ଗର, ଓ ଏମାନଙ୍କର ସ୍ୱଳ୍ପ ସ୍ଵଛ ଆଗ ପର ଥାଏ ଯାହାର ଅଗ ଉପରେ ନିର୍ଦ୍ଦିଷ୍ଟ ମାଟିଆ ଦାଗ ଦେଖା ଦେଇଥାଏ । କୀଟ ଗୁଡିକ ବିଶେଷ ଭାବେ ଉଚ୍ଚ ଅମଳ କିସମ ଉପରେ ଆକ୍ରମଣ କରିଥାଆନ୍ତି । ଏହାର ଉଚ୍ଚ ପ୍ରଜଯନ କ୍ଷମତା ଓ ଏହାର ପ୍ରବାସନ ଅଭ୍ୟାସ ଗୁଡିକ ଯୋଗୁଁ ପୂର୍ବ-ଏସୀୟ ଓ ଅଷ୍ଟ୍ରେଲିଆ ରେ ଧାନ ଫସଲ ରେ ଏକ ଗୁରୁତ୍ୱପୂର୍ଣ୍ଣ କୀଟ ଅଟେ । ଏହା ଭୁତାଣୁ ଗୁଡିକୁ ସ୍ଥାୟୀ ଭାବେ ବ୍ୟାପିବାରେ ସାହାଯ୍ୟ କରିଥାଆନ୍ତି, ଉଦାହରଣ ସ୍ୱରୂପ ଧାନ କଳା ଧାର ବାଙ୍ଗରା ଭୁତାଣୁ ଓ ଦକ୍ଷିଣ ଧାନ କଳା-ଧାର ଥିବା ବାଙ୍ଗରା ଭୁତାଣୁ । ବିହନ ବୁଣିବା ସମୟରେ, ଯବକ୍ଷାରଜାନ ର ଅତ୍ୟଧିକ ପ୍ରୟୋଗ ଓ ଜଳସେଚନ ପାଣିରେ ଉପଲବ୍ଧତା ଜନସଂଖ୍ୟା ଉପରେ ଗୁରୁତ୍ୱପୂର୍ଣ୍ଣ ଭାବେ ପ୍ରଭାବ ପକେଇ ପାରେ । ପରିବେଶ ସମ୍ବନ୍ଧୀୟ କାରକ ଯଥା ତାପମାତ୍ରା, ଆର୍ଦ୍ରତା ଓ ବର୍ଷା ଜୀବନ ଚକ୍ର ପାଇଁ ଏକ ପ୍ରଧାନ କାରକ ଅଟନ୍ତି ।


ସୁରକ୍ଷାତ୍ମକ ଉପାୟ

  • ବିହନ ବୁଣିବା ସମୟରେ ପ୍ରତିରୋଧି କିସମ ଚୟନ କରନ୍ତୁ । ଚରମ ସଂଖ୍ୟା ରୁ ବଂଚିବା ପାଇଁ ସହଳ ଫସଲ ବୁଣନ୍ତୁ କିମ୍ବା ଉପଲବ୍ଧ ଥିଲେ ସହଳ କିସମ ବ୍ୟବହାର କରନ୍ତୁ । କୀଟ ମାନଙ୍କର ଜୀବନ ଚକ୍ର ଭାଙ୍ଗିବା ପାଇଁ ପଡୋଶୀ ଜମି ଗୁଡିକ ସହିତ ସମକାଳୀନ ଭାବେ ଫସଲ ଲଗାନ୍ତୁ । ଯବକ୍ଷାରଜାନ ପ୍ରୟୋଗ ଭାଗ ଭାଗ କରନ୍ତୁ । ଜମି ଗୁଡିକୁ କିଛି ସମୟ କାଳ ପାଇଁ ଧାନ ଫସଲ ମୁକ୍ତ କିମ୍ବା ଚାଷ ମୁକ୍ତ ରଖନ୍ତୁ । ଯଦି ମାରାତ୍ମକ ସଂକ୍ରମଣ ହୋଇଥାଏ ତାହେଲେ ଫସଲ ବୃଦ୍ଧି ଋତୁରେ ଜମି ଗୁଡିକୁ 3 କିମ୍ବା 4 ଦିନରେ ଥରେ ନିଷ୍କାସନ କରି ଦିଅନ୍ତୁ । ବର୍ଷକୁ ଦୁଇରୁ ଅଧିକ ସଂଖ୍ୟାର ଫସଲ ବଢ଼ାନ୍ତୁ ନାହିଁ । ଯେହେତୁ ଏହା ପ୍ରାକୃତିକ ଶତ୍ରୁ ମାନଙ୍କୁ ଆକ୍ରମଣ କରିଥାଏ, ବ୍ୟାପକ କୀଟନାଶକ ବ୍ୟବହାର କରନ୍ତୁ ନାହିଁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ