ଲେମ୍ବୁଜାତୀୟ

ଲେମ୍ବୁ ପତ୍ର ସୁଡ଼ଙ୍ଗକାରୀ ପୋକ

Phyllocnistis citrella

ପୋକ

5 mins to read

ସଂକ୍ଷେପରେ

  • ପତ୍ର ମୋଡି ହୋଇଯାଏ କିମ୍ବା କୁଞ୍ଚିତ ହୋଇଯାଇ ବିକୃତ ଦେଖାଯାଏ.
  • ପତ୍ରରେ ଧଳା କିମ୍ବା ଧୂସର ରଙ୍ଗର ସୁଡ଼ଙ୍ଗ ଦେଖାଯାଏ.
  • ଗଛ ବାଙ୍ଗରା ହୋଇଯାଏ.
  • ଫଳ ଛୋଟ ହୋଇଯାଏ.
  • ଛୋଟ ବାଦାମୀ କିମ୍ବା ଧୂସର ରଙ୍ଗର ପ୍ରଜାପତି ଯାହାର ଆଗ ଡେଣା ରେ ଗାଢ଼ ଦାଗ ଦେଖାଯାଏ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଲେମ୍ବୁଜାତୀୟ

ଲକ୍ଷଣ

ଏହି ପୋକ ସଂକ୍ରମଣ ଗଛ ବୃଦ୍ଧିର ଯେ କୌଣସି ପର୍ଯ୍ୟାୟରେ ହୋଇପାରେ ଏବଂ ମୁଖ୍ୟତଃ ଯୁବା ପତ୍ରରେ ଦେଖାଦେଇଥାଏ. ପ୍ରାଥମିକ ଲକ୍ଷଣ ହିସାବରେ ପତ୍ର ମୋଡି ହୋଇଯାଇ କିମ୍ବା କୁଞ୍ଚିତ ହୋଇଯାଇ ବିକୃତ ଦେଖାଯାଏ, କିନ୍ତୁ ପତ୍ରର ରଙ୍ଗ ସବୁଜ ଥାଏ. ଭଲ ଭାବରେ ଦେଖିଲେ ସାପ ପରି ଧଳା କିମ୍ବା ଧୂସର ସୁଡ଼ଙ୍ଗ ପତ୍ରର ଅଧିଚର୍ମ ମଧ୍ୟରେ ଦେଖାଯାଇଥାଏ. ଗୋଟିଏ ଗାଢ଼ ପତଳା ରେଖା କିମ୍ବା ଵିନ୍ଦୁଯୁକ୍ତ ରେଖା ଦେଖାଯାଏ ଯାହାକି ପୋକର ଲାର୍ଭାର ମଳ ଅଟେ. ଏହା ହୋଇଥିବା ସୁଡ଼ଙ୍ଗରେ ଦେଖାଯାଏ ଏବଂ ପତ୍ରର ତଳ ପଟେ ସ୍ପଷ୍ଟ ଭାବେ ଦେଖାଦେଇଥାଏ. ଏହି ସୁଡ଼ଙ୍ଗର ଶେଷ ଭାଗରେ ଲାର୍ଭା ଦେଖାଯାଏ. ବହୁତ ଗୁଡ଼ାଏ ଲାର୍ଭା ଗୋଟେ ପତ୍ରରେ ଦେଖାଦେଇପାରେ. ପତ୍ରରେ ଏହି ପ୍ରକାର କ୍ଷତରେ ଅବସରଵାଦୀ କବକ ଓ ବ୍ୟାକ୍ଟେରିଆ ଦ୍ୱାରା ସଂକ୍ରମଣ ହୋଇପାରେ. ଅତ୍ୟଧିକ ସଂକ୍ରମଣ ଦ୍ୱାରା ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା କମ ହୋଇପାରେ ଯାହା ଫଳରେ ଗଛର ବୃଦ୍ଧି ମଧ୍ୟ କମ ହୁଏ, ଫଳର ଆକାର ଛୋଟ ଓ କ୍ୱାଲିଟି ଖରାପ ହୋଇଯାଏ. ଗମ୍ଭୀର ପରିସ୍ଥିତିରେ ସୁଡ଼ଙ୍ଗକାରୀ ପୋକ ସପୂର୍ଣ୍ଣ ଭାବେ ଗଛର ପତ୍ରଝଡା ହୋଇପାରେ ଓ ଯୁବା ଗଛ ମରି ଯାଇପାରେ.

Recommendations

ଜୈବିକ ନିୟନ୍ତ୍ରଣ

ନିଉରୋପଟରା (Neuroptera) ଜାତିର ସବୁଜ ଲେସଉଇଙ୍ଗ ଶିକାରୀ ପୋକ ଭିତରେ ଅନ୍ୟତମ. ସୁଡଙ୍ଗକାରୀ ପୋକର ଲାର୍ଭା ଉପରେ ଆକ୍ରମଣ କରୁଥିବା ବିଭିନ୍ନ ପ୍ରକାରର ପରଜୀବୀ ବିରୁଡି ମଧ୍ୟରେ ଟେଟ୍ରାସ୍ଟିକସ (Tetrastichus) ଜାତିର ବିରୁଡି ଅନ୍ୟତମ. ସ୍ଟିନୋସାଡ଼ ଥିବା ଜୈବିକ କୀଟନାଶକ, ମାଛ ତେଲ ଝୁଣା ସାବୁନ ଏବଂ କରଞ୍ଜ ତେଲ ମଧ୍ୟ ଗଛରେ ସ୍ପ୍ରେ କରି ସୁଡଙ୍ଗକାରୀ ପୋକର ସଂକ୍ରମଣ କମ କରି ହେବ. ନିମ ତେଲ ମଧ୍ୟ ପ୍ରୟୋଗ କରି ପ୍ରଜାପତିକୁ ଅଣ୍ଡା ଦବାରୁ ବଞ୍ଚିତ କରା ଯାଇପାରେ.

ରାସାୟନିକ ନିୟନ୍ତ୍ରଣ

ଯଦି ସମ୍ଭବ ତାହାଲେ ସର୍ବଦା ନିବାରଣ ଉପାୟକୁ ଜୈବୀକ ଉପଚାର ସହ ଏକୀକୃତ ଭାବେ ପ୍ରୟୋଗ କରିବାର ଯୋଜନା କରିବା ଦରକାର. ଏହି ପୋକ ବିରୁଦ୍ଧରେ କୀଟନାଶକ ସମ୍ପୂର୍ଣ ଭାବେ ପ୍ରଭାବୀ ନୁହେଁ କାରଣ ଏହାର ଲାର୍ଭା ପତ୍ରର ଉପର ଚୋପା ଦ୍ୱାରା ସୁରକ୍ଷିତ ରହିଥାଏ. ଯଦି କୀଟନାଶକର ଆବଶ୍ୟକ ହୁଏ ତେବେ, ଯେତେବେଳେ ବୟସ୍କ ପୋକ ସକ୍ରିୟ ଥାଏ ସେତେବେଳେ ଉଭୟ ଅନ୍ତର୍ଭେଦୀ ଓ ସ୍ପର୍ଶ କୀଟନାଶକ ପ୍ରୟୋଗ କରିବାକୁ ପଡିଥାଏ. ସ୍ପ୍ରେ ପାଇଁ ବହୁତ ପ୍ରକାର କୀଟନାଶକ ଉପଲବ୍ଧ ଅଛି ଯେଉଁଥିରେ ଆବାମେକ୍ଟିନ (abamectin), ଟେବୁଫେନୋଜାଇଡ଼ (tebufenozide), ଏସିଟାମିପ୍ରିଡ଼ (acetamiprid), ଡିଫ୍ଲୁବେଞ୍ଜୁରନ (diflubenzuron) କିମ୍ବା ସ୍ଟିନେଟୋରାମ (spinetoram) ର ଫର୍ମୁଲା ପ୍ରୟୋଗ କରା ଯାଇପାରେ. ସିନ୍ଥେଟିକ ପାଇରାଥ୍ରଇଡ଼ କୀଟନାଶକ ମଧ୍ୟ ଏହି ପୋକ ପାଇଁ ବ୍ୟବହାର କରାଯାଇଥାଏ.

ଏହାର କାରଣ କଣ

ଲେମ୍ବୁ ସୁଡଙ୍ଗକାରୀ ପୋକ ଫାଇଲୋକନିସ୍ଟିସ ସିଟ୍ରେଲା (Phyllocnistis Citrella) ର ଲାର୍ଭା ଖାଇବା ପ୍ରକ୍ରିୟା ଯୋଗୁଁ ଏହି ଲକ୍ଷଣ ସବୁ ଦେଖାଦେଇଥାଏ. ବୟସ୍କ ପୋକ ଛୋଟ, ବାଦାମୀ କିମ୍ବା ଧୂସର ରଙ୍ଗର ପ୍ରଜାପତି ଯାହାର ଡେଣା ଝାଲର ପରି ହୋଇଥାଏ ଏବଂ ଏକ ବିଶିଷ୍ଟ ଗାଢ଼ ରଙ୍ଗର ଦାଗ ଆଗ ଡେଣା ର ଟିପରେ ଥାଏ. ମୁଖ୍ୟତଃ ଭୋର ଓ ସନ୍ଧ୍ୟା ସମୟରେ ଥଣ୍ଡା ପାଗରେ ସକ୍ରିୟ ହୋଇଥାନ୍ତି. ବସନ୍ତ ଋତୁରେ ମାଈ ପୋକ ପତ୍ରର ତଳ ପଟେ ଅଣ୍ଡା ଦେଇଥାଏ. ଅଣ୍ଡାରୁ ଫୁଟିଥିବା ଲାର୍ଭା ପାରଦର୍ଶୀ ସବୁଜ କିମ୍ବା ହଳଦିଆ ରଙ୍ଗର ହୋଇଥାଏ ଏବଂ ମୁଖ୍ୟତଃ ପତ୍ର ଖାଇଥାଏ. ଫଳକୁ ମଧ୍ୟ ଏହା ଆକ୍ରମଣ କରିପାରେ. ଏହି ଲାର୍ଭା ପତ୍ରର ଦୁଇ ଅଧିଚର୍ମ ମଧ୍ୟରେ ସୁଡ଼ଙ୍ଗ ଖୋଳନ୍ତି ଯାହା ଏକ ସ୍ପଷ୍ଟ ସର୍ପିଳ ରୂପେଲି ରଙ୍ଗର ସୁଡ଼ଙ୍ଗ ପରି ଦେଖାଯାଏ. ଲାର୍ଭା ସମୟର ଶେଷ ଅବସ୍ଥାରେ ସୁଡଙ୍ଗକାରୀ ପୋକ ସୁଡ଼ଙ୍ଗରୁ ବାହାରି ପତ୍ରକୁ ଗୁଡ଼ାଇ ସେଥିରେ ପ୍ୟୁପାରେ ପରିଣତ ହୋଇଯାଏ. ଏହା ଲେମ୍ବୁ ଜାତୁୟ ଫସଲର ଏକ ବଡ଼ ଅନିଷ୍ଟକାରୀ ପୋକ ଯାହା ବହୁଳ ଭାବେ ଲେମ୍ବୁ ଉତ୍ପାଦନ କରୁଥିବା ଅଞ୍ଚଳରେ ଦେଖାଯାଏ. ଏହି ପୋକ ସଂକ୍ରମଣ ଦ୍ୱାରା ଆହୁରି ଅନ୍ୟ ରୋଗ ଯେମିତିକି ବ୍ୟାକ୍ଟେରିଆ ଦ୍ୱାରା ହେଉଥିବା ଘାଆ ପ୍ରତି ଗଛର ଦୁର୍ବଳତା ବଢିଯାଏ.


ସୁରକ୍ଷାତ୍ମକ ଉପାୟ

  • ପତ୍ର ସୁଡ଼ଙ୍ଗକାରୀ ପୋକ ବିରୁଦ୍ଧରେ ଆଂଶିକ ଭାବେ ପ୍ରତିରୋଧି ଥିବା କିସମର ଚୟନ କରନ୍ତୁ.
  • ବିଲ୍ଲି ଗୋଟ୍ ଘାସ (Ageratum Conyzoides) କୁ ତୋଟାରେ କଭର ହିସାବରେ ଲଗାନ୍ତୁ.
  • ନିୟମିତ ଭାବେ ତୋଟାରେ ମୁଖ୍ୟତଃ ପତ୍ରର ତଳ ପଟେ ରୋଗର ଲକ୍ଷଣ ପାଇଁ ନିରୀକ୍ଷଣ କରନ୍ତୁ.
  • ତଳେ ପଡ଼ିଯାଇଥିବା ପତ୍ର ସବୁ ସଂଗ୍ରହ କରି ନଷ୍ଟ କରି ଦିଅନ୍ତୁ ଯଦ୍ୱାରା ଶୀତ ଋତୁରେ ପୋକମାନେ ଲୁଚି ରହିବା କମ ହେବ.
  • ଫେରୋମାନ ଜାଲ ବ୍ୟବହାର କରି ପ୍ରଜାପତି ଧରନ୍ତୁ ଓ ସେମାନଙ୍କ ସଂଖ୍ୟା ନିରୀକ୍ଷଣ କରନ୍ତୁ.
  • ଗଛକୁ କାଟଛାଣ୍ଟ କରନ୍ତୁ ଯାହା ଫଳରେ ସର୍ବାଧିକ ପୋକସଂଖ୍ୟା ଥିବା ସମୟରେ କିଛି ନୁଆଁ ପତ୍ର ବାହାରିବ ନାହିଁ.
  • ମୂଳରୁ ଉଠିଥିବା ଗଛ ବା ପିଲକୁ ମଧ୍ୟ କାଟଛାଣ୍ଟ କରନ୍ତୁ.
  • ଅତ୍ୟଧିକ କୀଟନାଶକ ବ୍ୟବହାର କରନ୍ତୁ ନାହିଁ ଯାହା ଉପକାରୀ ପୋକ ପାଇଁ ହାନି କାରକ ହୋଇପାରେ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ