ଅନ୍ୟ

ବିନର ଡାଳ କାଣ୍ଡ ବିନ୍ଧା ପୋକ

Epinotia aporema

ପୋକ

5 mins to read

ସଂକ୍ଷେପରେ

  • ପତ୍ର, ଡାଳ ଓ ଫୁଲରେ ଖାଇବା ଜନିତ କ୍ଷତ ଥାଏ । ବୃଦ୍ଧି ରୁଗୁଡିଆ ହୁଏ । କଳା ମୁଣ୍ଡ ଓ ପ୍ରଥମ ଉଦରୀୟ ଖଣ୍ଡ ( abdominal segment ) ସହିତ ହଳଦିଆ ଠାରୁ ଫିକା ସବୁଜ ଶୂକ ଦେଖାଯାଏ ।.

ମଧ୍ୟ ଦେଖା ଯାଇପାରେ

2 ଫସଲ ଗୁଡିକ

ଅନ୍ୟ

ଲକ୍ଷଣ

ଏପିନୋଟିଆ ଅପୋରେମା ର ଶୂକମାନେ ଗଛର ଅଙ୍ଗ ଯଥା ନୂଆ ପତ୍ର ଖାଏ ଓ କ୍ଷତି କରେ , ଏହା ବୃଦ୍ଧିରେ ବାଧା ଦିଏ । ଫୁଲ କଢ ଉପରେ ଏହି ଶୂକ ଖାଇବା ଯଥେଷ୍ଟ ପ୍ରଭାବ ପକାଏ ଓ ମଞ୍ଜି ଉତ୍ପାଦନରେ, ଯାହାକି ଅଲଫାଲଫା ଓ ଡାଲି ଜାତୀୟ ଫସଲର ପ୍ରଧାନ ଅଂଶ , ବାଧା ଦିଏ ।

Recommendations

ଜୈବିକ ନିୟନ୍ତ୍ରଣ

ଜୈବିକ ନିୟନ୍ତ୍ରଣ ପାଇଁ ଏପିନୋଟିଆ ଅପୋରେମା ଗ୍ରାନୁଲୋ ଭୂତାଣୁ( EpapGV ) ଯଦି ମିଳେ ଓ ଅନୁମୋଦିତ ହୁଏ ପ୍ରୟୋଗ କରନ୍ତୁ। ପୋଷକ ଟିସୂରେ ଏହି ଭୂତାଣୁ ବ୍ୟାପକ ସଂକ୍ରମଣ କରେ ଯେତେବେଳ ଶୂକ ଦ୍ଵାରା ଖିଆଯାଏ । କିମ୍ବା, ଏହି ଶୂକ ପାଇଁ ବେଶିଲସ ଥୁରିଙ୍ଗେଂସିସ ନ୍ବ୍ୟବହାର କରନ୍ତୁ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଶୂକର ବହୁଳତା କମାଇବା ପାଇଁ ସାଧାରଣ କୀଟନାଶକ ବ୍ୟବହାର କରନ୍ତୁ । ବିଭିନ୍ନ ସକ୍ରିୟ ଉପାଦାନ ମଧ୍ୟରେ ବଦଳାନ୍ତୁ ଓ ଉତ୍ତମ କୃଷି ପଦ୍ଧତି ପରେ କାର୍ଯ୍ୟ କରନ୍ତୁ ।

ଏହାର କାରଣ କଣ

ଏହି ବିଟଲ ଗଛ ଲଗାଇବା ପରଠାରୁ ପରିପକ୍ଵତା ପର୍ଯ୍ୟନ୍ତ ଦେଖାଯାଏ । ଏହା ମୁଖ୍ୟତଃ ବୃଦ୍ଧି ଅବସ୍ଥାରେ, ଲଗାଇବାର 30 ଦିନ ପରେ ଦେଖାଦିଏ । ସେମାନେ ହଳଦିଆ ଠାରୁ ଫିକା ସବୁଜ ରଙ୍ଗ ଅଟନ୍ତି ଏବଂ କଳା ମୁଣ୍ଡ ଓ ପ୍ରଥମ ଉଦରୀୟ ଖଣ୍ଡ( ଏବଡୋମିନାଲ ସେଗ୍ମେନ୍ତ ) ଥାଏ । ଏମାନଙ୍କ ଚମଡାରୁ ଛୋଟ କଣ୍ଟକ ଥାଏ । ସେମାନଙ୍କର 30 ରୁ 40 ଟି ଗୋଡ ଥାଏ ( ଛୋଟ ଛୁଞ୍ଚି ଅଗ୍ର ଭଳି ) ।ତାପମାତ୍ରା ଓ ଓ ପରିପାର୍ଶ୍ଵିକ ପରିସ୍ଥିତିକୁ ନେଇ । ପୁରା ଜୀବନ କାଳ 33 ରୁ 46 ଦିନ ନିଏ । ଥଣ୍ଡା ଅଞ୍ଚଳରେ( 31 ଡିଗ୍ରୀ ରୁ 34 ଡିଗ୍ରୀ ) ଏହି ପୋକ ବର୍ଷ ସାରା ସକ୍ରିୟ ଥାନ୍ତି । ଏଭିତରେ ଏମାନଙ୍କ ପ୍ରାୟ 5 ରୁ 6 ପିଢୀ ହୁଏ ।


ସୁରକ୍ଷାତ୍ମକ ଉପାୟ

  • ଗଛ ନିୟମିତ ନିରୀକ୍ଷଣ କରନ୍ତୁ ଏବଂ ଯଦି ଆର୍ଥିକ ସୀମା ଠାରୁ ଅଧିକ ଗଛ ଲକ୍ଷଣ ଦେଖାଏ , ରୋଗ ପରିଚାଳନା ପଦ୍ଧତି ଗ୍ରହଣ କରନ୍ତୁ । ଫେଡ଼ୋମୋନ ଜନ୍ତା ବ୍ୟବହାର କରନ୍ତୁ । ପୋଷକ ନଥିବା ଗଛ ସହ ଫସଲ ପର୍ଯ୍ୟାୟ କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ