ବିନ

ବିନ ପତ୍ର ବିଟଲ

Cerotoma trifurcata

ପୋକ

5 mins to read

ସଂକ୍ଷେପରେ

  • ଚେର, ଚେର ଗଣ୍ଠି ,ପତ୍ର ଓ ଫଳରେ ଖାଇବା ଜନିତ କ୍ଷତ ଦେଖାଯାଏ । ପତ୍ରର ଚାରିଆଡେ ଛୋଟ ଛୋଟ କଣା ଦେଖାଯାଏ । ଫଳ ଉପରେ ଚିହ୍ନ ଚିହ୍ନ ଦେଖାଯାଏ । ଅମଳ ଓ ମଞ୍ଜି ଗୁଣ କମିଯାଏ । ଡେଣାରେ ଆୟତକାର ଚିହ୍ନ ସହିତ ହଳଦିଆ ଓ ଲଳ ରଙ୍ଗର ବିଟଲ ଦେଖାଯାନ୍ତି ।.

ମଧ୍ୟ ଦେଖା ଯାଇପାରେ

3 ଫସଲ ଗୁଡିକ

ବିନ

ଲକ୍ଷଣ

ଶୁକ ଓ ବୟସ୍କମାନେ ଚେର , ଚେର ଗଣ୍ଠି , ଭ୍ରୂଣପତ୍ର ,ପତ୍ର( ତଳ ପଟେ ) ଓ ଛୁଇଁ ଖାନ୍ତି । ଚେର ଓ ଉର୍ଦ୍ଧ୍ବବାହି ଟିସୂ ଫାଟି ଯାଏ ଓ ଯବକ୍ଷାରଜାନ ବିବନ୍ଧନ କମିଯାଏ । ପତ୍ର ଉପରେ ଛୋଟ ଗୋଲ କଣା ବିଛୁରିତ ଭାବେ ଦେଖାଯାଏ । ଖିଆ ହୋଇଥିବା ଛୁଇଁ କ୍ଷତ ଚିହ୍ନ ଭାବେ ଦେଖାଯାଏ । ଫଳରେ ଖାଇବା ଜନିତ କ୍ଷତ ଯୋଗୁଁ ଅମଳ ଓ ମାନ କମିଯାଏ। କବକ ଓ ବୀଜାଣୁ ଭଳି ଅଣୁଜୀବ ପାଇଁ କ୍ଷତ ହୋଇଥିବା ଛୁଇଁ ପ୍ରବେଶ ପଥ ଯୋଗାଏ । ଯଦି ଋତୁର ପ୍ରଥମାବସ୍ଥାରେ ସେରୋଟମା ଟ୍ରାଇଫର୍କାଟା ହୁଏ , ଏହା ଚାରାକୁ କ୍ଷତି , ପତ୍ରଝଡା ଓ ମଞ୍ଜି ବିବର୍ଣତା କରାଏ ।

Recommendations

ଜୈବିକ ନିୟନ୍ତ୍ରଣ

ବର୍ତ୍ତମାନ ପାଇଁ ଏହି ପୋକର ଫଳପ୍ରସୂ ଜୈବିକ ନିୟନ୍ତ୍ରଣ ନାହି ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ ,ଜୈବିକ ଉପଚାର ସହିତ ସର୍ବଦା ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରିବା ଉଚିତ । ଯଦି ଏହି କ୍ଷତି ଅଧିକ ହେବ ବୋଲି ଆଶା କରାଯାଏ ,ତାହାହେଲେ ରାସାଯନିକ ପଦାର୍ଥ ପ୍ରୟୋଗ କଥା ଚିନ୍ତା କରନ୍ତୁ । ପାଇରୋଥ୍ରଇଦ , ଲମ୍ବଡା ସିଆଲଥ୍ରିନ କିମ୍ବା ଡାଇମେଥୋଏଟ କୀଟନାଶକ ଏହାର ସଂଖ୍ୟା ହ୍ରାସ କରିବା ପାଇଁ ସାହାଯ୍ୟ କରିପାରେ ।

ଏହାର କାରଣ କଣ

ବଯସ୍କମାନେ ପ୍ରାୟ 6ମିମି ଲମ୍ବା ଓ ଗାଢ ହଳଦିଆ ବା ଲାଲ ବର୍ଣ ହୁଏ । ସେମାନଙ୍କର ଡେଣାରେ ଆୟତକାର ଚିହ୍ନ ଥାଏ ଓ ବେକ ପାଖରେ କଳା ତ୍ରିଭୁଜ ଥାଏ । ବୟସ୍କ ମାଈ ବିଟଲ ମାଟିରୁ 2 ଇଞ୍ଚ ଉପରକୁ କାଣ୍ଡରେ ଅଣ୍ଡା ଦିଏ । ଗୋଟିଏ ମାଈ ପୋକ ଜୀବନକାଳ ମଧ୍ୟରେ 125ରୁ 250 ପର୍ଯ୍ୟନ୍ତ ଅଣ୍ଡା ଦିଏ । ମାଟିର ତାପମାତ୍ରା ଅନୁସାରେ 4 ରୁ 14 ଦିନ ମଧ୍ୟରେ ଅଣ୍ଡା ଫୁଟେ । ଶୁକମାନେ ଗାଢ ବାଦାମୀ କିମ୍ବା କଳା ମୁଣ୍ଡ ସହ ଧଳା ବର୍ଣର ହୋଇଥାନ୍ତି । ବଯସ୍କମାନେ ଫସଲ ପରେ ସୋୟାବିନ ଜମିର ପାଖରେ ବିଭିନ୍ନ ଆବାସରେ ( habitat ) ରହିଥାନ୍ତି । ଏହି ବିଟଲ ବିଭିନ୍ନ ପ୍ରକାର ଭୂତାଣୁର ବାହକ ହୋଇଥାନ୍ତି ।


ସୁରକ୍ଷାତ୍ମକ ଉପାୟ

  • କ୍ଷତି କମାଇବା ପାଇଁ ବିଳମ୍ବରେ ଲଗାନ୍ତୁ । ଋତୁ ଆରମ୍ଭରେ ପୋକ ସଂଖ୍ୟା ଗଣନ୍ତୁ ଓ ଗଛର କ୍ଷତି କଳନା କରନ୍ତୁ । ଧାଡି ଆଚ୍ଛାଦନ କାଲେ ପୋକ ପାଇଁ ବାଧକ ହୁଏ । ଗଭୀର ଚାଷ କରନ୍ତୁ ଏବଂ ଆଖ ପାଖରେ ଡାଲି ଜାତୀୟ ଫସଲ ଲଗାନ୍ତୁ ନାହି ।ଫସଲ ପର୍ଯ୍ୟାୟ ଅବଲମ୍ବନ କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ