ଆମ୍ବ

ଆମ୍ବ ଫଳ ମାଛି

Ceratitis cosyra

ପୋକ

5 mins to read

ସଂକ୍ଷେପରେ

  • ଚୋପାରେ ବାଦାମି ଘା' । ଫଳର ବିବର୍ଣତା । ଫଳ ରସ ଏବଂ ଅଠାଳିଆ ପଦାର୍ଥ ବାହାରେ । ପ୍ରସ୍ଥାନ କଣା ଦେଖାଯାଏ । ବକ୍ଷରେ କଳା ଚିହ୍ନ ସହିତ ହଳଦିଆ ଶରୀର ଥିବା ମାଛି ଦେଖାଯାଏ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଆମ୍ବ

ଲକ୍ଷଣ

ସେରାଟିସ କୋସିରା ସଂକ୍ରମଣର ଲକ୍ଷଣ ଗୁଡିକ କେବଳ ଫଳ ଉପରେ ଦେଖାଯାଏ । ମାଈ ମାନେ ସେମାନଙ୍କ ଅଣ୍ଡାକୁ ମୁଖ୍ୟତଃ ପରିପକ୍ଵ ଫଳ ଭିତରକୁ ପଶାନ୍ତି । ଫଳ ଭିତରେ ଶୂକର ଖାଇବା ଓ ହଜମ ପ୍ରକ୍ରିୟା ଯୋଗୁଁ ପ୍ରଭାବିତ ଫଳରେ ଅଠାଳିଆ ପଦାର୍ଥ ଦେଖାଯାଏ । ଶୂକର ପ୍ରସ୍ଥାନ କଣା ଫଳ ଉପରେ ଦେଖାଯାଏ । ଅନ୍ତଃ ବିଘଟଣ ଫଳରେ ଚୋପାରେ ବାଦାମି ଏବଂ ବେଳେବେଳ କଳା କ୍ଷତ ଚିହ୍ନ ଦେଖାଯାଏ ।ଚୋପା ଘଷିଲେ ବାହାରିଯାଇପାରେ ଏବଂ କଣା ମଧ୍ୟ କରାଯାଇପାରେ । ଏହା ଅଧିକ କ୍ଷୟ କରୁଥିବା ଯୋଗୁଁ ଫଳରେ ବର୍ଣହୀନତା ଏବଂ ତମ୍ବା ବର୍ଣର ଫିମ୍ପି ଦେଖାଯାଇପାରେ । ପରବର୍ତ୍ତୀ ଲକ୍ଷଣ ହେଉଛି ଫଳରୁ ଖରାପ ଗନ୍ଧ , କବକ ପୂଜ ଓ ରସ ବାହାରେ ।

Recommendations

ଜୈବିକ ନିୟନ୍ତ୍ରଣ

ସେରାଟିସ କୋସିରାର ସନ୍ଧାନ ଓ ଧରିବାକୁ ପୁଷ୍ଟିସାର ଥିବା ଖାଦ୍ୟ ଜନ୍ତା ଫଳପ୍ରସୂ ହୋଇପାରେ । ମେଟାରିଜିଅମ ଆନିସୋପ୍ଳିଏ ସେରାଟିସ କୋସିରାର କୋଷାକୁ ଭୁଇଁରେ ନିଷ୍କ୍ରିୟ କରିଦିଏ ଏବଂ ଏହାକୁ ହାତରେ ବା ତେଲ ମିଶା ସିଞ୍ଚନରେ ପ୍ରୟୋଗ କରାଯାଏ । 46 ଡିଗ୍ରୀ C ରେ ଅମଳ ପରବର୍ତ୍ତୀ ଗରମ ପାଣି ଉପଚାର କିମ୍ବା ୭.୫ ଡିଗ୍ରୀ ବା ନିମ୍ନ ତାପମାତ୍ରାରେ ଅଧିକ ଦିନ ଗଚ୍ଛିତ କଲେ ଶୂକ ନଷ୍ଟ ହୋଇଯାଏ ।

ରାସାୟନିକ ନିୟନ୍ତ୍ରଣ

ମାଲଥିଆନ କିମ୍ବା ଦେଲ୍ତାମେଥୃନ କୀଟନାଶକ ମିଶା ନିର୍ଦ୍ଦିଷ୍ଟ ଖାଦ୍ୟ ଜନ୍ତା ( ପ୍ରୋଟିନ ହାଇଡ୍ରୋଲାଇସେଟ କିମ୍ବା ପ୍ରୋଟିନ ଅଟୋଲାଇସେଟ ) ସୁପାରିସ କରାଯାଏ । ଏହି ପ୍ରଣାଳୀ ଆଖପାଖରେ ଥିବା ସମସ୍ତଙ୍କୁ ଆକର୍ଷିତ କରି ଠିକ ସମୟରେ ମାଛି ନିୟନ୍ତ୍ରଣ ସୁନିଶ୍ଚିତ କରେ । ସେରାଟିସ କୋସିରା ର ଅଣ୍ଡିରାମାନେ ଟେରପିନଳ ଏସିଟେଟ କିମ୍ବା ମିଥାଇଲ ଏଉଜିନଲ ସାହାଯ୍ୟରେ ଧରାଯାଇପାରିବ ।

ଏହାର କାରଣ କଣ

ସେରାଟିସ କୋସିରା ର ଶୂକ ଯୋଗୁଁ ଏହି ଲକ୍ଷଣ ପ୍ରକାଶ ପାଏ । ବଯସ୍କମାନଙ୍କ ବକ୍ଷରେ କଳା ଚିହ୍ନ ସହିତ ହଳଦିଆ ଶରୀର ଥାଏ । ସେମାନଙ୍କ ଡେଣା ହଳଦିଆ ଓ 4 ରୁ 6 ମିମି ପର୍ଯ୍ୟନ୍ତ ହୋଇପାରେ । ପାଚିଲା ଫଳ ଭିତରେ ମାଇମାନେ ଅଣ୍ଡା ପଶାନ୍ତି ଏବଂ ପ୍ରାୟ 2 ସପ୍ତାହ ପର୍ଯ୍ୟନ୍ତ ଏପରି ଲଗାତର କରନ୍ତି । 2 - 3 ଦିନ ପରେ , ଶୂକ ବାହାରେ ଓ ଫଳ ମାଂସରେ ସୁଡଙ୍ଗ ଖୋଳିବା ଆରମ୍ଭ କରେ । ଗୋଟିଏ ଫଳରେ ପ୍ରାୟ 50 ଟି [ପର୍ଯ୍ୟନ୍ତ ଶୂକ ଆକ୍ରମଣ କରିପାରନ୍ତି ଏବଂ ବେଳେବେଳେ ଏହି ଲକ୍ଷଣ କେବଳ ଅମଳ କରିବା ପରେ ଦେଖାଯାଏ । କୋଷା କରିବା ପାଇଁ ଶୂକ ଆପେ ଆପେ ତଳେ ପଡିଯାଏ ଓ ମାଟିର ଉପର ସ୍ତର ଖୋଳେ । 9 ରୁ 12 ଦିନ ପରେ ପୂର୍ଣାଙ୍ଗ ମାଛି ବାହାରେ ।


ସୁରକ୍ଷାତ୍ମକ ଉପାୟ

  • ମାଛି ସଂଖ୍ୟା କମ ଥିଲା ବେଳେ ଫଳ ପାଚିବା ସୁନିଶ୍ଚିତ କରିବା ପାଇଁ ସହଳ କିସମ ଲଗାନ୍ତୁ । ପ୍ରତିଦିନ ଆକ୍ରମିତ ଓ ପଡିଥିବା ଫଳ ନେଇଯାନ୍ତୁ । ସମ୍ଭାବ୍ୟ ମାଛି ଆକ୍ରମଣ ନିରୀକ୍ଷଣ କରିବା ପାଇଁ ପୁଷ୍ଟିସାର ଖାଦ୍ୟ ଜନ୍ତା ସ୍ଥାପନ କରନ୍ତୁ । କମଳା ଜାତୀୟ , ପିଜୁଳି ,ଅମୃତଭଣ୍ଡା , ତରଭୁଜ ଜାତୀୟ ଆଦି ବିକଳ୍ପ ପୋଷକ ଆଖପାଖରେ ଲଗାନ୍ତୁ ନାହି ।ଅବଶେଷ ତଳେ ପଡିଥିବା ଫଳ ସନ୍ଧାନ କରିବା ପାଇଁ ଗଛ ଚାରିପାଖରେ ସତର୍କତାର ସହିତ ଘାସ ବାଛନ୍ତୁ ଚାଷ କରନ୍ତୁ । ବୃଦ୍ଧି ଚକ୍ରରେ ସାମଞ୍ଜସ୍ୟ ଥିବା ଆମ୍ବ କିସମ ଲଗାନ୍ତୁ ।କେବଳ ଅପ୍ରଭାବିତ ଫଳ ନିଅନ୍ତୁ ଓ ବିକ୍ରି କରନ୍ତୁ । ବିକ୍ରିହୋଇନଥିବା କିମ୍ବା ଖିଆଯାଇନଥିବା ଫଳର ସମୀଚୀନ ନଷ୍ଟ କରନ୍ତୁ । ଗଛ ଚାରିପଟେ ଚାଷ କାଲେ ମାଟିରେ ଥିବା କୋଷାଗୁଡିକ ମରିଯାନ୍ତି ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ