ଆମ୍ବ

ଆମ୍ବ ଡାଳ ବିନ୍ଧା ପୋକ

Chlumetia transversa

ପୋକ

5 mins to read

ସଂକ୍ଷେପରେ

  • ଗଛର ଝାଉଁଳା ହୁଏ । ପ୍ରବେଶ କଣା ଚାରିପଟେ କଚଡା ଚିହ୍ନ ଥାଏ । ନୂଆ ଡାଳ ଓ କାଣ୍ଡ ଉପରେ ଧଳା ଅଣ୍ଡା ଥାଏ । ବାଦାମି ଡେଣା ସହିତ 8 - 10 ମିମି ଆକାରର ଧୂସର କଳା ପ୍ରଜାପତି ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଆମ୍ବ

ଲକ୍ଷଣ

ଆମ୍ବ ଡାଳ ବିନ୍ଧା ପୋକର ସମ୍ବାଳୁଆ ବିକାଶମୁଖୀ ସ୍ତବକ ଏବଂ କଅଁଳ ପତ୍ର ମଧ୍ୟଶିରା କିମ୍ବା ଡାଳରେ କାଣ୍ଡ ଆଡକୁ ସୁଡଙ୍ଗ କରି ପଶେ । ପ୍ରଭାବିତ ଗଛ ଅଂଶ ଝାଉଁଳେ ଏବଂ ସୁବିଧାବାଦୀ ଜୀବାଣୁ ଦ୍ଵାରା ଦ୍ଵିତୀୟକ ସଂକ୍ରମଣ ପ୍ରବଣ ହୁଏ । ଶୂକ କଳା ମୁଣ୍ଡ ସହିତ ଅସ୍ବଚ୍ଛ ଈଷତ ସବୁଜ କିମ୍ବା ବାଦାମି ରଙ୍ଗର ହୋଇଥାଏ । ନୂଆ ଡାଳର ନରମ ଓ କଅଁଳ ଟିସୂ ଖାଇବାକୁ ଶୂକ ବାହାରକୁ ଆସେ ଓ ପ୍ରବେଶ କଣା ଚାରିପଟେ ପ୍ରଚୁର କଚଡା ଛାଡେ । ମାଟିର ଉପର ଅଂଶରେ ଓ ଗଛ ଅବଶେଷରେ ବାଦାମି କୋଷା ଦେଖାଯାଏ । ଏହି ପୋକର ପୋଷକ କେବଳ ଆମ୍ବ ଓ ଲିଚୁ ଅଟନ୍ତି ।

Recommendations

ଜୈବିକ ନିୟନ୍ତ୍ରଣ

ଯେତେବେଳେ ସଂଖ୍ୟା କମ ଥାଏ , ସମ୍ବାଳୁଆକୁ ଦୂରେଇବା ଓ ଡାଳ ବିନ୍ଧା ପୋକ ଆକ୍ରମଣ କମାଇବା ପାଇଁ ରସୁଣ ଓ ଲଙ୍କା ଗଛର ନିର୍ଯ୍ୟାସ ପାଣିରେ ମିଶାଇ ସିଞ୍ଚନ କରାଯାଇପାରେ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ ,ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ପ୍ରଭାବିତ କଲମି ବା ଚାରା କାଢନ୍ତୁ ଏବଂ ପୋକକୁ ନିୟନ୍ତ୍ରଣ କରିବା ପାଇଁ 0.04 % ଡାଇମେଥୋଏଟ ସିଞ୍ଚନ କରନ୍ତୁ ।

ଏହାର କାରଣ କଣ

ଗଛର ବିଭିନ୍ନ ଅଂଶରେ କ୍ଷତ ଖାଇବା ଯୋଗୁଁ ହୋଇଥାଏ । ବୟସ୍କ ପ୍ରଜାପତିମାନେ ଧୂସର କଳା ଓ 8 - 10 ମିମି ଆକାରର ଅଟନ୍ତି । ସେମାନଙ୍କ ଲମ୍ବା ଶୃଙ୍ଗିକା ସହିତ କିଳା ଭଳି ବାଦାମି ଶରୀର ଥାଏ । ଡେଣାର ଆକାର ପ୍ରାୟ 15 ମିମି ଅଟେ । ଆଗ ଡେଣା ବିଭିନ୍ନ ପ୍ରକାର ବାଦାମି ରଙ୍ଗର ଛାଇ ଭଳି ପଟ୍ଟୀର ଛକି ଓ ଡେଣାର ଧାର ପାଖରେ ଫିକା ତାଳି ସହିତ ବାଦାମି ରଙ୍ଗର ଅଟେ । ପଛ ଡେଣା ସମତଳ ବାଦାମି ଅଟେ । କାଣ୍ଡ ଓ ନୂଆ ଡାଳରେ କ୍ଷୀର ରଙ୍ଗର ଅଣ୍ଡା ଦିଅନ୍ତି । 3 - 7 ଦିନ ପରେ ଶୂକ ବାହାରେ ଓ 8 - 10 ଦିନ ପର୍ଯ୍ୟନ୍ତ କୋଷା ହେବା ପର୍ଯ୍ୟନ୍ତ ଖାଆନ୍ତି । ବାହାରିବା ପରେ ବୟସ୍କ ମାଛି ଅକ୍ଲେଶରେ ଅନ୍ୟ ଗଛକୁ କିମ୍ବା ବଗିଚାକୁ ଉଡି ଯାଇପାରେ । ବର୍ଷା ଏବଂ ଆର୍ଦ୍ରତାର ବୃଦ୍ଧି ଆମ୍ବ ଡାଳ ବିନ୍ଧା ପୋକର ବିକାଶକୁ ଅନୁକୂଳ କରେ , କିନ୍ତୁ ଉଚ୍ଚ ତାପମାତ୍ରା ପୋକର ଜୀବନ ଚକ୍ରରେ ବାଧା ଦିଅନ୍ତି ।


ସୁରକ୍ଷାତ୍ମକ ଉପାୟ

  • ଅଣ୍ଡା , ଶୂକ ,ପ୍ରଜାପତି ଓ କୋଷା ପାଇଁ ନିୟମିତ ନିରୀକ୍ଷଣ କରନ୍ତୁ । ପ୍ରଭାବିତ ଗଛ ଅଂଶ କାଟଛାଣ୍ଟ କରନ୍ତୁ ଏବଂ ପୋତନ୍ତୁ ବା ଜାଳି ଦିଅନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ