ଲେମ୍ବୁଜାତୀୟ

ଲେମ୍ବୁର ଲାଲ ମାଇଟ

Panonychus citri

ମାଇଟ

5 mins to read

ସଂକ୍ଷେପରେ

  • ପତ୍ର ଉପରେ ସୂକ୍ଷ୍ମ ଧୂସର କିମ୍ବା ରୂପେଲି ଦାଗ ଦେଖାଯାଏ.
  • ଫଳ ରୂପେଲି କିମ୍ବା ତମ୍ବାଳିଆ ରଙ୍ଗର ଦେଖାଯାଏ.
  • ଅସମୟରେ ପତ୍ର ଝଡ଼ିଯାଏ, ଡାଳ ମରିଯାଏ.
  • ଫଳ ଗୁଣବତ୍ତା ରେ ହ୍ରାସ ଦେଖାଯାଏ.
  • ସୂକ୍ଷ୍ମ ଲାଲ ମାଇଟ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଲେମ୍ବୁଜାତୀୟ

ଲକ୍ଷଣ

ଗଛର ବାହାର ପଟେ ଥିବା ନୁଆଁ ପତ୍ର ଉପରେ ସୂକ୍ଷ୍ମ ଧୂସର କିମ୍ବା ରୂପେଲି ରଙ୍ଗର ଦାଗ ହେଇଯିବାର ଲକ୍ଷଣ ଦେଖାଯାଏ. ଏହି ଦାଗ ଦେଖାଯିବା ପ୍ରକ୍ରିୟାକୁ ସ୍ଟିପଲିଙ୍ଗ (stippling) କୁହାଯାଏ. ବେଳେବେଳେ ଫଳ ଓ ଡାଳ ମଧ୍ୟ ସଂକ୍ରମିତ ହୋଇପାରେ. ଅତ୍ୟଧିକ ମାତ୍ରାରେ ସଂକ୍ରମଣ ହେଲେ ଏହି ଦାଗ ଗୁଡିକ ପରସ୍ପର ସହ ମିଶିଯାଏ ଯଦ୍ୱାରା ପତ୍ର କିମ୍ବା ସବୁଜ ଫଳ ରୂପେଲି କିମ୍ବା ତମ୍ବାଳିଆ ରଙ୍ଗର ଦେଖାଯାଏ. ପତ୍ର ଟିସୁ ରେ କ୍ଷତି ହେବା ଫଳରେ ଆଲୋକ ସଂଶ୍ଳେଷଣ ପାଇଁ ଉପଯୁକ୍ତ ଜାଗା କମ ହୋଇଯାଏ ଏବଂ ସଂକ୍ରମିତ ଟିସୁ ଧୀରେ ଧୀରେ ନଷ୍ଟ ହୋଇଯାଏ. ଅସମୟରେ ପତ୍ର ଝଡା, ଡାଳ ମରିଯିବା, ଫଳର ଗୁଣବତ୍ତା ଖରାପ ହୋଇଯିବା ଏବଂ ଗଛର ଶକ୍ତି କମ ହୋଇଯିବା ଆରମ୍ଭ ହୋଇପାରେ. ଏହା ବିଶେଷ କରି ପ୍ରତିକୂଳ ପାଣିପାଗ ବାତାବରଣରେ ହୋଇଥାଏ, ଉଦାହରଣ ସ୍ୱରୂପ ଶୁଖିଲା ଓ ପବନ ହେଉଥିବା ପାଗ. ଅପର ପକ୍ଷରେ କିନ୍ତୁ ଭଲ ଜଳ ଯୋଗାଣ ବ୍ୟବସ୍ଥା ଥିଲେ ଏହି ପୋକ ଦ୍ୱାରା ହେଉଥିବା ସଂକ୍ରମଣ ଓ କ୍ଷତି କମିଯାଏ.

Recommendations

ଜୈବିକ ନିୟନ୍ତ୍ରଣ

ପାନନାଇକସ ସାଇଟ୍ରି (Panonychus citri ) ର ବହୁତ ପ୍ରକାର ଶିକାରୀ ଓ ପ୍ରାକୃତିକ ଶତ୍ରୁ ଅଛନ୍ତି ଏବଂ ଏସବୁ ଏହି ମାଇଟ ର ନିୟନ୍ତ୍ରଣ ପାଇଁ ଯଥେଷ୍ଟ ଅଟନ୍ତି. ଯେତେବେଳେ ଏମାନଙ୍କ ଜନସଂଖ୍ୟା ଯଥେଷ୍ଟ କମ ଥାଏ ସେତେବେଳେ ବିଭିନ୍ନ ପ୍ରକାରର ଫାଇଟୋସେଇଡ଼ ମାଇଟ ଯେମିତିକି ଇଉସିଅସ ସ୍ଟିପୁଲାଟସ(Euseius stipulatus) କୁ ବ୍ୟବହାର କରି ଲାଲ ମାଇଟର ପ୍ରଭାବୀ ରୂପରେ ନିୟନ୍ତ୍ରଣ ବିଭିନ୍ନ ଦେଶରେ କରାଯାଇ ପାରିଅଛି. ପାଟପୋକର ସ୍ଟେଥୋରସ (Stethorus) ପ୍ରଜାତିର କିଛି ଜାତି ଏହି ପୋକ ମାନଙ୍କୁ ପ୍ରବଳ ଭାବେ ଖାଇଥାନ୍ତି. କବକ ଏବଂ ବିଶେଷକରି ଭୁତାଣୁର ମଧ୍ୟ ପାନନାଇକସ ସାଇଟ୍ରି ସଂଖ୍ୟା କମ କରିବା ପାଇଁ ମହତ୍ୱପୂର୍ଣ୍ଣ ଭୂମିକା ଅଛି କିନ୍ତୁ ଏହା ତାପମାନ ଦ୍ୱାରା ପ୍ରଭାବିତ ହୋଇପାରେ.

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପାୟକୁ ମଧ୍ୟ ଧ୍ୟାନ ଦେବା ଦରକାର. ବ୍ୟାପକ ପ୍ରଭାବୀ କୀଟନାଶକ ପରିବର୍ତ୍ତେ ମାଇଟ ପାଇଁ ନିର୍ଦ୍ଧିଷ୍ଟ କୀଟନାଶକ ବ୍ୟବହାର କରିବା ପାଇଁ ଅଧିକତର ଉପଦେଶ ଦିଆଯାଇଥାଏ କାରଣ ବ୍ୟାପକ ପ୍ରଭାବୀ କୀଟନାଶକ ପରିସ୍ଥିତିକୁ ଆହୁରି ଖରାପ କରିପାରେ. ବିଭିନ୍ନ ପ୍ରକାରର ଆକାରିସାଇଡ କୁ ପରିବର୍ତ୍ତନ କରି ବ୍ୟବହାର କଲେ ମାଇଟର ପ୍ରତିରୋଧି ଶକ୍ତି ବିକାଶ ହେବ ନାହିଁ.

ଏହାର କାରଣ କଣ

ପାନନାଇକସ ସାଇଟ୍ରି (Panonychus citri) ନାମକ ଏକ ଲେମ୍ବୁର ଲାଲ ମାଇଟର ବୟସ୍କ ଏବଂ ଶୂକ ମାନଙ୍କର ଖାଇବା କାର୍ଯ୍ୟକଳାପ ଯୋଗୁଁ ଏହି ଲକ୍ଷଣ ସୃଷ୍ଟି ହେବା ଦେଖାଦେଇଥାଏ. ଏହି ପୋକ ସବୁ ନାସପାତି ଆକାରର, ଇଟା ପରି ଲାଲ ଶରୀର ଏବଂ ଟାଣ ଧଳା ବାଳ ମୁକ୍ତା ପରି ପିଠି ରୁ ବାହାରି ଆସିଥାଏ. ସେମାନେ ଲେମ୍ବୁଜାତୀୟ ଗଛକୁ ଆକ୍ରମଣ କରନ୍ତି ଏବଂ ବେଳେବେଳେ ଅନ୍ୟ ଫସଲ ଯଥା ଅମୃତଭଣ୍ଡା, କାସାଭା କିମ୍ବା ଅଙ୍ଗୁର ରେ ମଧ୍ୟ ସଂକ୍ରମଣ କରିପାରନ୍ତି. ଏହା ପତ୍ର ଗୁଡିକର ଉଭୟ ପାର୍ଶ୍ୱରେ ଦେଖାଯାଏ କିନ୍ତୁ ମୁଖ୍ୟତଃ ଉପର ପାର୍ଶ୍ୱରେ ହିଁ ନିଜ ପୋଷଣ କରିଥାଏ. ରେଶମ ର ସୁତା ପ୍ରସ୍ତୁତ ହେବା ଯୋଗୁଁ ଏହା ସହଜରେ ପବନ ଦ୍ୱାରା ଅନ୍ୟ ଗଛକୁ ପରିବାହିତ ହୋଇପାରେ. ଏହାର ବିସ୍ତାର ପାଇଁ ପୋକ ଓ ପକ୍ଷୀ ମାନେ ଅନ୍ୟ ଏକ ମାଧ୍ୟମ ଅଟନ୍ତି. ସଂକ୍ରମିତ ଉପକରଣ ଏବଂ ଖରାପ ଜମି ପରିଚାଳନା ମଧ୍ୟ ଏହି ମାଇଟକୁ ଅନ୍ୟ ଜମିରେ ବ୍ୟାପିବା ପାଇଁ ସହାୟକ ହୋଇଥାଏ. ଆବଶ୍ୟକ ଜଳ ଯୋଗାଣ ପାଇଁ ଏକ ଭଲ ଜଳସେଚନ ବ୍ୟବସ୍ଥା କଲେ ମାଇଟର ସଂକ୍ରମଣ ଓ କ୍ଷତି ବହୁତ ପରିମାଣରେ କମିଯାଇଥାଏ. ଅପରପକ୍ଷରେ ଯଦି କମ କିମ୍ବା ଅଧିକ ଆର୍ଦ୍ରତା, ଅଧିକ ପବନ, ଜଳାଭାବ, କିମ୍ବା ଠିକ ବିକଶିତ ହୋଇନଥିବା ମୂଳ ପରିସ୍ଥିତିକୁ ଆହୁରି ଖରାପ କରିପାରେ. ଲେମ୍ବୁର ଲାଲ ମାଇଟ ପାଇଁ ଅନୁକୂଳ ପରିବେଶ ହେଲା 25 °C ତାପମାତ୍ରା ଏବଂ 50-70% ଆର୍ଦ୍ରତା.


ସୁରକ୍ଷାତ୍ମକ ଉପାୟ

  • ତୋଟା କୁ ନିୟମିତ ଭାବେ ଜବକାଚ ବ୍ୟବହାର କରି ନିରୀକ୍ଷଣ କରନ୍ତୁ ଓ ମାଇଟ ମାନଙ୍କ ସଂଖ୍ୟା ଆକଳନ କରନ୍ତୁ.
  • ଅତ୍ୟଧିକ କୀଟନାଶକ ବ୍ୟବହାର କରନ୍ତୁ ନାହିଁ କାରଣ ତାହା ଉପକାରୀ ପୋକ ମାନଙ୍କ ଉପରେ ଖରାପ ପ୍ରଭାବ ପକାଇପାରେ.
  • ଗଛକୁ ଭଲଭାବେ ପାଣି ଦିଅନ୍ତୁ ଏବଂ ମରୁଡି ଜନିତ ଚାପରୁ ବଞ୍ଚିତ କରନ୍ତୁ.
  • ଗଛର ଡାଳ ଯେମିତି ଜମିରେ ଥିବା ଅନାବନା ଘାସ ଓ ଗଛ ସଂସ୍ପର୍ଶରେ ନ ଆସେ ତାହାର ଧ୍ୟାନ ନିଅନ୍ତୁ.
  • ଅନାବନା ଘାସ ସବୁ ଜମିରୁ ସଫା କରନ୍ତୁ.
  • ଅମଳ ପରେ ଅଳିଆ ଆବର୍ଜନା ତଥା ଗଛର ଅବଶେଷ ସବୁ ବାହାର କରିଦିଅନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ