ଲେମ୍ବୁଜାତୀୟ

ସିଟ୍ରସ ର ବ୍ଲାଷ୍ଟ ରୋଗ

Pseudomonas syringae pv. syringae

ବ୍ୟାକ୍ଟେରିଆ

5 mins to read

ସଂକ୍ଷେପରେ

  • ପାଣିଭିଜା ଓ ଗାଢ଼ ବାଦାମୀ ରଙ୍ଗର ଦାଗ ନୁଆଁ ନୁଆଁ ବଢୁଥିବା ଡାଳପତ୍ରରେ ଦେଖଃଯେ.
  • ଏହା ସାଧାରଣତଃ ପତ୍ର ର ମୂଳରେ କିମ୍ବା ଅତିରିକ୍ତ କଢ଼ ରେ ପ୍ରଥମେ ଦେଖାଯାଏ.
  • ପତ୍ର ଶୁଖିଲା ଓ ଗୋଲ ହୋଇଯାଏ ଏବଂ ଶେଷରେ ଝଡ଼ିଯାଏ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଲେମ୍ବୁଜାତୀୟ

ଲକ୍ଷଣ

ଏହି ରୋଗର ବିଶେଷ ଲକ୍ଷଣ ହେଲା ପତ୍ରର ମୂଳ ଆଡକୁ ପାଣି ଭିଜା ଦାଗ ର ଉପସ୍ଥିତି ଓ ଡ଼େମ୍ଫରେ କଳା ଦାଗ ଦେଖାଯିବା. ପରେ ଏହି ଦାଗ ପତ୍ରର ମଝି ଶିରା ଆଡକୁ ଓ ଡେମ୍ଫ ପାଖରେ ଥିବା ଡାଳ କୁ ମଧ୍ୟ ମାଡି ଥାଏ. ପରେ ପତ୍ର ସବୁ ଶୁଖିଯାଏ ଓ ମୋଦି ହୋଇଯାଏ କିନ୍ତୁ ଡାଳ ରେ ଭଲ ଭାବେ ଲାଗି ରହିଥାଏ. ଶେଷରେ ପତ୍ର ଗୁଡିକ ସାଧାରଣତଃ ଡେମ୍ଫକୁ ଛାଡି ଝଡ଼ିଯାଏ. ଆଗ ଡାଳ ରେ ଥିବା ପରିଗଳିତ ଜାଗା ବଡ ହୋଇଥାଏ ଓ ଯଦି ପୁରା ଗୁଡେଇ ହୁଏ ତାହେଲେ 20-30 ଦିନ ଭିତରେ ଏହା ମରିଯାଏ. ନର୍ସରୀ ରେ ଥିବା କଲମୀ କିଛି ଦିନ ମଧ୍ୟରେ ପୋଡି ଯାଏ. ଏହି ଲକ୍ଷଣ କିଛି ମାତ୍ରାରେ ଫାଇଟୋଫଥୋରା (Phytophthora) ସଂକ୍ରମଣ ର ଲକ୍ଷଣ ସହ ସମାନ ଅଟେ. ଲକ୍ଷଣ ଗୁଡିକ ବେଶୀ ମାରାତ୍ମକ ନୁହେଁ ଏବଂ ଗରମ ଓ ଶୁଷ୍କ ପାଗ ଆରମ୍ଭ ହେଲେ ଭଲ ହୋଇଯାଇପାରେ. କେବେକେବେ କମଳା ଫସଲର ଫଳରେ ସଂକ୍ରମଣ ଦେଖାଦେଇପାରେ ଏବଂ ଏହାର ଲକ୍ଷଣ ହେଲା ଫଳ ଚୋପା ଉପରେ ଛୋଟ କଳା ଦାଗ. କମଳା, ଲେମ୍ବୁ ଏବଂ ନାରଙ୍ଗୀ ଫସଲରେ ସବୁଠୁ ଖରାପ ଲକ୍ଷଣ ଦେଖା ଦେଇଥାଏ.

Recommendations

ଜୈବିକ ନିୟନ୍ତ୍ରଣ

ଆଜି ପର୍ଯ୍ୟନ୍ତ ଏହି ରୋଗର ସଂକ୍ରମଣ କିମ୍ବା ତୀବ୍ରତା କମ କରିବା ପାଇଁ କୌଣସି ଜୈବିକ ଉପଚାର ଉପଲବ୍ଧ ନାହିଁ. ଆପଣ କିଛି ଜାଣିଥିଲେ ଆମକୁ କୁହନ୍ତୁ. କପର ଥିବା ଫର୍ମୁଲା ଯଥା ବୋର୍ଡାକ୍ସ ମିଶ୍ରଣ ସ୍ପ୍ରେ କରି ଏହି ରୋଗର ନିୟନ୍ତ୍ରଣ କରିବା ଏକ ଗ୍ରହଣୀୟ ଓ ଅନୁମୋଦିତ ପଦ୍ଧତି. ଏହା ଜୈବିକ ଫସଲ ପାଇଁ ମଧ୍ୟ ଅନୁମୋଦନ କରାଯାଏ.

ରାସାୟନିକ ନିୟନ୍ତ୍ରଣ

ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. କପର ଥିବା ଫର୍ମୁଲା ଯଥା ବୋର୍ଡାକ୍ସ ମିଶ୍ରଣ ସ୍ପ୍ରେ କରି ଏହି ରୋଗର ନିୟନ୍ତ୍ରଣ କରିବା ଏକ ଗ୍ରହଣୀୟ ଓ ଅନୁମୋଦିତ ପଦ୍ଧତି. ଏହା ଜୈବିକ ଫସଲ ପାଇଁ ମଧ୍ୟ ଅନୁମୋଦିତ. ଥଣ୍ଡା ଓ ଆର୍ଦ୍ର ପାଗ ଆରମ୍ଭ ହେଲେ ପ୍ରତିବର୍ଷ ଏହି ଉପଚାର କରନ୍ତୁ. କପର ହାଇଡ୍ରୋକ୍ସାଇଡ ସହିତ ଫେରିକ କ୍ଲୋରାଇଡ (ferric chloride) କିମ୍ବା ମାଙ୍କୋଜେବ (mancozeb) ମିଶାଇ ସ୍ପ୍ରେ କଲେ ପ୍ରତିରୋଧ ଶକ୍ତି ସୃଷ୍ଟି ହୋଇଥିବା ବ୍ୟାକ୍ଟେରିଆ ମଧ୍ୟ ଭଲ ନିୟନ୍ତ୍ରଣ ହୋଇଥାଏ.

ଏହାର କାରଣ କଣ

ବ୍ୟାକ୍ଟେରିଆ ସିଉଡୋମୋନାସ ସିରିଞ୍ଜା ପିଭି. ସିରିଞ୍ଜା (Pseudomonas syringae pv. syringae) ଦ୍ୱାରା ଏହି ରୋଗ ହୋଇଥାଏ ଯାହା ବିଭିନ୍ନ ଲେମ୍ବୁ ଜାତୀୟ ଫସଲକୁ ଆକ୍ରମଣ କରିଥାଏ. ସାଧାରଣତଃ ଏହି ବ୍ୟାକ୍ଟେରିଆ ପତ୍ର ଉପରେ ରହେ ଏବଂ ଲମ୍ବା ସମୟ ଧରି ଓଦା ପାଗ ହେଲେ ରୋଗ ସୃଷ୍ଟି କରିଥାଏ. ଏହା ଗଛ ଟିସୁରେ ପତ୍ରର ପ୍ରାକୃତିକ ଛିଦ୍ର ଦେଇ କିମ୍ବା ପତ୍ର ଓ କାଣ୍ଡ ରେ ଥିବା କୌଣସି କ୍ଷତ ଦେଇ ପଶି ଥାଏ. ପବନ, ବର୍ଷା, ବାଲି ଉଡିବା ଏବଂ ବରଫ ପଡିବ ଯୋଗୁଁ ଯେଉଁ କ୍ଷତ ସୃଷ୍ଟି ହୋଇଥାଏ ତାହା ଏହି ବ୍ୟାକ୍ଟେରିଆ ର ପ୍ରବେଶ ପାଇଁ ସାହାଯ୍ୟ କରିଥାଏ. ଏହି ରୋଗ ସୃଷ୍ଟି ପାଇଁ ପତ୍ରରେ ବହୁତ ଦିନ ଧରି ଜଳୀୟ ଅଂଶ ରହିବା ଦରକାର. ଏହି ରୋଗ ପ୍ରତି ନୁଆଁ ପତ୍ରଗୁଡିକ ସବୁଠୁ ଅଧିକ ସମ୍ବେଦନଶୀଳ, ଯାହା ଶୀତ ଦିନ ପୂର୍ବରୁ ପୁରା ଟାଣ ହୋଇ ନଥାଏ.


ସୁରକ୍ଷାତ୍ମକ ଉପାୟ

  • ବୁଦା ପରି ବଢୁଥିବା କିସମ ଯେଉଁଥିରେ କମ ସଂଖ୍ୟାରେ କଣ୍ଟା ଥାଏ ତାହା ଲଗାନ୍ତୁ ଯାହା କି ପବନ ଦ୍ୱାରା କ୍ଷତକୁ ବନ୍ଦ କରିପାରିବ.
  • ପ୍ରବଳ ପବନରୁ ରକ୍ଷା ପାଇବା ପାଇଁ ବାୟୁ ରୋଧୀ ସ୍ଥାପନ କରନ୍ତୁ.
  • ବର୍ଷା ପରେ ରୋଗ ସଂକ୍ରମଣ କମ କରିବା ପାଇଁ ମୃତ ଓ ରୋଗାକ୍ରାନ୍ତ ଡାଳ ସବୁ କାଟି ବାହାର କରିଦିଅନ୍ତୁ.
  • ବସନ୍ତ କିମ୍ବା ଖରାଦିନ ଆରମ୍ଭରେ ସାର ପ୍ରୟୋଗର କାର୍ଯ୍ୟକ୍ରମ କରନ୍ତୁ କାରଣ ଏହାଦ୍ୱାରା ଗଛ ରେ ନୁଆଁ ଡାଳଓପତ୍ର କଅଁଳି ଥାଏ ଯେତେବେଳେ କି ପରିବେଶ ବ୍ୟାକ୍ଟେରିଆ ପାଇଁ ପ୍ରତିକୂଳ ଥାଏ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ