ବିରି ଓ ମୁଗ

ବିନର ବ୍ୟାକ୍ଟେରିଆ ଜନିତ ପତ୍ର ପୋଡା

Xanthomonas axonopodis pv. phaseoli

ବ୍ୟାକ୍ଟେରିଆ

5 mins to read

ସଂକ୍ଷେପରେ

  • ପତ୍ରରେ ଛୋଟ ପାଣିଭିଜା ଦାଗ ଦେଖାଯାଏ ଯାହାର ଲେମ୍ବୁ ପରି ହଳଦିଆ ଧାର ଥାଏ.
  • ଦାଗ ଗୁଡି଼କ ଶୁଖିଲା ବାଦାମୀ ଏବଂ ପୋଡା ଘା ପରି ବଡ ହୋଇଯାଏ.
  • ଗଛରୁ ପତ୍ର ଝଡିପାରେ.
  • ବାଙ୍ଗରା ବୃଦ୍ଧି ହୁଏ.
  • କାଣ୍ଡରେ ଲାଲ ଗାର ଦେଖାଯାଏ ଏବଂ ଭାଙ୍ଗିଲେ ହଳଦିଆ ସ୍ରାବ ବୋହିଥାଏ.

ମଧ୍ୟ ଦେଖା ଯାଇପାରେ

2 ଫସଲ ଗୁଡିକ

ବିରି ଓ ମୁଗ

ଲକ୍ଷଣ

ଫସଲ ଅଭିବୃଦ୍ଧିର ଯେ କୌଣସି ଅବସ୍ଥାରେ ସଂକ୍ରମଣ ହୋଇପାରେ. ଫସଲ ବୃଦ୍ଧି ଅବସ୍ଥା ଉପରେ ନିର୍ଭର କରି ଲକ୍ଷଣ ଗୁଡିକ ଅଳ୍ପ ଅଲଗା ହୋଇଥାଏ. ସଂକ୍ରମିତ ବିହନରୁ ଚାରାର ବଢୁଥିବା ଟିପରେ ଆଘାତ ହୋଇଥାଏ ଏବଂ ପ୍ରଥମ ପତ୍ର ଓ କାଣ୍ଡ ଉପରେ କୋଣିଆ ପାଣିଭିଜା ଦାଗ ଦେଖାଦେଇଥାଏ. ଗଛରେ ଏକ ବିଶେଷ ପ୍ରକାରର ଝାଉଁଳା ରୋଗ ଦେଖାଯାଏ. ଯଦି ଏହି ସଂକ୍ରମଣ ଅଭିବୃଦ୍ଧିର ବିଳମ୍ବ ଆବସ୍ଥାରେ ଦେଖାଦିଏ ତେବେ ପଟରରରେ ଛୋଟ ପାଣିଭିଜା ଦାଗ ଦେଖଃଯେ ଯାହାର ଲେମ୍ବୁ ପରି ହଳଦିଆ ଧାର ଥାଏ. ସମୟାନୁସାରେ ସେଗୁଡିକ ବଢି ବାଦାମୀ, ପୋଡା ଘା ରେ ପରିଣତ ହୁଏ ଏବଂ ଏହା ଗଛ ପୋଡିଗଲା ପରି ଦେଖାଯାଏ. ଏହାଦ୍ୱାରା ପତ୍ରଝଡ଼ା ହୋଇପାରେ. ସଂକ୍ରମିତ ଗଛ ବାଙ୍ଗରା ହୁଏ ଓ ଏଥିରେ ଲାଲ-ବାଦାମୀ କିମ୍ବା ଇଟା ପରି ଲାଲ ରଙ୍ଗ ର ଦାଗ ଯୁକ୍ତ କମ ଛୁଇଁ ହୋଇଥାଏ. କାଣ୍ଡରେ ଲାଲ ରଙ୍ଗର ଗାର ଦେକହାଯାଏ. ଏହା ବହୁତ ସମୟରେ ଭାଙ୍ଗି ଯାଏ ଏବଂ ଏଥିରୁ ହଳଦିଆ ସ୍ରାବ ବାହାରିଥାଏ. ଯଦି ଛୁଇଁ ବିକାଶ ବେଳେ ଏହି ରୋଗ ହୁଏ ତେବେ ମଞ୍ଜି ଶୁକୁଡ଼ିଲା ପରି, ସଂକୁଚିତ, ପଚା କିମ୍ବା ରଙ୍ଗଛଡା ପରି ଦେଖାଯାଏ.

Recommendations

ଜୈବିକ ନିୟନ୍ତ୍ରଣ

ଦୁଃଖିତ, ଯାନ୍ଥୋମୋନାସ ଆକ୍ସୋନୋପୋଡ଼ିସ pv. ଫାସେଓଲି (Xanthomonas axonopodis pv. phaseoli)ର ନିୟନ୍ତ୍ରଣ ପାଇଁ ଆମେ କୌଣସି ବୈକଳ୍ପିକ ଉପଚାର ଜାଣି ନାହୁଁ. ଦୟାକରି ଆମସାହିତ ସମ୍ପର୍କ କରନ୍ତୁ ଯଦି ଆପଣ ଏହି ରୋଗ ନିୟନ୍ତ୍ରଣ ପାଇଁ କିଛି ଜାଣିଛନ୍ତି. ଆପଣଙ୍କ ଠାରୁ ଶୁଣିବା ପାଇଁ ଆମେ ଅପେକ୍ଷା କରିଛୁ.

ରାସାୟନିକ ନିୟନ୍ତ୍ରଣ

ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. ରୋଗର ରାସାୟନିକ ଉପଚାର ବହୁତ ସମୟରେ ପ୍ରଭାବଶାଳୀ ହୋଇ ନ ପାରେ କାରଣ ଏହି ବ୍ୟାକ୍ଟେରିଆରେ ଦୀର୍ଘ ସମୟସୀମା ରେ ପ୍ରତିରୋଧକ ଶକ୍ତି ବିକଶିତ ହୋଇପାରେ. ବୁଣିବା ପୂର୍ବରୁ ବିହନକୁ 500 ppm ସ୍ଟ୍ରେପ୍ଟୋସାଇକ୍ଲିନ (Streptocycline) ଦ୍ରବଣ ବୁଡାଇ ରଖାଯାଇପାରେ. ଯଦି ବ୍ୟାକ୍ଟେରିସାଇଡ ର ଆବଶ୍ୟକତା ହୁଏ ତାହେଲେ କପର ଅକ୍ସିକ୍ଲୋରାଇଡ ଏବଂ ଅଧିକୃତ ଆଣ୍ଟିବାୟୋଟିକ ( ସ୍ଟ୍ରେପ୍ଟୋସାଇକ୍ଲିନ କିମ୍ବା ପ୍ଲାଣ୍ଟୋ ମାଇସିନ 2ଗ୍ରା./ଲି.) ପତ୍ର ସିଞ୍ଚନ ଭାବେ ବ୍ୟବହାର କରା ଯାଇପାରେ.

ଏହାର କାରଣ କଣ

ବ୍ୟାକ୍ଟେରିଆ ଯାନ୍ଥୋମୋନାସ ଆକ୍ସୋନୋପୋଡ଼ିସ pv. ଫାସେଓଲି (Xanthomonas axonopodis pv. phaseoli) ବହୁ ବର୍ଷ ଧରି ମାଟିରେ, ମଞ୍ଜି ଚୋପାରେ, ବିକଳ୍ପ ପୋଷକ ଫସଲରେ ଏବଂ ଫସଲ ଅବଶେଷରେ ସୁପ୍ତ ଅବସ୍ଥାରେ ରହିଥାଏ. ବର୍ଷା, ଓଦା ଏବଂ ଗରମ ପାଗ (25-35°C) ଏବଂ ଆର୍ଦ୍ରତା ଏହି ରୋଗ ସୃଷ୍ଟି ପାଇଁ ସୁହାଇ ଥାଏ. ଏହି ରୋଗ ବର୍ଷା ପବନ, ବର୍ଷା ଛାଟ ଏବଂ ପୋକ (ଝିଣ୍ଟିକା ଏବଂ ବିନ୍ସ ବିଟିଲ) ଦ୍ୱାରା ପ୍ରବଳ ମାତ୍ରାରେ ବ୍ୟାପି ଥାଏ. ପ୍ରାକୃତିକ ରନ୍ଧ୍ର ଏବଂ ଗଛରେ ହୋଇଥିବା କ୍ଷତସ୍ଥାନ ମଧ୍ୟ ଏହି ରୋଗ ସୃଷ୍ଟି ପାଇଁ ସାହାଯ୍ୟ କରିଥାଏ.


ସୁରକ୍ଷାତ୍ମକ ଉପାୟ

  • ପ୍ରମାଣିତ ରୋଗମୁକ୍ତ ବିହନ ବ୍ୟବହାର କରନ୍ତୁ.
  • ସହନଶୀଳ କିମ୍ବା ପ୍ରତିରୋଧି କିସମ ଲଗାନ୍ତୁ.
  • ରୋଗ ର ସଙ୍କେତ ଦେଖିବା ପାଇଁ ଜମିରେ ଓ ଫସଲ ଚେକ୍ କରନ୍ତୁ.
  • ଉପଯୁକ୍ତ ଗଛ ଲଗାଇବା ସମୟ ସୁନିଶ୍ଚିତ କରନ୍ତୁ.
  • ସ୍ପ୍ରିଙ୍କଲର ଦ୍ୱାରା ଜଳସେଚନ କରିବାରୁ ବିରତ ରୁହନ୍ତୁ.
  • ଆପଣଙ୍କ ଯନ୍ତ୍ରପାତି ଓ ଉପକରଣ ଗୁଡିକ ପରିସ୍କାର ରଖନ୍ତୁ.
  • ସଂକ୍ରମିତ ଗଛଗୁଡିକୁ ବାହାର କରିଦିଅନ୍ତୁ କିମ୍ବା ଜଳାଇ ନଷ୍ଟ କରି ଦିଅନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ