ଲେମ୍ବୁଜାତୀୟ

ଲେମ୍ବୁରେ ଜୀବାଣୁଜନିତ ଦାଗ

Xanthomonas alfalfae subsp. citrumelonis

ବ୍ୟାକ୍ଟେରିଆ

5 mins to read

ସଂକ୍ଷେପରେ

  • ପତ୍ରରେ ସପାଟ କିମ୍ବା ଶୁକୁଡି ଯାଇଥିବା ଗୋଲାକାର ଦାଗ ଦେଖାଯାଏ ଯାହାର ମଝିଅଂଶ ସଢ଼ି ଯାଇଥାଏ ଏବଂ ବହୁତ ସମୟରେ ଝଡି ଯାଇଥାଏ.
  • ଏହା ଏକ ଗୁଳିବିନ୍ଧା କଣା ପରି ଦାଗ ଛାଡି ଯାଇଥାଏ.
  • ଏହାର ଧାର ପାଣି ଭିଜା ହୋଇଥାଏ ଓ ଏକ ହଳଦିଆ ବଳୟ ଦେଖାଯାଏ.
  • ଅତ୍ୟଧିକ ଭାବେ ଆକ୍ରାନ୍ତ ପତ୍ର ରଙ୍ଗହୀନ ଓ ପୋଡ଼ିଗଲା ଭଳି ଦେଖାଯାଏ ଓ ଶୀଘ୍ର ଝଡ଼ିଯାଇପାରେ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଲେମ୍ବୁଜାତୀୟ

ଲକ୍ଷଣ

ଏହି ରୋଗ ମୁଖ୍ୟତଃ ତ୍ରିପର୍ଣ୍ଣି କମଳା ଓ ଏହାର ସଙ୍କର କିସମରେ ଦେଖାଦେଇଥାଏ. ଉଦାହରଣ ସ୍ୱରୂପ ନର୍ସରୀ ଅବସ୍ଥାରେ ସ୍ଵିଙ୍ଗଲ ସିଟ୍ରୁମେଲୋ (Swingle citrumelo) ରେ. ଏହାର ଦାଗ ଗୁଡିକ ଅନ୍ୟ କିସମର କମଳା ରେ ଲାଗୁଥିବା ଲେମ୍ବୁ କାଙ୍କର ରୋଗର ଦାଗ ସହ ପ୍ରାୟ ସମାନ ଅଟେ କିନ୍ତୁ ଏଗୁଡିକ ସପାଟ କିମ୍ବା ଶୁକୁଡ଼ି ଯାଇଥାଏ ଏବଂ ଉପରକୁ ଉଠି ନଥାଏ. ପତ୍ରରେ ଏହି ଦାଗ ଗୁଡିକ ଗୋଲିଆ, ବାଦାମୀ ରଙ୍ଗର ଦେଖାଯାଏ ଯାହାର ମଝି ଅଂଶ ସଢ଼ିଯାଇଥାଏ ଏବଂ ବହୁତ ସମୟରେ ଝଡି ଯାଇଥାଏ. ଏହା ଏକ ଗୁଳିବିନ୍ଧା କଣା ପରି ଦେଖାଯାଏ. ଏଗୁଡିକର ଚାରିପାଖରେ ପାଣି ଭିଜା ଧାର ଥାଏ ଏବଂ ଏଥିରେ ଏକ ହଳଦିଆ ବଳୟ ଦେଖାଯାଏ. ଅତି ଆକ୍ରାମକ ଚାପ ଦ୍ୱାରା ହେଉଥିବା ଦାଗ ରେ ପାଣି ଭିଜା ଧାର ଲେମ୍ବୁ କାଙ୍କର ରୋଗରେ ଦେଖାଯାଉଥିବା ଧାର ଅପେକ୍ଷା ଅଧିକ ସ୍ପଷ୍ଟ ହୋଇଥାଏ. ସମୟାନୁକ୍ରମେ ଏଗୁଡିକ ବଡ଼ ହୋଇ ମିଶି କୋଣାକାର ରୁ ଅସମ ଆକାରର ଫିକା ବାଦାମୀ ଚକଡା଼ରେ ପରିଣତ ହୋଇଥାନ୍ତି. ଅତ୍ୟଧିକ ସଂକ୍ରମିତ ପତ୍ର ଗୁଡିକ ରଙ୍ଗହୀନ ହୋଇଯାଆନ୍ତି କିମ୍ବା ପୋଡିଯାଆନ୍ତି ଏବଂ ଶୀଘ୍ର ଝଡ଼ିଯାଇ ପତ୍ରଝଡ଼ା କରାଇଥାଏ.

Recommendations

ଜୈବିକ ନିୟନ୍ତ୍ରଣ

ଜାନ୍ଥୋମୋନାସ ଆଲ୍ଫାଲ୍ଫା (Xanthomonas alfalfae) ର କୌଣସି ଜୈବିକ ବିକଳ୍ପ ଉପଚାର ବିଷୟରେ ଜାଣିନଥିବାରୁ ଆମେ ଦୁଃଖିତ. ଆପଣ ଯଦି କିଛି ଜାଣିଛନ୍ତି ଯାହା ଏହି ରୋଗ ନିୟନ୍ତ୍ରଣରେ ସାହାଯ୍ୟ କରିପାରେ, ତାହେଲେ ଆମ ସହ ସମ୍ପର୍କ କରନ୍ତୁ. ଆପଣଙ୍କ ଠାରୁ ଶୁଣିବା ପାଇଁ ଆମେ ଅପେକ୍ଷାରତ.

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ଥାଏ ତାହେଲେ ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଜୈବିକ ନିୟନ୍ତ୍ରଣ ସହିତ ନିବାରଣ ଉପାୟ ଉପଯୋଗ କରିବା ଦରକାର. ଲେମ୍ବୁର ଏହି ବ୍ୟାକ୍ଟେରିଆ ଜନିତ ଦାଗ ର ନିୟନ୍ତ୍ରଣ ପାଇଁ ସଂପୂର୍ଣ୍ଣ ଭାବେ କୌଣସି ସଫଳ ସ୍ପ୍ରେ ବ୍ୟବସ୍ଥା ନାହିଁ. ସୁରକ୍ଷାତ୍ମକ ଓ ରାସାୟନିକ ପଦ୍ଧତିର ସମିଶ୍ରଣ ଦ୍ୱାରା ଏହି ରୋଗ ସଂକ୍ରମଙ୍କୁ କମ କରିବା ଦରକାର ପଡିଥାଏ. କେବଳ କପର ଉପରେ ଆଧାରିତ ଫର୍ମୁଲା କିମ୍ବା ଏହା ସହ କୌଣସି ଆଣ୍ଟିବାୟୋଟିକ କିମ୍ବା ମାଙ୍କୋଜେବ ବ୍ୟବହାର କରି ମଧ୍ୟମ ଧରଣର ନିୟନ୍ତ୍ରଣ ହୋଇପାରିବ. ରାସାୟନର ମାତ୍ରା ଧୀରେ ଧୀରେ କମ କରି ପତ୍ର ର କ୍ଷୟକ୍ଷତିରୁ ବଞ୍ଚି ହେବ ତଥା ବ୍ୟାକ୍ଟେରିଆର ପ୍ରତିରୋଧ ଶକ୍ତି ବିକାଶ ହେବାରୁ ବଞ୍ଚି ହେବ.

ଏହାର କାରଣ କଣ

ଏହି ରୋଗ ଜାନ୍ଥୋମୋନାସ ଆଲ୍ଫାଲ୍ଫା (Xanthomonas alfalfae) ନାମକ ବ୍ୟାକ୍ଟେରିଆ ଦ୍ୱାରା ହୋଇଥାଏ. ଏହି ବ୍ୟାକ୍ଟେରିଆର ତିନୋଟି ଉପଜାତି ଅଛନ୍ତି ଯେଉଁମାନଙ୍କର ସଂକ୍ରମଣ ଦ୍ୱାରା ରୋଗ ଦେଖାଯିବାର ମାତ୍ରା ଅଲଗା ଅଲଗା ହୋଇଥାଏ. ଏଗୁଡିକ ପ୍ରାକୃତିକ ଉପାୟରେ ନର୍ସରୀ ରୁ ନର୍ସରୀ ମଧ୍ୟରେ ପବନ ଦ୍ୱାରା ବହୁଥିବା ବର୍ଷା, କାକର, କିମ୍ବା ଓଭରହେଡ଼ ଜଳସେଚନ ଦ୍ୱାରା ବ୍ୟାପି ଥାଏ. ମୁଖ୍ୟତଃ ଯେତେବେଳ ଡାଳପତ୍ର ଓଦା ଥାଏ ଯାନ୍ତ୍ରିକ ଉପାୟ ଯେପରିକି ଜମି କିମ୍ବା ନର୍ସରୀରେ ସାଧାରଣ କାମ କଲାବେଳେ ଏହି ରୋଗ ଗଛରୁ ଗଛକୁ ବ୍ୟାପି ପାରେ. ଏହି ରୋଗର ଜୀବାଣୁ ପାଇଁ ପ୍ରବେଶ ଦ୍ୱାର ହେଉଛି ପତ୍ର ଉପରେ ଥିବା ପ୍ରାକୃତିକ କଣା କିମ୍ବା ବକଳା ଉପରର ଲେଣ୍ଟିସେଲ. କିନ୍ତୁ ଯେତେବେଳେ ଚାରା ଗୁଡିକ ତୋଟାକୁ ନିଆଯାଇଥାଏ ଏହି ବ୍ୟାକ୍ଟେରିଆ ମରିଯାଇଥାଏ ଓ ଲକ୍ଷଣ ସବୁ ଧୀରେ ଧୀରେ ଅଦୃଶ୍ୟ ହୋଇଯାଏ. ଗରମ ତାପମାନ (14 to 38 °C) ସହିତ ଅଳ୍ପ ବର୍ଷା, ଅଧିକ କାକର ଓ ଜୋରରେ ପବନ ପାଣିପାଗ ଏହି ରୋଗ ବିକାଶ ଓ ବିସ୍ତାର ପାଇଁ ସବୁଠାରୁ ଅଧିକ ପରିବହନ କରିଥାଏ. ଅପରପକ୍ଷରେ ଯେତେବେଳେ ପାଗ ବହୁତ ଗରମ ଓ ଶୁଖିଲା ଥାଏ ଏହି ବ୍ୟାକ୍ଟେରିଆର ବୃଦ୍ଧି ଓ ସଂକ୍ରମଣ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥାଏ.


ସୁରକ୍ଷାତ୍ମକ ଉପାୟ

  • ପ୍ରାମାଣିକ ସୂତ୍ରରୁ ଅଣାଯାଇଥିବା ସୁସ୍ଥ କୃଷି ସାମଗ୍ରୀ ବ୍ୟବହାର କରନ୍ତୁ.
  • ଏହି ରୋଗ ପ୍ରତି କିଛି ମାତ୍ରାରେ ପ୍ରତିରୋଧି ଶକ୍ତି ଥିବା କିସମ ଚୟନ କରନ୍ତୁ.
  • ତଳିଆ କିମ୍ବା ଛାଇ ଥିବା ଜାଗା ଯେଉଁଠି ପବନ ଯିବାଆସିବା ଓ ଜଳ ନିଷ୍କାସନ ଠିକ ନଥାଏ ସେଠାରେ ଫସଲ ଲଗାନ୍ତୁ ନାହିଁ.
  • ଭଲ ପବନ ଯିବାଆସିବା ଓ ଗଛର ଶାରୀରିକ ଶକ୍ତି ବଜାୟ ରଖିବା ପାଇଁ ଗଛରେ ଡାଳପତ୍ର କାଣ୍ଟଛାଣ୍ଟ କରନ୍ତୁ.
  • ନୁଆଁ ତୋଟାରେ ଭଲ ଶକ୍ତିପୂର୍ଣ୍ଣ ପରିବେଶ ସୁନିଶ୍ଚିତ କରନ୍ତୁ.
  • ଅଧିକ ବେଗର ପବନ ଦ୍ୱାରା ବାଲିକଣ ଉଡି ଗଛର ଟିସୁ କୁ କ୍ଷୟକ୍ଷତି କରିଥାଏ, ଏଥିରୁ ବଞ୍ଚିବା ପାଇଁ ଶୀଘ୍ର ଶୀଘ୍ର ବଢୁଥିବା ଗଛ ଭଳି ପ୍ରାକୃତିକ କିମ୍ୱା କୃତ୍ରିମ ଉଇଣ୍ଡବ୍ରେକର କୁ ବ୍ୟବହାର କରନ୍ତୁ.
  • ବର୍ଷା କିମ୍ବା କାକର ଦ୍ୱାରା ଡାଳପତ୍ର ଓଦା ଥିଲେ ତୋଟାରେ କାମ କରନ୍ତୁ ନାହିଁ କିମ୍ବା କାଣ୍ଟଛାଣ୍ଟ କରନ୍ତୁ ନାହିଁ.
  • ଲକ୍ଷଣ ଦେଖାଯାଉଥିବା ବକଳାର କିଛି ସେମି ତଳେ ସଂକ୍ରମିତ କାଣ୍ଡ କୁ କାଟି ବାହାର କରିଦିଅନ୍ତୁ.
  • ପତ୍ରରେ କ୍ଷତ କରୁଥିବା ଓ ରୋଗ ସଂକ୍ରମଣ କୁ ବଢାଉଥିବା ହାନିକାରକ ପୋକ ଯେମିତିକି ପତ୍ର ସୁଡ଼ଙ୍ଗକାରୀ ପୋକକୁ ନିୟନ୍ତ୍ରଣ କରନ୍ତୁ.
  • ଯନ୍ତ୍ରପାତି ଓ ଉପକରଣ ସବୁ କୃଷି କାର୍ଯ୍ୟ ପରେ ବିଶୋଧିତ କରି ରଖନ୍ତୁ.
  • ନିଜ ଦେଶର ସମ୍ଭବପର କ୍ଵାରାଣ୍ଟାଇନ ନିୟମାବଳୀ ଅନୁଧ୍ୟାନ କରନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ