ଧାନ

ବୀଜାଣୁ ଜନିତ ପତ୍ର ଗାର ବା ଦାଗ

Xanthomonas oryzae pv. oryzicola

ବ୍ୟାକ୍ଟେରିଆ

5 mins to read

ସଂକ୍ଷେପରେ

  • ପତ୍ର ଗୁଡିକ ଉପରେ ଗାଢ ସବୁଜ, ପରେ ମାଟିଆ ରୁ ହଳଦିଆ-ଧୂସରିଆ ରଙ୍ଗ ର ରୈଖିକ କ୍ଷତ ଦେଖାଯାଏ। ସମସ୍ତ ପତ୍ର ଗୁଡିକ ମାଟିଆ ହୋଇ ଯାଇ ପାରେ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଧାନ

ଲକ୍ଷଣ

ସଂକ୍ରମଣ ର ପ୍ରାରମ୍ଭିକ ସ୍ତର ରେ, ସଂକ୍ରମିତ ପତ୍ର ଗୁଡିକ ଉପରେ ଓଦା ଦାଗ ସହିତ ଗାଢ-ସବୁଜ ରଙ୍ଗ ର ଗାର ଦେଖା ଯାଇଥାଏ। ଏହି ଦାଗ ଗୁଡିକ ସଂଖ୍ୟା ରେ ବଢି ବାକୁ ଲାଗିଥାଏ ଓ ହଳଦିଆ-ନାରଙ୍ଗି ରୁ ମାଟିଆ ରଙ୍ଗ ରେ ପରିଣତ ହୋଇ ଯାଏ। ଦାଗ ଗୁଡିକରୁ ହଳଦିଆ-ନାରଙ୍ଗି ରଙ୍ଗ ର ଜୀବାଣୁଜନିତ ପଦାର୍ଥ ବାହାରିବା ଦେଖା ଯାଇଥାଏ। ପରେ ପରେ, ପତ୍ର ଉପରେ ଜୀବାଣୁଜନିତ ଗାର ର ସଂକ୍ରମଣ ରେ ଦେଖା ଯାଉଥିବା ଲକ୍ଷଣ ଗୁଡିକ ପତ୍ର ପୋଡା ରୋଗର ଲକ୍ଷଣ ସହ ସମାନ ହୋଇଥାଏ, କିନ୍ତୁ ବୀଜାଣୁ ଜନିତ ଗାର ବା ଦାଗରେ ହେଉଥିବା ଦାଗ ଗୁଡିକ ଅଧିକ ସିଧା ହୋଇ ଥାନ୍ତି ଓ ପତ୍ର ପୋଡା ରୋଗ ଭଳି ଏଥିରେ ପତ୍ର ଧାର ଗୁଡିକ ଏତେ ଢେଉ ଭଳିଆ ହୋଇ ନଥାଏ।

Recommendations

ଜୈବିକ ନିୟନ୍ତ୍ରଣ

ଯାନ୍ତଃମୋନସ ଓରୀଜୈ ପିଭି. ଓରିଜୀକୋଲା ବିରୋଧରେ ଜୈବୀକ ଉପଚାର ପାଇଁ ଅନ୍ୟ କୌଣସି ବିକଳ୍ପ ଉପାୟ ଆମେ ଜାଣି ନଥିବାରୁ ଆମେ ଦୁଖିତ. ଯଦି ଆପଣ ଏହି ରୋଗକୁ ରୋକିବାରେ ସହାୟକ ହେଉଥିବା କିଛି ଉପାୟ ବିଷୟରେ ଜାଣିଛନ୍ତି ତେବେ ଦୟା କରି ଆମ ସହ ସଂପର୍କ କରନ୍ତୁ. ଆପଣଂକ ଠାରୁ ଶୁଣିବା ପାଇଁ ଆମେ ଉତ୍ସାହିତ.

ରାସାୟନିକ ନିୟନ୍ତ୍ରଣ

ଯଦି ସମ୍ଭବ ତାହାଲେ ସର୍ବଦା , ଜୈବୀକ ଉପଚାର ସହ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ମାରାତ୍ମକ ସଂକ୍ରମଣ କ୍ଷେତ୍ରରେ, ରୋଗକୁ ପ୍ରଭାବିତ ଭାବେ ନିୟନ୍ତ୍ରଣ କରିବା ପାଇଁ ତମ୍ବା ଉପରେ ଆଧାରିତ କବକନାଶକ ପ୍ରୟୋଗ କରନ୍ତୁ। ପ୍ରାରମ୍ଭିକ ସ୍ତର ରେ ତମ୍ବା ଉପରେ ଆଧାରିତ କବକନାଶକ ପ୍ରୟୋଗ କରନ୍ତୁ ନାହିଁ, କେବଳ ପ୍ରସ୍ଫୁଟନର ଶେଷ ସ୍ତରରେ ପ୍ରୟୋଗ କରନ୍ତୁ।

ଏହାର କାରଣ କଣ

ବୀଜାଣୁ ଗୁଡିକ ଜଳସେଚିତ ପାଣି ଦ୍ବାରା ବ୍ୟାପି ଥାଏ ଓ ସଂକ୍ରମଣ ଗୁଡିକ ବର୍ଷା, ଉଚ୍ଚ ଆର୍ଦ୍ରତା ଓ ଉଚ୍ଚ ତାପମାତ୍ରା ସହ ଜଡ଼ିତ ଅଟେ। ଏହି ରୋଗ ଥଣ୍ଡା ଓ ଶୁଷ୍କ ପାଣିପାଗ ରେ ସୃଷ୍ଟି ହୋଇ ନଥାଏ। ଜୀବାଣୁ ଗୁଡିକ ପତ୍ର ମଧ୍ୟକୁ ଉତ୍ସେଦନ ରନ୍ଧ୍ର ଓ କ୍ଷତ ସ୍ଥାନ ଦେଇ ପଶି ଥାନ୍ତି ଓ ଭିତରେ ସଂଖ୍ୟା ବୃଦ୍ଧି କରିଥାନ୍ତି। ରାତି ବେଳ ଆର୍ଦ୍ର ପାଣିପାଗ ଉପରେ ନିର୍ଭର କରି, ପତ୍ର ପୃଷ୍ଠ ଉପରେ ବୀଜାଣୁଜନିତ ପଦାର୍ଥ ବାହାରିବା ଦେଖା ଯାଇଥାଏ।


ସୁରକ୍ଷାତ୍ମକ ଉପାୟ

  • ସୁସ୍ଥ ଓ ସହନଶୀଳ ବିହନ ବୁଣନ୍ତୁ। ଅନାବନା ପୋଷକ କୁ ଜମି ରୁ ସଫା କରି ବାହାର କାରୀ ଦିଅନ୍ତୁ। ଧାନ ଖୁଣ୍ଟା, ନଡା, ଧାନ ମୂଳି ଓ ସହାୟକ ଚାରା କୁ ହଳ କରନ୍ତୁ। ଉପଯୁକ୍ତ ପରିମାଣ ର ଖାଦ୍ୟ ସାର ପ୍ରୟୋଗ ସୁନିଶ୍ଚିତ କରନ୍ତୁ, ମୁଖ୍ୟତଃ ଯବକ୍ଷାରଯାନ। ଜମି ଓ ନର୍ସରି ରେ ସର୍ବୋତ୍ତମ ଜଳ ନିଷ୍କାସନ ସୁନିଶ୍ଚିତ କରନ୍ତୁ। ମାଟି ରେ ବଞ୍ଚି ଥିବା ଜୀବାଣୁ ଓ ଅବଶେଷ କୁ ମାରିଦେବା ପାଇଁ ଚାଷ ହୋଇ ନଥିବା ଜମି ଶୁଖିଲା ରଖନ୍ତୁ। ମାରାତ୍ମକ ବନ୍ୟା ହୋଇ ଥିବା ବେଳେ ଜମି ରୁ ଜଳ ନିଷ୍କାସନ ସୁନିଶ୍ଚିତ କରନ୍ତୁ। ଥଣ୍ଡା ପାଣିପାଗ ରେ ବିହନ ବୁଣନ୍ତୁ ଯାହା ଦ୍ବାରା ଜୀବାଣୁ ଗୁଡିକ ବଢି ପାରିବେ ନାହିଁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ