ତମାଖୁ

ଧୂଆଁପତ୍ର ପତ୍ର କୁଞ୍ଚନ ରୋଗ

Tobacco leaf curl disease

ଭୁତାଣୁ

5 mins to read

ସଂକ୍ଷେପରେ

  • ସଂକ୍ରମିତ ପତ୍ର ଆକାରରେ ଛୋଟ ହୋଇଥାଏ, ତଳ ପଟକୁ କୁଞ୍ଚିତ ହୋଇ ମୋଡି ହୋଇଥାଏ। ପତ୍ର ଶିରା ଫୁଲି ଯାଇଥାଏ ଏବଂ ଗଛ ରୁଗୁଡିଆ ହୋଇଥାଏ।.

ମଧ୍ୟ ଦେଖା ଯାଇପାରେ

3 ଫସଲ ଗୁଡିକ

ତମାଖୁ

ଲକ୍ଷଣ

ସଂକ୍ରମିତ ଗଛରେ ପତ୍ର ମୋଟା ହୋଇଥାଏ, ତଳ ଆଡକୁ ପତ୍ର କୁଞ୍ଚନ, ଶିରା ଫୁଲା, ଏବଂ ରୁଗୁଡିଆ ଲକ୍ଷଣ ଦେଖାଯାଏ।ଗଛର ଉଚ୍ଚତା କମିଯାଏ ଏବଂ ପବ ଛୋଟ ହୋଇଯାଏ। ପତ୍ରର ତଳପଟେ ଶିରା ଧାରେ ଧାରେ କେତେକ ସ୍ପଷ୍ଟ ନାଡ ଆକୃତିର ବାହ୍ୟ ବୃଦ୍ଧି ଦେଖାଯାଏ। ପତ୍ର ସବୁଜ ହୋଇଥାଏ ଓ ଶିରା ଫୁଲିଯାଏ ଯାହାକି ପତ୍ରର ଉପର ପଟକୁ ଖାଲୁଆ କରିଦିଏ। ଫୁଲ ପେନ୍ଥା ମଧ୍ୟ ଛୋଟ ହୋଇଯାଏ।

Recommendations

ଜୈବିକ ନିୟନ୍ତ୍ରଣ

ରୋଗ ସଂକ୍ରମଣ କମାଇବା ପାଇଁ ବାହକ ସଂଖ୍ୟା ନିୟନ୍ତ୍ରଣ କରନ୍ତୁ। ଧୂଆଁ ପତ୍ର ନର୍ସରୀ ଚାରିପଟେ ସୂର୍ଯ୍ୟମୁଖୀ ଏବଂ ଜଡା ଭଳି ପ୍ରତିବନ୍ଧକ ଫସଲ ଲଗାନ୍ତୁ। ଆହୁରି ମଧ୍ୟ ନାଇଲନ ସେଟ ଦ୍ଵାରା ଫସଲ ଆବରଣ କରନ୍ତୁ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ଉପଚାର ପଦ୍ଧତି ଗ୍ରହଣ କରନ୍ତୁ। ଏହି ରୋଗ କମାଇବା ଏବଂ ବିସ୍ତାର ରୋକିବା ପାଇଁ ମାଟି ଓ ପତ୍ର ସମୂହରେ ଏସିଫେଟ ପ୍ରୟୋଗ କରନ୍ତୁ। ଏଲେରୋଦିଡ ବାହାକକୁ ମାରିବା ପାଇଁ ଫ୍ୟୁରାଡନ (କାର୍ବୋଫ୍ୟୁରାନ) ପ୍ରୟୋଗ କରନ୍ତୁ।

ଏହାର କାରଣ କଣ

ଜେମିନିଭିରିଡେ ପରିବାରର ବେଗୋମୋ ଭୂତାଣୁ ଦ୍ଵାରା କ୍ଷତି ହୋଇଥାଏ। ଏହି ଭୂତାଣୁ ବିମିସିଆ ଟାବାସି ନାମକ ଧଳା ମାଛି ଦ୍ୱାରା ସଂକ୍ରମିତ ହୋଇଥାଏ। ଏହାର ଅନେକ ପ୍ରାକୃତିକ ଉତ୍ସର ଗଛ ଅଛି, ତେଣୁ ଏହି ଭୂତାଣୁ ପୋଷକ ଗଛକୁ ସଂକ୍ରମିତ କରି ବାହକ ମାଧ୍ୟମରେ ବିସ୍ତାର କରିପାରେ।


ସୁରକ୍ଷାତ୍ମକ ଉପାୟ

  • ସଂକ୍ରମିତ ଗଛ କାଢି ଦିଅନ୍ତୁ। ସୁସ୍ଥ ଗଛକୁ ଜାଲି କନା ଦ୍ଵାରା ଘୋଡାଇ ରଖନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ