ଲେମ୍ବୁଜାତୀୟ

ଫଳ ଫଟା

Physiological Disorder

ଅନ୍ୟ

5 mins to read

ସଂକ୍ଷେପରେ

  • ଥଣ୍ଡା ଜନିତ ଆଘାତ, ଚୋପାରେ ଦାଗ, ଦାନାକରଣ, ଫୁଲା ଏବଂ ଫଟା ଦାଗ ଫଳ ପୃଷ୍ଠରେ ଦେଖାଯାଏ। ତିନୋଟି ବିଭିନ୍ନ ପ୍ରକାର ଫଟା: ଗୋଲାକାର, ସୂକ୍ଷ୍ମ କିମ୍ବା ଗଭୀର ଫଟା।.

ମଧ୍ୟ ଦେଖା ଯାଇପାରେ

7 ଫସଲ ଗୁଡିକ

ଲେମ୍ବୁଜାତୀୟ

ଲକ୍ଷଣ

ଫଳର କେନ୍ଦ୍ରରେ କାଣ୍ଡରୁ ଫଳର କେନ୍ଦ୍ର ପର୍ଯ୍ୟନ୍ତ ଫଟା ଦେଖାଯାଏ। ବିକୀରଣ ଦ୍ଵାରା ଫଳ ପ୍ରଭାବିତ ହୋଇଥାଏ। ଫଳରେ ଦେଖାଯାଉଥିବା ଏକ କୈନ୍ଦ୍ରିକ ବଳୟରେ ଫଟା ଆରମ୍ଭ ହୋଇଥାଏ। ଫଳ ଫଟା ଏକ କ୍ରମଶଃ ପ୍ରକ୍ରିୟା ଅଟେ ଏବଂ ଏହା ତିନୋଟି ସ୍ତରରେ ହୋଇଥାଏ: ଫଳ ଫଟାର ପ୍ରାଥମିକ, ମଧ୍ୟ ଓ ବିଳମ୍ବ ଅବସ୍ଥାରେ। ଫଳ ଫଟାର ପ୍ରାଥମିକ ସ୍ତରରେ, ଫଳ ପୃଷ୍ଠରେ ଏକ ମାଟିଆ ପଟ୍ଟୀ ଦେଖାଯାଏ ଏବଂ ତ୍ବଚାବରଣ (ବାହ୍ୟ ସ୍ତର) ଫାଟିଥାଏ। ତା'ପରେ ତୈଳ ଗ୍ରନ୍ଥିର ବିକୃତି ଆରମ୍ଭ ହେବା ବେଳେ ଏକ ଫଟା ଦେଖାଯାଏ। ତୈଳ ଗ୍ରନ୍ଥି ଅତିମାତ୍ରାରେ ଫାଟି ଯାଏ, ଯାହା ଫଳରେ ଫଳ ପୃଷ୍ଠର ଟିସୂ ଓ କୋଷ ଅତ୍ୟଧିକ କ୍ଷତିଗ୍ରସ୍ତ ହୋଇଥାଏ ଓ ଭଙ୍ଗା ଅଂଶର କୋଷଗୁଡିକ ମଧ୍ୟରେ ଅଧିକ ବ୍ୟବଧାନ ଥାଏ।

Recommendations

ଜୈବିକ ନିୟନ୍ତ୍ରଣ

ଅଧିକ ଯତ୍ନ ନେଇ ଗୁରୁତର ସଙ୍କଟ ଅବସ୍ଥା ଓ ତାହାର ପୂର୍ବରୁ ଅତ୍ୟଧିକ କ୍ଷତି କମାନ୍ତୁ। ଗଛରେ ଯଥେଷ୍ଟ ପାଣି ଓ ସାର ଦେବା ଉଚିତ। ମାଟିର ଅବସ୍ଥାରେ ଉନ୍ନତି ଆଣିବା ପାଇଁ ପଟୁ ଓ କମ୍ପୋଷ୍ଟ ମିଶାନ୍ତୁ। ତତକ୍ଷଣାତ ପୋଷଣ ଯୋଗାଇବା ବନ୍ଦ କରିବା ପାଇଁ ଧୀରେ ଧୀରେ ପୋଷଣ ଯୋଗାଉଥିବା ସାର ଓ କମ୍ପୋଷ୍ଟ ଗଛକୁ ଦିଅନ୍ତୁ। ଛାଦି ବ୍ୟବହାର କରି ମାଟିର ଜଳୀୟ ଅଂଶର ବାଷ୍ପିକରଣ କମାନ୍ତୁ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଫଳ ଫଟା କମାଇବା ପାଇଁ କ୍ୟାଲସିୟମ କିମ୍ବା ଜିଏ3 ନୂଆ ଫଳରେ 120 ପିପିଏମ ସିଂଚନ କରନ୍ତୁ। ଫଳ ଫଟା କମାଇବା ପାଇଁ ପୋଟାସିୟମ ସାର, କ୍ୟାଲସିୟମ ସାର ଏବଂ ବୋରନ ସାରର ଉପଚାର ସିଂଚନ କରନ୍ତୁ। ଫଳ ଚୋପାର ବିକାଶ, ଚୋପା ମୋଟା କରିବା, ଫଳ ଫଟା ପ୍ରତିରୋଧକତା ବଢାଇବା ଏବଂ ଅମଳ ପୂର୍ବ ଫଳ ଫଟା କମାଇବା ପାଇଁ ଫଳର ସହଳ ଅବସ୍ଥାରେ ପୋଟାସିୟମ ପ୍ରୟୋଗ କରନ୍ତୁ।

ଏହାର କାରଣ କଣ

ତାପମାତ୍ରା, ଆର୍ଦ୍ରତା, ଓ ପରିଚାଳନା ପ୍ରକାର ଭଳି ପ୍ରତିକୂଳ ପରିବେଶ ଅବସ୍ଥା ଯୋଗୁଁ ଅମଳ ପରେ ମଧ୍ୟ ଫଳରେ ବିକୃତି ଦେଖାଯାଇ ପାରେ, ଯେଉଁ ସ୍ଥଳେ, ବୋରନ, କପର, ଓ ମାଙ୍ଗାନିଜ ଭଳି ଅଣୁସାରର ଅଭାବ ଯୋଗୁଁ ଅମଳ ପୂର୍ବରୁ ଏହା ହୋଇଥାଏ। ଫଳର ଆକାର ଓ ଆକୃତି ମଧ୍ୟ ଲେମ୍ବୁ ଜାତୀୟ ଫଳ ଫଟା ଉପରେ ପ୍ରଭାବ ପକାଇ ଥାଏ। ବଡ ଆକାରର ଫଳ ଅଧିକ ଫଟା ପ୍ରବଣ ହୋଇଥାଏ। ଲେମ୍ବୁ ଜାତୀୟ ଫଳର ଚୋପାକୁ ମୂଳ ଦଣ୍ଡ ଲୋଚାକୋଚା କରିଥାଏ, ଯାହାକି ପରୋକ୍ଷରେ ଫଳ ଫଟା ସୃଷ୍ଟି କରିଥାଏ। ସୂର୍ଯ୍ୟାଲୋକର ତୀବ୍ରତାର ଦୈନିକ ପରିବର୍ତ୍ତନ ମଧ୍ୟ ଚୋପାକୁ ଅଧିକ ଲୋଚାକୋଚା କରିଥାଏ। ଦୈନିକ ଚୋପାର ଲୋଚାକୋଚା ହାର ଦୈନିକ ସୂର୍ଯ୍ୟାଲୋକର ତୀବ୍ରତାରେ ପରିବର୍ତ୍ତନ ସହିତ ସମ୍ପୃକ୍ତ ହୋଇଥାଏ। ଫଳ ପରିପକ୍ଵ ହେବା ପୂର୍ବରୁ ହାରାହାରି ଆପେକ୍ଷିକ ଆର୍ଦ୍ରତା ଅଧିକ ହେଲେ ଫଳ ଫଟା ଅଧିକ ହୋଇଥାଏ। ଚୋପାରେ ଅଣୁସାର ଅଭାବ ହେଲେ ଚୋପାରେ ପ୍ରକ୍ରିୟା ଜନିତ ବିକୃତି ଦେଖାଯାଏତେଣୁ, ବାହ୍ୟ ପ୍ରତିକୂଳ ପରିସ୍ଥିତି ଫଳରେ ଲୋଚାକୋଚା ଓ ଫଟା ସୃଷ୍ଟି କରିଥାଏ।


ସୁରକ୍ଷାତ୍ମକ ଉପାୟ

  • ଜଳସେଚନ ସଂଖ୍ୟା ବଢାଇ ଜଳ ଅଭାବ ଏଡାନ୍ତୁ। ଉଚ୍ଚ ମାନର ଫଳ ଓ ଅମଳ ପାଇବା ପାଇଁ ଲକ୍ଷଣ ଦେଖାଯିବା ପୂର୍ବରୁ ଅଣୁ ସାର ଅଭାବ ର୍ଚିହ୍ନଟ କରିବା ଉଚିତ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ