ସିମଳା ଏବଂ ଲଙ୍କା

ଟମାଟୋ ସାହେବୀ ବା ମୋଜାଇକ ଭୂତାଣୁ

TMV

ଭୁତାଣୁ

5 mins to read

ସଂକ୍ଷେପରେ

  • ସଂକ୍ରମିତ ପତ୍ରଗୁଡ଼ିକ ସବୁଜ ଓ ହଳଦିଆ ଚିତ୍ରିତ ଦାଗ ସହିତ ଖଣ୍ଡିଆ ଖାବରା ହୁଏ । ଗଛ ରୁଗୁଡିଆ ହୁଏ ଓ ଫଳ ଧରିବା କମିଯାଏ । ପରିପକ୍ଵ ହେଉଥିବା ଫଳରେ ବାଦାମୀ ଚିହ୍ନ ହୁଏ ଓ ଏହାର ଅନ୍ତଃ ଟିସୁରେ ବାଦାମୀ ଧଳା ଚିହ୍ନ ହୁଏ ।.

ମଧ୍ୟ ଦେଖା ଯାଇପାରେ

3 ଫସଲ ଗୁଡିକ

ସିମଳା ଏବଂ ଲଙ୍କା

ଲକ୍ଷଣ

ଯେ କୌଣସି ଅବସ୍ଥାରେ ଗଛର ସବୁ ଅଂଶ ପ୍ରଭାବିତ ହୋଇପାରେ । ଲକ୍ଷଣ ପରିବେଶର ପରିସ୍ଥିତି ( ଆଲୋକ ,ଆଲୋକ ଦିନ , ତାପମାତ୍ରା ) ଆଦି ଉପରେ ନିର୍ଭର କରେ । ସଂକ୍ରମିତ ପତ୍ରରେ ସବୁଜ ଓ ହଳଦିଆ ଚିତ୍ରିତ ଚିହ୍ନ ଦେଖାଯାଏ । ନୂଆ ପତ୍ରଗୁଡ଼ିକ ଅଳ୍ପ ପ୍ରଭାବିତ ହୁଅନ୍ତି । ପୁରୁଣା ପତ୍ରରେଉଚ୍ଚା ଗାଢ ସବୁଜ ଜାଗା ରହେ । କେତେକ କ୍ଷେତ୍ରରେ କାଣ୍ଡ ଓ ଡେମ୍ଫରେ ଗାଢ ବିଗଳିତ ଚିହ୍ନ ଦେଖାଯାଏ । ଗଛ ରୁଗୁଡିଆ ହୁଏ ଓ ଫଳ ଧରିବା କମିଯାଏ ।ଅସମତୁଲ ପାଚିଲା ଫଳରେ ବାଦାମୀ ଚିହ୍ନ ହୁଏ ଓ ଏହାର ଅନ୍ତଃ ଟିସୁରେ ବାଦାମୀ ଧଳା ଚିହ୍ନ ହୁଏଅମଳ ବହୁମାତ୍ରାରେ କମିଯାଏ ।

Recommendations

ଜୈବିକ ନିୟନ୍ତ୍ରଣ

70 ଡିଗ୍ରୀ C ରେ 4 ଦିନ କିମ୍ବା 82 ରୁ 85 ଡିଗ୍ରୀ C ରେ 24 ଘଣ୍ଟା ରାଖୀ ବିହନ ଶୁଖେଇଲେ ଭୂତାଣୁ ନଷ୍ଟ ହୁଅନ୍ତି । ଟ୍ରାଇସୋଡିଅମ ଫୋସଫଟ 100 ଗ୍ରାମ ପ୍ରତି 1 ଲିଟର ପାଣିରେ ଭଲଭାବରେ ମିଶାଇ ବିହନକୁ 15 ମିନତ ବୁଡାଇ ରଖି ଶୁଖାଇଲେ ଏହା କମେ ।

ରାସାୟନିକ ନିୟନ୍ତ୍ରଣ

ସର୍ବଦା ଜୈବିକ ଉପଚାର ସହ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଟମାଟୋ ମୋଜାଇକ ଭୂତାଣୁ ପାଇଁ କୌଣସି ନିୟନ୍ତ୍ରଣ ନାହି ।

ଏହାର କାରଣ କଣ

ଶୁଖିଲା ମାଟିରେ ଗଛ ବା ଚେର ଅବଶେଷରେ ଏହି ଭୂତାଣୁ ପ୍ରାୟ 2 ବର୍ଷ ପର୍ଯ୍ୟନ୍ତ ରହିପାରେ ( ଅଧିକାଂଶ ମାଟିରେ 1 ମାସ ) । ଚେରରେ ଅଳ୍ପ ଆଘାତ ପାଇଲେ ଗଛ ସଂକ୍ରମିତ ହୋଇପାରେ । ସଂକ୍ରମିତ ବିହନ ,ଚାରା , ଘାସ ଓ ସଂକ୍ରମିତ ଗଛ ଅଂଶ ଦ୍ଵାରା ଏହି ଭୂତାଣୁ ବିସ୍ତାର ଲାଭ କରେ । ଜମିରୁ ଜମିକୁ ଏହି ଭୂତାଣୁ ପବନ , ବର୍ଷ ,ଡିଆଁ ପୋକ , ଛୋଟ ସ୍ତନ୍ୟପାୟୀ ପ୍ରାଣୀ ଏବଂ ପକ୍ଷୀ ଦ୍ଵାରା ବିସ୍ତାର କରେ । ଭୁଲ ଚାଷ ପଦ୍ଧତି ମଧ୍ୟ ଭୂତାଣୁ ପରିବହନ କରିପାରେ ।ଦିନର ଆଲୋକ ସମୟ , ତାପମାତ୍ରା ଓ ଆଲୋକର ତୀବ୍ରତା, ଗଛ କିସମ , ବୟସ ମଧ୍ୟ ସଂକ୍ରମଣ ମାତ୍ରା ନିର୍ଦ୍ଧାରଣ କରେ ।


ସୁରକ୍ଷାତ୍ମକ ଉପାୟ

  • ସୁସ୍ଥ ଗଛରୁ ବା ପ୍ରାମାଣିକ ସୂତ୍ରରୁ ବିହନ ଆଣନ୍ତୁ । ସହନୀୟ କିମ୍ବା ପ୍ରତିରୋଧି କିସମ ବ୍ୟବହାର କରନ୍ତୁ । ମାଟିରେ ଥିବା ଭୂତାଣୁକୁ ଦୂର କରିବା ପାଇଁ ପଶ୍ଚୁରାଇଜେସନ କରନ୍ତୁ । ପୂର୍ବ ସଂକ୍ରମିତ ଥିବା ଜମିରେ ଲଗାନ୍ତୁ ନାହି। ହାତ ଧୋଇ ,ଯନ୍ତ୍ରପାତିକୁ ବିଶୋଧନ କରି ଫସଲ ଦାୟିତ୍ଵ ନିଅନ୍ତୁ । ଟମାଟୋ ଗଛ ପାଖରେ ସିଗାରେଟ ବ୍ୟବହାର କରନ୍ତୁ ନାହି। ଜମି ପ୍ନିରୀକ୍ଷଣ କରନ୍ତୁ ଓ ରୋଗା ଗଛ କାଢି ପୋଡିଦିଅନ୍ତୁ । ଜମି ଚାରିପାଖରେ ଘାସ କାଢିଦିଅନ୍ତୁ । ଅମଳ ପରେ ଚାଷ କରି ଗଛ ଅବଶେଷକୁ ଜଳି ଦିଅନ୍ତୁ । ଟମାଟୋ ପାଖରେ ବିକଳ୍ପ ପୋଷକ ଗଛ ଲଗାନ୍ତୁ ନାହି। 2 ବର୍ଷ ପର୍ଯ୍ୟନ୍ତ ପୋଷକ ନଥିବା ଗଛ ସହ ଫସଲ ପର୍ଯ୍ୟାୟ କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ