ଧାନ

ଧାନ ହଳଦିଆ ଚିତ୍ରିତ ଭୁତାଣୁ

RYMV

ଭୁତାଣୁ

5 mins to read

ସଂକ୍ଷେପରେ

  • ନୂଆ କଅଁଳ ପତ୍ର ଗୁଡିକ ଉପରେ ହଳଦିଆ ଗାର ଓ ଦାଗ ଦେଖା ଯାଏ । ବୟସ୍କ ପତ୍ର ଉପରେ ହଳଦିଆ ରୁ ନାରଙ୍ଗୀ ରଙ୍ଗ ର ଦାଗ ଦେଖା ଯାଏ । ଦାଗ ଗୁଡିକର ମଝିରେ କଳା ଦାଗ ଦେଖା ଯାଏ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଧାନ

ଲକ୍ଷଣ

କଅଁଳ ନୂଆଁ ପତ୍ର ଉପରେ ହଳଦିଆ ରୁ ସବୁଜ ରଙ୍ଗର ଚିତ୍ରିତ ଦାଗ ଦେଖା ଯାଇଥାଏ । ସଂକ୍ରମଣ ପରେ (2 ସପ୍ତାହ ) ଏହି ଦାଗ ଗୁଡିକ ପତ୍ର ଶିରା ସମାନ୍ତରରେ ଲମ୍ବା ଭାବରେ ବଢିବା ଆରମ୍ଭ କରିଦିଅନ୍ତି । ହଳଦିଆ ଗାରର କେନ୍ଦ୍ର ଭାଗରେ, କଳା ଦାଗ ସୃଷ୍ଟି ହୋଇଥାଏ । ବୟସ୍କ ପତ୍ର ଗୁଡିକରେ ହଳଦିଆ କିମ୍ବା ନାରଙ୍ଗୀ ବର୍ଣହୀନତା ଦେଖିବାକୁ ମିଳିଥାଏ । ଗଛର ବୃଦ୍ଧି ରୁଗୁଡିଆ ହୋଇ ଯାଇ ପାରେ ଓ ଅମଳ କମି ଯାଇ ପାରେ ।

Recommendations

ଜୈବିକ ନିୟନ୍ତ୍ରଣ

ସଂକ୍ରମିତ ଫସଲ ଗୁଡିକୁ ନଷ୍ଟ କରିଦିଅନ୍ତୁ ଓ ସଂକ୍ରମିତ ଫସଲ ଅବଶେଷ ଗୁଡିକୁ ମାଟି ତଳେ ହଳ କରି ପୋତି ଦିଅନ୍ତୁ କିମ୍ବା ୟାଠୁ ଭଲ ଏମାନଙ୍କୁ ପୋଡି ଦିଅନ୍ତୁ.

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ଥାଏ ତାହାଲେ ସର୍ବଦା ଜୈବୀକ ଉପଚାର ସହ ଏକ ସମନ୍ଵିତ ନିରାକରଣ ପଦ୍ଧତି କରନ୍ତୁ । ଏହି ଭୁତାଣୁ କୁ ନିୟନ୍ତ୍ରଣ କରିବା ପାଇଁ କୌଣସି ସିଧାସଳଖ ରାସାୟନିକ ଉପଚାର ଉପଲବ୍ଧ ନାହିଁ.

ଏହାର କାରଣ କଣ

ଏହି ଭୁତାଣୁ ଟି କିଛି ପ୍ରଜାତି ର ଭଅଁର କିମ୍ବା ଝୀଂଟିକା ଦ୍ୱାରା ପରିବାହିତ ହୋଇଥାଏ ଏବଂ ଗାଈ, ମୂଷା ଓ ଗଧ ମାନଙ୍କ ଦ୍ୱାରା ମଧ୍ୟ ପରିବାହିତ ହୋଇ ଥାଏ। ଏହା ଗଛ ଗଛ ମଧ୍ୟରେ ରସର ଉଦାହରଣ ସ୍ୱରୂପ ଜଳସେଚନ ଦ୍ଵାରା କିମ୍ବା ସଂକ୍ରମିତ ଗଛ ସଂସ୍ପର୍ଶରେ ସୁସ୍ଥ ଗଛ ଆସିବା ଓ ନଷ୍ଟ ନ ହୋଇଥିବା ଫସଲ ଅବଶେଷ ଦ୍ଦ୍ବାରା ହୋଇଥାଏ ।


ସୁରକ୍ଷାତ୍ମକ ଉପାୟ

  • ଯଦି ଉପଲବ୍ଧ ଥାଏ ତାହେଲେ ଅଧିକ ପ୍ରତିରୋଧି କିସମ ର ଫସଲ ଲଗାନ୍ତୁ । କୀଟ ମାନଙ୍କ ଚରମ ସଂଖ୍ୟା ରୁ ବଂଚିବା ପାଇଁ ସହଳ ବିହନ ବୁଣନ୍ତୁ । ଜମି ଭିତରୁ ଓ ଚାରି ପାଖରୁ ଅନାବନା ଘାସ ସବୁ ବାହାର କରି ଦିଅନ୍ତୁ । ସାହାଯ୍ୟକାରୀ କୀଟ ପତଂଗ ଉପରେ ପ୍ରଭାବ ନ ପକେଇବା ପାଇଁ କୀଟନାଶକ ପ୍ରୟୋଗ ନିୟନ୍ତ୍ରଣ ମଧ୍ୟରେ ରଖନ୍ତୁ । ସଂକ୍ରମିତ ଫସଲ ଅବଶେଷ ଗୁଡିକୁ ମାଟି ତଳେ ହଳ କରି ପୋତି ଦିଅନ୍ତୁ କିମ୍ବା ୟାଠୁ ଭଲ ଏମାନଙ୍କୁ ପୋଡି ଦିଅନ୍ତୁ । ବିକଳ୍ପ ଭାବେ, ଅମଳ ପରେ ସଂକ୍ରମିତ ଫସଲ ଗୁଡିକୁ ନଷ୍ଟ କରିଦିଅନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ