ମକା

ମକାର ପତ୍ର ଦାଗ

Cochliobolus lunatus

ଫିମ୍ପି

5 mins to read

ସଂକ୍ଷେପରେ

  • ଫିକା ଉଜ୍ଜଳ ବଳୟ କିମ୍ବା ମୃତ ସ୍ଥାନ ସହିତ ପତ୍ର ଉପରେ ଛୋଟ ଦାଗ , ବିବର୍ଣତା , ଖାଲି ଦାନା , ଏବଂ ମଞ୍ଜିରେ କ୍ଷତ ଚିହ୍ନ.

ମଧ୍ୟ ଦେଖା ଯାଇପାରେ


ମକା

ଲକ୍ଷଣ

ପ୍ରାରମ୍ଭରେ , ପତ୍ର ଉପରେ ଫିକା ରଙ୍ଗର ଉଜ୍ଜଳ ବଳୟ ସହିତ ଛୋଟ ମୃତ ଦାଗ ଯାହାକି 0.5 ସେମି ବ୍ୟାସ ବିଶିଷ୍ଟ ଥାଏ । ଅତ୍ୟଧିକ ସଂକ୍ରମଣ ପୁରା ପତ୍ରକୁ ହଳଦିଆ କରିଦେଇପାରେ । କ୍ଷତ ଚିହ୍ନ ଓ ଫିମ୍ପି ମଞ୍ଜି ଉପରେ ଦେଖାଦିଏ ଯାହାକି ଶେଷରେ ଚାରା ପୋଡା ରୋଗ ଓ ବିହନ ଅଙ୍କୁରଣର ବିଫଳତା କରାଏ । ପତ୍ରଗୁଡ଼ିକ ବିଗଳିତ ସ୍ଥାନ ସହିତ ଅସ୍ଵାଭାବିକ ବର୍ନ ଦେଖାଏ । ମଞ୍ଜିରେ ବିବର୍ଣତା , କ୍ଷତ ଚିହ୍ନ, ଫିମ୍ପି ଓ ପଚା ଦେଖାଏ ।

Recommendations

ଜୈବିକ ନିୟନ୍ତ୍ରଣ

ଆଜି ପର୍ଯ୍ୟନ୍ତ କୌଣସି ଜୈବିକ ନିୟନ୍ତ୍ରଣ ପଦ୍ଧତି ଉପଲବ୍ଧ ଥିବା ଆମେ ଜାଣିନାହୁ । ଯଦି ଆପଣ ଏହି ଲକ୍ଷଣର ମାତ୍ରା କମାଇବା ପାଇଁ କୌଣସି ସଫଳ ପଦ୍ଧତି ଜାଣିଛନ୍ତି , ଦୟାକରି ଆମସହିତ ସମ୍ପର୍କ ରକ୍ଷା କରନ୍ତୁ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା ,ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ମାଙ୍କୋଜେବ , କ୍ଳୋରୋଥାଲୋନୀଲ ଏବଂ ମାନେବ ଭଳି କବକନାଶୀ ବ୍ୟବହାର କରନ୍ତୁ ।

ଏହାର କାରଣ କଣ

ସି ॰ ଲୁନାଟସ କବକ ଯୋଗୁଁ ଏହି ଲକ୍ଷଣ ଦେଖାଯାଏ । ଏହି ସଂକ୍ରମଣ ପବନ ବାହିତ ବାହ୍ୟ ରେଣୁ ( conidia ) , ଆସ୍କୋରେଣୁ , ବର୍ଷା ଛିଟ ଏବଂ ଜଳସେଚନ ଯୋଗୁଁ ହୋଇଥାଏ ଏବଂ ପୁରୁଣା ଫସଲ ମାଧ୍ୟମରେ ବଞ୍ଚିପାରେ । 24 ରୁ 30 ଡିଗ୍ରୀ C ଅନୁକୂଳତମ ତାପମାତ୍ରାରେ , ଉଷ୍ମ ,ଆର୍ଦ୍ର ଅଞ୍ଚଳରେ ଏହି ରୋଗ ସାଧାରଣ ଅଟେ ।


ସୁରକ୍ଷାତ୍ମକ ଉପାୟ

  • ଲଗାଇବା ପାଇଁ ମିଳୁଥିବା ରୋଗମୁକ୍ତ ବିହନ ଓ ସହନୀୟ କିସମ ବ୍ୟବହାର କରନ୍ତୁ । ଦାନାରେ ଫିମ୍ପି ପରିମାଣ କମାଇବା ପାଇଁ ସହଳ ଅମଳ କରିବା ଅଭ୍ୟାସ କରନ୍ତୁ । ପ୍ରତ୍ୟେକ ଋତୁ ପରେ ଫସଲ ଅବଶେଷ କାଢନ୍ତୁ ଓ ନଷ୍ଟ କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ