ଟମାଟ

ଟମାଟୋର ପତ୍ର ଫିମ୍ପି

Mycovellosiella fulva

ଫିମ୍ପି

5 mins to read

ସଂକ୍ଷେପରେ

  • ପତ୍ରର ଉପର ପଟେ ଫିକା ସବୁଜ କିମ୍ବା ହଳଦିଆ ବିସରଣ ଚିହ୍ନ ଥାଏ , ଅଲିଭ ସବୁଜ ଠାରୁ ଧୂସର ବାଇଗଣି ପେଚ ବା ତାଳି ତଳପଟେ ଥାଏ , ପତ୍ର ଶୁଖିଯାଏ ଓ କୁଞ୍ଚିତ ହୁଏ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଟମାଟ

ଲକ୍ଷଣ

ପତ୍ରର ଉଭୟପଟରେ ଓ ଫଳ ଉପରେ ସାଧାରଣତଃ ଏହି ଲକ୍ଷଣ ଦେଖାଯାଏ । ପୁରୁଣା ପତ୍ର ପ୍ରଥମେ ସଂକ୍ରମିତ ହୁଏ ଓ ତାପରେ ରୋଗ ଧୀରେ ଧୀରେ ଉପରକୁ ନୂଆ ପତ୍ରକୁ ଯାଏ । ପତ୍ର ଉପର ପଟେ ଅନିର୍ଦ୍ଦିଷ୍ଟ ଧାର ସହିତ ଛୋଟ , ବିସରିତ , ଫିକା ସବୁଜ କିମ୍ବା ହଳଦିଆ ଚିହ୍ନ ଦେଖାଯାଏ । ତଳ ପଟେ ,ଅଲିଭ ସବୁଜ ଠାରୁ ଧୂସର ବାଇଗଣି ଏବଂ ମଖମଲ ତାଳି ବା ପେଚ ସୃଷ୍ଟି ହୁଏ । ଏଗୁଡିକ ରେଣୁ ସୃଷ୍ଟିକାରୀ ଗଠନ ଓ ରେଣୁ ସମୂହ ( କୋନିଡିଆ )କୁ ନେଇ ଗଠିତ । ସମୟ କ୍ରମେ ,ଏହି ଚିହ୍ନ ବଢେ , ସଂକ୍ରମିତ ପତ୍ରର ରଙ୍ଗ ହଳଦିଆ ( ପାଣ୍ଡୁରତା ) ଠାରୁ ବାଦାମି ( ବିଗଳନ ) ବଦଳେ ଏବଂ ପତ୍ରକୁଞ୍ଚିତ ହୋଇ ଶୁଖିବାକୁ ଆରମ୍ଭ କରେ । ପତ୍ର ଅକାଳ ଝଡିପଡେ ଓ ଅତ୍ୟଧିକ ସଂକ୍ରମଣ କ୍ଷେତ୍ରରେ ପତ୍ରହୀନତା ସୃଷ୍ଟି କରେ ।ବେଳେ ବେଳେ , ଏହି ଜୀବାଣୁ ଫଳ ଓ ଫୁଲରେ ରୋଗ ଓ ବିଭିନ୍ନ ପ୍ରକାର ଲକ୍ଷଣ ସୃଷ୍ଟି କରେ । ଫୁଲ କଳା ହୋଇଯାଇପାରେ ଓ ଫଳ ଧରିବା ପୂର୍ବରୁ ମରିଯାଇପାରେ । ସବୁଜ ଓ ପାଚିଲା ଫଳ ଚିକ୍କଣ କଳା ଅନିୟମିତ ସ୍ଥାନ ଏହାର କାଣ୍ଡ ଅଗ୍ରରେ ସୃଷ୍ଟି କରେ । ରୋଗ ବଢିବା ସମୟରେ ଏହି ସଂକ୍ରମିତ ସ୍ଥାନ ଖାଲୁଆ , ଶୁଖିଲା ଏବଂ ଚମଡା ଭଳି ହୁଏ ।

Recommendations

ଜୈବିକ ନିୟନ୍ତ୍ରଣ

ଜୀବାଣୁକୁ ମଞ୍ଜିରୁ ଦୂରେଇବା ପାଇଁ ଗରମ ପାଣି ( 50 ଡିଗ୍ରୀ C ) ରେ 25 ମିନଟ ପାଇଁ ବିହନ ଉପଚାର ସୁପାରିସ କରାଯାଏ । ଆକ୍ରେମୋନିଆମ ସ୍ତ୍ରିକତମ , ଡିସିମା ପଲ୍ଭିନାଟା , ଟ୍ରାଇକୋଡେର୍ମା ହେରଜନମ କିମ୍ବା ଟ୍ରାଇକୋଡେର୍ମା ଭିରିଡ଼େ ଓ ଟ୍ରାଇକୋଥିସମ ରୋଜିଅମ ଆଦି ଏହି ଜୀବାଣୁର ବିରୋଧୀ କବକ ଅଟନ୍ତି ଓ ଏହାର ବିସ୍ତାର କମାଇବା ପାଇଁ ବ୍ୟବହାର କରାଯାଇପାରେ । ସବୁଜ ଗୃହରେ , ଏମ ॰ ଫୁଲଭା ର ବୃଦ୍ଧି ଏ ॰ ସ୍ତ୍ରିକତମ ,ଟ୍ରାଇକୋଡେର୍ମା ଭିରିଡ଼େ ( ସ୍ଟ୍ରେନ 3 ) ଏବଂ ଟି ॰ ରୋଜିଅମ 53 , 66, 84 % ଯଥାକ୍ରମେ କମାଇପାରେ । ଅଳ୍ପ ମାତ୍ରା ସ୍ଥଳେ , ଏପଲରୁ ହୋଇଥିବା ସୁରା , ରସୁଣ କିମ୍ବା କ୍ଷୀର ସିଂଚନ ଏବଂ ଭିନେଗାର ମିଶ୍ରଣ ଏହି ଫିମ୍ପି ଦମନ କରିବା ପାଇଁ ବ୍ୟବହାର କରାଯାଇପାରେ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଯେତେବେଳେ ପରିବେଶର ଅବସ୍ଥା ଅନୁକୂଳତମ ଥାଏ ସଂକ୍ରମଣ ପୂର୍ବରୁ ଏହା ପ୍ରୟୋଗ କରାଯାଏ । କ୍ଳୋରୋଥାଲୋନୀଲ , ମାନେବ , ମାଙ୍କୋଜେବ , ଏବଂ କପର ମିଶ୍ରଣ ଏହି କ୍ଷେତ୍ରରେ ସୁପାରିସ କରାଯାଏ । ସବୁଜଗୃହ ପାଇଁ , ଡିଫେନୋକୋନାଜୋଲ ,ମାଣ୍ଡିପ୍ରୋପାମିଡ ,ସାଇମୋକ୍ସାନିଲ ,ଫାମୋକ୍ସାଦାନ ଏବଂ ସାଇପ୍ରୋଡିନିଲ ଆଦି ସୁପାରିସ କରାଯାଏ ।

ଏହାର କାରଣ କଣ

ମାଇକୋଭେଲୋସିଲା ଫୁଲଭା କବକ, ଯାହାର ରେଣୁ ସାଧାରଣ ତାପମାତ୍ରାରେ ପୋଷକ ଗଛ ବିନା 6 ମାସରୁ 1 ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରେ , ଏହି ଲକ୍ଷଣ ସୃଷ୍ଟି କରେ । ଦୀର୍ଘ ସମୟ ପତ୍ର ଆର୍ଦ୍ରତା ଏବଂ ଆପେକ୍ଷିକ ଆର୍ଦ୍ରତା 85 % ରୁ ଅଧିକ ରେଣୁ ଅଙ୍କୁରଣକୁ ଅନୁକୂଳ କରେ । ରେଣୁ ଗଜା ହେବା ପାଇଁ ତାପମାତ୍ରା 4 ରୁ 34 ଡିଗ୍ରୀ ମଧ୍ୟରେ ଓ ଅନୁକୂଳତମ ତାପମାତ୍ରା 24 ରୁ 26 ଡିଗ୍ରୀ ରହିବା ଆବଶ୍ୟକ ।ଶୁଖିଲା ପାଗ ଓ ପତ୍ର ଉପରେ ମୁକ୍ତ ପାଣିର ଅନୁପସ୍ଥିତି ଗଜା ହେବାରେ ବାଧା ସୃଷ୍ଟି କରେ । ଜୀବାଣୁ ସଂକ୍ରମଣର 10 ଦିନ ପରେ ପତ୍ରର ଉଭୟ ପଟେ ଚିହ୍ନ ହେବ ସହିତ ଏହି ଲକ୍ଷଣ ଦେଖାଯାଏ । ପତ୍ର ତଳ ପଟେ , ଅନେକ ସଂଖ୍ୟାରେ ରେଣୁ ସୃଷ୍ଟିକାରୀ ଗଠନ ସୃଷ୍ଟି ହୁଏ ଏବଂ ଏହି ରେଣୁ ଅତି ସହଜରେ ଗଛରୁ ଗଛ ପବନ ଓ ପାଣି ଛିଟ ଦ୍ଵାରା ବିସ୍ତାର ହୁଏ , କିନ୍ତୁ ଉପକରଣ , ପୋଷାକ ,କର୍ମଚାରୀ ଓ ପୋକ ଦ୍ଵାରା ମଧ୍ୟ ହୁଏ । ଉଚ୍ଚ ଆର୍ଦ୍ରତା ସମୟରେ ଏହି ରୋଗକାରୀ ଜୀବାଣୁ ପତ୍ର ରନ୍ଧ୍ରରେ କଣା କରି ପତ୍ରକୁ ସଂକ୍ରମିତ କରେ ।


ସୁରକ୍ଷାତ୍ମକ ଉପାୟ

  • ରୋଗମୁକ୍ତ ପ୍ରାମାଣିକ ,ପ୍ରତିରୋଧି ବା ସହନୀୟ ବିହନ , ଯଦି ମିଳେ ,ବ୍ୟବହାର କରନ୍ତୁ । ରୋଗ ମାତ୍ରା କମାଇବା ପାଇଁ ସହଳ ଲଗାନ୍ତୁ । ବଗିଚାର ପତ୍ର ସମୂହରେ ଆର୍ଦ୍ରତା କମାଇବା ଓ ବାୟୁ ଚଳାଚଳ ବଢାଇବା ପାଇଁ ଧାଡି ଓ ଗଛ ବ୍ୟବଧାନ ବ୍ୟବସ୍ଥା କରନ୍ତୁ । ରୋଗ ନିରୀକ୍ଷଣ କରନ୍ତୁ ଓ ସଂକ୍ରମିତ ଗଛକୁ କାଢିଦିଅନ୍ତୁ । ଅତ୍ୟଧିକ ଯବକ୍ଷରଜାନ ସାର ଦିଅନ୍ତୁ ନାହି । ସବୁଜ ଗୃହ ମଧ୍ୟରେ ବାୟୁ ଚଳାଚଳ ବଢାନ୍ତୁ । ଆପେକ୍ଷିକ ଆର୍ଦ୍ରତା 85% ତଳେ ଓ ରାତ୍ର ତାପମାତ୍ରା ବାହାର( ସବୁଜ ଗୃହ ପାଇଁ ଉପଯୁକ୍ତ ) ଠାରୁ ଅଧିକ ରଖନ୍ତୁ । ବୁନ୍ଦା ଜଳସେଚନ ବ୍ୟବହାର କରନ୍ତୁ ଓ ପତ୍ରରେ ପାଣି ଦିଅନ୍ତୁ ନାହି । ଢିରା ବା ଦଉଡି ସାହାଯ୍ୟରେ ଗଛକୁ ସିଧା ରଖନ୍ତୁ ଏବଂ କାଟଛାଣ୍ଟ କରି ଭିତରେ ଓ ବାହାରେ ବାୟୁ ଚଳାଚଳ ବଢାନ୍ତୁ । ଅମଳ ପରେ ଗଛ ଅବଶେଷ କାଢନ୍ତୁ ଓ ଜାଳି ନଷ୍ଟ କରନ୍ତୁ । ଫସଲଗୁଡିକ ମଝିରେ ସବୁଜଗୃହ ପରିଚ୍ଛନ୍ନ ରଖନ୍ତୁ ଏବଂ ଉପକରଣ ଓ କର୍ମଚାରୀଙ୍କ ପରଛନନତ ସ୍ତର ରକ୍ଷା କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ