Glomerella lagenarium
ଫିମ୍ପି
ପତ୍ରରେ ପ୍ରଥମ ଲକ୍ଷଣ ଭାବେ ପାଣି ଭିଜା ଘା ଦେଖାଯାଏ ଯାହା ପରେ ହଳଦିଆ ଗୋଳାକୃତି ଦାଗରେ ପରିଣତ ହୋଇଥାଏ. ଏହି ଦାଗ ଗୁଡିକର ବିଶେଷତ୍ୱ ହେଲା ଯେ ଏଗୁଡିକ ଅସମ ଆକୃତିର ଏବଂ ବଢ଼ିଲା ପରେ ଗାଢ଼ ବାଦାମୀ କିମ୍ବା କଳା ରଙ୍ଗର ହୋଇଥାଏ. କାଣ୍ଡରେ ମଧ୍ୟ ଏହି ପ୍ରକାରର ଦାଗ ଥାଏ ଏବଂ ଯେତେବେଳେ ବଢି଼ଥାନ୍ତି ପରିବାହକ ଟିସୁକୁ ଗୁଡେଇ ଦେଇଥାନ୍ତି ଯାହା ଫଳରେ କାଣ୍ଡ କିମ୍ବା ଲଟା ଝାଉଁଳି ପଡେ. ଫଳ ଉପରେ ବଡ ବଡ ଗୋଳାକୃତି କଳା ଏବଂ ପାଣିଭିଜା ଶୁଖିଲା ଦାଗ ଦେଖାଯାଏ ଯାହା ପରେ ବଡ ଘା ପରି ହୋଇଥାଏ. ତରଭୁଜରେ ଏହି ଦାଗ ଗୁଡ଼ିକର ବ୍ୟାସ 6-13 ମିମି ହୋଇଥାଏ ଏବଂ 6 ମିମି ପର୍ଯ୍ୟନ୍ତ ଗଭୀର ହୋଇଥାଏ. ଯେତେବେଳେ ଆର୍ଦ୍ରତା ଥାଏ, ଏହି ଦାଗର କଳା ମଝି ଭାଗ ଜେଲାଟିନ ପରି ଇଷତ୍ ଗୋଲାପୀ ରଙ୍ଗ ର ଜୀବାଣୁ ସମୂହ ଦ୍ୱାରା ଘୋଡେଇ ହୋଇଥାଏ. ଖରଭୁଜ ଓ କାକୁଡି ରେ ମଧ୍ୟ ସମାନ ପ୍ରକାରର ଲକ୍ଷଣ ଦେଖାଦେଇଥାଏ.ବିକାଶ ବ୍ୟାଧିତ ହେବା ଓ ଗୋଲାପୀ ରଙ୍ଗର ଘା ହୋଇଯିବା କୁକୁରବିଟ ରେ ଏହି ରୋଗର ଏକ ବିଶେଷ ଲକ୍ଷଣ ଅଟେ.
ଜୈବିକ ଚାଷ ପାଇଁ ସ୍ୱୀକୃତିପ୍ରାପ୍ତ ତମ୍ବା ମିଶ୍ରଣ କୁକୁରବିଟ ରେ ଆନ୍ଥ୍ରାକନୋଜ ରୋଗ ର ନିୟନ୍ତ୍ରଣ ଭଲ ଭାବେ କରିପାରେ ଏହା ପୂର୍ବରୁ ପ୍ରମାଣିତ ହୋଇସାରିଛି. ଜୈବାକ ନିୟନ୍ତ୍ରକ ବ୍ୟାସିଲସ୍ ସବଟିଲିସ୍ ଥିବା ଜୈବିକ ଫର୍ମୁଲା ଅଛି ଯାହା ଏହାର ନିୟନ୍ତ୍ରଣ ପାଇଁ ବ୍ୟବହାର କରା ଯାଇପାରେ.
ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉୁପଚାର କୁ ମଧ୍ୟ ଧ୍ୟାନ ଦେବା ଦରକାର. ସ୍ୱୀକୃତି ପ୍ରାପ୍ତ କବକନାଶକ ନିୟମିତ ବ୍ୟବଧାନ ରେ ଫସଲରେ ପ୍ରୟୋଗ କର ଯାଇପାରେ. କ୍ଲୋରୋଥାଲୋନିଲ୍, ମ୍ୟାନେବ୍ ଏବଂ ମ୍ୟାଂକୋଯେବ୍ ଉପରେ ଆଧାରିତ କବକ ନାଶକ ଫର୍ମୁଲା ଉପଲବ୍ଧ ଅଛି ଯାହାକୁ ଏହି ରୋଗ ନିୟନ୍ତ୍ରଣ ପାଇଁ ବ୍ୟବହାର କର ଯାଇପାରେ. ଏହି ରୋଗର ପ୍ରଭାବକାରୀ ନିୟନ୍ତ୍ରଣ ପାଇଁ କ୍ଲୋରୋଥାଲୋନିଲ୍ ସହିତ ମ୍ୟାଂକୋଯେବ୍ ର ମିଶ୍ରଣକୁ ପତ୍ର ସମୂହ ଉପରେ ସ୍ପ୍ରେ କରାଯାଇ ପାରିବ.
ପତ୍ର ଓ ଫଳ ରେ ଲକ୍ଷଣ ଗୁଡିକ ଗ୍ଲୋମେରେଲ୍ଲା ଲାଗେନାରିୟମ୍ ନାମକ ଏକ କବକ ଦ୍ୱାରା ସୃଷ୍ଟି ହୋଇଥାଏ. ଏହି କବକ ପୂର୍ବ ଫସଲରେ ସଂକ୍ରମିତ ଗଛର ଅବଶେଷରେ ଶୀତ ଋତୁରେ ବଞ୍ଚିଥାଏ କିମ୍ବା କୁକୁରବିଟ ବିହନରେ ମଧ୍ୟ ରହି ଯାଇଥାଏ. ବସନ୍ତ ଋତୁରେ ଯେତେବେଳେ ପାଗ ଆର୍ଦ୍ର ହୁଏ, ଏହି କବକରୁ ରେଣୁ ପବନରେ ଉଡ଼ିଥାଏ ଓ ମାଟି ପାଖରେ ଥିବା ଲଟା ଏବଂ ପତ୍ର କୁ ଆକ୍ରମଣ କରିଥାଏ. ଅନୁକୂଳ ଆର୍ଦ୍ରତା, ପତ୍ରରେ ଥିବା ଜଳୀୟ ଅଂଶ ଏବଂ 24°C ତାପମାନ ଏହି ଫିମ୍ପିର ଜୀବନ ଚକ୍ରକୁ ସୁହାଇଥାଏ.ଯଦି ଆର୍ଦ୍ରତା ନ ମିଳେ ତାହେଲେ କବକର ରେଣୁ 4.4°C ରୁ ତଳେ କିମ୍ବା 30°C ରୁ ଅଧିକ ତାପମାନରେ ଅଂକୁରଣ ହୋଇ ନଥାନ୍ତି. ଏହା ସହିତ ଏହି ରୋଗବାହକ ଏହାର ଅଠାଳିଆ କଭର ଭିତରୁ ବାହାରିବା ପାଇଁ ଜଳୀୟ ଅଂଶ ଆବଶ୍ୟକ କରିଥାଏ. ଏଥିରୁ ଜଣାପଡେ ଯେ ଆନ୍ଥ୍ରାକନୋଜ ସାଧାରଣତଃ ସିଜନ ର ମଧ୍ୟ ଭାଗରେ ଗଛରେ ପତ୍ର ଆଦି ବିକାଶ ହେବା ପରେ ସଂକ୍ରମଣ ହୋଇଥାଏ.

Put your product in front of farmers the moment they diagnose କୁକୁରବିଟ ପ୍ରଜାତିର ଶ୍ୟାମବର୍ଣ ବା ଆନ୍ଥ୍ରାକ୍ନୋଯ଼୍ — right when they need a solution.
Explore
Explore the live agronomic data that powers Plantix disease pages.
Discover