ଅନ୍ୟ

ତରଭୁଜ ମୋଜାଇକ ଭୁତାଣୁ

WMV

ଭୁତାଣୁ

5 mins to read

ସଂକ୍ଷେପରେ

  • ପତ୍ରରେ ପ୍ରଣାଳୀଗତ ଦାଗ ଦେଖାଯାଏ.
  • ପତ୍ର ବିକୃତକାର ହୋଇଯାଏ.
  • ତରଭୁଜ ରେ ଗାଢ଼ ସବୁଜ ରଙ୍ଗର ଦାଗ ଦେଖାଯାଏ.

ମଧ୍ୟ ଦେଖା ଯାଇପାରେ

4 ଫସଲ ଗୁଡିକ
କଲରା
କାକୁଡି
ତରଭୁଜ
ବୋଇତି କଖାରୁ

ଅନ୍ୟ

ଲକ୍ଷଣ

ଫସଲ, ସଂକ୍ରମଣର ସମୟ ତଥା ପରିବେଶ ଉପରେ ନିର୍ଭର କରି ଏହି ରୋଗର ଲକ୍ଷଣ ନିର୍ଭର କରେ ଓ ଭିନ୍ନ ଭିନ୍ନ ପ୍ରକାର ର ହୋଇଥାଏ. ଆହୁରି ମଧ୍ୟ ଏହି ସଂକ୍ରମଣ ଅନ୍ୟ ଭୁତାଣୁ ଯଥା କାକୁଡି ମୋଜାଇକ ଭୁତାଣୁ (CMV) ଏବଂ ଜୁଚିନି ହଳଦିଆ ମୋଜାଇକ ଭୁତାଣୁ (ZYMV) ସହିତ ମିଶି ହୋଇଥାଏ. ଏହାଦ୍ୱାରା ଲକ୍ଷଣ ଲୁଚିଯାଇପାରେ କିମ୍ବା ଭିନ୍ନ ହୋଇପାରେ. ମୁଖ୍ୟ ରୂପରେ ପତ୍ରରେ ପ୍ରଣାଳୀଗତ ମୋଜାଇକ ଦାଗ, ପତ୍ର ଟିସୁରେ ବଥ ଏବଂ ବିଭିନ୍ନ ମାତ୍ରାରେ ପତ୍ର ବିକୃତ ହୋଇଯିବା ହେଲା ଏହି ରୋଗର ଲକ୍ଷଣର ବିଶେଷତ୍ୱ. ଫଳର ରଙ୍ଗ ଖରାପ ହେବା ଆଉ ଏକ ମୁଖ୍ୟ ଲକ୍ଷଣ. ତରଭୁଜର ଗାଢ଼ ସବୁଜ ରଙ୍ଗର ଚକଡା ଦେଖାଦେଇଥାଏ କିମ୍ବା ଫଳ ଉପରେ ନଡା ପରି ରଂଗର ଘା ଦେଖା ଯାଇଥାଏ. ମଟର ଗଛରେ ପାତ୍ରରେ ଦାଗ ସୃଷ୍ଟି ହେଲେ ପ୍ରାୟତଃ ଏହା ପଚା ଜାଗା ପରି ଦେଖାଯାଏ. ଏହି ରୋଗ ଦ୍ୱାରା ପତ୍ର କ୍ଷତି ଯୋଗୁଁ, ଏହି ଭୂତାଣୁର ସଂକ୍ରମଣ ଯୋଗୁଁ ଗଛର ବିକାଶ ଅବରୁଦ୍ଧ ହୋଇଥାଏ ଓ ଉତ୍ପାଦନ ମଧ୍ୟ କମ ହୋଇଥାଏ.

Recommendations

ଜୈବିକ ନିୟନ୍ତ୍ରଣ

ଖଣିଜ ତେଲ ସ୍ପ୍ରେ ଭୁତାଣୁ ବିସ୍ତାର ରେ ବାଧା ସୃଷ୍ଟି କରିଥାଏ ଏବଂ ଏହା ଏକ ପ୍ରଭାବୀ ନିୟନ୍ତ୍ରଣ ପଦ୍ଧତି ଅଟେ ବୋଲି ଜଣା ପଡିଅଛି. ଆଫିଡ଼ର ବହୁତ ଶିକାରୀ ଯିବା ଅଛନ୍ତି ଯାହାକୁ ପ୍ରୋତ୍ସାହନ ଉତ୍ତମ ଫସଲ ପରିଚାଳନା କରି ଦିଆଯାଇ ପାରେ.

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପାୟକୁ ମଧ୍ୟ ଧ୍ୟାନ ଦେବା ଦରକାର. ଯଦିଓ ଭୁତାଣୁ ସିଧାସଳଖ କୌଣସି କୀଟନାଶକ ଦ୍ୱାରା ନିୟନ୍ତ୍ରଣ ହୋଇପାରେ ନାହିଁ, କିନ୍ତୁ ଏହାର ବାହକ ମୁଖ୍ୟତଃ ଯଉ ପୋକକୁ କିଛି ମାତ୍ରାରେ ନିୟନ୍ତ୍ରଣ କରି ହେବ. ତଥାପି ବହୁତ ସମୟରେ ପାଇଁ କୀଟନାଶକ ସୀମିତ ରୂପେ କାମ କରିଥାଏ. ଯଉ ପୋକ ନିୟନ୍ତ୍ରଣ ର ନିର୍ଦେଶାବଳୀ ଦେଖି ପ୍ରଯୁଜ୍ୟ ରାସାୟନିକ ନିୟନ୍ତ୍ରଣ ପଦ୍ଧତି ଅବଲମ୍ବନ କରନ୍ତୁ.

ଏହାର କାରଣ କଣ

ତରଭୁଜ ମୋଜାଇକ ଭୁତାଣୁ ଦ୍ୱାରା ବିଭିନ୍ନ ପ୍ରକାରର ଲକ୍ଷଣ ସୃଷ୍ଟି ହୋଇଥାଏ. ଏହା ଏକାଧିକ ଉପାୟରେ ଯଥା ବାହକ (ଯଉ ପୋକ) ମାଧ୍ୟମରେ କିମ୍ବା କାମ କରୁଥିବା ଲୋକ ଏବଂ ବ୍ୟବହୃତ ଉପକରଣ ଦ୍ୱାରା ଗଛକୁ ସଂକ୍ରମଣ ହୋଇଥାଏ. ଏହା କିନ୍ତୁ ବିହନ ଜନିତ ରୋଗ ନୁହଁ. ଯଉ ପୋକ ଯେତେବେଳେ ସଂକ୍ରମିତ ଗଛକୁ ଶୋଷିଥାନ୍ତି ସେତେବେଳେ ଏହି ଭୁତାଣୁ ଆସିଥାଏ ଓ କିଛି ଘଣ୍ଟା ମଧ୍ୟରେ ସୁସ୍ଥ ଗଛର ସଂସ୍ପର୍ଶ ରେ ଆସି ଭୁତାଣୁ ସଂକ୍ରମଣ ହୋଇଥାଏ. ଏହି ରୋଗ ପାଇଁ କୁକୁରବିଟ ଜାତୀୟ ଫସଲକୁ ଛାଡି ଅନ୍ୟ ମୁଖ୍ୟ ବିକଳ୍ପ ଫସଲ ହେଲା ମଟର ଓ ଆଲଫା ଆଲଫା. ଏହି ସଂକ୍ରମଣ କିନ୍ତୁ ଲଗାତାର ହୁଏ ନାହିଁ. ଯେହେତୁ ଲଗାତାର ସଂକ୍ରମଣ ହୁଏ ନାହିଁ, କୀଟନାଶକ ପ୍ରଭାବିତ ଭାବେ ନିୟନ୍ତ୍ରଣ କରି ନ ଥାଏ. କିନ୍ତୁ, ପ୍ରତୀକାରାତ୍ମକ ହିସାବରେ କୀଟନାଶକ ବ୍ୟବହାର ହୋଇଥିଲେ ଏହା ଯଉ ପୋକ ସଂଖ୍ୟା କମ କରିବାରେ ସହାୟକ ହୋଇଥାଏ. ଜମିରେ ଭୁତାଣୁ ଦିଶିଲା ପରେ ଯଉ ପୋକ କୀଟନାଶକ ଦ୍ୱାରା ମାରିବା ପୂର୍ବରୁ ସମ୍ଭବତଃ ନୂଆ ଗଛ କିମ୍ବା ଫସଲକୁ ଭୁତାଣୁ ସଂକ୍ରମଣ କରିସାରିଥିବେ.


ସୁରକ୍ଷାତ୍ମକ ଉପାୟ

  • କିଛି ଫସଲ ପାଇଁ ପ୍ରତିରୋଧି କିସମ ବଜାରରେ ଉପଲବ୍ଧ ଅଛି.
  • ଏହି ରୋଗର ଲକ୍ଷଣ ତଥା ଯଉ ପୋକ ର ଉପସ୍ଥିତି ପାଇଁ ନିୟମିତ ଭାବେ ଫସଲ ନିରୀକ୍ଷଣ କରନ୍ତୁ.
  • ଏହି ରୋଗ ଲାଗୁ ନଥିବା ଫସଲ ସହ ଫସଲ ଚକ୍ର ଅବଲମ୍ବନ କଲେ ଭୁତାଣୁକୁ ଦୁରେଇ କରି ହେବ.
  • ଜମିରେ ପୂର୍ବ ସିଜନ ର ବଞ୍ଚିଥିବା ଅଳିଆ ଆବର୍ଜନା ବାହାର କରିଦିଅନ୍ତୁ.
  • କୀଟନାଶକର ପ୍ରୟୋଗ ନିୟନ୍ତ୍ରିତ କରନ୍ତୁ ଯଦ୍ୱାରା ଉପକାରୀ ପୋକ ମାନଙ୍କର ଯେମିତି କ୍ଷତି ନ ହୁଏ.
  • ପିମ୍ପୁଡି ସଂଖ୍ୟା ନିୟନ୍ତ୍ରଣ କରନ୍ତୁ କାରଣ ଏମାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଅଠାଳିଆ ପଟ୍ଟୀ ଯଉ ପୋକ ମାନଙ୍କୁ ସୁରକ୍ଷା ଦେଇଥାଏ.
  • ଜମିରେ ଏବଂ ଚାରିପାଖରେ ଅନାବନା ଘାସ ତଥା ଆଲଫା ଆଲଫା ଗଛ ବାହାର କରିଦିଅନ୍ତୁ.
  • ପ୍ଲାଷ୍ଟିକ ମଲଚ ବ୍ୟବହାର ଦ୍ୱାରା ଯଉ ପୋକ ସଂଖ୍ୟା କମ ହୋଇଥାଏ ଯାହା ରୋଗଦ୍ୱାରା ଉତ୍ପାଦନ ର କ୍ଷତି କମ ହୋଇଥାଏ.
  • ଗଛର ଧାଡି ଘୋଡାଇ ରଖିଲେ ଯଉ ପୋକ ଗଛ ପାଖକୁ ଯାଇପାରିବେ ନାହିଁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ