ସିମଳା ଏବଂ ଲଙ୍କା

ସିମଳା ଲଙ୍କାରେ ଆନ୍ଥ୍ରାକନୋଜ

Colletotrichum sp.

ଫିମ୍ପି

5 mins to read

ସଂକ୍ଷେପରେ

  • ଫଳରେ ଦାଗ ଦେଖାଯାଏ.
  • ଫଳର ଦାଗ ରେ କୈନ୍ଦ୍ରିକ ବଳୟ ଦେଖାଯାଏ.
  • କଞ୍ଚା ଫଳ ରେ ସଂକ୍ରମଣ ହୋଇଥାଏ କିନ୍ତୁ ପାଚିଲା ପର୍ଯ୍ୟନ୍ତ କିଛି ଲକ୍ଷଣ ଦେଖାଯାଏ ନାହିଁ.
  • ଧୂସର ବାଦାମୀ ଦାଗ ଯାହାର ଗାଢ଼ ବାଦାମୀ ଧାର ଥାଏ ତାହା ପତ୍ର ଓ କାଣ୍ଡରେ ଦେଖାଦେଇଥାଏ.
  • ଶାଖାରେ ଅଗ ମରା ଏବଂ ଫଳ ପଚା ଦେଖାଯାଏ.

ମଧ୍ୟ ଦେଖା ଯାଇପାରେ


ସିମଳା ଏବଂ ଲଙ୍କା

ଲକ୍ଷଣ

ପାଣି-ଭିଜା ଗୋଳିଆ କିମ୍ବା କୋଣିଆ ଦାଗ ଫଳରେ ଦେଖାଯାଏ ଯାହା ପରବର୍ତ୍ତୀ ସମୟରେ କୋମଳ ଏବଂ ଅଳ୍ପ ପାଣିରେ ବୁଡ଼ିଲା ପରି ଦେଖାଯାଏ. ଏହି ଦାଗର ମଝି ଅଂଶ ନାରଙ୍ଗୀ କିମ୍ବା ବାଦାମୀ ରଙ୍ଗର ଥାଏ ଏବଂ କଳା ରଙ୍ଗରେ ପରିଣତ ହୋଇଯାଏ ଯେତେବେଳେ କି ଏହା ଚାରିପାଖରେ ଟିସୁ ହାଲୁକା ରଙ୍ଗର ଥାଏ. ପୁରା ଫଳରେ ଏହି ଦାଗ ଵ୍ୟାପିପାରେ. ଏକାଧିକ ଦାଗ ଦେଖାଦେଇଥାଏ. ଫଳ ଦାଗ ରେ କୈନ୍ଦ୍ରିକ ବଳୟ ଦେଖାଯିବ ସାଧାରଣ କଥା. କଞ୍ଚା ଫଳ ରେ ସଂକ୍ରମଣ ହୋଇଥାଏ କିନ୍ତୁ ପାଚିଲା ପର୍ଯ୍ୟନ୍ତ କିଛି ଲକ୍ଷଣ ଦେଖାଯାଏ ନାହିଁ. ଡାଳପତ୍ର ଏବଂ କାନ୍ଦ ରେ ଲକ୍ଷଣ ସବୁ ଛୋଟ ଅସମ ଆକୃତିର ଧୂସରିତ ବାଦାମୀ ଦାଗ ଦେଖାଯାଏ ଯାହାର ଗାଢ଼ ବାଦାମୀ ଧାର ଥାଏ. ସିଜନ ର ଶେଷ ସମୟ ଆଡକୁ ପାଚିଲା ଫଳ ପଚି ଯାଏ ଏବଂ ଡାଳରେ ଅଗ ମରା ରୋଗ ଦେଖାଯାଏ.

Recommendations

ଜୈବିକ ନିୟନ୍ତ୍ରଣ

ସଂକ୍ରମିତ ବିହନ କୁ 52°C ତାପମାନର ଗରମ ପାଣିରେ 30 ମିନିଟ ବୁଡାଇ ବିହନ ଉପଚାର କରନ୍ତୁ. ଉପଚାରର ଆଶାଜନକ ପ୍ରଭାବ ପାଇଁ ନିର୍ଦ୍ଧାରିତ ତାପମାନ ଏବଂ ସମୟସୀମା କୁ ଉପଯୁକ୍ତ ଭାବେ ପାଳନ କରିବା ଆବଶ୍ୟକ.

ରାସାୟନିକ ନିୟନ୍ତ୍ରଣ

ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. ଯଦି ଫିମ୍ପିନାଶକର ଆବଶ୍ୟକତା ହୁଏ ତାହେଲେ ମାଙ୍କୋଜେବ୍ କିମ୍ବା କପର ଥିବା ଫିମ୍ପିନାଶକ ବ୍ୟବହାର କରନ୍ତୁ. ଫୁଲ ଧରିବା ଅବସ୍ଥା ରେ ଉପଚାର ଆରମ୍ଭ କରନ୍ତୁ.

ଏହାର କାରଣ କଣ

କୋଲେଟୋଟ୍ରିକମ ଜାତିର ଏକ ଫିମ୍ପି ସମୂହ ଦ୍ୱାରା ଏହି ରୋଗ ହୋଇଥାଏ, ଯେଉଁଥିରେ ସି. ଗ୍ଲୋଏସ୍ପୋରିଓଇଡସ (C. gloeosporioides) ଏବଂ ସି. କ୍ୟାପସିସି (C. capsici) ଥାଏ. ଏହି ଫିମ୍ପି ଗୁଡିକ ଲଙ୍କା ଫସଲର ସମସ୍ତ ଅବସ୍ଥାରେ ସଂକ୍ରମଣ କରିପାରନ୍ତି କଞ୍ଚା ଫଳରେ, ପାଚିଲା ଫଳ ରେ ଏବଂ ଫସଲ ଅମଳ ପରେ ମଧ୍ୟ. ଏଗୁଡିକ ବିହନ, ଗଛ ଅବଶେଷ କିମ୍ବା ବୈକଳ୍ପିକ ପୋଷକ ସୋଲାନେସି ଜାତୀୟ ଫସଲରେ ବଞ୍ଚି ରହି ପାରେ. ଏହି ଫିମ୍ପି ଗରମ ଓ ଓଦା ସମୟରେ ବଞ୍ଚିଥାଏ ଏବଂ ବର୍ଷା ଓ ଜଳସେଚନ ପାଣି ଦ୍ୱାରା ବ୍ୟାପି ଥାଏ. 10°C ରୁ 30°C ତାପମାନ ମଧ୍ୟରେ ଫଳରେ ସଂକ୍ରମଣ ହୋଇଥାଏ ଏବଂ 23°C ରୁ 27°C ତାପମାନ ହେଉଛି ଅନୁକୂଳତମ ତାପମାନ ଏହି ରୋଗର ବିକାଶ ପାଇଁ. ଫଳ ଚୋପା ଉପର ଓଦା ହେଲେ ଆନ୍ଥ୍ରାକନୋଜ ର ମାତ୍ରା ବଢିଥାଏ.


ସୁରକ୍ଷାତ୍ମକ ଉପାୟ

  • ମାଟିର କାର୍ବନ ପରିମାଣ ବଢାଇବା ପାଇଁ ଖତ ପ୍ରୟୋଗ କରନ୍ତୁ.
  • ଜଳ ପ୍ଲାବନ ରୁ ବଞ୍ଚିବା ପାଇଁ ଏକ ଉତ୍ତମ ଜଳ ନିଷ୍କାସନ ବ୍ୟବସ୍ଥା ର ଯୋଜନା କରନ୍ତୁ.
  • ଆପଣଙ୍କ ଅଞ୍ଚଳରେ ମିଳୁଥିବା ପ୍ରତିରୋଧି କିସମର ଫସଲ ଲଗାନ୍ତୁ.
  • ସୁସ୍ଥ ଗଛର ଏବଂ ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ.
  • ଚାରା ରୋପଣ ପୂର୍ବରୁ ଚାରା ରେ ରୋଗର ସଙ୍କେତ ଯାଞ୍ଚ କରି ନିଅନ୍ତୁ.
  • ରୋଗର ସଙ୍କେତ ଦେଖିବା ପାଇଁ ଫସଲ ନିୟମିତ ଭାବେ ନିରୀକ୍ଷଣ କରନ୍ତୁ.
  • ବାଳୁଙ୍ଗା ଏବଂ ବୈକଳ୍ପିକ ପୋଷକ ଗଛ ଜମିରୁ ଏବଂ ଜମି ଚାରିପାଖରୁ ବାହାର କରିଦିଅନ୍ତୁ.
  • ମାଟି ଓ ଗଛ ମଧ୍ୟରେ ରେଣୁ ପରିବହନ କୁ ବନ୍ଦ କରିବା ପାଇଁ ଦୁଇ ଧାଡି ମଝିରେ ମଲଚ ବ୍ୟବହାର କରନ୍ତୁ.
  • ଓଭରହେଡ଼ ଜଳସେଚନ କରିବାରୁ ବିରତ ରୁହନ୍ତୁ ଏବଂ ସକାଳ ସମୟରେ ହିଁ ଜଳସେଚନ କରନ୍ତୁ.
  • ଫସଲରେ ଯବକ୍ଷାରଜାନ ସାରର ଭାଗ ପ୍ରୟୋଗ କରି ସନ୍ତୁଳିତ ଖାଦ୍ୟସାର ର ପରିଚାଳନା କରନ୍ତୁ.
  • ଅମଳ ପରେ ଫସଲ ଅବଶେଷ କୁ ବାହାର କରି ନଷ୍ଟ କରି ଦିଅନ୍ତୁ.
  • ଅନ୍ୟ ଲଙ୍କା ଜାତୀୟ ଫସଲ, ଟମାଟ କିମ୍ବା ଷ୍ଟ୍ରବେରି ବ୍ୟତୀତ ଅନ୍ୟ ଫସଲ ସହିତ ଫସଲ ପର୍ଯ୍ୟାୟ ପାଳନ କରନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ