ଲେମ୍ବୁଜାତୀୟ

ସେପ୍ଟୋରିଆ ଦାଗ

Septoria citri

ଫିମ୍ପି

5 mins to read

ସଂକ୍ଷେପରେ

  • ଛୋଟ ଫିକା ତମ୍ବା ରଙ୍ଗର ସରୁଆ ଦାଗ ଫଳ ଉପରେ ଦେଖାଯାଏ ଯାହାର ଧାର ସବୁଜ ରଙ୍ଗ ହୋଇଥାଏ.
  • ଏହା ପରେ ଲାଲ ବାଦାମୀ ରଙ୍ଗ ରେ ପରିଣତ ହୁଏ.
  • ପତ୍ରରେ ଉଠାଣିଆ ଫୋଟକା ପରି ଘା ଯାହାର ଏକ ହଳଦିଆ ବଳୟ ଥାଏ.
  • ପତ୍ରରେ ଥିବା ଦାଗର ମଝି ଅଂଶ ଶୁଖି ଫିକା ବାଦାମୀ ରଙ୍ଗ ହୋଇଯାଏ.
  • ଗଛର ତଳ ଭାଗରେ ପତ୍ରଝଡ଼ା ଦେଇଥାଏ । .

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଲେମ୍ବୁଜାତୀୟ

ଲକ୍ଷଣ

ଫଳ ଉପରେ ଛୋଟ ଖାଲୁଆ ଦାଗ କିମ୍ବା ଗାତ (1-2 ମିମି ବ୍ୟାସର) ଦେଖାଯାଏ ଯାହା କେବଳ ଚୋପା ଭିତରେ ଥାଏ. ଗାତ ଗୁଡିକ ପ୍ରଥମେ ଫିକା ତମ୍ବା ରଙ୍ଗର ହୋଇଥାନ୍ତି ଯାହାର ପତଳା ସବୁଜ ରଙ୍ଗର ଧାର ଥାଏ. ଫଳ ପାଚିଲା ସମୟରେ ଏହା ଲାଲ ବାଦାମୀ ରଙ୍ଗରେ ପରିଣତ ହୁଏ. ଦାଗ ଗୁଡି଼କ ମିଶି ଏକ ବଡ଼ ଅସମ ଆକୃତିର ବାଦାମୀ ରୁ କଳା ଶୁକୁଡିଯାଇଥିବା ଜାଗା ରେ ପରିଣତ ହୋଇଯାଏ. ପାଖାପାଖି ହୋଇ ରହିଥିଵା କଳା ଫିମ୍ପି ଦାଗ ହିଁ ବଡ ଦାଗ ଭିତରେ ଦେଖାଦିଏ ଯାହା ହେଉଛି ପରିପକ୍ଵ ଫିମ୍ପି. ଅତି ଖରାପ ଭାବେ ସଂକ୍ରମିତ ଫଳ ଶୀଘ୍ର ଏକ ବିଶେଷ ଦୁର୍ଗନ୍ଧ ସୃଷ୍ଟି କରିଥାଏ ଓ ଅସମୟରେ ଝଡ଼ିଯାଏ. ପତ୍ରରେ ଉଠାଣିଆ ଫୋଟକା ପରି କଳା ଦାଗ ( 1- 4 ମିମି ବ୍ୟାସ) ଯାହାର ଏକ ହଳଦିଆ ବଳୟ ଥାଏ. ସମୟାନୁସାରେ ପତ୍ରରେ ଥିବା ଦାଗର ମଝି ଅଂଶ ଶୁଖି ଫିକା ବାଦାମୀ ରଙ୍ଗ ହୋଇଯାଏ. ଅନୁକୂଳ ପରିସ୍ଥିତିରେ ଏହି ରୋଗ ଦ୍ୱାରା ପ୍ରବଳ ପତ୍ରଝଡ଼ା ଗଛର ତଳ ପଟେ ହୋଇଥାଏ. ଯେତେବେଳେ ପତ୍ରଝଡ଼ା ହୁଏ, ଏହି ଦାଗ ସବୁ ଗାଢ଼ ବାଦାମୀ ରଙ୍ଗ ହୋଇ ଯାଏ ଓ ଏହାର ଧାର ଗାଢ଼ ରଙ୍ଗର ହୋଇଯାଏ. ଛୋଟ କଳା ଫିମ୍ପି ଏହି ଦାଗ ମଧ୍ୟରେ ଦେଖାଯାଏ.

Recommendations

ଜୈବିକ ନିୟନ୍ତ୍ରଣ

କପର ଓ ଜିଙ୍କ ସଲଫେଟ ଥିବା ଜୈବିକ ଫିମ୍ପିନାଶକ ଭଲଭାବେ ସେପ୍ଟୋରିଆ ସାଇଟ୍ରି କୁ ଦମନ କରିଥାଏ. ଶୀତ ଋତୁରେ ହେଉଥିବା ବର୍ଷା ପୂର୍ବରୁ ଏହାର ପ୍ରୟୋଗ କରିବା ଦରକାର. ଯଦି ଆବଶ୍ୟକ ହୁଏ ତାହେଲେ ଦ୍ଵିତୀୟ ସ୍ପ୍ରେ ଶୀତ ଋତୁରେ କିମ୍ବା ବସନ୍ତ ଆରମ୍ଭରେ କରିବା ପାଇଁ ଅନୁମୋଦନ କରାଯାଇଛି.

ରାସାୟନିକ ନିୟନ୍ତ୍ରଣ

ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. କପର ଥିବା ଫିମ୍ପିନାଶକ ହେମନ୍ତ ଋତୁର ବର୍ଷା ପୂର୍ବରୁ ପ୍ରୟୋଗ କଲେ ରୋଗ ର ନିୟନ୍ତ୍ରଣ ପ୍ରଭାବୀ ରୂପେ ହୋଇଥାଏ. କପର ସହିତ ଆଜୋକ୍ସିସ୍ଟ୍ରୋବିନ (azoxystrobin) ମିଶାଇ ସ୍ପ୍ରେ କଲେ ସନ୍ତୋଷଜନକ ଫଳାଫଳ ମିଳିଥାଏ. ଶୀତ ଋତୁରେ ହେଉଥିବା ବର୍ଷା ପୂର୍ବରୁ ଫିମ୍ପିନାଶକ ର ସ୍ପ୍ରେ କରିବା ଦରକାର. ଯଦି ଆବଶ୍ୟକ ହୁଏ ତାହେଲେ ଦ୍ଵିତୀୟ ସ୍ପ୍ରେ ଶୀତ ଋତୁରେ କିମ୍ବା ବସନ୍ତ ଆରମ୍ଭରେ କରିବା ପାଇଁ ଅନୁମୋଦନ କରାଯାଇଛି.

ଏହାର କାରଣ କଣ

ଏହି ଫିମ୍ପି ସଂକ୍ରମିତ ଡାଳ, ଶୁଖିଲା କାଠ, ପତ୍ର ତଥା ଜମିରେ ଥିବା ପତ୍ରର ଅଳିଆ ରେ ବଞ୍ଚିପାରେ. ଏହି ଫିମ୍ପିର ଅଣୁ ସୁସ୍ଥ ପତ୍ର ଓ ଫଳ କୁ ପାଣି ଛାଟ ଦ୍ୱାରା ବ୍ୟାପି ଥାଏ. ବିଳମ୍ବିତ ଖରା ଦିନ କିମ୍ବା ଥଣ୍ଡା ଓ ଆର୍ଦ୍ର ପାଗ ପରବର୍ତ୍ତୀ ହେମନ୍ତ ଋତୁରେ ଯେତେବେଳେ ଫଳ ପୁରା ସବୁଜ ଥାଏ ସେତେବେଳେ ଏହି ସଂକ୍ରମଣ ଆରମ୍ଭ ହୋଇଥାଏ. ଫିମ୍ପି ଫଳ ମଧ୍ୟରେ ନିଷ୍କ୍ରିୟ ଭାବେ ରହିଥାଏ ଏବଂ 5-6 ମାସ ପରେ ଫଳ ପାଚିବା ସମୟରେ ଏହି ରୋଗର ଲକ୍ଷଣ ପ୍ରକାଶ ପାଇଥାଏ. ସାଧାରଣତଃ ଏହା ଥଣ୍ଡା ଓ ତୋଫାନି ପାଗ ପରେ ହୋଇଥାଏ. ସାଧାରଣତଃ ଯେଉଁ ବର୍ଷ ହାରାହାରି ଅପେକ୍ଷା ଅଧିକ ବୃଷ୍ଟିପାତ ହୋଇଥାଏ ସେହି ବର୍ଷ ସେପ୍ଟୋରିଆ ଦାଗ ଅଧିକ ମାରାତ୍ମକ ହୋଇଥାଏ. କମ କିମ୍ବା ଶୀଘ୍ର ପରିବର୍ତ୍ତନ ହେଉଥିବା ତାପମାନ ଲେମ୍ବୁଜାତୀୟ ଫସଲରେ ଏହି ରୋଗ ହେବା ପାଇଁ ସୁଯୋଗ ଦେଇଥାଏ.


ସୁରକ୍ଷାତ୍ମକ ଉପାୟ

  • ପ୍ରତିରୋଧି କିମ୍ବା ସହନଶୀଳ କିସମ ଯାହାର କିଛି କଣ୍ଟା ଥାଏ ଲଗାନ୍ତୁ.
  • ବାୟୁ ପ୍ରବାହକୁ ଭଲ କରିବା ପାଇଁ ଡାଳପତ୍ର କାଣ୍ଟଛାଣ୍ଟ କରନ୍ତୁ.
  • ରୋଗର ବିସ୍ତାର କମ କରିବା ପାଇଁ ଓଭରହେଡ(ସିଞ୍ଚନ)_ ଜଳସେଚନ କରନ୍ତୁ ନାହିଁ.
  • ଯଦି ସମ୍ଭବ ତାହେଲେ କାକରରୁ ସୁରକ୍ଷା ପାଇଁ ଉପାୟ କରନ୍ତୁ.
  • ଝଡିଥିବା ପତ୍ର ଓ ଫଳ କୁ ସଂଗ୍ରହ କରି ନଷ୍ଟ କରିଦିଅନ୍ତୁ.
  • ନିୟମିତ ଭାବେ ତୋଟାରେ ରୋଗର ଲକ୍ଷଣ ଦେଖିବା ପାଇଁ ପର୍ଯ୍ୟବେକ୍ଷଣ କରନ୍ତୁ.
  • ନିୟମିତ ଭାବେ ଡାଳପତ୍ର କାଣ୍ଟଛାଣ୍ଟ କରନ୍ତୁ, ବିଶେଷ କରି ସଂକ୍ରମିତ ଡାଳ ଓ ଅନ୍ୟ ମଲା ଅଂଶକୁ କାଟି ଦିଅନ୍ତୁ.
  • ଫଳ ଶୀଘ୍ର ଅମଳ କରନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ