ଅନ୍ୟ

ଜୋଆର ପତ୍ରର ଜୋନେଟ ବା ମଣ୍ଡଳ ଚିହ୍ନ ରୋଗ

Microdochium sorghi

ଫିମ୍ପି

5 mins to read

ସଂକ୍ଷେପରେ

  • ପତ୍ରରେ ଲାଲ୍ - ବାଦାମୀ , ପାଣି ଭିଜା ଚିହ୍ନ । ଚିହ୍ନ ସମକେନ୍ଦ୍ର ଭାବରେ ବଢେ ଏବଂ ଗାଢ ଲାଲ୍ ହୁଏ । ପତ୍ର ହଳଦିଆ ହୁଏ ଓ ଝାଉଁଳି ଯାଏ । ପତ୍ରାଛଦ ଓ କେଣ୍ଡା ମଧ୍ୟ ପ୍ରଭାବିତ ହୋଇପାରେ । ପତ୍ର ପୋଡା ଲକ୍ଷଣ ଦେଖାଏ ।.

ମଧ୍ୟ ଦେଖା ଯାଇପାରେ


ଅନ୍ୟ

ଲକ୍ଷଣ

ପତ୍ର , ପତ୍ରାଛଦ ଓ କେଣ୍ଡାରେ ଏହି ରୋଗ ପାଇଁ ନିର୍ଦ୍ଦିଷ୍ଟ ଲକ୍ଷଣ ଦେଖାଯାଏ । ପତ୍ର ଉପରେ ଲାଲ୍ ମାଟିଆ ଏବଂ ପାଣି ଭିଜା ଚିହ୍ନ ବିକାଶ ଲାଭ କରେ , ବେଳେବେଳେ ଏକ ଈଷତ ସବୁଜ ସରୁ ବଳୟ ସହିତ ଥାଏ । ସେଗୁଡିକ ଆକାରରେ ବଢିବା ସମୟରେ , ଲାଲ୍ ଧାର ଦ୍ଵାରା ଘେରି ରହିଥିବା ଏକ ହାଲୁକା ବାଦାମୀ କେନ୍ଦ୍ର ଥିବା ଚିହ୍ନରେ ବିକଶିତ ହୁଏ । ଏହା ଯଦି ପତ୍ର ଧାରରେ ଦେଖାଦିଏ , ଅର୍ଦ୍ଧ ବୃତ୍ତାକାର ଏବଂ ଯଦି ମଧ୍ୟ ଶିରା ନିକଟରେ ଦେଖାଦିଏ , ବୃତ୍ତାକାର ହୁଏ । ଏକ ନିର୍ଦ୍ଦିଷ୍ଟ ଏକାନ୍ତର କିମ୍ବା ମଣ୍ଡଳ ବା ଜୋନେଟ ଭଳି ହାଲୁକା ଓ ଗାଢ ବଳୟ ସ୍ପଷ୍ଟ ଭାବରେ ଦେଖାଯାଏ ।ଘଟଣାକ୍ରମେ , ଯେତେବେଳେ ସଂକ୍ରମଣର ମାତ୍ରା ଅଧିକ ହୁଏ ,ଚିହ୍ନଗୁଡିକ ପରସ୍ପର ମିଶି ସଂପୂର୍ଣ୍ଣ ପତ୍ରକୁ ଆବରି ନିଅନ୍ତି । ପତ୍ରାଛଦ ଉପରେ , ବିଭିନ୍ନ ଦୈର୍ଘ୍ୟ ,ଆକାର ଓ ଆକୃତିର ଗାଢ- ଲାଲ୍ ରୁ କଳା-ବାଇଗଣୀ କିମ୍ବା ବାଦାମୀ ଚିହ୍ନ ଦେଖାଯାଏ । ସଂକ୍ରମିତ ପତ୍ରାଛଦ ହଳଦିଆ ହୁଏ ,ଝାଉଁଳେ ଓ ମରିଯାଏ । କେତେକ କବକ ଶରୀର ( sclerotia ) ବିଗଳିତ ସ୍ଥାନରେ ଦେଖାଯାଇପାରେ । ସଂକ୍ରମିତ କେଣ୍ଡା ପୋଡିଯାଇପାରେ ।

Recommendations

ଜୈବିକ ନିୟନ୍ତ୍ରଣ

ଏହି ଜୀବାଣୁ ପାଇଁ କୌଣସି ଜୈବିକ ନିୟନ୍ତ୍ରଣ ପଦ୍ଧତି ଉପଲବ୍ଧ ଥିବା ପ୍ରତୀତ ହେଉ ନାହିଁ । ଏହି ରୋଗ ଆବିର୍ଭାବ ଓ ମାତ୍ରା କମାଇବା ପାଇଁ ଯଦି କୌଣସି ପଦ୍ଧତି ଆପଣ ଜାଣିଛନ୍ତି , ଦୟାକରି ଆମକୁ ସମ୍ପର୍କ କରନ୍ତୁ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଅଧିକ ଖର୍ଚ୍ଚ ଯୋଗୁଁ କବକନାଶୀ ଦ୍ଵାରା ରାସାୟନିକ ଉପଚାର ସୁପାରିସ କରାଯାଏ ନାହିଁ । ଅମଳ ପରେ ଅବଶେଷ ପରିଚାଳନା ଏବଂ ଫସଲ ପର୍ଯ୍ୟାୟ ହେଉଛି ସବୁଠାରୁ ସୁବିଧାଜନକ ରୋଗ ପରିଚାଳନା ବିକଳ୍ପ ।

ଏହାର କାରଣ କଣ

ଗ୍ଲିଓସର୍କୋସ୍ପୋରା ସର୍ଘୀ କବକ ( ଯାହାକି ବିହନରେ କିମ୍ବା ମାଟିରେ କିଛି ବର୍ଷ ବଞ୍ଚିପାରେ ) ଦ୍ଵାରା ଏହି ଲକ୍ଷଣ ହୁଏ ।କବକର ଗୁପ୍ତ ଗଠନ ଯାହାକୁ ସ୍କ୍ଲେରୋଷିଆ କୁହାଯାଏ (ଚିହ୍ନରେ ଦେଖାଯାଉଥିବା ଛୋଟ ଗାଢ ବିନ୍ଦୁ ) ସଂକ୍ରମଣର ପ୍ରାଥମିକ ଉତ୍ସ ଅଟେ ଏବଂ ମହାମାରୀ ରୂପ ଦେଇପାରେ ,ଯେତେବେଳେ ଅନୁକୂଳ ପରିସ୍ଥିତି ରହେ ; ଉଦାହରଣ ସ୍ୱରୂପ - ଉଷ୍ମ ଓ ଆର୍ଦ୍ର ପାଣିପାଗ । ଜୀବାଣୁ ମାଟିରୁ ପୁରୁଣା ତଳ ପତ୍ରକୁ ପବନ କିମ୍ବା ପାଣି ଛିଟ ଦ୍ଵାରା ବିସ୍ତାର କରେ । ଜୋଆରରେ ଜୋନେଟ ପତ୍ର ଚିହ୍ନ ସୃଷ୍ଟି କରୁଥିବା ଜୀବାଣୁ ମକା ଓ କ୍ଷୁଦ୍ର ଶସ୍ୟ ସମେତ ଅନ୍ୟ ଘାସ ପ୍ରଜାତିକୁ ସଂକ୍ରମଣ କରେ । ଏହି ଅନ୍ୟ ପୋଷକ ଗଛ ପରବର୍ତ୍ତୀ ଋତୁ ପାଇଁ ରୋଗ ସୃଷ୍ଟିକାରୀ ଜୀବାଣୁର ଗଚ୍ଛିତ ସ୍ଥାନ ପାଲଟି ଯାଏ ।


ସୁରକ୍ଷାତ୍ମକ ଉପାୟ

  • ସୁସ୍ଥ ଓ ପ୍ରତିରୋଧି କିସମ ଲଗାନ୍ତୁ । ରୋଗର ଲକ୍ଷଣ ପାଇଁ ନିୟମିତ ଜମି ନିରୀକ୍ଷଣ କରନ୍ତୁ । ମୁଣ୍ଡ ଉପର ଜଳସେଚନ ବାରଣ କରନ୍ତୁ ଓ ପତ୍ରର ଆର୍ଦ୍ରତା କମାନ୍ତୁ । ଯବକ୍ଷାରଜାନ ସାର ପ୍ରୟୋଗ କରନ୍ତୁ , ଯେହେତୁ ଦେଖାଯାଇଅଛି ଯେ ଏହା ରୋଗର ଆବିର୍ଭାବ କମାଏ । ଚାରି ବର୍ଷ କିମ୍ବା ଅଧିକ ଫସଲ ପର୍ଯ୍ୟାୟ ସୁପାରିସ କରାଯାଏ । ମାଟିର ପିଏଚ ମୂଲ୍ୟ 6-7 ମଧ୍ୟରେ ରଖନ୍ତୁ । ଗଛ ଅବଶେଷ ସଂଗ୍ରହ କରନ୍ତୁ ଓ ଜମିଠାରୁ ଦୂର ସ୍ଥାନରେ ପୋତି ବା ଜାଳି ନଷ୍ଟ କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ