ଅନ୍ୟ

ଫାଇଲୋଷ୍ଟିକତା ପତ୍ର ଦାଗ

Nothophoma arachidis-hypogaeae

ଫିମ୍ପି

5 mins to read

ସଂକ୍ଷେପରେ

  • ପତ୍ର ଉପରେ ଗାଢ ଧାର ସହିତ ଫିକା ତମ୍ବା ବର୍ଣ୍ଣର କ୍ଷତ ଚିହ୍ନ। କ୍ଷତ ଚିହ୍ନ ଧୂସର ହୁଏ, ଶୁଖିଯାଏ, ଝଡିଯାଏ। ପତ୍ରରେ କଣା ଦେଖାଯାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଅନ୍ୟ

ଲକ୍ଷଣ

ବୃତ୍ତାକାର ରୁ ଅସମ ଆକାରର ତମ୍ବା କ୍ଷତ ସ୍ଥାନ (1.5 - 5 ମିମି) ର ଚାରିପାଖରେ ଲାଲ-ବାଦାମୀ ରଙ୍ଗର ଧାର ପତ୍ରରେ ଦେଖାଦିଏ। ରୋଗ ବଢି ଚାଲିଲେ କ୍ଷତ ସ୍ଥାନର ମଝି ଅଂଶ ଧୂସରିତ ହୋଇ ଶୁଖିଯାଏ। କେତେକ କ୍ଷେତ୍ରରେ ଶେଷରେ ଝଡ଼ିପଡ଼େ ଏବଂ ଏକ କଣା ରହିଯାଏ ଯାହା ଦ୍ୱାରା ଏହା ଚିରାଫଟା ପରି ଦେଖାଯାଏ। ଏହି କ୍ଷତ ସ୍ଥାନ ଗୁଡିକ ମିଶିଯାଇ ଏକ ବଡ଼ ଅସମ ଆକୃତିର ମଲା ଚକଡା ରେ ପରିଣତ ହୋଇଯାଏ। ଗୋଲ ମରିଚ ପରି ଫିମ୍ପିର ଗଠନ ରୋଗାକ୍ରାନ୍ତ ଟିସୁର ଉଭୟ ପଟେ ଦେଖାଯାଏ।

Recommendations

ଜୈବିକ ନିୟନ୍ତ୍ରଣ

ଆମେ ଦୁଖିତ ଯେ ଏହିବରୋଗ ପାଇଁ ଆମେ କିଛି ବିକଳ୍ପ ଉପଚାର ଜାଣି ନାହୁଁ। ଆପଣ ଯଦି ଏହି ରୋଗ ନିୟନ୍ତ୍ରଣ ବିଷୟରେ କିଛି ଜାଣିଛନ୍ତି ତାହେଲେ ଆମ ସହିତ ସମ୍ପର୍କ କରନ୍ତୁ। ଆପଣଙ୍କଠାରୁ ଶୁଣିବା ପାଇଁ ଅପେକ୍ଷାରତ।

ରାସାୟନିକ ନିୟନ୍ତ୍ରଣ

ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର। ଫାଇଲୋଷ୍ଟିକତା ପତ୍ର ଦାଗ ଦ୍ୱାରା କ୍ଷୟକ୍ଷତି ବହୁତ କମ ହୋଇଥାଏ। ତେଣୁ, କୌଣସି ଫିମ୍ପିନାଶକ ର ଅନୁମୋଦନ କ୍ଵଚିତ କରାଯାଇଥାଏ।

ଏହାର କାରଣ କଣ

ସଂକ୍ରମିତ ଫସଲର ଅବଶେଷରେ ଏହି ଫିମ୍ପି ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ମାଟିରେ ଜୀବନ୍ତ ରହିପାରେ। ମାଟିରୁ ଏହି ଫିମ୍ପି ସାଧାରଣତଃ ଅନ୍ୟ ରୋଗ ଦ୍ୱାରା ନଷ୍ଟ ହୋଇଥିବା କିମ୍ବା କୃଷି କାର୍ଯ୍ୟ ଦ୍ୱାରା ହୋଇଥିବା କ୍ଷତ ଟିସୁକୁ ସଂକ୍ରମଣ କରିଥାଏ (ଦ୍ଵିତୀୟକ ସଂକ୍ରମଣ)। ଏହା ତାପରେ ସୁସ୍ଥ ଟିସୁକୁ ବ୍ୟାପିଥାଏ ଏବଂ ନିର୍ଦ୍ଧିଷ୍ଟ ଲକ୍ଷଣ ସୃଷ୍ଟି କରି ଥାଏ। ଫିମ୍ପି ବିକାଶ ପାଇଁ ଅନୁକୂଳତମ ତାପମାତ୍ରା ହେଲା 25-30°C ଏବଂ pH ମୂଲ୍ୟ 5.5 - 6.5 ମଧ୍ୟରେ। ଫାଇଲୋଷ୍ଟିକତା ପତ୍ର ଦାଗକୁ ଚିନାବାଦାମ ରେ ଏକ ମୁଖ୍ୟ ରୋଗ ହିସାବରେ ନିଆ ଯାଏ ନାହିଁ।


ସୁରକ୍ଷାତ୍ମକ ଉପାୟ

  • ଯଦି ମିଳେ, ପ୍ରତିରୋଧି କିସମ ବ୍ୟବହାର କରନ୍ତୁ। ଜମିରେ କାମ କରିବା ସମୟରେ ଗଛକୁ ଆଘାତ ଦିଅନ୍ତୁ ନାହିଁ, ସତର୍କ ରୁହନ୍ତୁ। ରାତିରେ ଓଦା ମାଟି ପରିସ୍ଥିତିକୁ ଦୂରେଇବା ପାଇଁ ସକାଳେ ଜଳସେଚନ ଦିଅନ୍ତୁ। ଅମଳ ପରେ ଫସଲ ଅବଶେଷ କାଢି ଜାଳି ଦିଅନ୍ତୁ। ମାଟିର pH ବଢାଇବା ପାଇଁ ଚୂନ ପ୍ରୟୋଗ କରନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ