କପା

ପାରାଉଇଲଟ( ଝାଉଁଳା)

Parawilt

ଅନ୍ୟ

5 mins to read

ସଂକ୍ଷେପରେ

  • ପତ୍ର ଝାଉଁଳି ଯାଏ ଓ ରଙ୍ଗହୀନ ହୋଇଯାଏ.
  • ପତ୍ର ଓ ବକରା ଶୀଘ୍ର ଝଡ଼ିଯାଏ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

କପା

ଲକ୍ଷଣ

ପାରାଉଇଲଟ କୁ 'ସଡ଼ନ ଉଇଲଟ' (sudden wilt) ବି କୁହାଯାଏ ଯାହାର ଅର୍ଥ ହେଲା ହଠାତ ଝାଉଁଳିଯିବା. ଏହା ଜମିରେ ଅନିୟମିତ ଭାବରେ କିଛିକିଛି ଜାଗାରେ ଦେଖାଯାଏ. ଏହି ଅବ୍ୟବସ୍ଥା ର କିଛିଗୋଟେ ସଠିକ ସଂରଚନା ନଥାଏ ଏବଂ ଏହା ଭୁଲରେ କୀଟାଣୁ ଜନିତ ରୋଗ ବୋଲି ଧରିନିଆଯାଏ. ମୁଖ୍ୟଲକ୍ଷଣ ଗୁଡିକ ହେଲା ପତ୍ର ଝାଉଁଳି ଯିବା ଏବଂ ରଙ୍ଗହୀନ ହୋଇଯିବା. ପତ୍ରର ରଙ୍ଗ ରଙ୍ଗହୀନ ରୁ ବ୍ରୋଞ୍ଜ କିମ୍ବା ଲାଲ ପଡ଼ିଯାଏ, ଯାହାକି ପରେ ଶୁଖିଯିଥାଏ. ଏହି ଅବ୍ୟବସ୍ଥା ବହୁତ ଶୀଘ୍ର ବଢୁଥିବା ଏବଂ ବହୁତ ଫଳ ଫୁଲ ହୋଇଥିବା ଗଛ ରେ ଦେଖାଦେଇଥାଏ. ପତ୍ର ଓ ବକରା ଗୁଡିକ ଶୀଘ୍ର ଝଡ଼ିଯାଇପାରେ ଏବଂ ବକରା ଗୁଡିକ ଶୀଘ୍ର ଫାଟିଯାଇପାରେ. ଗଛଗୁଡ଼ିକ ଯଦିଓ ଏହି ଅବ୍ୟବସ୍ଥା ରୁ ଠିକ ହୋଇପାରନ୍ତି କିନ୍ତୁ ଏହାର ଉତ୍ପାଦନ କମିଯାଇଥାଏ.

Recommendations

ଜୈବିକ ନିୟନ୍ତ୍ରଣ

ଏହାର କୌଣସି ଜୈବିକ ନିୟନ୍ତ୍ରଣ ପଦ୍ଧତି ନାହିଁ. ଏହି ଅବ୍ୟବସ୍ଥାକୁ ଦୂର କରିବାପାଇଁ ଜଳସେଚନ ଆଉ ସାର ପ୍ରୟୋଗ କୁ ନିୟନ୍ତ୍ରଣ କରନ୍ତୁ ଏବଂ ଉତ୍ତମ ଜଳସେଚନ ର ବ୍ୟବସ୍ଥା କରନ୍ତୁ.

ରାସାୟନିକ ନିୟନ୍ତ୍ରଣ

ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. ଏହାର କୌଣସି ରାସାୟନିକ ନିୟନ୍ତ୍ରଣ ନାହିଁ କିନ୍ତୁ ଜମିରୁ ଥିବା ଅତ୍ୟଧିକ ଜଳର ନିଷ୍କାସନ ବ୍ୟବସ୍ଥା କରନ୍ତୁ. 15 ଗ୍ରା ୟୁରିଆ, 10 ଗ୍ରା MOP ଏବଂ 2 ଗ୍ରା କପର ଅକ୍ସି କ୍ଲୋରାଇଡ (COC) ଗୋଟିଏ ଲିଟର ପାଣିରେ ମିଶାନ୍ତୁ. 100 ରୁ 150 ମିଲିଲିଟର ଗଛମୂଳରେ ଦିଅନ୍ତୁ.ଏହି ମିଶ୍ରଣ ଗଛକୁ ସଂଗେସଂଗେ ଖାଦ୍ୟସାର ଦେଇଥାଏ ଏବଂ ଫିମ୍ପିନାଶକ ସଂକ୍ରମଣ କୁ ନିୟନ୍ତ୍ରଣ କରିଥାଏ

ଏହାର କାରଣ କଣ

ପାରାଉଇଲଟ ଏକ ଶାରୀରିକ ଅବ୍ୟବସ୍ଥା ଯାହାକି କୋଣସି ଫିମ୍ପି, ଜୀବାଣୁ କିମ୍ବା ଭୂତାଣୂ ଦ୍ୱାରା ହୋଇନଥାଏ. ଅନ୍ୟ ରୋଗ କିମ୍ବା ଅବ୍ୟବସ୍ଥା ଦ୍ୱାରା କପାରେ ଏହି ପ୍ରକାର ଲକ୍ଷଣ ଦେଖାଯାଏ ଯାହାର ଏକ ନିର୍ଦ୍ଧିଷ୍ଟ ପାଟର୍ନ ଥାଏ. କିନ୍ତୁ ପାରାଉଇଲଟ ଅବ୍ୟବସ୍ଥା ମାତ୍ର କିଛି ଘଣ୍ଟା ମଧ୍ୟରେ ସୃଷ୍ଟି ହୋଇଥାଏ ଓ ଏହାର କିଛି ନିର୍ଦ୍ଧିଷ୍ଟ ପାଟର୍ନ ନଥାଏ. କାଁ ଭାଁ ଓ ଅସମୟରେ ଦେଖାଯିବା ଏହି ଅବ୍ୟବସ୍ଥାର ବିଶେଷ ପ୍ରକୃତି. ଏହା ଗଛର ମୂଳରେ ହଠାତ ପାଣି ଜମିଜିବା ଆଉ ତାପରେ ତାପମାନ ଆଉ ଟାଣ ଖରାରେ ଦେଖାଦଇଥାଏ (ପ୍ରବଳ ବର୍ଷା ପରେ କିମ୍ବା ଅତ୍ୟଧିକ ଜଳସେଚନ ପରେ). ଗଛର କ୍ଷୀପ୍ର ବୃଦ୍ଧି ଏବଂ ଅସନ୍ତୁଳିତ ଖାଦ୍ୟସାର ମଧ୍ୟ ଏହାର ଏକ କାରଣ. ଅତ୍ୟଧିକ ଚିକିଟା ମାଟି ଯେଉଁଥିରେ ଜଳନିଷ୍କାସନ କମ ହୋଇଥାଏ ସେଥିରେ ଏହି ଅବ୍ୟବସ୍ଥା ଦେଖାଯିବାର ସମ୍ଭାବନା ଅଧିକ ଥାଏ .


ସୁରକ୍ଷାତ୍ମକ ଉପାୟ

  • ପାରାଉଇଲଟ ପ୍ରତି ସହନଶୀଳ କିସମ କିମ୍ବା ହାଇବ୍ରିଡ଼ ବିହନ ର ବ୍ୟବହାର କରନ୍ତୁ.
  • ଜମିରେ ଉତ୍ତମ ଜଳସେଚନ ର ବ୍ୟବସ୍ଥା କରନ୍ତୁ ଯାହାଦ୍ୱାରା ପାଣି ଜମିବ ନାହଁ.
  • ଦରକାରନଥିଲେ ଅତ୍ୟଧିକ କିମ୍ବା ବହୁତଥର ଜଳସେଚନ କରନ୍ତୁନାହଁ.
  • ବିଶେଷ କରି ଯେତେବେଳେ ବହୁତ ବର୍ଷାପରେ ଅଧିକ ତାପମାନ ଯୁକ୍ତ ଖରା ହୋଇଥାଏ ସେତେବେଳେ ଫସଲକୁ ନିୟମିତ ଭାବରେ ପର୍ଯ୍ୟବେକ୍ଷଣ କରନ୍ତୁ.
  • ଅଧିକ ବୃଦ୍ଧି (ଅତ୍ୟଧିକ ଡାଳପତ୍ର ଓ ପ୍ରଚୁର ବକରା ବା କପା ଫଳ) ନ ହେବା ପାଇଁ ଅଧିକ ସାର ପ୍ରୟୋଗ କରନ୍ତୁନାହଁ.
  • ବିହନ ବୁଣିବା ସମୟରେ ପରିବର୍ତ୍ତନ କଲେ ଏହି ଅବ୍ୟବସ୍ଥାର କାରଣକୂ ଦୁର କରାଯାଇପାରେ (ଅତ୍ୟଧିକ ବର୍ଷା ଓ ଖରା).

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ