ଆମ୍ବ

ଆମ୍ବ ଡାଳ ସିଲିଡ ପୋକ

Apsylla cistellata

ପୋକ

5 mins to read

ସଂକ୍ଷେପରେ

  • ଯେଉଁଠାରେ କଢ ବାହାରିବା କଥା , ସେଠାରେ ଟାଣ , ସବୁଜ , କୋନ ଆକାରର ଆବୁ ହୁଏ । ଅଙ୍ଗମାରୀ ଦେଖାଯାଏ । ଫଳ ଅମଳ କମେ । ବୟସ୍କ ମାନଙ୍କ ଗାଢ ବର୍ଣ୍ଣର ମୁଣ୍ଡ ଓ ବକ୍ଷ , ଫିକା ବାଦାମି ଉଦର ଏବଂ ବିଭିନ୍ନ ବର୍ଣ୍ଣର ଝିଲ୍ଲୀ ଭଳି ଡେଣା ଥାଏ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଆମ୍ବ

ଲକ୍ଷଣ

ବସନ୍ତ ଋତୁରେ ପତ୍ରର ତଳ ପଟେ ମଧ୍ୟ ଶିରା ବା ପତ୍ର ଫଳକରେ ମାଇମାନେ ଡିମ୍ବାକାର ବାଦାମୀ କଳା ଅଣ୍ଡା ଦିଅନ୍ତି । ଅଣ୍ଡା ଦେବାର 200 ଦିନ ପରେ ଛୁଆ ବାହାରେ ଗୁରୁଣ୍ଡି ଗୁରୁଣ୍ଡି କଢ ପାଖକୁ ଯାଏ ଓ ଖାଏ । ଖାଇବା ସମୟରେ ଟିସୁରେ ରାସାଯନିକ ପଦାର୍ଥର ପ୍ରବେଶ କଢ ବଦଳରେ ଟାଣ , ସବୁଜ , କୋନ ଆକାରର ଆବୁ ସୃଷ୍ଟି ହୁଏ । ଏହା ଉପଯୁକ୍ତ ବଉଳ ଓ ଫଳ ହେବାରେ ବାଧା ସୃଷ୍ଟି କରେ । ଅତ୍ୟଧିକ ମାତ୍ରାରେ ଆକ୍ରାନ୍ତ ହେଲେ ଶାଖାଗୁଡିକରେ ଅଙ୍ଗମାରୀ ଦେଖାଦିଏ । ଅଣ୍ଡା ସଂଖ୍ୟା ଓ ବଉଳରେ ଏହାର ପ୍ରଭାବ ଅନୁସାରେ କ୍ଷତି ହୁଏ । ଆପ୍ସିଲା ଶିସ୍ଟେଲାଟା ବଙ୍ଗଳାଦେଶ ଓ ଭାରତର ଏକ ସାଂଘାତିକ କୀଟ ।

Recommendations

ଜୈବିକ ନିୟନ୍ତ୍ରଣ

ସିଲିକେଟ ଅଧିକ ଥିବା କାରଖାନାରୁ ବାହାରୁଥିବା ପାଉଁଶ ପ୍ରୟୋଗ କରାଯାଇପାରେ ।ଆବୁ ସଂଖ୍ୟା ଆଶାନୁରୂପ କମାଇବା ପାଇଁ ରୋଗ ଲକ୍ଷଣ ଦେଖାଯାଉଥିବା ଜାଗାରୁ 15 -30 ସେମି ପୂର୍ବରୁ ଡାଳ କାଟଛାଣ୍ଟ କରିବା ଉଚିତ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଗଛ ଉପରକୁ ଓ ତଳକୁ ଯିବା ଆସିବା କରୁଥିବା ସିଲିଡ ପୋକ ନଷ୍ଟ କରିବା ପାଇଁ ଡାଇମେଥୋଏଟ ( 0.03%) ଦ୍ଵାରା ବକଳ ଉପଚାର କରନ୍ତୁ । ବକଳ ଭିତରକୁ ଡାଇମେଥୋଏଟ ପ୍ରବେଶ କରାଇଲେ ମଧ୍ୟ କାମ କରିପାରେ । ସିଲିଡ ଆକ୍ରମଣର ସହଳ ଅବସ୍ଥାରେ ଏହି କୀଟନାଶକର ପତ୍ର ସିଞ୍ଚନ ମଧ୍ୟ ଭଲ ଫଳ ଦେଖାଏ ।

ଏହାର କାରଣ କଣ

ବୟସ୍କ ମାନଙ୍କ ଗାଢ ବର୍ଣ୍ଣର ମୁଣ୍ଡ ଓ ବକ୍ଷ , ଫିକା ବାଦାମି ଉଦର ଏବଂ ବିଭିନ୍ନ ବର୍ଣ୍ଣର ଝିଲ୍ଲୀ ଭଳି ଡେଣା ସହିତ 3-4 ମିମି ଆକାରର ଲମ୍ବ ଅଟନ୍ତି । ମଧ୍ୟଶିରାର ଉଭୟ ପଟୁ କଣା କରି କିମ୍ବା ପତ୍ର ତଳେ ଏକ ଗାର ସୃଷ୍ଟି କରି ଏମାନେ ଅଣ୍ଡା ଦିଅନ୍ତି । ପ୍ରାୟ 200 ଦିନ ପରେ ଅଣ୍ଡା ଫୁଟେ ଓ ଛୁଆଗୁଡିକ ହଳଦିଆ ରଙ୍ଗର ହୋଇଥାନ୍ତି । ବାହାରିବା ପରେ ଛୁଆଗୁଡିକ ପାଖରେଥିବା କଅଁଳ କଢ ଆଡକୁ କୋଷ ରସ ଶୋଷିବା ପାଇଁ ଯାଆନ୍ତି ।ଖାଇବା ସମୟରେ ସେମାନେ ପ୍ରବେଶ କରାଉଥିବା ରାସାୟନିକ ଯୋଗୁଁ ସବୁଜ କୋନ ଆକାରର ଆବୁ ସୃଷ୍ଟି କରାଏ ।ବୟସ୍କ ହେବା ପୂର୍ବରୁ ସେଠାରେ ଛୁଆ 6 ମାସ କଟାଏ । ବାହାରୁଥିବା ବୟସ୍କ ଆବୁରୁ ବାହାରି ମାଟି ଉପରେ ପଡେ ,ଯେଉଁଠାରେ ସେମାନେ ଆବରଣ କାଢିଦିଅନ୍ତି । ପରେ , ସେମାନେ ସଂଗମ ଓ ଅଣ୍ଡାଦେବା ପାଇଁ ଗଛ ଉପରକୁ ଚଢନ୍ତି ।


ସୁରକ୍ଷାତ୍ମକ ଉପାୟ

  • ଯଦି ମିଳେ , ପ୍ରତିରୋଧି କିସମ ବାଛନ୍ତୁ । ସିଲିଡ ଆକ୍ରମଣ ଜାଣିବା ପାଇଁ ବଗିଚା ନିୟମିତ ନିରୀକ୍ଷଣ କରନ୍ତୁ । ଅତ୍ୟଧିକ ସାର ଦିଅନ୍ତୁ ନାହିଁ । ମରୁଡି ଜନିତ ଚାପ ଦୂରେଇବା ପାଇଁ ବଗିଚାରେ ନିୟମିତ ପାଣି ଦିଅନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ