ଆମ୍ବ

ପତ୍ର ମୋଡା ଘୁଣିପୋକ

Apoderus tranquebaricus

ପୋକ

5 mins to read

ସଂକ୍ଷେପରେ

  • ଅଗ ପତ୍ର ମୋଡି ଓ ଗୁଡେଇ ହୋଇଥାଏ ଏବଂ ଶୁଖିଯାଇଥାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଆମ୍ବ

ଲକ୍ଷଣ

ଗଛ ପ୍ରଭାବିତ ହୋଇଥିବା ବେଳେ ତାହାର ପତ୍ର ଟିପ ଆଡୁ ମୋଡି ହୋଇଯାଏ ଏବଂ ଏହାକୁ ଏକ ମୋଡା ରୂପ ଦେଇଥାଏ। ଏକ ବୟସ୍କ ଘୁଣିପୋକ ଯୋଗୁଁ ଏହି ମୋଡା ହୋଇଥାଏ। ଘୁଣିପୋକ ଆମ୍ବ ପତ୍ରକୁ କାଟି ଆକାର ଦେଇଥାଏ ଓ ଅଙ୍ଗୁସ୍ତନା/ଥିମ୍ବଲ ଭଳି ଗୁଡାଇ ଥାଏ। ଏହି ଗୁଡା ହୋଇଥିବା ପତ୍ର ମୁଖ୍ୟ ପତ୍ର ସହିତ ଲାଗି ରହିଥାଏ। ଏହି ଗୁଡେଇ ହୋଇଥିବା ପତ୍ର ମଧ୍ୟରେ ଘୁଣିପୋକର ଛୋଟ ଭୃଙ୍ଗ ରହି ପତ୍ରର ଟିସୂ ଖାଇଥାଏ।

Recommendations

ଜୈବିକ ନିୟନ୍ତ୍ରଣ

ଏହା ଆମ୍ବର ଏକ ଗୌଣ ପୋକ। କ୍ଷତ ପତ୍ରକୁ ହାତରେ କାଢିଦେବା ହେଉଛି ସର୍ବୋତ୍ତମ ପଦ୍ଧତି।

ରାସାୟନିକ ନିୟନ୍ତ୍ରଣ

ସର୍ବଦା ଏକ ଜୈବିକ/ପରିବେଶ ଅନୁକୂଳ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଅଳ୍ପ ସଂଖ୍ୟାରେ ଏହି ପୋକ ଗଛକୁ ଅଧିକ ପ୍ରଭାବିତ କରି ପାରିବ ନାହିଁ। ଲେଖା ଅନୁସାରେ, ଆକ୍ରାନ୍ତ ମାତ୍ରା ଅଧିକ ହେଲେ, ମନୋକ୍ରୋଟଫସ ଏବଂ ଏଣ୍ଡୋସଲଫାନ ଏହି କ୍ଷତିକୁ କମାଇ ପାରେ।

ଏହାର କାରଣ କଣ

ଆମ୍ବ ଗଛର କ୍ଷତି ଆମ୍ବ ପତ୍ର ମୋଡା ଘୁଣିପୋକ ନାମକ ଏକ କୀଟ ଦ୍ୱାରା ହୋଇଥାଏ। ଏହି କୀଟ ଉଭୟ ନର୍ସରୀ ଏବଂ ମୁଖ୍ୟ କ୍ଷେତ୍ରରେ ରହି ଥାଏ। ଏହା ଜାମୁ, କୋଶଳା ଶାଗ, ପଣସ, କାଜୁ, ସାଗୁଆନ, ଗୁଆ, ଏବଂ ନିମ ପରି ଅନ୍ୟ ଗଛକୁ ମଧ୍ୟ ପ୍ରଭାବିତ କରିଥାଏ। ସମ୍ପ୍ରତି, ଏହା 2023 ମସିହାରେ ଆଲମଣ୍ଡ/ବାଦାମ ଗଛରେ ମଧ୍ୟ ଲକ୍ଷ୍ୟ କରାଯାଇଛି। ଏହି ପୋକର ଜୀବନଚକ୍ରରେ ବିଭିନ୍ନ ପର୍ଯ୍ୟାୟ ଅନ୍ତର୍ଭୁକ୍ତ ଯଥା: ଅଣ୍ଡା, ଭୃଙ୍ଗ ପର୍ଯ୍ୟାୟରେ ପାଞ୍ଚଟି ଲାର୍ଭାଲ୍ ପିଢୀ, ପ୍ୟୁପା/କୋଷା ଏବଂ ବୟସ୍କ। ବୟସ୍କ ପୋକ ମୋଟା ପତ୍ରର ବାହ୍ୟ ଅଂଶରେ ଗୋଟିଏ ପରେ ଗୋଟିଏ ଅଣ୍ଡା ଦେଇଥାଏ। ମାଇ ଘୁଣିପୋକ ଏକ ଅଠାଳିଆ ପଦାର୍ଥ ନିର୍ଗତ କରେ ଯାହା ଅଣ୍ଡାକୁ ପତ୍ର ପୃଷ୍ଠରେ ରଖିବାରେ ସାହାଯ୍ୟ କରିଥାଏ। ଅଣ୍ଡାର ଚକଚକିଆ ହଳଦିଆ ରଙ୍ଗ ଥାଏ। କୀଟର ଛୋଟ ଓ ଅପରିପକ୍ଵ ଅବସ୍ଥାରେ ଭୃଙ୍ଗ ହଳଦିଆ ରଙ୍ଗର ହୋଇଥାଏ। ଏହା ଗୁଡ଼ାଯାଇଥିବା ପତ୍ର ଭିତରେ ଥିବା ଟିସୁ ଉପରେ ଖାଇଥାଏ, ଯାହାଦ୍ୱାରା ପ୍ରଭାବିତ ପତ୍ରଗୁଡ଼ିକର କ୍ଷତି ହୋଇଥାଏ। ବୟସ୍କ ଘୁଣିପୋକର ଲାଲ ବାଦାମୀ ରଙ୍ଗର ଏବଂ ଏକ ଲମ୍ବାଶୁଣ୍ଢ ଥାଏ। ଏହା ଆମ୍ବ ପତ୍ରକୁ କାଟି ଗୁଡେଇ ଥାଏ। ଏହି ଗୁଡ଼ାଯାଇଥିବା ପତ୍ରଗୁଡ଼ିକ ମୁଖ୍ୟ ପତ୍ର ସହିତ ସଂଲଗ୍ନ ରହିଥାଏ। ଉଷ୍ମ ତାପମାତ୍ରା, ଅଧିକ ବର୍ଷା, ଏବଂ ଅଧିକ ଆର୍ଦ୍ରତା ପତ୍ର ଆମ୍ବ ଗଛକୁ ପତ୍ର ମୋଡା ଘୁଣିପୋକ ଦ୍ଵାରା ଅଧିକ ପରିମାଣରେ ଆକ୍ରାନ୍ତ ହେବା ପାଇଁ ସୁଯୋଗ ଦେଇଥାଏ।


ସୁରକ୍ଷାତ୍ମକ ଉପାୟ

  • ଲକ୍ଷଣ ପାଇଁ ନିରୀକ୍ଷଣ କରନ୍ତୁ। ଆକ୍ରାନ୍ତ ହେବା କ୍ଷେତ୍ରରେ, କ୍ଷତ ହୋଇଥିବା ପତ୍ରକୁ କାଢି ଦିଅନ୍ତୁ। ଭିତରେ ଥିବା ପୋକକୁ ଖୋଜି କରି ଦଳି ଦିଅନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ